ବର୍ଷା ଅଭାବରୁ ପଡିପାରୁନି ତଳି: ବିଲରେ ଚରୁଛନ୍ତି ଗୋରୁ

ଜଳେଶ୍ୱର, ୧୦।୭(ରବିନାରାୟଣ ପାତ୍ର): ଚଳିତବର୍ଷ ଅଭାବୀ ବର୍ଷା ଯୋଗୁ ଖରିଫ ଧାନଚାଷ ଆଗେଇ ପାରିନାହିଁ। ଗତ ୩ମାସରେ ୭୩୪ ମି.ମି. ବର୍ଷା ହେବାକୁ ଥିବା ବେଳେ ଅଦ୍ୟାବଧି ୧୬୨ ମି.ମି.ବର୍ଷା ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି। ତେଣୁ ଲକ୍ଷ୍ୟଧାର୍ଯ୍ୟ ପୂରଣ ହେବା ଲାଗି ଆଶଙ୍କା ଦେଖାଦେଇଛି।
ସରକାରୀ ନୀତି ଅନୁଯାୟୀ ଖରିଫ ଧାନଚାଷ ଲାଗି ଗତ ମେ’ରେ ୧୨୮ ମି.ମି. ବର୍ଷା ଆବଶ୍ୟକ ଥିବା ବେଳେ ହୋଇଛି ମାତ୍ର ୨୮ ମି.ମି., ଜୁନ୍‌ରେ ୨୮୯ ମି.ମି. ବର୍ଷା ହେବାକୁ ଥିବା ବେଳେ ହୋଇଛି ୧୩୧ ମି.ମି. ଓ ଜୁଲାଇରେ ୩୧୭ ମି.ମି. ବର୍ଷା ହେବାକୁ ଥିବା ବେଳେ ଅଦ୍ୟାବଧି ମାତ୍ର ୩ ମି.ମି. ବର୍ଷା ହୋଇଥିବାରୁ ଚାଷୀମାନେ ଆଶା ଆଶଙ୍କାରେ ରହିଛନ୍ତି। ଜୁନରେ ସ୍ବଳ୍ପ ବୃଷ୍ଟି ହୋଇଥିଲେ ମଧ୍ୟ ଜୁଲାଇ ପ୍ରଥମ ସପ୍ତାହରେ ଭଲ ବର୍ଷା ହେବ ବୋଲି ଚାଷୀ ଆକଳନ କରିଥିଲେ। କିନ୍ତୁ ବର୍ଷା ହୋଇ ପାରି ନ ଥିବାରୁ ଜଳେଶ୍ୱର ବ୍ଲକ ଅଞ୍ଚଳରେ ଅଦ୍ୟାବଧି ମାତ୍ର ୮ଶହ ହେକ୍ଟର ଜମିରେ ତଳି ପଡିଛି। ଜଳସେଚନ ସୁବିଧା ଥିବା ସ୍ଥାନରେ ତଳି ପଡିଥିବା ବେଳେ ଅନ୍ୟ ସ୍ଥାନରେ ତଳି ପଡିପାରୁନାହିଁ। ଜୁନ ୧୦ ତାରିଖ ବେଳକୁ ମୌସୁମୀ ଓଡିଶାରେ ଦେଖାଦେଇଥାଏ। କିନ୍ତୁ ଜୁଲାଇ ୧୦ତାରିଖ ହେଲାଣି ମୌସୁମୀ ବାୟୁ ପ୍ରବାହିତ ହୋଇନାହିଁ। ଫଳରେ ଜଳେଶ୍ୱର ବ୍ଲକ ଅଞ୍ଚଳରେ ଚଳିତବର୍ଷ ୧୯୫୨୩ ହେକ୍ଟର ଜମିରେ ଧାନଚାଷ ହେବାଲାଗି ଜିଲା କୃଷି ବିଭାଗ ଆକଳନ କରିଥିବା ବେଳେ ସେଥିଲାଗି ଆବଶ୍ୟକ ତଳି ପଡିପାରିନାହିଁ। ମୋଟ ୨୦୧୫ ହେକ୍ଟର ଜମିରେ ତଳି ପଡିବାକୁ ଥିବା ବେଳେ ଅଧାଅଧି ସ୍ଥାନରେ ତଳି ପଡିପାରି ନ ଥିବା କୃଷି ବିଭାଗ ଆକଳନ କରିଛି। ବର୍ଷା ହୋଇ ନ ଥିବାରୁ ଗଡିଆ, ପୋଖରୀ, ଖାଳ, ନାଳ ଏପରିକି ସୁବର୍ଣ୍ଣରେଖା ନଦୀ ମଧ୍ୟ ଶୁଖିଲା ପଡିଛି। ବର୍ଷା ନ ଥିବାରୁ ସମଗ୍ର ଅଞ୍ଚଳରେ ଗୋରୁ ବିଲରେ ଚରୁଛନ୍ତି। ତେଣୁ ତଳି ପକାଇବା ଲାଗି ଉଠା ଜଳସେଚନ ବିଭାଗର ସମସ୍ତ ପାଣି ପଞ୍ଚାୟତ ଓ ସରକାରୀ ଭାବେ ଉଠା ଜଳସେଚନ ପ୍ରକଳ୍ପ ଚାଲୁ କରିବା ଲାଗି ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଲରେ ଛୁଆକୁ ଶୁଆଇଥିବା ବେଳେ କାମୁଡିଦେଲା ସାପ; ହଠାତ୍ ଫୁଲିଗଲା ମୁହଁ, ତାପରେ…

ପଟ୍ଟାଙ୍ଗି,୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମପଞ୍ଚାୟତର ମାଳିଗୁଡା ଗ୍ରାମରେ ସାପ କାମୁଡାରେ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଛି । କୋରାପୁଟ…

ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର, ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀଙ୍କ…

ମହାକାଳପଡ଼ା,୬ା ୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସମ୍ମୁଖରେ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ, କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ୪ ଦଫା ଦାବି…

ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ‘ତେହେଲକା’ ସମ୍ପାଦକ: ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୬।୮: ୨୦୧୩ ମସିହାର ବହୁଚର୍ଚ୍ଚିତ ବଳାତ୍କାର ମାମଲା ସମ୍ପର୍କରେ ପୂର୍ବତନ ‘ତେହେଲକା’ ସମ୍ପାଦକ ତରୁଣ ତେଜପାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ…

Gen Zଙ୍କୁ ବଡ଼ ଉପହାର ଦେଲେ ବିଜୟ, କଲେ ବଡ଼ ଘୋଷଣା: ମିଳିବ…

ଚେନ୍ନାଇ,୬।୮: ତାମିଲନାଡୁରେ ଟିଭିକେ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ଏହି ନୂଆ…

ପୁଣି ହଜାର ହଜାର ଟଙ୍କା ବଢିଲା ସୁନା ଦର: ରୁପା ମୂଲ୍ୟରେ ମଧ୍ୟ…

ନୂଆଦିଲ୍ଲୀ,୬।୮: ପୁଣି ବଢିଲା ସୁନା ଦର। ଗତକାଲି ତୁଳନାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୨,୮୯୦ ବୃଦ୍ଧି ପାଇଛି। ରୁପା ମୂଲ୍ୟରେ ମଧ୍ୟ ଏକ…

ଭାରତର ଏମିତି ଏକ ଗାଁ: ୫ ଦିନ ବିନା ପୋଷାକରେ ରୁହନ୍ତି ମହିଳା, ରହସ୍ୟ ଜାଣି ହେବେ ତାଜୁବ

ପୃଥିବୀ ବହୁତ ବିଶାଳ ଏବଂ ଏହାର ପ୍ରତ୍ୟେକ କୋଣରେ ଲୋକମାନଙ୍କର ନିଜସ୍ବ ପରମ୍ପରା ଓ ରୀତିନୀତି ରହିଛି। କେତେକ ପରମ୍ପରା ଆମ ପାଖପାଖି ସାଧାରଣ ଲାଗେ, ଆଉ…

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

ହଠାତ୍‌ ଟାୟାର ହେଲା ବ୍ଲାଷ୍ଟ, ଘାଟିରେ ଓଲଟି ପଡିଲା ଲୁହା ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ…

ମୋହନା,୬।୮ ( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଖାରିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୀମଦଳି ଘାଟିରେ ଏକ ଲୁହା ବୋଝେଇ ଟ୍ରକ୍‌ ଭାରସାମ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri