ଥମୁନି ଅସନ୍ତୋଷ, ତେଜୁଛି ଚାଷୀ ଆନ୍ଦୋଳନ: ମାର୍ଚ୍ଚ ୧୭ରେ କିଷାନ ମହାପଞ୍ଚାୟତ

ବରଗଡ/ସୋହେଲା,୧ା୩(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ ପାତ୍ର):କୃଷି ଏବଂ କୃଷକଙ୍କ ସମସ୍ୟା ନେଇ ବରଗଡ଼ ଜିଲା ସୋହେଲାରେ ଚାଷୀ ସଙ୍ଗଠନ ଜୟ କିଷାନ ଆନ୍ଦୋଳନ ନେତୃତ୍ୱରେ ଶତାଧିକ ଚାଷୀ ବିକ୍ଷୋଭ ଶୋଭାଯାତ୍ରା ସହିତ ସ୍ଥାନୀୟ ତହସିଲ ଅଫିସ ସମ୍ମୁଖରେ ପ୍ରତିବାଦ ସଭା କରିଥିଲେ। ଏହାସହିତ ୩ଦଫା ଦାବି ନେଇ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର ଶୁଭରଞ୍ଜନ ନାୟକଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା। କୃଷିକ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତ ବିଲ୍‌ ଛାଡ଼, କଟନୀଛଟନୀ ବନ୍ଦ, ନାନୋ ସାର ବ୍ୟବହାରକୁ ବାଧ୍ୟତାମୂଳକ କରା ନ ଯିବା ଆଦି ଦାବି କରିଥିଲେ। ଏହି ଦାବିରେ ଚାଷୀମାନେ ସୋହେଲା ଥାନାଛକରୁ ଏକ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖକୁ ପହଞ୍ଚିଥିଲେ। ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବିଦ୍ୟୁତ କ୍ଷେତ୍ରର କମ୍ପାନୀକରଣକୁ ନେଇ ଚାଷୀନେତାମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। କୃଷିକ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତ ବିଲ ଛାଡ଼, ପ୍ରତ୍ୟେକ ପରିବାରକୁ ମାସିକ ୩୦୦ୟୁନିଟ୍‌ ମାଗଣା ବିଦ୍ୟୁତ, ବିଦ୍ୟୁତ କ୍ଷେତ୍ରର ଘରୋଇକରଣ ବନ୍ଦ, ଧାନବିକ୍ରି ବ୍ୟବସ୍ଥାରେ ମିଲର୍ସଙ୍କ ହସ୍ତକ୍ଷେପ ବନ୍ଦ, ନାନୋ ସାର ବ୍ୟବହାରକୁ ବାଧ୍ୟତାମୂଳକ କରା ନ ଯିବା ଦାବି ଉପସ୍ଥାପନ କରିଥିଲେ। ସେହିପରି ନୂଆ ଭାଜପା ସରକାର ଧାନ କୁଇଣ୍ଟାଲ ପ୍ରତି ଅଧିକ ୮୦୦ ଟଙ୍କା ଇନପୁଟ୍‌ ସବସିଡ଼ି ପ୍ରଦାନ କରିଛି ସତ, କିନ୍ତୁ ଅନ୍ୟବର୍ଷ ତୁଳନାରେ ମିଲର୍ସ, ଦଲାଲଙ୍କ ଦୌରାତ୍ମ ମଣ୍ଡିରେ ବଢ଼ିଛି ଏବଂ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ୁଛି ବୋଲି ସେମାନେ ଅଭିଯୋଗ କରିଥିଲେ। ଫଳରେ ଉପରୋକ୍ତ ଦାବି ସମୂହ ତୁରନ୍ତ ପୂରଣ କରା ନ ଗଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦିଆଯାଇଥିଲା। ସଙ୍ଗଠନର ବ୍ଲକ ସଭାପତି ସୁରେନ୍ଦ୍ର ମେହେର ପ୍ରତିବାଦ ସଭା ସଂଯୋଜନା କରିଥିବାବେଳେ ବରିଷ୍ଠ କୃଷକ ନେତା ଶିବ ପ୍ରସାଦ ପ୍ରଧାନ, ଜୟ କଷାନ ଆନ୍ଦୋଳନର ସଭାପତି ସୁଶିଲ କୁମାର ସାହୁ, ସମ୍ପାଦକ ହର ବଣିଆଁ, ଅରୁଣ କୁମାର ସାହୁ, ଚଞ୍ଚଳ ପ୍ରଧାନ, ମହେଶ୍ୱର ପ୍ରଧାନ, ଅରୁଣ ପ୍ରଧାନ, ରେବତୀକାନ୍ତ ବେହେରା, ପୁଷ୍ପରଞ୍ଜନ ସାହୁ, ତପୋବନ୍ଦ ନାୟକ ପ୍ରମୁଖ ପ୍ରତିବାଦ ସଭାରେ ଉଦ୍‌ବୋଧନ ଦେଇଥିଲେ।

କୃଷି ଓ କୃଷକଙ୍କ ସମସ୍ୟାକୁ ନେଇ ଆସନ୍ତା ମାର୍ଚ୍ଚ ମାସ ୧୭ତାରିଖ ବରଗଡ଼ ବ୍ଲକ ସୟାଁ ଖେଳ ପଡ଼ିଆରେ ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବିଜେପୁର ବ୍ଲକ ପୁଞ୍ଜିପଥରରେ ବରଗଡ଼ ଜିଲା ସଂଯୁକ୍ତ କୃଷକ ସଙ୍ଗଠନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଧାନର ଅଭାବିବିକ୍ରୀ, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)କୁ ଆଇନଗତ ମାନ୍ୟତା, ପ୍ରସ୍ତାବିତ କୃଷି ବିପଣନ ଏବଂ ରାଷ୍ଟ୍ରୀୟ ନୀତି ଢ଼ାଞ୍ଚା-୨୦୨୪କୁ ପ୍ରତ୍ୟାହାର, ମଣ୍ଡିରେ ସୁବ୍ୟବସ୍ଥା, କଟନୀଛଟନୀ ବନ୍ଦ, ଶୀତଳ ଭଣ୍ଡାର ନିର୍ମାଣ, କୃଷିକ୍ଷେତ୍ରରେ ବିଦ୍ୟୁତ ଦେୟ ଛାଡ଼ ଆଦି କୃଷି ଏବଂ କୃଷକଙ୍କ ସମସ୍ୟାକୁ ନେଇ ମହାପଞ୍ଚାୟତରେ ଆଲୋଚନା ହେବ। ଉକ୍ତ ମହାପଞ୍ଚାୟତରେ ସଂଯୁକ୍ତ କିସାନ ମୋର୍ଚ୍ଚାର କେନ୍ଦ୍ରୀୟ ନେତୃବୃନ୍ଦ ଯୋଗଦେବେ ଏବଂ ଏହି ସମସ୍ୟାର ସମାଧାନ ଦାବିରେ ପରବର୍ତ୍ତୀ ଆନ୍ଦୋଳନ ରୂପରେଖ ପ୍ରସ୍ତୁତ ହେବ ବୋଲି ବୈଠକରେ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର ସୂଚନା ଦେଇଥିଲେ। ସଙ୍ଗଠନର ବିଜେପୁର ବ୍ଲକ ସଭାପତି ସୁବାସ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଗଙ୍ଗାଧର ମେହେର ମେଗା ଜଳସେଚନ ପ୍ରକଳ୍ପର ସମସ୍ୟା, ବିଦ୍ୟୁତ ସମସ୍ୟା, କୃଷିଋଣ, ସାର କଳାବଜାର ଆଦି ଉପରେ ମଧ୍ୟ ଆଲୋଚନା ହୋଇଥିଲା। ମହେନ୍ଦ୍ର ପ୍ରଧାନ, ବିନୋଦ ଚୌଧୁରୀ, ଲକ୍ଷପତି ନାଗ, ହେମଚନ୍ଦ୍ର ବିଶ୍ୱାଳ ଶଙ୍କର୍ଷଣ ବେହେରା, ଭିକାରୀ ମେହେର, ଦୁର୍ଗାପ୍ରସାଦ ଭୋଇ, କ୍ଷୀରୋଦ୍ର ପ୍ରଧାନ, କ୍ଷୀରସିନ୍ଧୁ ବଗର୍ତ୍ତୀ, ହରିବୋଲ ସାହୁ, ପ୍ରଶାନ୍ତ ଭୋଇ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୧ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଅମିତ ଶାହାଙ୍କୁ ଭେଟିଲେ ଗୌତମ ଗମ୍ଭୀର: ଦେଲେ ଏହି ବିଶେଷ ଉପହାର, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ସୋମବାର କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରର ଫଟୋ ଗମ୍ଭୀର…

ସୁପୋଷିତ ଓଡ଼ିଶା ମିଶନ: ୨୧,୫୯୪ ଅଙ୍ଗନୱାଡି କେନ୍ଦ୍ରରେ ସର୍ଭେ କାର୍ଯ୍ୟ ଆରମ୍ଭ

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ମାଧ୍ୟମରେ ରାଜ୍ୟର ୨୧,୫୯୪ଟି ଅଙ୍ଗନୱାଡି କେନ୍ଦ୍ରରେ ଜାତୀୟ ସେବା ଯୋଜନା (NSS)ର ବିଭିନ୍ନ ଶାଖାରେ କାର୍ଯ୍ୟରତ ୪,୩୩୪ ଜଣ ସ୍ବେଚ୍ଛାସେବୀ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?