ଟେଷ୍ଟିଂ, ଟ୍ରେସିଂ, ଭାକ୍ସିନେଟିଂ ଜୋର୍‌ଦାର

ଭୁବନେଶ୍ୱର, ୧୬।୩(ବ୍ୟୁରୋ): ଦେଶରେ କରୋନାର ନୂଆ ରୂପ କାୟା ବିସ୍ତାର କରିଚାଲିଥିବାରୁ ଓଡ଼ିଶାକୁ ଯେପରି ପଶି ନ ପାରିବ ସେଥିପାଇଁ ସରକାର ସବୁ ସ୍ତରରୁ ଉଦ୍ୟମ ଆରମ୍ଭ କରିଛନ୍ତି। ଆଗକୁ ରାଜ୍ୟରେ ସଂକ୍ରମଣ ବଢ଼ିବା ସମ୍ଭାବନା ରହିଥିବା ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିବା ପରେ ଏହାକୁ ଏଡ଼ାଇବା ପାଇଁ ଆଗୁଆ ପଦକ୍ଷେପ ଆରମ୍ଭ ହୋଇଛି। ଟେଷ୍ଟିଂ, ଟ୍ରେସିଂ ଓ ଭାକ୍ସିନେଟିଂକୁ ଜୋର୍‌ଦାର କରିବା ସହ ଆଉଏକ ମହାଲଢ଼େଇ ପାଇଁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି। ରାଜ୍ୟରେ ଦିନକୁ ୭,୩୦୦ ଆର୍‌ଟିପିସିଆର ଟେଷ୍ଟ କରିବାକୁ ନିଷ୍ପତ୍ତି ହୋଇଥିବାବେଳେ ସ୍ଥିତିର ତଦାରଖ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବ ଡା. ଅଜିତ କୁମାର ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି। ଏ ନେଇ ସୋମବାର ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସେରୋ ସର୍ଭେ ପାଇଁ ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶକଙ୍କୁ ପ୍ରସ୍ତାବ ଦିଆଯାଇଛି। ସମ୍ବଲପୁର, ରାଉରକେଲା, କଟକ, ଭୁବନେଶ୍ୱର, ପୁରୀରେ ସେରୋ ସର୍ଭେ ହେବ। ସେହିପରି ଦେବଗଡ଼ ଓ ନୟାଗଡ଼ରେ ଆର୍‌ଟିପିସିଆର ଟେଷ୍ଟିଂ ଲାବରେଟୋରି ତୁରନ୍ତ ଖୋଲାଯିବ। ଆବଶ୍ୟକ ଟେଷ୍ଟିଂ କିଟ୍‌ କିଣିବା ପାଇଁ ରାଜ୍ୟ ଔଷଧ ନିଗମକୁ କୁହାଯାଇଥିବାବେଳେ ବାହାରୁ ଆସୁଥିବା ସମସ୍ତ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଏନେଇ ସ୍ବତନ୍ତ୍ର ଗାଇଡ୍‌ଲାଇନ ପ୍ରସ୍ତୁତ କରାଯାଇ ସମସ୍ତ ଜିଲାପାଳ ଓ ସିଡ଼ିଏମ୍‌ଓଙ୍କୁ ପଠାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
ସେପଟେ ରବିବାର ଓ ଛୁଟିଦିନ ବ୍ୟତୀତ ଅନ୍ୟସବୁ ଦିନ ଟିକାକରଣ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ବୟସ୍କଙ୍କ ଟିକାକରଣକୁ ତ୍ୱରାନ୍ବିତ କରାଯିବ। ପ୍ରତିଦିନ ୧ ଲକ୍ଷ ବରିଷ୍ଠ ନାଗରିକଙ୍କୁ ଟିକାଦାନ ଲକ୍ଷ୍ୟ ରଖାଯାଇଛି। ଏହାକୁ ବଢ଼ାଇବାକୁ ଆବଶ୍ୟକ ଭିତ୍ତିଭୂମିକୁ ଉନ୍ନତ କରାଯିବ। ବର୍ତ୍ତମାନ ରାଜ୍ୟରେ ୭୦୦ ଟିକାକରଣ କେନ୍ଦ୍ର ଚାଲୁଛି। ଏହାକୁ ୧ ହଜାରକୁ ବୃଦ୍ଧି କରାଯିବ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୧% ସ୍ବାସ୍ଥ୍ୟ କର୍ମୀ ଓ ୮୦% ସମ୍ମୁଖ ଯୋଦ୍ଧା ଟିକା ନେଇଥିବା ସେ ସୂଚନା ଦେଇଛନ୍ତି।
ଅପରପକ୍ଷରେ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର। ସେ କହିଛନ୍ତି, ଅନ୍‌ଲକ୍‌ ଯୋଗୁ ଯାତାୟାତ ବୃଦ୍ଧି ପାଇଛି ଓ ଲୋକେ ସାମାନ୍ୟ ଢିଲା ହୋଇଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କରୋନା ନିୟନ୍ତ୍ରଣାଧୀନ ଅଛି। ହେଲେ ଗତ ୨ମାସ ଭିତରେ ସାରା ଦେଶରେ ସଂକ୍ରମଣ କିଛି ପରିମାଣରେ ବଢ଼ିଛି। ୨୪ ଘଣ୍ଟାରେ ୨୪ ହଜାରରୁ ଅଧିକ ନୂଆ କେସ୍‌ ସାରା ଦେଶରୁ ବାହାରୁଛି। ତେଣୁ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ସମ୍ଭାବନା ରହିଛି। ସର୍ଭେଲାନ୍ସ ବୃଦ୍ଧି କରିବାକୁ ଆମେ ଚେଷ୍ଟା କରୁଛୁ। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ନିର୍ଦ୍ଦିଷ୍ଟ ୫ ରାଜ୍ୟର ସ୍ଥିତିକୁ ଦେଖି ଆମକୁ ସଚେତନ ହେବାକୁ ପଡ଼ିବ। ଟେଷ୍ଟିଂ, ଟ୍ରେସିଂକୁ ଜୋର୍‌ଦାର କରାଯାଇଛି। ବିଦେଶ ଓ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି। ଏହା ଦ୍ୱିତୀୟ ଲହର ନୁହେଁ, ବରଂ କିଛିଦିନ ପରେ ଏହି ସଂଖ୍ୟା ପୁଣି ଥରେ ଖସିବ। କିନ୍ତୁ ଲୋକଙ୍କୁ ସତର୍କ ଓ ସଚେତନ ହୋଇ ନିୟମ ପାଳନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri