Posted inଖେଳ

ଟେଷ୍ଟ ସିରିଜ: ଈଶାନ୍ତ ଆଉଟ, ୧୧ରେ ରୋହିତଙ୍କୁ ନେଇ ନିଷ୍ପତ୍ତି

ସିଡ୍‌ନୀ,୨୮।୧୧ (ପି.ଟି.): ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ଭାରତର ସବୁଠାରୁ ଅଭିଜ୍ଞ ବୋଲର ଈଶାନ୍ତ ଶର୍ମା ବାଦ୍‌ ପଡିଛନ୍ତି। ସିରିଜ ବେଳକୁ ସେ ମ୍ୟାଚ୍‌ ପାଇଁ ସମ୍ପୂର୍ଣ୍ଣ ଫିଟ୍‌ ହୋଇ ନ ଥିବେ। ତେଣୁ ତାଙ୍କୁ ବାଦ୍‌ ଦିଆଯାଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହା କହିଛନ୍ତି। ସେହିପରି ତାରକା ଓପନର ରୋହିତ ଶର୍ମାଙ୍କ ହାମ୍‌ଷ୍ଟ୍ରିଙ୍ଗ୍‌ ଇଞ୍ଜୁରି ନେଇ ଡିସେମ୍ବର ୧୧ ତାରିଖରେ ପରୀକ୍ଷା ହେବ ଓ ଏ ନେଇ ଅନ୍ତିମ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।
ଏକ ଅନ୍‌ଲାଇନ୍‌ ମିଡିଆ ଆଲୋଚନାରେ ଅଧିନାୟକ ଏ ନେଇ ନିଜର ଅସନ୍ତୋଷ ଜାରି କରିବା ପରେ ବିସିସିଆଇ ଏହି ଦୁଇ ଖେଳାଳିଙ୍କ ନେଇ ଅଧରାତିରେ ଶର୍ଟ ଇଞ୍ଜୁରି ଅପ୍‌- ଡେଟ୍‌ ଜାରି କରିଛି। ରିଦ୍ଧିମାନ ଶାହାଙ୍କ ସହିତ ରୋହିତ ଅଷ୍ଟ୍ରେଲିଆରେ କାହିଁକି ରିହାବିଲିଟେଶନରେ ରହିପାରିବେନି ବୋଲି କୋହଲି ପ୍ରଶ୍ନ କରିଥିଲେ। ଜୟ ଶାହା ଏହାର ମଧ୍ୟ ଜବାବ ରଖିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପରେ ରୋହିତ ନିଜ ଅସୁସ୍ଥ ପିତାଙ୍କୁ ଦେଖା କରିବା ପାଇଁ ମୁମ୍ବାଇ ପ୍ରତ୍ୟାବର୍ତ୍ତନ କରିଥିଲେ। ରୋହିତ ଏ ନେଇ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରେ ରିପୋର୍ଟ କରିଛନ୍ତି ବୋଲି ଶାହା ସ୍ପଷ୍ଟ କରିଛନ୍ତି। ତାଙ୍କ ପିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେବାରୁ ରୋହିତ ଏବେ ବେଙ୍ଗାଲୁରୁ ସ୍ଥିତ ଏନ୍‌ସିଏ ଯାଇ ରିହାବିଲିଟେଶନରେ ଅଛନ୍ତି ବୋଲି ଶାହା କହିଛନ୍ତି। ଆସନ୍ତା ୧୧ ତାରିଖରେ ତାଙ୍କ ଆଘାତ ସମସ୍ୟାର ମୂଲ୍ୟାଙ୍କନ ହେବ ଓ ଏହାପରେ ଟେଷ୍ଟ ସିରିଜରେ ସାମିଲ ହେବେ କି ନା ସ୍ପଷ୍ଟ ହେବ। ଯଦି ରୋହିତ ଅଷ୍ଟ୍ରେଲିଆ ଗସ୍ତ କରନ୍ତି ତେବେ ତାଙ୍କ ପାଇଁ କ୍ୱାରାଣ୍ଟାଇନ ନିୟମ କୋହଳ କରିବାକୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ମୁଖ୍ୟ କାର୍ଯ୍ୟନର୍ବାହୀ ନିକ୍‌ ହୋକ୍‌ଲିଙ୍କୁ ଅନୁରୋଧ କରିଛନ୍ତି ବୋଲି ଜଣାଯାଇଛି। ଏହା ହେଲେ ୧୪ ଦିନିଆ ଆଇସୋଲେଶନ ପିରିୟଡ୍‌ରେ ଟ୍ରେନିଂ କରିପାରିବେ। ସେହିପରି ଆଇପିଏଲ୍‌ ଖେଳିବା ଅବସରରେ ଈଶାନ୍ତ ଆହତ ହୋଇଥିଲେ। ସେ ସାଇଡ୍‌ ଷ୍ଟ୍ରେନ୍‌ ଇଞ୍ଜୁରିରୁ ମୁକ୍ତ ହୋଇଥିଲେ ମଧ୍ୟ ମ୍ୟାଚ୍‌ ଫିଟ୍‌ନେସ୍‌ ହାସଲ କରିବା ପାଇଁ ସମୟ ନେବେ। ଫଳରେ ସେ ଆଗାମୀ ଟେଷ୍ଟ ସିରିଜରୁ ବାଦ୍‌ ପଡିଛନ୍ତି ବୋଲି ଶାହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ପାଇଁ ଖେଳିବା ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଆଗକୁ…

ନୂଆଦିଲ୍ଲୀ,୮।୬: ମାତ୍ର ୧୫ ବର୍ଷ ବୟସରେ ବିଶ୍ୱର ସବୁଠାରୁ ଚର୍ଚ୍ଚିତ କ୍ରିକେଟର ପାଲଟିଛନ୍ତି ବୈଭବ ସୂର୍ଯ୍ୟବଂଶୀ। IPLରେ ଚହଳ ସୃଷ୍ଟି କରିବା ଠାରୁ ଆରମ୍ଭ କରି ଟିମ…

ଇତିହାସ ରଚିଲା ଟିମ୍‌ ଇଣ୍ଡିଆ: ଟେଷ୍ଟ କ୍ରିକେଟ ଇତିହାସରେ…

ଚଣ୍ଡିଗଡ଼,୮।୬: ଏକମାତ୍ର ଟେଷ୍ଟରେ ଟିମ ଇଣ୍ଡିଆ ଆଫଗାନିସ୍ତାନକୁ ଏକ ଇନିଂସ ଏବଂ ୩୦୦ ରନରେ ପରାସ୍ତ କରିଛି। ଏହା ଟେଷ୍ଟ କ୍ରିକେଟ ଇତିହାସରେ ଟିମ ଇଣ୍ଡିଆର ସବୁଠାରୁ…

ପରମ୍ପରା କାହିଁକି ଭାଙ୍ଗିଲେ ଜୟ ଶାହା? ସେ ଜଣେ ପାକିସ୍ତାନୀ ଖେଳାଳିଙ୍କ ସହ ସର୍ବସାଧାରଣରେ ହାତ ମିଳାଇଲେ

ନୂଆଦିଲ୍ଲୀ,୮।୬: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଏତେ ଖରାପ ହୋଇଯାଇଛି ଯେ ଉଭୟ ଦେଶର ଖେଳାଳିମାନେ କ୍ରିକେଟ ପଡ଼ିଆରେ ହାତ ମିଳାନ୍ତି ନାହିଁ। ପାକିସ୍ତାନ ଲଗାତାର…

ଖାଲି କ୍ରିକେଟ ଖେଳିବାକୁ ଆସିନି, ୧୦-୨୦ ବର୍ଷ ଯାଏ ଡୋମିନେଟ୍‌ କରିବାକୁ ଚାହୁଁଛି: ବୈଭବଙ୍କ…

ନୂଆଦିଲ୍ଲୀ,୭।୬: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ସାରା ବିଶ୍ୱକୁ ଚକିତ କରିଥିବା ୧୫ ବର୍ଷର ଯୁବ କ୍ରିକେଟରବୈଭବ ସୂର୍ଯ୍ୟବଂଶୀଙ୍କୁ ଶନିବାର ଦିନ ଏକ ବଡ଼…

ଟିମ ଇଣ୍ଡିଆରେ ଏଣ୍ଟ୍ରି ପରେ ବିଜ୍ଞାପନ ବଜାରରେ ଛାଇଗଲେ ସୂର୍ଯ୍ୟବଂଶୀ; କିନ୍ତୁ ବିରାଟ-ରୋହିତଙ୍କ ଭଳି କରିପାରିବେନି ସବୁ ବ୍ରାଣ୍ଡର ପ୍ରଚାର, ଜାଣନ୍ତୁ କାହିଁକ?

ନୂଆଦିଲ୍ଲୀ,୭।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ସହିତ ଏସିଆନ ଗେମ୍ସ ପାଇଁ ମଧ୍ୟ ନିଜର ଟି-୨୦ ଦଳ ଘୋଷଣା କରିସାରିଛି।…

‘ସ୍ବପ୍ନ ପୂରଣ ହେଲା..’, ବିରାଟ କୋହଲିଙ୍କୁ ନେଇ ଏମିତି କଥା କହିଲେ ବୈଭବ ସୂର୍ଯ୍ୟବଂଶୀ, ଏବେ ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୭।୬: ଯଦିଓ RCB GTକୁ ପରାସ୍ତ କରି IPL 2026 ଟାଇଟଲ ଜିତିଥିଲା, କିନ୍ତୁ 19ତମ ସିଜିନ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ପାଇଁ ମନେ ରହିବ। ବୈଭବ…

ଅଧିନାୟକ ପଦ ଯିବା ପରେ ସନ୍ୟାସ ନେଲେ ସୂର୍ଯ୍ୟକୁମାର? ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ

ନୂଆଦିଲ୍ଲୀ,୭।୬: ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଟିମ ଇଣ୍ଡିଆର ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ ଗସ୍ତ ପାଇଁ ଚୟନ କରାଯାଇ ନଥିଲା। ତାଙ୍କ ସ୍ଥାନରେ ଶ୍ରେୟସ…

ଶ୍ରେୟସ ଆୟର ଟିମ ଇଣ୍ଡିଆର ଅଧିନାୟକ ହେବା ପରେ ମୁହଁ ଖୋଲିଲେ ସୂର୍ଯ୍ୟକୁମାର, କହିଦେଲେ ଏମିତି କଥା…

ନୂଆଦିଲ୍‌ଲୀ,୭।୬: ଆଇପିଏଲ ପରେ ଭାରତୀୟ ଟି-୨୦ ଦଳରେ କିଛି ଚମକାଇ ଦେବା ଭଳି ପରିବର୍ତ୍ତନ ଦେଖିବାକୁ ମିଳିଛି। ସୂର୍ଯ୍ୟକୁମାର ଯାଦବ ଏବେ ଆଉ ଟିମ ଇଣ୍ଡିଆର ଅଧିନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri