Posted inଖେଳ

ଟେଷ୍ଟ ସିରିଜ: ଚେନ୍ନାଇରେ ପହଞ୍ଚିଲେ ଇଂଲଣ୍ଡ ଖେଳାଳି

ଚେନ୍ନାଇ,୨୮।୧(ପି.ଟି.): ଭାରତ ବିପକ୍ଷରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଅଧିନାୟକ ଜୋ ରୁଟ୍‌ଙ୍କ ସମେତ ଇଂଲଣ୍ଡ କ୍ରିକେଟ ଦଳର କେତେକ ସଦସ୍ୟ ବୁଧବାର ଚେନ୍ନାଇରେ ଆସି ପହଞ୍ଚିଛନ୍ତି। ସିରିଜ୍‌ର ପ୍ରଥମ ଦୁଇଟି ଟେଷ୍ଟ ଚେନ୍ନାଇରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ସେହିପରି ସପୋର୍ଟ ଷ୍ଟାଫ୍‌ର କେତେଜଣ ସଦସ୍ୟଙ୍କ ସମେତ କେତେଜଣ ଭାରତୀୟ ଖେଳାଳି ମଧ୍ୟ ଏଠାରେ ପହଞ୍ଚିଛନ୍ତି ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ରୁଟ୍‌ ଓ ତାଙ୍କ ସାଥୀ ଖେଳାଳି ସକାଳ ୧୦.୩୦ରେ ଶ୍ରୀଲଙ୍କାରୁ ଭାରତ ଗସ୍ତ କରିଥିଲେ। ଏଠାରେ ପହଞ୍ଚିବା ପରେ ଖେଳାଳିମାନେ ସିଧା ଟିମ୍‌ ହୋଟେଲକୁ ଯାଇଥିଲେ। ହୋଟେଲରେ ଦୁଇ ଦଳର ସଦସ୍ୟ ବାୟୋ ବବଲ୍‌ ଅର୍ଥାତ ଜୈବ ସୁରକ୍ଷିତ ପରିବେଶରେ ରହିବେ ବୋଲି ତାମିଲନାଡୁ କ୍ରିକେଟ ଆସୋସିଏଶନ (ଟିଏନ୍‌ସିଏ)ର ଜଣେ ଅଧିକାରୀ କହିଛନ୍ତି।
ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ଭ୍ରମଣକାରୀ ଇଂଲଣ୍ଡ ୨-୦ରେ କ୍ଲିନ୍‌ ସୁଇପ୍‌ କରିଥିଲା। ଅଧିନାୟକ ରୁଟ୍‌ ଦୁଇଟି ବୃହତ୍‌ ଶତକ ଅର୍ଜନ କରିଥିଲେ। ପୂର୍ବରୁ ଷ୍ଟାର ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଓ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ରବିବାର ଏଠାରେ ଆସି ପହଞ୍ଚି କ୍ୱାରାଣ୍ଟାଇନରେ ରହିଥିଲେ। ସେହିପରି ରୋହିତ ଶର୍ମା, ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ ମଙ୍ଗଳବାର ରାତିରେ ଆସି ପହଞ୍ଚିଥିଲେ। ଚେତେଶ୍ୱର ପୂଜାରା, ଯଶପ୍ରୀତ ବୁମ୍‌ରା ଓ ରିଷଭ ପନ୍ତ ବୁଧବାର ସକାଳେ ଏଠାରେ ଆସି ପହଞ୍ଚିଛନ୍ତି।
ଟିମ୍‌ କୋଚ୍‌ ରବି ଶାସ୍ତ୍ରୀ ମୁମ୍ବାଇରୁ ସିଧା ଆସିଥିବା ବେଳେ ଅନ୍ୟ ଖେଳାଳିମାନେ ମଧ୍ୟ ଦେଶର ବିଭିନ୍ନ ସ୍ଥାନରୁ ଏଠାରେ ଆସି ପହଞ୍ଚିଛନ୍ତି। ଅଧିନାୟକ ବିରାଟ କୋହଲି ମଧ୍ୟ ବୁଧବାର ଏଠାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିଲା। ଦୁଇ ଦଳର ଖେଳାଳି ହୋଟେଲ ଲିଲା ପ୍ୟାଲେସ୍‌ରେ ରହିବେ। କୋଭିଡ୍‌-୧୯ ପ୍ରୋଟୋକଲ୍ସ ଅନୁଯାୟୀ ଖେଳାଳିମାନେ କ୍ୱାରାଣ୍ଟାଇନ୍‌ରେ ରହିବେ ଓ ସେମାନଙ୍କର କରୋନା ଟେଷ୍ଟ ମଧ୍ୟ ହେବ। ଖେଳାଳିମାନେ ୬ ଦିନ କ୍ୱାରାଣ୍ଟାଇନ୍‌ରେ ରହିବେ ଓ ଫେବୃୟାରୀ ୨ ତାରିଖରୁ ଅଭ୍ୟାସ କରିବେ। ପ୍ରଥମ ଟେଷ୍ଟ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଫେବୃୟାରୀ ୫ ତାରିଖରୁ ଆରମ୍ଭ ହେବ ଓ ଦ୍ୱିତୀୟ ଟେଷ୍ଟ ୧୩ ତାରିଖରୁ ଆରମ୍ଭ ହେବ। ଶେଷଥର ପାଇଁ ଚେନ୍ନାଇରେ ୨୦୧୬ ଡିସେମ୍ବର ୧୬ ତାରିଖରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri