Posted inଜାତୀୟ

ଗୁଳି କରି ପୋଲିସଙ୍କୁ ହତ୍ୟା କଲେ ଆତଙ୍କବାଦୀ…

ଶ୍ରୀନଗର, ୨୪।୫ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ପୁଣି ଜଣେ ପୋଲିସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଶ୍ରୀନଗର ଜିଲାର ସୁରା ଅଞ୍ଚଳରେ ଏହି ଆକ୍ରମଣ ଘଟିଛି। ଆତଙ୍କବାଦୀଙ୍କ ଗୁଳି ମାଡ଼ରେ ପୋଲିସ ସୈଫୁଲ୍ଲା କାଦ୍ରି ଗୁରୁତର ଆହତ ହୋଇଥିଲେ। ଏହି ଆକ୍ରମଣରେ ତାଙ୍କ ୭ ବର୍ଷର ଝିଅ ମଧ୍ୟ ଆହତ ହୋଇଛନ୍ତି।

ଜମ୍ମୁ-କଶ୍ମୀର ପୋଲିସ ସୂତ୍ରରୁ ପ୍ରକାଶ ଯେ ସୈଫୁଲ୍ଲା କାଦ୍ରିଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା। ଡାକ୍ତର ଜିଏଚ ୟାଟୁ କହିଛନ୍ତି ଯେ ଡାକ୍ତରଖାନାରେ ପହଞ୍ଚିବା ପରେ ସାଇଫୁଲ୍ଲା କାଦ୍ରିଙ୍କ ପରୀକ୍ଷା କରାଯାଇଥିଲା। ତେବେ ସେତେବେଳକୂ ତାଙ୍କର ମୃତ୍ୟୁ ଘଟି ସାରିଥିଲା। ସୈଫୁଲାଙ୍କ ଝିଇଙ୍କର ଅବସ୍ଥା ସ୍ଥିର ରହିଛି। ଘଟଣାର କିଛି ସମୟ ପରେ ପୋଲିସ ଏହି ଅଞ୍ଚଳକୁ କର୍ଡନ କରି ଆତଙ୍କବାଦୀଙ୍କ ସନ୍ଧାନ ଜାରି ରଖିଛି।

ଗତ କିଛି ମାସ ମଧ୍ୟରେ ଆତଙ୍କବାଦୀମାନେ ସ୍ଥାନୀୟ ସେନା ଯବାନ, ପୋଲିସ ଏବଂ ସ୍ଥାନୀୟ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ଉପରେ ଆକ୍ରମଣକୁ ଜୋରଦାର କରିଛନ୍ତି। କେବଳ ଏତିକି ନୁହେଁ, ଅନ୍ୟ ରାଜ୍ୟର ପ୍ରବାସୀଙ୍କ ଉପରେ ଆକ୍ରମଣ ମଧ୍ୟ ବୃଦ୍ଧି ପାଇଛି।

ଅପରେଶନ ଅଲ ଆଉଟ ଯୋଗୁ ସୁରକ୍ଷା ବାହିନୀଙ୍କ ଉପରେ ପ୍ରତିହିଂସା ପରାୟଣ ବଶତଃ ଆତଙ୍କବାଦୀମାନେ ଏପରି ଆକ୍ରମଣ କରୁଛନ୍ତି ଯାହା ଦ୍ୱାରା ଭୟର ବାତାବରଣ ସୃଷ୍ଟି ହୋଇପାରିବ। କଶ୍ମୀର ପଣ୍ଡିତଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ, ପଞ୍ଚାୟତ ନିର୍ବାଚନରେ ଲୋକଙ୍କ ଅଂଶଗ୍ରହଣ ମଧ୍ୟ ଆତଙ୍କବାଦୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ତେଣୁ ସେମାନେ ଟାର୍ଗେଟ୍‌ କିଲିଂ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ଝାଡଖଣ୍ଡକୁ କାହିଁକି ଗଲେନି ରାହୁଲ ଗାନ୍ଧୀ? ସିଧା ସିଧା ଉତ୍ତର ଦେଲେ ପ୍ରିୟଙ୍କା

ନୂଆଦିଲ୍ଲୀ, ୧୧।୮: ମୌସୁମୀ ଅଧିବେଶନ ଚାଲିଥିବା ସମୟରେ ମଙ୍ଗଳବାର ଦିନ ସଂସଦ ପରିସର ବାହାରେ NDA ଏବଂ ବିରୋଧୀ ଦଳର ସାଂସଦମାନେ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ପଟେ…

ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri