Posted inଜାତୀୟ

ଗୁଳି କରି ପୋଲିସଙ୍କୁ ହତ୍ୟା କଲେ ଆତଙ୍କବାଦୀ…

ଶ୍ରୀନଗର, ୨୪।୫ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ପୁଣି ଜଣେ ପୋଲିସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଶ୍ରୀନଗର ଜିଲାର ସୁରା ଅଞ୍ଚଳରେ ଏହି ଆକ୍ରମଣ ଘଟିଛି। ଆତଙ୍କବାଦୀଙ୍କ ଗୁଳି ମାଡ଼ରେ ପୋଲିସ ସୈଫୁଲ୍ଲା କାଦ୍ରି ଗୁରୁତର ଆହତ ହୋଇଥିଲେ। ଏହି ଆକ୍ରମଣରେ ତାଙ୍କ ୭ ବର୍ଷର ଝିଅ ମଧ୍ୟ ଆହତ ହୋଇଛନ୍ତି।

ଜମ୍ମୁ-କଶ୍ମୀର ପୋଲିସ ସୂତ୍ରରୁ ପ୍ରକାଶ ଯେ ସୈଫୁଲ୍ଲା କାଦ୍ରିଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା। ଡାକ୍ତର ଜିଏଚ ୟାଟୁ କହିଛନ୍ତି ଯେ ଡାକ୍ତରଖାନାରେ ପହଞ୍ଚିବା ପରେ ସାଇଫୁଲ୍ଲା କାଦ୍ରିଙ୍କ ପରୀକ୍ଷା କରାଯାଇଥିଲା। ତେବେ ସେତେବେଳକୂ ତାଙ୍କର ମୃତ୍ୟୁ ଘଟି ସାରିଥିଲା। ସୈଫୁଲାଙ୍କ ଝିଇଙ୍କର ଅବସ୍ଥା ସ୍ଥିର ରହିଛି। ଘଟଣାର କିଛି ସମୟ ପରେ ପୋଲିସ ଏହି ଅଞ୍ଚଳକୁ କର୍ଡନ କରି ଆତଙ୍କବାଦୀଙ୍କ ସନ୍ଧାନ ଜାରି ରଖିଛି।

ଗତ କିଛି ମାସ ମଧ୍ୟରେ ଆତଙ୍କବାଦୀମାନେ ସ୍ଥାନୀୟ ସେନା ଯବାନ, ପୋଲିସ ଏବଂ ସ୍ଥାନୀୟ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ଉପରେ ଆକ୍ରମଣକୁ ଜୋରଦାର କରିଛନ୍ତି। କେବଳ ଏତିକି ନୁହେଁ, ଅନ୍ୟ ରାଜ୍ୟର ପ୍ରବାସୀଙ୍କ ଉପରେ ଆକ୍ରମଣ ମଧ୍ୟ ବୃଦ୍ଧି ପାଇଛି।

ଅପରେଶନ ଅଲ ଆଉଟ ଯୋଗୁ ସୁରକ୍ଷା ବାହିନୀଙ୍କ ଉପରେ ପ୍ରତିହିଂସା ପରାୟଣ ବଶତଃ ଆତଙ୍କବାଦୀମାନେ ଏପରି ଆକ୍ରମଣ କରୁଛନ୍ତି ଯାହା ଦ୍ୱାରା ଭୟର ବାତାବରଣ ସୃଷ୍ଟି ହୋଇପାରିବ। କଶ୍ମୀର ପଣ୍ଡିତଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ, ପଞ୍ଚାୟତ ନିର୍ବାଚନରେ ଲୋକଙ୍କ ଅଂଶଗ୍ରହଣ ମଧ୍ୟ ଆତଙ୍କବାଦୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ତେଣୁ ସେମାନେ ଟାର୍ଗେଟ୍‌ କିଲିଂ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲୁଛି: ରାହୁଲ ଗାନ୍ଧୀ

ଜୟପୁର,୧୯।୧୨: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଜାରି ରହିଛି। ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରା ସୋମବାର ଅଲଓ୍ବାର ଜିଲାରେ ପ୍ରବେଶ କରିଥିଲା। ଏହି ଅବସରରେ ସେଠାରେ...

ଭୁଶୁଡ଼ିଲା ନିର୍ମାଣଧିନ କୋଠା,୫ ମୃତ

ନୂଆଦିଲ୍ଲୀ,୧୫।୭: ରାଜଧାନୀ ଦିଲ୍ଲୀର ଅଲୀପୁର ଅଞ୍ଚଳରେ ଶୁକ୍ରବାର ନିର୍ମାଣଧିନ କୋଠା ଭୁଶୁଡ଼ି ପଡ଼ିଛି । ଏଥିରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୯...

ଲୋକ ସଭା ଟିକେଟ ପାଇଁ ନେଇଥିଲେ ୫ କୋଟି

ପାଟନା, ୨୦।୯: ୨୦୧୯ ଲୋକ ସଭା ନିର୍ବାଚନ ବେଳେ ଆର୍‌ଜେଡି ନେତା ଗୋଟିଏ ଟିକେଟ ପାଇଁ ୫ କୋଟି ଟଙ୍କା ନେଇଥିଲେ। ଏନେଇ ତେଜସ୍ବୀ ଯାଦବ,...

ନାଗାଲାଣ୍ଡ ବିଧାନସଭାରେ ପ୍ରଥମ ଥର ଜାତୀୟ ସଙ୍ଗୀତ ଗାନ

ନୂଆଦିଲ୍ଲୀ, ୨୧।୨: ନାଗାଲାଣ୍ଡ ରାଜ୍ୟ ମାନ୍ୟତା ପାଇବାର ପ୍ରାୟ ୬୦ ବର୍ଷ ପରେ ପ୍ରଥମ ଥର ଲାଗି ଏହାର ବିଧାନସଭାରେ ଜାତୀୟ ସଙ୍ଗୀତ ଗାନ କରାଯାଇଛି।...

ସୋନିଆ-ରିଜିଜୁ ମୁହାଁମୁହିଁ…

ନୂଆଦିଲ୍ଲୀ,୧୧।୪ : କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ କେନ୍ଦ୍ର ଆଇନ ମନ୍ତ୍ରୀ ମୁହାଁମୁହିଁ ହୋଇଛନ୍ତି। ଏକ ଇଂଲିଶ ଖବରକାଗଜ ପାଇଁ ଲେଖାଯାଇଥିବା ସମ୍ପାଦକୀୟରେ ସୋନିଆ...

ରାଷ୍ଟ୍ରପତି ରାମନାଥ କୋବିନ୍ଦ ୭୪ ବର୍ଷରେ ପାଦ ଦେଲେ: ମୋଦି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ,୧।୧୦: ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ୭୪ ବର୍ଷରେ ପାଦ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ...

ମତ୍ସ୍ୟଜୀବୀଙ୍କୁ ୩.୫ ଲକ୍ଷ ଟ୍ରାନ୍ସପଣ୍ଡର ଦେବେ କେନ୍ଦ୍ର ସରକାର: ସୁଦୃଢ଼ ହେବ ଉପକୂଳ ସୁରକ୍ଷା…

ନୂଆଦିଲ୍ଲୀ,୨୭।୫ : ଉପକୂଳ ସୁରକ୍ଷାକୁ ବଢ଼ାଇବା ପାଇଁ କେନ୍ଦ୍ର ସରକାର ମତ୍ସ୍ୟଜୀବୀଙ୍କୁ ୩.୫ ଲକ୍ଷ ଯୋଗାଯୋଗ ଟ୍ରାନ୍ସପଣ୍ଡର ମାଗଣାରେ ଯୋଗାଇବାକୁ ଯାଉଛନ୍ତି। ଏହା ମତ୍ସ୍ୟଜୀବୀଙ୍କୁ ଟ୍ରାକ...

ମଇଁଷି ଛୁଆର ପ୍ରକୃତ ମାଲିକ କିଏ, ହେବ ଡିଏନ୍‌ଏ ଟେଷ୍ଟ

ଲକ୍ଷୌ,୭।୬: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଜବ ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କ ମଇଁଷି ଛୁଆ ଚୋରି ହୋଇଥିବା ଅଭିଯୋଗ ଆଣିଛନ୍ତି। ତେବେ ଯେଉଁ...

Advertisement
Archives

Model This Week