Posted inଜାତୀୟ

ଭାଜପା ନେତାଙ୍କୁ ହତ୍ୟା

କୁଲଗାମ,୬।୮: ଜମ୍ମୁ-କଶ୍ମୀରର କୁଲଗାମରେ ଆତଙ୍କବାଦୀମାନେ ପୁଣିଥରେ ତାଣ୍ଡବ ରଚିଛନ୍ତି। ଗୁରୁବାର ସକାଳେ ଆତଙ୍କବାଦୀମାନେ ଗୁଳିକରି ସେଠାକାର ଭାରତୀୟ ଜନତା ପାର୍ଟି(ଭାଜପା) ସରପଞ୍ଚଙ୍କୁ ହତ୍ୟା କରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ସରପଞ୍ଚ ସଜାଦ ଅହମ୍ମଦ ତାଙ୍କ ଘର ବାହାରେ ଠିଆ ହୋଇଥିବା ବେଳେ ତାଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ଗୁଳି ଚାଳନା କରିଥିଲେ। ଆଉ ସେହିଠାରେ ହିଁ ସରପଞ୍ଚ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ଯାଇଥିଲେ। ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଜୁଲାଇ ମାସରେ ଭାଜପାର ବାନ୍ଦିପୋରା ଜିଲାଧ୍ୟକ୍ଷ ଓ ତାଙ୍କର ଦୁଇ ପରିଜନଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ଭାଜପା ନେତାଙ୍କ ଜୀବନ ପ୍ରତି ବିପଦ: ଗୃହ ମନ୍ତ୍ରଣାଳୟ ପକ୍ଷରୁ ବଢ଼ାଗଲା ସୁରକ୍ଷା 

ଚଣ୍ଡିଗଡ଼,୧୯।୧୧: ନିକଟରେ କଂଗ୍ରେସରୁ ଭାଜପାରେ ସାମିଲ ହୋଇଥିବା ପଞ୍ଜାବର ୪ଜଣ ନେତାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ଗୃହମନ୍ତ୍ରଣାଳୟ ପକ୍ଷରୁ ପଞ୍ଜାବର ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ବଲବୀର...

ଅକ୍ସଫୋର୍ଡ ଟିକା ୯୦% ଫଳପ୍ରଦ

ନୂଆଦିଲ୍ଲୀ, ୨୪।୧୧(ପି.ଟି.): ଅକ୍ସଫୋର୍ଡ ଟିକା ପାଖାପାଖି ୯୦ ପ୍ରତିଶତ ଫଳପ୍ରଦ ହୋଇପାରିବ ଓ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି ବ୍ରିଟେନ କମ୍ପାନୀ ଅଷ୍ଟ୍ରାଜେନିକା...

ସୂଚନା ପ୍ରସାରଣ ମନ୍ତ୍ରୀଙ୍କ ସହିତ ଆଲୋଚନା ପାଇଁ ଟୁଇଟର ଆଗ୍ରହୀ

ନୂଆଦିଲ୍ଲୀ,୯।୨: ଜାନୁୟାରୀ ୨୬ରେ ଟାକ୍ଟର ରାଲି ସମୟରେ ଘଟିଥିବା ହିଂସାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାକିସ୍ତାନ ଏବଂ ଖଲିସ୍ତାନ ସହିତ ସମ୍ପର୍କିତ ୧୧୭୮ ଆକାଉଣ୍ଟ୍‌...

୩୨ ବର୍ଷ ପୂର୍ବେ କରିଥିଲେ ଚୋରିି, ଏବେ ମିଳିଲା ଏମିତି ଦଣ୍ଡ

ନୂଆଦିଲ୍ଲୀ, ୨।୯: ନୂଆଦିଲ୍ଲୀ ଜିଲାର ମନ୍ଦିର ମାର୍ଗ ଥାନା ପୋଲିସ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରିଛି। ୩୨ ବର୍ଷ ପୂର୍ବେ ଦିଲ୍ଲୀରେ ସେ...

ଭାଜପା ମୁସଲମାନ ବିରୋଧୀ: ଓଓ୍ବାଇସି

ନୂଆଦିଲ୍ଲୀ,୨୭।୧୧: ହିଂସା ଅପରାଧୀଙ୍କୁ ୨୦୦୨ରେ ଭାଜପା ଶିକ୍ଷା ଦେଇଥିଲା ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ମନ୍ତବ୍ୟକୁ ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସି ନିନ୍ଦା କରିଛନ୍ତି। ଶାହା...

୨୦୨୪ ରଣନୀତି: ଶରଦ ପାୱାରଙ୍କ ନେତୃତ୍ୱରେ ହେବ ବିରୋଧୀ ଦଳ ବୈଠକ

ନୂଆଦିଲ୍ଲୀ,୨୧।୬: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିରୋଧୀଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି) ମୁଖ୍ୟ ଶରଦ ପାୱାର ମଙ୍ଗଳବାର ଅଣ କଂଗ୍ରେସ...

ବିମାନର ମଝି ସିଟ୍‌ରେ ବସି ଯାତ୍ରା କରିବା ମନା

ନୂଆଦିଲ୍ଲୀ,୧।୬: ଏଥର ବିମାନର ମଝି ସିଟ୍‌ରେ ବସି ଯାତ୍ରା କରିବାକୁ ବାରଣ କରାଯାଇଛି। ସୋମବାର ଡିଜିସିଏ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ବିଭିନ୍ନ ଏୟାର ଲାଇନ୍ସ...

ମୋଦି ଦେଇଥିବା ସମ୍ମାନ କେବେ ଭୁଲି ପାରିବି ନାହିଁ: ଚିରାଗ

ପାଟନା,୧୮।୧୦: ବିହାର ବିଧାନସଭା ନିର୍ବାଚନର କୋଳାହଳ ମଧ୍ୟରେ ଲୋକ ଜନଶକ୍ତି ପାର୍ଟିର ରାଷ୍ଟ୍ରୀୟ ସଭାପତି ଚିରାଗ ପାଶୱାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାରମ୍ବାର ପ୍ରଶଂସା କରୁଥିବା...

Advertisement
Archives

Model This Week