Advertisement

ଆତଙ୍କବାଦ ମାନବିକତା ପାଇଁ ସବୁଠାରୁ ବଡ ବିପଦ, ଏସିଆ-ଆଫ୍ରିକାରେ ବୃଦ୍ଧି ପାଉଛି…

ଜେନେଭା,୨୯।୧୦ : ଆତଙ୍କବାଦକୁ ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ପରିଣତ କରିଥିବା ଦେଶମାନଙ୍କୁ ଚେତାବନୀ ଦେବା ପାଇଁ ଜାତିସଂଘର ଆତଙ୍କବାଦ ବିରୋଧୀ ପ୍ରତିବନ୍ଧକ ବ୍ୟବସ୍ଥା ପ୍ରଭାବଶାଳୀ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶନିବାର ସ୍ପଷ୍ଟ ଭାବେ କହିଛନ୍ତି। ପାକିସ୍ତାନର ନାମ ନନେଇ ସେ ଏଭଳି ମତପୋଷଣ କରିଛନ୍ତି। ମିଳିତ ଜାତିସଂଘ ସୁରକ୍ଷା ପରିଷଦର (ୟୁଏନଏସସି) ଆତଙ୍କବାଦ ବିରୋଧୀ କମିଟି ବୈଠକରେ ସମ୍ବୋଧିତ କରି ଜୟଶଙ୍କର ଆତଙ୍କବାଦକୁ ମାନବିକତା ପାଇଁ ସବୁଠାରୁ ବଡ ବିପଦ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ମିଳିତ ଜାତିସଂଘର ଉଦ୍ୟମ ସତ୍ତ୍ୱେ ବିଶେଷ କରି ଏସିଆ ଏବଂ ଆଫ୍ରିକାରେ ଆତଙ୍କବାଦର ବିପଦ ଆଶଙ୍କା ବୃଦ୍ଧି ପାଉଛି ।
ଆତଙ୍କବାଦ ମୁକାବିଲା ପାଇଁ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଗତ ଦୁଇ ଦଶନ୍ଧି ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଶୈଳୀ ଗଠନ କରାଯାଇଛି।

ଆତଙ୍କବାଦକୁ ମୁକ୍ତ ସମାଜର ନୈତିକ ସ୍ବାଧୀନତା ସହନଶୀଳତା୍‌ ଏବଂ ପ୍ରଗତି ଉପରେ ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ନୂତନ ଟେକ୍ନୋଲୋଜିର ଅପବ୍ୟବହାର ମାଧ୍ୟମରେ ବିପଦ ସୃଷ୍ଟି ହେବାରେ ଲାଗିଛି। ଆତଙ୍କବାଦୀ ଗୋଷ୍ଠୀର ଟୁଲକିଟ୍‌ ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରଭାବଶାଳୀ ଉପକରଣ ଭାବରେ ଉଭା ହୋଇଛି। ନିକଟ ଅତୀତରେ, ବିଶେଷ ଭାବରେ ମୁକ୍ତ ଏବଂ ଉଦାରବାଦୀ ସମାଜରେ ଆତଙ୍କବାଦୀ ଗୋଷ୍ଠୀ, ସେମାନଙ୍କର ଆଦର୍ଶ ଅନୁସରଣକାରୀଙ୍କ ମାଧ୍ୟମରେ ଏହି ଜ୍ଞାନକୌଶଳରେ ପ୍ରବେଶ କରି ନିଜର ଦକ୍ଷତା ବୃଦ୍ଧି କରିଛନ୍ତି।

ଆତଙ୍କବାଦୀଙ୍କ ଦ୍ୱାରା ସଶସ୍ତ୍ର ଡ୍ରୋନ ବ୍ୟବହାରକୁ ନେଇ ସଦସ୍ୟ ରାଷ୍ଟ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ମିଳିବ ନୂଆ ସେନାମୁଖ୍ୟ

ଇସଲାମାବାଦ,୧୭ା୯: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ବାଜା ଆସିଫ୍‌ ଶନିବାର କହିଛନ୍ତି ଯେ, ନଭେମ୍ବରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ଏକ ନୂଆ ସେନା ମୁଖ୍ୟ ନିଯୁକ୍ତ...

ଟ୍ରମ୍ପଙ୍କ ବିରୋଧରେ ଠକେଇ ଅଭିଯୋଗ

ଓ୍ବାଶିଂଟନ,୨୨ା୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ,ତାଙ୍କର ତିନିପୁଅ ଏବଂ ଟ୍ରମ୍ପ ସଂଗଠନ ନାମରେ ଏକ ଠକେଇ ମାମଲା ଦାୟର ହୋଇଛି। ଏକ ରିପୋର୍ଟ ଅନୁଯାୟୀ...

ଆମେରିକାରେ ଅପମାନିତ ହେଲା ପାକିସ୍ତାନ: ଭାରତକୁ ଦେଲା ଦୋଷ

ୱାଶିଂଟନ,୧।୨: ପାକିସ୍ତାନ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଅପମାନିତ ହୋଇଛି। ଆମେରିକାର ସାଂସଦ ସ୍କଟ ପେରି ମାସୁଦ ଖାନଙ୍କୁ ପାକିସ୍ତାନର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତିକୁ...

ନ୍ୟୁୟର୍କରୁ ମିଳିଲା ଦୋମୁହାଁ ମାଛ

ନ୍ୟୁୟର୍କ, ୨୨।୮: ନ୍ୟୁର୍କରେ ଜଣେ ମାଛ ଧରାଳି ଦୋମୁହାଁ ମାଛ ଧରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ହୋଇଛି। ନ୍ୟୁୟର୍କରେ ଡେବୀ...

ଦକ୍ଷିଣକୋରିଆ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିବାକୁ କହିଲା ଉତ୍ତରକୋରିଆ

ସିଓଲ,୯।୬: ଦକ୍ଷିଣକୋରିଆ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିବା ଲାଗି ଉତ୍ତରକୋରିଆର ମଙ୍ଗଳବାର ନିଷ୍ପତ୍ତି ନେଇଛି। ଉତ୍ତରକୋରିଆ ବିରୋଧରେ ହେଉଥିବା ଅପପ୍ରଚାର ରୋକିବାରେ ଦକ୍ଷିଣକୋରିଆ ଅସମର୍ଥ...

ଉତ୍ତର କୋରିଆ-ଦକ୍ଷିଣ କୋରିଆ ସୀମାରେ ଗୁଳି ବିନିମୟ

ସିଓଲ୍‌,୩।୫: ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ସୀମାରେ ଗୁଳି ବିନିମୟ ଘଟିଛି। ଗତ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏଭଳି ହୋଇଥିବା...

ମୃତ୍ୟୁଫାଶରୁ ମୁକୁଳିଥିଲେ ୧୨ ଫୁଟ୍‌ବଲ ଖେଳାଳି

ବ୍ୟାଙ୍କକ୍‌,୨୩ା୬(ଆଇଏଏନ୍‌ଏସ୍‌): ଠିକ୍‌ ବର୍ଷକ ତଳେ ଉତ୍ତର ଥାଇଲାଣ୍ଡର ଏକ ଗୁମ୍ଫାରେ ଫସି ରହିଥିଲେ ୧୨ଜଣ କିଶୋର ଫୁଟବଲ୍‌ ଖେଳାଳି। ଦୀର୍ଘ ୧୫ ଦିନ ପରେ ସେମାନଙ୍କୁ...

ଲ୍ୟାଣ୍ଡିଂ କରିବାବେଳେ ଜଳିଗଲା ବାୟୁସେନା ବିମାନ: ୨୬ ମୃତ

କାୟିଭ୍‌, ୨୬।୯: ଲ୍ୟାଣ୍ଡିଂ କରିବା ସମୟରେ ୟୁକ୍ରେନ୍‌ ବାୟୁସେନା ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଭୂପୃଷ୍ଠରେ ଧକ୍କା ହେବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି।...

Advertisement
Archives

Model This Week