ଆତଙ୍କବାଦ: ଉତ୍ସ ଓ ଉତ୍ପାଟନ

କେବଳ ମାତ୍ର ତୁମ ନିଜ ବିଶ୍ୱାସକୁ ହିଁ ଜ୍ଞାନ ବୋଲି କହି ଅନ୍ୟମାନଙ୍କ ବିଶ୍ୱାସକୁ ପ୍ରମାଦ, ଅଜ୍ଞାନ ଅଥବା ମିଥ୍ୟା ବୋଲି ଅଭିହିତ କରିବା ନିହାତି ମୂର୍ଖାମି – ଯୁଗଋଷି ଶ୍ରୀ ଅରବିନ୍ଦ। ଏହି ମର୍ମରେ ଇତିହାସରେ ସଂଘଟିତ ଅନେକ ସୈତାନୀ କାଣ୍ଡ ମଧ୍ୟରୁ ବିଧ୍ୱସ୍ତ ନାଳନ୍ଦା ବିଶ୍ୱବିଦ୍ୟାଳୟ ଅନ୍ୟତମ। ସେଦିନ ସୈତାନର ବିଚାର ଥିଲା- ”ବିଶାଳକାୟ ଲାଇବ୍ରେରିରେ ଥିବା ବହିଗୁଡ଼ିକରେ ଯାହା ଲେଖାଯାଇଛି ତାହା ଯଦି ଆମ ଧର୍ମଗ୍ରନ୍ଥରେ ଲେଖା ନାହିଁ, ତେବେ ଅଜ୍ଞାନଭରା ବହିଗୁଡ଼ିକର କିଛି ମୂଲ୍ୟ ନାହିଁ। ଏଗୁଡ଼ିକ ରହିବା ଉଚିତ ନୁହେଁ। ଆମ ଧର୍ମଗ୍ରନ୍ଥରେ ଯାହା ଲେଖା ଅଛି ଏଥିରେ ଯଦି ତାହା ଥାଏ, ତେବେ ଏଗୁଡ଼ିକର ଆବଶ୍ୟକତା ଆଉ କ’ଣ? ତେଣୁ ଏ ସବୁକୁ ଜାଳିପୋଡ଼ି ନଷ୍ଟ କରିଦିଅ। ବାସ୍‌, ବିଶ୍ୱକୁ ଉଦ୍ଭାସିତ କରିବାକୁ ଉଦ୍ଦିଷ୍ଟ ଥିବା ବହୁ ଦୁର୍ଲଭ ମହାର୍ଘ୍ୟ ଗ୍ରନ୍ଥସବୁକୁ ନିଆଁ ଲଗାଇ ଧ୍ୱଂସ କରିଦିଆଗଲା।“ ଆମ ବିଶ୍ୱାସ, ବିଚାର ହିଁ ଶ୍ରେଷ୍ଠ। ଆମ ଈଶ୍ୱର ହେଉଛନ୍ତି ଏକମାତ୍ର ଈଶ୍ୱର। ତାଙ୍କ ବ୍ୟତୀତ ଅନ୍ୟ କାହାକୁ ଈଶ୍ୱରଙ୍କ ଆସନରେ ବସାଇବା ଅର୍ଥ ଈଶ୍ୱରଙ୍କ ବିରୋଧରେ ଯିବା। ଆମ ବିଶ୍ୱାସକୁ ସ୍ୱୀକୃତି ଦେଉ ନ ଥିବା ବ୍ୟକ୍ତି ହେଉଛନ୍ତି ଶତ୍ରୁ। ଯେକୌଣସି ଉପାୟରେ ସେମାନଙ୍କୁ ଦମନ କରିବା ହେଉଛି ଈଶ୍ୱରଙ୍କ ଇଚ୍ଛା। ଈଶ୍ୱରଙ୍କ ଇଚ୍ଛାକୁ ପାଳନ କରିବା ସବୁଠୁ ପୁଣ୍ୟ କାମ। ଏଥିପାଇଁ ଧର୍ମଯୁଦ୍ଧ ହିଁ ବିକଳ୍ପ ମାର୍ଗ। ଶୈଶବରୁ ଯଦି ପିଲାଙ୍କ ମନରେ ଏଭଳି ବିଷାକ୍ତ ଚିନ୍ତାଧାରା ଭରିଦିଆଯାଏ, ତେବେ ବଡ଼ ହେଲେ ସେମାନେ ଆତଙ୍କବାଦୀ ନ ହୋଇ କ’ଣ ମହାପୁରୁଷ ହେବେ?
ପ୍ରସଙ୍ଗକ୍ରମେ ଏଇଠି ମନେପଡ଼େ ମନୋଜ ଦାସଙ୍କ ଏକ କାହାଣୀ। ଜଣେ ରାଜା ଥିଲେ, ଯିଏକି ନିରାକାର ବ୍ରହ୍ମଙ୍କ ଉପାସକ। ରାଜାଙ୍କ ବିଶ୍ୱାସ ସହିତ ରାଜ୍ୟର ପ୍ରଜାମାନେ ବି ହେଲେ ନିରାକାରବାଦୀ। ରାଜ୍ୟର ଦୂର ସୀମାନ୍ତରେ ରହୁଥିବା ଜଣେ ସନ୍ଥ ଥିଲେ ଉଭୟ ନିରାକାର ଓ ସାକାର ରୂପରେ ବିଶ୍ୱାସୀ। ରାଜାଙ୍କ ବିଶ୍ୱାସ ଉପରେ ଏହା ଏକ କୁଠାରାଘାତ। ଏଣୁ ରାଜ୍ୟର ଜ୍ଞାନ ଓ ବିଚାରକୁ ଭ୍ରମିତ କରୁଥିବା ଅପରାଧରେ ସନ୍ଥଙ୍କୁ ଦଣ୍ଡିତ କରିବାକୁ ରାଜା ନିଷ୍ପତ୍ତି ନେଲେ। ଦଣ୍ଡିତ ହେବା ପୂର୍ୱରୁ ରାଜାଙ୍କୁ ନିବେଦନଟିଏ ବାଢ଼ିଲେ ସନ୍ଥ। ରାଜାଙ୍କ ସମେତ ତିନି ମନ୍ତ୍ରୀଙ୍କୁ କାଗଜ ଖଣ୍ଡିଏ ଖଣ୍ଡିଏ ବଢ଼ାଇଦେଇ ମିନତି କଲେ ମାମୁଲି ପ୍ରଶ୍ନ ‘ମାଟି କ’ଣ’ର ଉତ୍ତର ଲେଖିବାକୁ। ଉତ୍ତରରେ ରାଜା ଲେଖିଲେ- ମାଟି ହେଲା ପୃଥିବୀର ମୌଳିକ ଉପାଦାନ। ପ୍ରଧାନମନ୍ତ୍ରୀଙ୍କ ଉତ୍ତର- ଅବଶେଷରେ ଆମ ଦେହ ଯେଉଁଥିରେ ମଶେ। ଦ୍ୱିତୀୟ ମନ୍ତ୍ରୀଙ୍କ ଉତ୍ତର- ଯାହା ଆମକୁ ଶସ୍ୟ ଯୋଗାଏ। ଅନ୍ୟଜଣେ ମନ୍ତ୍ରୀ ଲେଖିଲେ- ଆମେ ଯାହା ଉପରେ ଯାତାୟାତ କରୁ। ଏଠାରେ ଗୋଟିଏ ପ୍ରଶ୍ନ, କିନ୍ତୁ ଉତ୍ତର ଭିନ୍ନ ଭିନ୍ନ। କୌଣସି ବି ଉତ୍ତର ଭୁଲ୍‌ ନୁହେଁ। ଏଭଳି କ୍ଷେତ୍ରରେ ସେମାନେ ଯଦି ଦାବି କରିବସନ୍ତି କେବଳ ନିଜ ନିଜ ଉତ୍ତର ହିଁ ଠିକ୍‌, ତେବେ ଏଭଳି ଦାବି କରିବା ସେମାନଙ୍କ ପାଗଳପଣ ନୁହେଁ କି?
ବିଚାରର ଉନ୍ନତି ବିନା ସମାଜର ଉନ୍ନତି ଅସମ୍ଭବ। ଦୁନିଆ ଯେ ପର୍ଯ୍ୟନ୍ତ ଉନ୍ନତ ଚିନ୍ତନ/ ମାନସିକତାରେ ପୁଷ୍ଟ ନ ହୋଇଛି, ସେ ପର୍ଯ୍ୟନ୍ତ ସୁନ୍ଦର ସମାଜଟିଏ ଆଶା କରିବା ବୃଥା। ବିଚାରର ଦରିଦ୍ରତା/ ରୁଗ୍ଣତା ହିଁ ଗୋଟେ ଦେଶର ଦୁଃଖ ଓ ଦୁର୍ଦ୍ଦଶାର କାରଣ।
ରାଷ୍ଟ୍ରର ସୌଭାଗ୍ୟର ସୌଧ ନିର୍ମିତ ହୁଏ ଭବ୍ୟ ଭାବନାର ଭିତ୍ତିଭୂମି ଉପରେ। ଭୟ ପ୍ରଦର୍ଶନ ଦ୍ୱାରା, ବଳ ପ୍ରୟୋଗ କରି ଅବା ଧ୍ୱଂସ ରଚି ନିଜ ମତକୁ ଜୋର କରି ସାବ୍ୟସ୍ତ କରିବା ଅତି ନିକୃଷ୍ଟ ମାନସିକତା। ସେହି ନିକୃଷ୍ଟ ବିଚାରକୁ ଆଧାର କରି କେହି ଯଦି ଚାହେଁ ଆଜିର ନୂଆ ଭାରତକୁ ଅଧୀନସ୍ଥ କରିବ, ତେବେ ତାହା ହେଉଛି ମୂର୍ଖାମି। ଇଞ୍ଜିନିୟରିଂ କି ଡାକ୍ତରୀ ଡିଗ୍ରୀ ହାସଲ କରିବା ବାହାଦୁରୀପଣିଆ ନୁହେଁ। ଶିକ୍ଷାର ମୂଳ ଲକ୍ଷ୍ୟ ହେଉଛି ମଣିଷ ହେବା, ମଣିଷପଣିଆ ଧାରଣ କରିବା, ବ୍ୟକ୍ତିର ବିଚାର ଓ ଭାବନାକୁ ଊର୍ଦ୍ଧ୍ୱମୁଖୀ କରିବା। ଏ ସମ୍ପର୍କରେ ବିଶ୍ୱବିଖ୍ୟାତ ବୈଜ୍ଞାନିକ ଆଲ୍‌ବର୍ଟ ଆଇନ୍‌ଷ୍ଟାଇନ କୁହନ୍ତି, “Education is the training of the mind to think better and better.” ଚେତନାର ବିକାଶ ନ ଘଟିଲେ ଶିକ୍ଷା ମୂଲ୍ୟହୀନ। ସେଥିରୁ ଉତ୍କୃଷ୍ଟ ବିଚାର ଆଶାକରିବା ବୃଥା। ଜର୍ମାନୀର ବିଶିଷ୍ଟ ବିଦ୍ୱାନ୍‌, ଚିନ୍ତକ ମାର୍ଟିନ୍‌ ଲୁଥରଙ୍କ ଭାଷାରେ, ”କୌଣସି ଭୂମିର ଭାଗ୍ୟ, ଭବିଷ୍ୟତ ନିର୍ଭର କରେନା ଭୂଗୋଳ କି ଭୂସମ୍ପଦ ଉପରେ। ନିର୍ଭର ବି କରେନାହିଁ ପ୍ରାଚୁର୍ଯ୍ୟ ଅବା ପ୍ରତିପତ୍ତି ଉପରେ। ବରଂ ନିର୍ଭର କରେ ଭୂମିରେ ବାସ କରୁଥିବା ଲୋକଙ୍କ ମାନସିକତା ଉପରେ, ଲୋକ ଚରିତ୍ର ଉପରେ।“ ଅର୍ଥାତ୍‌ ନାଗରିକଙ୍କ ସୁସ୍ଥ ମାନସିକତା, ମହତ୍‌ ଭାବନା ଦେଶର ସୁଖ, ଶାନ୍ତି ଓ ସମୃଦ୍ଧିର କାରଣ ସାଜୁଥିବା ବେଳେ ଦୁଃସ୍ଥ ମାନସିକତା ଡାକିଆଣିଥାଏ ଦେଶର ଦୁର୍ଗତିକୁ।
ଏବେ ଆସିବା ଉପସଂହାରକୁ। କାହିଁକି ଭାରତରେ ଏତେ ଆତଙ୍କବାଦୀ ଆକ୍ରମଣ? ଆତଙ୍କବାଦର ବିଲୋପ ପାଇଁ ଇସ୍ରାଏଲର ଇସ୍ତାହାର କ’ଣ କୁହେ? ୦୭ ଅକ୍ଟୋବର ୨୦୨୩ରେ ହମାସ୍‌ ଆତଙ୍କବାଦୀଙ୍କ ଆକ୍ରମଣରେ ଇସ୍ରାଏଲ୍‌ର ୧୨୦୦ ଲୋକଙ୍କ ଜୀବନ ଯାଇଥିଲା। ପରିଣତିରେ? ଜାତିସଙ୍ଘ ସମେତ ୫୦ରୁ ଅଧିକ ମୁସ୍‌ଲିମ ଦେଶଙ୍କ ନାଲିଆଖିକୁ ତିଳେମାତ୍ର ଖାତିର ନ କରି ଆତଙ୍କବାଦୀଙ୍କ ମୂଳୋତ୍ପାଟନ ପାଇଁ କଡ଼ାଗଣ୍ଡା ପ୍ରତିଶୋଧ ନେଲା। ଆଜି ଭୂଗୋଳ ପୃଷ୍ଠାରୁ ଗାଜା ଏକପ୍ରକାର ନିଶ୍ଚିହ୍ନ। ପ୍ରାୟ ୧ ଲକ୍ଷ ଲୋକଙ୍କ ଶବ ଉପରେ ଗାଜାର ଅଧା ଅଞ୍ଚଳ ଇସ୍ରାଏଲ ଅକ୍ତିଆରରେ। ଲୁଚିବାକୁ ସେଠାରେ ସାମାନ୍ୟ ଟିକେ ଜାଗା ନ ପାଇ ଭାଗ୍ୟବଶତଃ ବଞ୍ଚତ୍ ଯାଇଥିବା ହାତଗଣତି ସ୍ୱଳ୍ପ କେତେଜଣ ହମାସ୍‌ ଆତଙ୍କବାଦୀ ଆସି ଲୁଚିଛନ୍ତି ପାକିସ୍ତାନରେ ପ୍ରାଣ ଟିକକ ବଞ୍ଚାଇବା ପାଇଁ। ଇସ୍ରାଏଲ୍‌ର ଇସ୍ତାହାର ସମେତ ଭାରତ ବି ବୁଝିବା ଉଚିତ ପଡ଼ୋଶୀ ବେଜିଂର ବ୍ୟାକରଣ। ଏଥିପାଇଁ ଚାଇନାର ଉଇଘର ହେଉଛି ଉତ୍କୃଷ୍ଟ ଉଦାହରଣ। ଆମ ପାଇଁ ତାହା ଉତ୍କର୍ଷର ଉପଲବ୍ଧି। ନକ୍ସଲ ନିପାତ ଅଭିଯାନ ପରି ଆତଙ୍କବାଦର ଉତ୍ପାଟନ ପାଇଁ ଭାରତ ସରକାର କଠୋର ନିଷ୍ପତ୍ତି ନେବା ଉଚିତ। ଉତ୍ପୀଡ଼ନର ଉତ୍ସ ଆତଙ୍କବାଦର ଉତ୍ପାଟନ କରିବାକୁ ହେଲେ ଭାରତ ପ୍ରଦର୍ଶନ କରିଆସୁଥିବା ଉଦ୍‌ବୃତ୍ତ ଉଦାରତାକୁ ଉତ୍ସର୍ଗ କରିବାକୁ ହେବ। କାରଣ, ରାଷ୍ଟ୍ର ସର୍ୱୋପରି। ଏହାକୁ ଆମେ ସମସ୍ତେ ହୃଦୟଙ୍ଗମ କରିବା ଦରକାର। ”ରାଷ୍ଟ୍ର ରକ୍ଷା ସମଂ ପୁଣ୍ୟମ୍‌, ରାଷ୍ଟ୍ର ରକ୍ଷା ସମଂ ବ୍ରତମ୍‌, ରାଷ୍ଟ୍ର ରକ୍ଷା ସମଂ ଯଜ୍ଞ, ଦୃଷ୍ଟି ନୈବ ନୈବ ଚ“- ଅର୍ଥାତ୍‌ ରାଷ୍ଟ୍ର ରକ୍ଷା ସମାନ କୌଣସି ପୁଣ୍ୟ ନାହିଁ, ରାଷ୍ଟ୍ର ରକ୍ଷା ସମାନ କୌଣସି ବ୍ରତ ନାହିଁ, ରାଷ୍ଟ୍ର ରକ୍ଷା ସମାନ କୌଣସି ଯଜ୍ଞ ନାହିଁ, ରାଷ୍ଟ୍ର ରକ୍ଷା ସର୍ୱୋପରି ହେବା ଉଚିତ।
ମୋ: ୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?