ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ ରୋଡ଼ ସମେତ ବିଭିନ୍ନ ପାର୍କ, ବାଳିକା ହାଇସ୍କୁଲ, ମହିଳା ମହାବିଦ୍ୟାଳୟ ନିକଟରେ ସହରର କିଛି ନିର୍ଦ୍ଦିଷ୍ଟ ଯୁବକ ଓ ସେମାନଙ୍କ ସହଯୋଗୀମାନେ ଆଡ୍ଡା ଜମାଇ ଛାତ୍ରୀମାନଙ୍କୁ କମେଣ୍ଟ ମାରୁଥିବା ଅଭିଯୋଗ ହୋଇଛି। ଏହି ଅସାମାଜିକ ଯୁବକମାନେ ଦିଗପହଣ୍ଡି ଏନଏସି ପକ୍ଷରୁ ନିର୍ମାଣ କରାଯାଇଥିବା ବିଭିନ୍ନ ଜନହିତକର ପ୍ରକଳ୍ପ ଗୁଡିକରୁ ନିୟମିତ ବ୍ୟବଧାନରେ ମୂଲ୍ୟବାନ ସାମଗ୍ରୀ ଚୋରି କରୁଥିବା ସହ ଅନେକ ସ୍ଥାନରେ ଲଗାଯାଇଥିବା ସିସିଟିଭି କ୍ୟାମେରା, ସିମେଣ୍ଟ ନିର୍ମିତ ଚେୟାର, ପାଣି ପାଇପ ମିଟର, ବ୍ୟାୟାମ ଯନ୍ତ୍ରାଂଶ ଭଳି ସରକାରୀ ତଥା ସର୍ବସାଧାରଣ ସମ୍ପତ୍ତି ଗୁଡ଼ିକୁ ନଷ୍ଟ କରି ଦେଉଛନ୍ତି।

ସହରର ପୁଞ୍ଜିକଂୟା ଛକ ନିକଟରେ ୨୨ ଲକ୍ଷ ଟଙ୍କା ବ୍ୟୟରେ ନବନିର୍ମିତ ଟଏଲେଟରୁ ଫ୍ୟାନ,ପାଣି ପାଇପ ହେଡଗୁଡ଼ିକୁ ଚୋରି କରି ନେଇଯାଇଛନ୍ତି। ପୋଲିସ ପାଟ୍ରୋଲିଂ କଡାକଡି କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ରାଜନୈତିକ ନେତୃବୃନ୍ଦଙ୍କ ରହସ୍ୟମୟ ନୀରବତା ସାଧାରଣ ଜନତାଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ସହରର ଶାନ୍ତ ପରିବେଶ ଫେରାଇବା ଦିଗରେ ପୋଲିସ ବିଫଳ ହେଲେ ଦିଗପହଣ୍ଡି ନାଗରିକ କମିଟି ପକ୍ଷରୁ ଆନ୍ଦୋଳନାତ୍ମକପନ୍ଥା ଗ୍ରହଣ କରାଯିବ ବୋଲି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।ଏନେଇ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଚିନ୍ତା ପ୍ରକଟ କରିବା ସହ ସାମାନ୍ୟ ଦେଶୀମଦ ପାଉଚ ପାଇଁ କିଛି ନିଶାଡ଼ି ଏସବୁ ଚୋରିରେ ସମ୍ପୃକ୍ତ ରହୁଛନ୍ତି। ସେମାନେ ବାରମ୍ବାର ଏନଏସି ସମ୍ପତ୍ତି ଚୋରି କରୁଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ତାଙ୍କୁ ବ୍ୟଥିତ କରୁଥିବା କହିଛନ୍ତି। ସହରର ଗଳି କନ୍ଦିରେ ବେଧଡକ ଦେଶୀ ମଦ ପାଉଚ ବିକ୍ରି ହେଉଛି। ବିଶେଷକରି ଜନଗହଳିପୂର୍ଣ୍ଣ ପୁଞ୍ଜିକଂୟା ଛକ, ନୂଆ ଓ ପୁରୁଣା ବସଷ୍ଟାଣ୍ଡ ଇଲାକାରେ ଦେଶୀମଦ ଭାଟିର ବ୍ରାଞ୍ଚସପ ଖୋଲାଯାଇ ଖୁଲମଖୁଲା ମଦ ପାଉଚ ବିକ୍ରି କରାଯାଉଛି। ସେ ଏନେଇ ଗଞ୍ଜାମ ଜିଲାପାଳ ଏବଂ ବ୍ରହ୍ମପୁରସ୍ଥିତ ଅବକାରୀ ଡେପୁଟି କମିଶନର,ଅବକାରୀ ଅଧିକ୍ଷକଙ୍କୁ ଚିଠି କରିଥିବା କହିଛନ୍ତି। ସହର ମଧ୍ୟରେ ଦେଶୀମଦ ବିକ୍ରି ବନ୍ଦ କରାଯାଇ ମଦ ବ୍ରାଞ୍ଚସପଗୁଡ଼ିକୁ ସହର ବାହାରକୁ ଘୁଞ୍ଚାଇବାକୁ ସେ ମତ ଦେଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?