Posted inଜାତୀୟ

ଦେଶରେ ଇଡ଼ି ଆତଙ୍କ, ସରକାର ଭାଙ୍ଗିବା ପାଇଁ ହେଉଛି ବ୍ୟବହୃତ, ଗେହଲଟଙ୍କ କଟାକ୍ଷ…

ଜୟପୁର, ୨୭।୭ : କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଇଡି ପ୍ରଶ୍ନକୁ ବିରୋଧ କରି କଂଗ୍ରେସର ସତ୍ୟାଗ୍ରହ ଚାଲିଛି। ଏ ସମ୍ପର୍କରେ କଂଗ୍ରେସ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଯେ ଦେଶରେ ଇଡି ଦ୍ୱାରା ଏକ ନାଟକ କରାଯାଉଛି।

ରାହୁଲ ଗାନ୍ଧୀଙ୍କୁ ଡକାଯାଇ ପାଞ୍ଚ ଦିନ ପଚରାଉଚରା କରାଯାଇଥିଲା। ଏବେ ସୋନିଆଙ୍କୁ ତୃତୀୟ ଥର ପାଇଁ ଡକାଯାଇଛି। ଇଡିର ଆତଙ୍କ ସାରା ଦେଶରେ ଜାରି ରହିଛି। ଇଡିର ବିଶ୍ୱାସ ହାର ୫ ପ୍ରତିଶତ ବି ନୁହେଁ । ଗଣତନ୍ତ୍ରରେ ଏହା ନ୍ୟାୟଯୁକ୍ତ ନୁହେଁ। ସରକାରଗୁଡିକୁ ହଟାଇବା ପାଇଁ ଇଡିର ବ୍ୟବହାର କରାଯାଉଛି। ୨୮ ଦିନ ଧରି ମହାରାଷ୍ଟ୍ରରେ କ୍ୟାବିନେଟ ଗଠନ ହୋଇ ପାରିନାହିଁ।

ଦେଶରେ ମୁଦ୍ରାସ୍ଫୀତି ଏବଂ ବେକାରୀକୁ ନେଇ ସାରା ଦେଶ ଚିନ୍ତିତ। ସଂସଦ ଭିତରେ ବିତର୍କ କରିବାକୁ ଭାଜପା ନେତୃତ୍ୱାଧିନ ଏନଡ଼ିଏ ସରକାର ଅନୁମତି ଦେଉ ନାହାନ୍ତି। ମଙ୍ଗଳବାର ୧୯ ଜଣ ରାଜ୍ୟ ସଭା ଏମ୍‌ପିଙ୍କୁ ନିଲମ୍ବିତ କରାଯାଇଥିଲା। କଂଗ୍ରେସ ଶାସନରେ ଏମ୍‌ପିମାନଙ୍କୁ ନିଲମ୍ବିତ କରାଯାଇ ନାହିଁ। ଏହି ପରିସ୍ଥିତିକୁ ନେଇ ସମଗ୍ର ଦେଶ ଭୟଭୀତ ହୋଇଛି। ଭାଜପା ତାର ପ୍ରତିଶ୍ରୁତି ଭୁଲି ଯାଇଛି।

ଗେହଲଟ କହିଛନ୍ତି ଯେ ମଙ୍ଗଳବାର ଗଣମାଧ୍ୟମରେ ସୋନିଆ ଗାନ୍ଧୀଙ୍କ ଉପରେ ଆଲୋଚନା ହୋଇଥିଲା। ଗଣମାଧ୍ୟମରେ ମୁଦ୍ରାସ୍ଫୀତି ଏବଂ ବେକାରୀ ବିଷୟରେ କୌଣସି ଆଲୋଚନା ହେଉନାହିଁ। ଗଣମାଧ୍ୟମ ଚାପରେ ରହିଛି। ମିଡିଆ ମାଲିକମାନେ ଭୟରେ ଅଛନ୍ତି ଯେ ଇଡି କେବେ ସେମାନଙ୍କ ପାଖକୁ ଆସିବ। ମୁଁ ଚାହୁଁଛି ସୁପ୍ରିମକୋର୍ଟ ଶୀଘ୍ର ଇଡି ଉପରେ ନିଷ୍ପତ୍ତି ନିଅନ୍ତୁ। ଇଡି ଆତଙ୍କିତ ଅବସ୍ଥା ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri