ଭୟଙ୍କର ପରମାଣୁ ଶକ୍ତି

କାମ କରିବା ପାଇଁ ଓ କଳକାରଖାନା ଚାଲିବା ନିମିତ୍ତ ଶକ୍ତି ଖର୍ଚ୍ଚ ହୁଏ। ଶକ୍ତିର ଅନେକ ରୂପ ରହିଛି। ଆମକୁ ଖାଦ୍ୟରୁ ଶକ୍ତି ମିଳେ, କିନ୍ତୁ କୋଇଲା, ଡିଜେଲ, ପେଟ୍ରୋଲ ବା ବିଜୁଳି ଶକ୍ତିରେ କଳକାରଖାନା ଓ ମୋଟରଗାଡ଼ି ଚାଲେ। ଆମେ ଯେଉଁ ଶକ୍ତି ବ୍ୟବହାର କରୁ, ସେସବୁ ବିଭିନ୍ନ ଉପାୟରେ ସୂର୍ଯ୍ୟଠାରୁ ଆସିଛି। ସୂର୍ଯ୍ୟଠାରୁ ନିରବଚ୍ଛିନ୍ନ ଭାବରେ ଆସୁଥିବା ଶକ୍ତି ସହାୟତାରେ ପୃଥିବୀରେ ଜୀବନ ସମ୍ଭବ ହୋଇପାରିଛି। ଏମିତି ୫୦୦ କୋଟି ବର୍ଷ ଧରି ଚାଲିଛି, ଆହୁରି ୭୦୦ କୋଟି ବର୍ଷ ଚାଲିବ। ସୂର୍ଯ୍ୟଠାରୁ ତାପ ଶକ୍ତି ଓ ଆଲୋକ ଶକ୍ତି ଆମ ପାଖକୁ ଆସୁଥିବ। ଆମେ ଆଲୋକ ଓ ତାପ ପାଇବା ପାଇଁ ସାଧାରଣତଃ କାଠ, କୋଇଲା ଓ ତେଲ ଜାଳୁ। କିନ୍ତୁ ସୂର୍ଯ୍ୟ ଭିତରେ ସେସବୁ ଜଳେ ନାହିଁ, ବରଂ ଉଦ୍‌ଜାନ ସହିତ ଉଦ୍‌ଜାନ ମିଶି ହିଲିୟମ୍‌ ସୃଷ୍ଟି ହୁଏ। ସେଥିରେ ବିପୁଳ ଶକ୍ତି ଉପତ୍ନ୍ନ ହୁଏ। ସେହି ଶକ୍ତିର ନାମ ‘ପରମାଣୁ ଶକ୍ତି’ (ଆଟମିକ୍‌ ଏନର୍ଜି’)। ଭବିଷ୍ୟତରେ ପରମାଣୁ ଶକ୍ତି ହିଁ ସମସ୍ତ ଶକ୍ତି ଚାହିଦାର ଚରମ ଉତ୍ସ ବୋଲି ଆଜି ଚର୍ଚ୍ଚା ହେଉଛି।
କୋଇଲା, ପେଟ୍ରୋଲ ଓ ଡିଜେଲ ଭଳି ପାରମ୍ପରିକ ଶକ୍ତି ଉତ୍ସ ଆଜି ସରିବାକୁ ବସିଛି। ସେଗୁଡ଼ିକ ତିଆରି ହେବା ପାଇଁ ଲକ୍ଷ ଲକ୍ଷ ବର୍ଷ ଲାଗିଥିଲା। କିନ୍ତୁ ଦିନ କେଇଟାରେ ସରିଯିବ। ତେଣୁ ଏମିତି ଶକ୍ତିର ସନ୍ଧାନ ଜାରି ରହିଛି, ଯାହା ସରିବ ନାହିଁ। ସୌରଶକ୍ତି ନିଃସନ୍ଦେହରେ ଏହି କ୍ଷେତ୍ରରେ ସବୁଠାରୁ ନିର୍ଭରଯୋଗ୍ୟ ଦିଗ। କିନ୍ତୁ ସଂପ୍ରତି ଏହାର ଉତ୍ପାଦନ କ୍ଷମତା ସନ୍ତୋଷଜନକ ନୁହେଁ। ଆମର ଆବଶ୍ୟକତାକୁ ପୂରଣ କରିବା ଭଳି ସୌରଶକ୍ତିରୁ ଯଥେଷ୍ଟ ବିଜୁଳିଶକ୍ତି ଉପତ୍ାଦନ ହୋଇପାରୁ ନାହିଁ। ତେଣୁ ପାରମ୍ପରିକ ଶକ୍ତି ଉତ୍ସ ସାଙ୍ଗକୁ ପରମାଣୁ ଶକ୍ତି, ପବନ ଶକ୍ତି ଓ ଜୁଆର ଶକ୍ତିର ବ୍ୟବହାର ହେଉଛି। ବିଶେଷକରି ପରମାଣୁ ଶକ୍ତିର ବ୍ୟବହାର ଅସୁରକ୍ଷିତ। ଏହାର ଉତ୍ପାଦନ କ୍ଷେତ୍ରରେ ସାମାନ୍ୟ ଅସାବଧାନତା ଶହ ଶହ ଜୀବନ ନେଇପାରେ। ଏହାର ବିକିରଣଜନିତ କୁପ୍ରଭାବ ପାଞ୍ଚ ପିଢ଼ି ପର୍ଯନ୍ତ ରହିପାରେ। କିନ୍ତୁ ଅଳ୍ପ ଖର୍ଚ୍ଚରେ ଅଧିକ ପରମାଣୁ ଶକ୍ତି ଉପତ୍ାଦନ ସମ୍ଭବ। ତେଣୁ ସେଥିରେ ରହିଥିବା ବିପଦକୁ ଏଡ଼ାଇବା ସକାଶେ ଆମେ ଯଥେଷ୍ଟ ସାବଧାନତା ଅବଲମ୍ବନ କରିପାରିବା। ଏହାର ମାରାତ୍ମକ ବିକିରଣ ଯେମିତି ପରିବେଶ ଓ ମାନବଜାତିର କ୍ଷତି ନ କରିବ, ସେଥିପ୍ରତି ପ୍ରଥମେ ଯତ୍ନବାନ ହେବା।
ଆମର ବିଜୁଳି ଶକ୍ତି ଦରକାର। ତେଣୁ ଶକ୍ତି ଯେଉଁ ରୂପରେ ଥିଲେ ବି ଆମେ ତାକୁ ବିଜୁଳି ଶକ୍ତିରେ ପରିଣତ କରୁ। ବିଜୁଳି ଶକ୍ତି ଉପତ୍ାଦନ ସକାଶେ ଅଧିକ କୋଇଲା ବ୍ୟବହୃତ ହୁଏ। ତାପଜ ବିଦ୍ୟୁତ୍‌ କେନ୍ଦ୍ରରେ କୋଇଲାକୁ ଜାଳି ପାଣି ଗରମ କରାଯାଏ। ସେଥିରୁ ସୃଷ୍ଟି ହେଉଥିବା ଜଳୀୟବାଷ୍ପ ଦ୍ୱାରା ଟର୍ବାଇନ୍‌ ବୁଲିଲେ ବିଜୁଳି ଶକ୍ତି ଉପତ୍ନ୍ନ ହୁଏ। ପରମାଣୁ ଶକ୍ତି ଉତ୍ପାଦନ କେନ୍ଦ୍ରରେ କୋଇଲା ବଦଳରେ ପରମାଣୁ ଶକ୍ତି ବ୍ୟବହାର କରାଯାଏ। ନିଉକ୍ଲୀୟ ଜାଳେଣିରୁ ମିଳୁଥିବା ତାପକୁ ବ୍ୟବହାର କରି ପାଣି ଗରମ କରାଯାଏ। ବର୍ତ୍ତମାନ ପାଇଁ ଏହା ହେଉଛି ପରମାଣୁ ଶକ୍ତିକୁ ଜନସାଧାରଣଙ୍କ ବ୍ୟବହାର ଉପଯୋଗୀ କରିବାର ଏକମାତ୍ର ଉପାୟ। ଭାରତର ତାରାପୁର, କୋଟା, କାଇଗା, ନାରୋରା, କଳ୍ପକମ୍‌ ଓ କାକ୍ରାପାଡ଼ାଠାରେ ରହିଥିବା ଆମର ପରମାଣୁ ରିଆକ୍ଟରଗୁଡ଼ିକରୁ ବିଜୁଳି ଶକ୍ତି ଉତ୍ପାଦନ କରାଯାଉଛି।
ପରମାଣୁ ଶକ୍ତି ଉତ୍ପାଦନରେ ନୀତିନିୟମ ନ ମାନିଲେ ଓ ଏହାର ତେଜସ୍କ୍ରିୟ ପାଉଁଶକୁ ସୁରକ୍ଷିତ ଭାବରେ ସମୁଦ୍ର ତଳେ ନ ପୋତିଲେ ବିକିରଣ ଓ ପ୍ରଦୂଷଣଜନିତ କ୍ଷତି ହେବ। ଏହାକୁ ଶାନ୍ତିପୂର୍ଣ୍ଣ ପ୍ରୟୋଗ ବୋଲି ଦାବି କରିପାରିବା ନାହିଁ। ଏହାର ଶାନ୍ତିପୂର୍ଣ୍ଣ ବ୍ୟବହାର ବିକାଶ ପ୍ରକ୍ରିୟାର ସହାୟକ ହେବ। ନ ହେଲେ ପ୍ରଳୟ ସୃଷ୍ଟି କରିବ। ଏହି ପରମାଣୁ ଶକ୍ତି ଦିନେ ହିରୋସୀମା ଓ ନାଗାସାକି ସହରକୁ ଧ୍ୱଂସ କରିଦେଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥାଏ। ୧୯୪୫ ଅଗଷ୍ଟ ୬ ତାରିଖ ସକାଳେ ଜାପାନର ହିରୋସୀମା ସହର ଉପରେ ହଠାତ୍‌ ନିଆଁର ଝଡ଼ ମାଡ଼ି ଆସିଲା। ସାରା ସହର ପ୍ରଚଣ୍ଡ କମ୍ପନରେ ଥରିଗଲା। ଲୋକମାନେ କିଛି ବୁଝିବା ଆଗରୁ ନିଆଁରେ ପୋଡ଼ି ପାଉଁଶ ହୋଇଗଲେ। ତାହା କୌଣସି ପ୍ରାକୃତିକ ଦୁର୍ବିପାକ ନ ଥିଲା, ବରଂ ଆମେରିକାର ପରମାଣୁ ବୋମା ଜାପାନ ଉପରେ ପଡ଼ିଥିଲା, ଯାହାର ନାମ ଥିଲା ‘ଲିଟିଲ ବୟ’ା ପରମାଣୁ ବୋମା ବିସ୍ଫୋରଣ ହେତୁ କେଇଟା ମାତ୍ର ସେକେଣ୍ଡ ଭିତରେ ସାରା ସହର ଧ୍ୱସ୍ତବିଧ୍ୱସ୍ତ ହୋଇଗଲା। ଅଗଷ୍ଟ ୯ ତାରିଖରେ ସେମିତିକା ଆଉ ଏକ ପରମାଣୁ ବୋମା ‘ଫ୍ୟାଟ ମ୍ୟାନ୍‌’ ନାଗାସାକି ସହରକୁ ଧୂଳିସାତ୍‌ କରିଦେଲା। ଦୀର୍ଘ ୮୦ ବର୍ଷ ତଳର ଦୁଇଟା ପରମାଣୁ ବୋମାର ପ୍ରଳୟ ମାନବଜାତି ଭୁଲିନାହିଁ। ସେଠାରେ ରହୁଥିବା ଲୋକମାନେ ଏବେ ବି ତେଜସ୍କ୍ରିୟ ବିକିରଣର ଶିକାର ହେଉଛନ୍ତି। ମାନବ ଜୀବନ ବିପକ୍ଷରେ ପରମାଣୁ ଶକ୍ତିର ଏଭଳି ପ୍ରୟୋଗ ନିୟମ ବିରୁଦ୍ଧ। ମଣିଷ ହୃଦୟରୁ ମାନବିକତା ଲୋପ ପାଇଗଲେ ପରମାଣୁ ଶକ୍ତିର ଅପପ୍ରୟୋଗ ପୃଥିବୀକୁ ଧ୍ୱଂସ ମୁହଁକୁ ଠେଲି ଦେଇପାରିବ। ଶକ୍ତି ଉପତ୍ାଦନ କ୍ଷେତ୍ରରେ ଶୃଙ୍ଖଳା ଏକାନ୍ତ କାମ୍ୟ।

ଡ. କମଳାକାନ୍ତ ଜେନା
– କୋଅର୍ଡିନେଟର, ସ୍ନାତକୋତ୍ତର ପ୍ରାୟୋଗିକ ପଦାର୍ଥ ବିଜ୍ଞାନ ବିଭାଗ,
ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ
ମୋ : ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?