ଟେରାକୋଟା ଦେଇଛି ସ୍ବତନ୍ତ୍ର ପରିଚୟ: ବଦଳିଯାଇଛି ଜୀବନଧାରା

ନୂଆପଡ଼ା,୧୦ା୬ (ମକାରୁ ବେମାଲ):ନୂଆପଡ଼ା ଜିଲା ବୋଡ଼େନ ବ୍ଲକ୍‌ ମହରାଜୋର ଗାଁର କୁମ୍ଭକାର ସମ୍ପ୍ରଦାୟର ପରିବାରକୁ ଟେରାକୋଟା ଦେଇଛି ସ୍ବତନ୍ତ୍ର ପରିଚୟ। ଜିଲା ପ୍ରଶାସନ ଓ ହସ୍ତଶିଳ୍ପ ବିଭାଗର ସହାୟତା ସେମାନଙ୍କ ଜୀବନଧାରାକୁ ସମ୍ପୂର୍ଣ୍ଣ ବଦଳାଇଦେଇଛି। ଅଭାବ ଅନଟନରେ ଥିବା ଏହି ଗାଁର ପ୍ରାୟ ୩୦ ପରିବାର ଦିନେ ଗାଁ ଛାଡ଼ି ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିଲେ। ସେମାନଙ୍କ ପାଇଁ ଜୀବିକା ନିର୍ବାହ କରିବା ଅନ୍ୟନ୍ତ କଷ୍ଟକର ଥିଲା। ବିଶେଷକରି ପରିବାରର ବୃଦ୍ଧାବୃଦ୍ଧ ଓ ଛୋଟ ପିଲାମାନେ ଏହାଦ୍ୱାରା ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିଲେ। କିନ୍ତୁ ହସ୍ତଶିଳ୍ପ ବିଭାଗ ସହାୟତାରେ ସେମାନେ ଏବେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ବିଭାଗ ତରଫରୁ ସେମାନଙ୍କୁ ଅଭିଜ୍ଞ ପ୍ରଶିକ୍ଷକଙ୍କ ଦ୍ୱାରା ଟେରାକୋଟା ସାମଗ୍ରୀ ତିଆରି ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ପ୍ରଶିକ୍ଷଣ ପାଇବା ପରେ ସେମାନେ ମାଟିରେ ସୁନ୍ଦର ସାମଗ୍ରୀ ତିଆରି କରିପାରୁଛନ୍ତି। ଟେରାକୋଟା ମାଷ୍ଟର ଟ୍ରେନର ଯୋଗେଶ୍ୱର ରଣା କହନ୍ତି, ଆମେ ଦିନେ ଅନ୍ୟ ରାଜ୍ୟକୁ ଯାଇ ଇଟାଭାଟି ମାଲିକଙ୍କ ପାଇଁ କାମ କରୁଥିଲୁ। ସେଥିରେ ପୁଣି ଅନେକ ନିର୍ଯାତନାର ଶିକାର ହେବାକୁ ପଡୁଥିଲା। କିନ୍ତୁ ଏବେ ଜିଲା ପ୍ରଶାସନ ସହାୟତାରେ ନିଜ ଘରେ ରହି ମାଟି ଚକଟି ଆମେ ସ୍ବାଭିମାନର ସହ ବଞ୍ଚତ୍ପାରୁଛୁ। ଟେରାକୋଟା ଶିଳ୍ପ ଆମକୁ ଏକ ନୂତନ ପରିଚୟ ଦେଇଛି। ସୂଚନାଯୋଗ୍ୟ, ଜିଲା ହସ୍ତଶିଳ୍ପ ବିଭାଗ ସହାୟତାରେ ସେମାନେ ସ୍ବୟଂ ସହାୟକ ଗୋଷ୍ଠୀ ଗଠନକରି ଯନ୍ତ୍ରଚାଳିତ କୁମ୍ଭାର ଚକ ଦ୍ୱାରା ଘରସଜ୍ଜା ଉପକରଣଠାରୁ ଆରମ୍ଭକରି ବିଭିନ୍ନ ପ୍ରକାର ମୂର୍ତ୍ତି ଆଦି ନିର୍ମାଣ କରିପାରୁଛନ୍ତି। ଗାଁରେ ମା’ ଜୟଦୁର୍ଗା ଓ ମା’ ମାଣିକେଶ୍ୱରୀ ନାମରେ ଦୁଇଟି ମହିଳା ସ୍ବୟଂ ସହାୟକ ଦଳ ଗଠିତ ହୋଇଛି। ଏଥିରେ ୩୦ ପରିବାର ଯୋଡ଼ିହୋଇଛନ୍ତି। ନିଜ ଘରେ ରହି ସେମାନେ ସାମଗ୍ରୀ ତିଆରି କରୁଛନ୍ତି। ପରେ ହସ୍ତଶିଳ୍ପ ବିଭାଗ ଦ୍ୱାରା ସେମାନଙ୍କ ଉତ୍ପାଦ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଦର୍ଶନୀ ମାଧ୍ୟମରେ ବିକ୍ରିବଟା ସୁବିଧା ଯୋଗାଇ ଦିଆଯାଉଛି l ଏହାଦ୍ୱାରା ସେମାନେ ବେଶ୍‌ ଦୁଇପଇସା ରୋଜଗାରକରି ଖୁସିରେ ଜୀବନଯାପନ କରିପାରୁଛନ୍ତି। ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶ ଜିଲାରୁ ପ୍ରବାସୀ ଶ୍ରମିକ ପ୍ରଥାର ସମ୍ପୂର୍ଣ୍ଣ ବିଲୋପ ପାଇଁ ଯେଉଁ ଅଭିଯାନ ଚଳାଇଛନ୍ତି ସେଥିରେ ମହରାଜୋର ଗାଁ ଏକ ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri