ଦଶମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା

ଭୁବନେଶ୍ୱର,୨୮।୭ (ବ୍ୟୁରୋ): ରାଜଧାନୀରେ ପୁଣି ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା ପରେ ଏକ ପିଜୁଳି ଗଛରେ ଟାଙ୍ଗି ଦିଆଯାଇଛି। ଖଣ୍ଡଗିରି ଥାନା ଡୁମୁଡୁମା ଫେଜ୍‌-୨ ଜଗନ୍ନାଥ ମନ୍ଦିର ନିକଟରେ ଏହି ଘଟଣା ଘଟିଛି। ମୃତ ଛାତ୍ରୀ ଜଣକ ହେଲେ ସେଠାରେ ରହୁଥିବା ମଇନ ଜେନାଙ୍କ ଝିଅ ସସ୍ମିତା। ପୋଲିସ ପହଞ୍ଚତ୍ ହାତଗୋଡ଼ ବନ୍ଧା ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ପୋଲିସ ଗଛ ନିକଟରୁ ଦୁଇଟି ଚପଲ ଓ ହେୟାର କ୍ଲିପ୍‌ ଜବତ କରିବା ସହ ହତ୍ୟା ମାମଲା (ନଂ.୪୩୯/୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସସ୍ମିତା ନୟାପଲୀ ମମତାଜ ଅଲ୍ଲୀ ହାଇସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢିବା ସହ ଘର ନିକଟରେ ଗୀତ ଶିଖୁଥିଲେ। ସେଠାରେ ଗୀତ ଶିଖୁଥିବା ଜଣେ ଯୁବକ ତାଙ୍କୁ ଭଲ ପାଉଥିଲେ। ସେ ତାଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିବା ପରେ ପୋଲିସ ଉକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଅଭିଯୋଗ ଅନୁସାରେ, ରବିବାର ରାତିରେ ସସ୍ମିତା ଖାଇପିଇ ଶୋଇଥିଲେ। ରାତି ୧୨ଟା ପରେ ସେ ଶୋଇବା ସ୍ଥାନରେ ନ ଥିବା ତାଙ୍କ ଭଉଣୀ ଦେଖିବାକୁ ପାଇ ପରିବାର ଲୋକଙ୍କୁ ଜଣାଇଥିଲେ। ନ ପାଇବାରୁ ଖୋଜାଖୋଜି କରିବାକୁ ଯିବାବେଳେ ଘରର ମୁଖ୍ୟ କବାଟ ବାହାରପଟୁ ବନ୍ଦ ଥିବାରୁ ପଛ କବାଟ ଖୋଲି ବାହାରକୁ ଯାଇଥିଲେ। ଏହି ସମୟରେ ସସ୍ମିତା ହାତ, ଗୋଡ଼, ମୁହଁ ବନ୍ଧା ଅବସ୍ଥାରେ ପିଜୁଳି ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ବଞ୍ଚତ୍ଥିବା ଭାବି ତାଙ୍କୁ ତଳକୁ ଓହ୍ଲାଇ ଆଣିଥିଲେ। ହେଲେ ତାଙ୍କର ମୃତ୍ୟୁ ଘଟିଥିବା ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ବନ୍ଧା ହୋଇଥିବା ଗାମୁଛା ତାଙ୍କ ବାପାଙ୍କର ହୋଇଥିବାରୁ ଏଥିରେ ପରିବାର ଲୋକଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଯାତ୍ରୀବାହୀ ଗାଡ଼ିରେ ରହିବ ଭିଏଲ୍‌ଟିଡି

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ରାଜ୍ୟର ସବୁ ଯାତ୍ରୀବାହୀ ଗାଡିରେ ଭିଏଲ୍‌ଟିଡି (ଭେଇକିଲ ଲୋକେଶନ ଟ୍ରାକିଂ ଡିଭାଇସ) ଲାଗିବ। ଓଲା, ଉବେର, ମୋ ବସ୍‌ ଭଳି ଯାତ୍ରୀବାହୀ ଗାଡିଗୁଡିକରେ ଏହି...

କୁକୁଡା ଲଢ଼େଇ ଦେଖି ଫେରୁଥିଲା ବେଳେ ଦୁର୍ଘଟଣା: ଟିପ୍ପର ଓଲଟି ୩ ମୃତ, ୧ ଗୁରୁତର

ଲହୁଣୀପଡା, ୪।୧ (ଡି.ଏନ.ଏ)- ସୁନ୍ଦରଗଡ ଜିଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ଚୋରଧରା ପଞ୍ଚାୟତ କଲ୍ୟାଣ ମଣ୍ଡପ ପାଖରେ ଏକ ଟିପ୍ପର ଗୁରୁବାର ସନ୍ଧ୍ୟା ସାଢ଼େ ୬ଟା...

ହ୍ୟାକିଂ ପଛରେ ବଡ଼ ନେଟ୍‌ୱର୍କ

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (ଓକାକ୍‌) ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ବାଟ୍ସଆପ୍‌...

ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୧୨।୫(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏପରିକି ରାଜ୍ୟରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୧୦ ହଜାର ଉପରେ ରହୁଛି।...

ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ

ଭବାନୀପାଟଣା,୨୫।୧୦(ସ୍ବ.ପ୍ର): ସୋମବାର ୧୨ ଘଣ୍ଟିଆ କଳାହାଣ୍ଡି ଜିଲା ବନ୍ଦ ଡାକରା ଦିଆଯାଇଛି। ପଛୁଆବର୍ଗ ଜାତି ସମୂହ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଜିଲାର...

ମହାଳୟାରେ ବିନ୍ଦୁସାଗର ମନା

ଭୁବନେଶ୍ୱର,୫।୧୦(ବ୍ୟୁରୋ): ବୁଧବାର ପବିତ୍ର ମହାଳୟା। ପିତୃ ପୁରୁଷଙ୍କ ଶ୍ରାଦ୍ଧ ତର୍ପଣ ପାଇଁ ବିନ୍ଦୁସାଗରରେ ଭିଡ଼ ହେବାର ସମ୍ଭାବନା ଥିବାରୁ ଏହା ଉପରେ ରୋକ ଲଗାଇଛି ବିଏମ୍‌ସି।...

ବାପାଙ୍କୁ ହତ୍ୟାକରି ଚତୁର୍ଥୀ ପୂର୍ବରୁ ଜେଲଗଲେ ପୁଅ

କେନ୍ଦୁଝର/ଝୁମ୍ପୁରା,୯ା୭ (ସ୍ବ.ପ୍ର.): ବିବାହ ସରିଲା। ଚତୁର୍ଥୀ ପାଇଁ ଘର ଦୁଆରେ ସାଜସଜ୍ଜା ଚାଲିଥିଲା। କିଛି ଘଣ୍ଟା ପରେ ହୋଇଥାନ୍ତା ଚତୁର୍ଥୀ। ମାତ୍ର ବାପାଙ୍କୁ ହତ୍ୟାକରି ଜେଲ...

ଓଡ଼ିଶା ଓ୍ବାନ୍‌ ପୋର୍ଟାଲ୍‌ରୁ ମିଳିବ ସବୁ ନାଗରିକ ସେବା

ଭୁବନେଶ୍ୱର,୨୨ା୭(ବ୍ୟୁରୋ): ରାଜ୍ୟ ସରକାର ଯୋଗାଇଦେଉଥିବା ସମସ୍ତ ନାଗରିକ ସେବା ଗୋଟିଏ ଓ୍ବେବ୍‌ ପୋର୍ଟାଲ୍‌ ଓଡ଼ିଶା ଓ୍ବାନ୍‌ରେ ଉପଲବ୍ଧ ହେବ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ...

Advertisement
Archives

Model This Week