Odisha Elections 2024

କାଲିଫର୍ନିଆରେ ତାପମାତ୍ରା ୫୩ ଡିଗ୍ରୀ ଟପିଲା…

ଓ୍ବାଶିଂଟନ,୧୭।୭ : ଆମେରିକା ଏବଂ ୟୁରୋପର ଲୋକମାନେ ଅସହ୍ୟ ଉତ୍ତାପ ଲହରକୁ ନେଇ ସଙ୍କଟରେ ପଡ଼ିଛନ୍ତି। ଆମେରିକାରେ ପ୍ରାୟ ୧୧ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ଯୁକ୍ତରାଷ୍ଟ୍ରରେ ପଶ୍ଚିମ ଏବଂ ଦକ୍ଷିଣ ଅଞ୍ଚଳରେ ଉତ୍ତାପ ଲହର ଜାରି ରହିଛି । ଅନୁମାନ କରାଯାଉଛି ଆଗାମୀ ସମୟରେ ଏହା ସମସ୍ତ ରେକର୍ଡ ଭାଙ୍ଗିବ । କାଲିଫର୍ନିଆରେ ତାପମାତ୍ରା ୫୩ ଡିଗ୍ରୀ ଟପିଛି। ୧୦ ଜୁଲାଇ ୧୯୧୩ରେ କାଲିଫର୍ନିଆରେ ଏଭଳି ତାପମାତ୍ରା ଅନୁଭୁତ ହୋଇଥିଲା।

 

ଦକ୍ଷିଣ ୟୁରୋପରେ ଅତ୍ୟଧିକ ଉତ୍ତାପ ଲହର ଆରମ୍ଭ ଜାରି ରହିଛି। ଇଟାଲୀର ୧୭ ଟି ସହରରେ ରେଡ ଆଲର୍ଟ ଜାରି କରାଯାଇଛି। ରୋମ, ଫ୍ଲୋରେନ୍ସ ଏବଂ ବୋଲଗ୍ନା ସମେତ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ଏହି ସତର୍କତା ପ୍ରଯୁଜ୍ୟ ହେବ ଏବଂ ସୁସ୍ଥ ଲୋକଙ୍କୁ ମଧ୍ୟ ପ୍ରଭାବିତ କରିପାରେ। ପାଣିପାଗ ବିଭାଗ ଦ୍ୱାରା ଜାରି କରାଯାଇଥିବା ପୂର୍ବାନୁମାନରେ କୁହାଯାଇଛି ରବିବାର କାଲିଫର୍ନିଆ, ନେଭାଡା, ଆରିଜୋନା, ଟେକ୍ସାସ, ଫ୍ଲୋରିଡା ଇତ୍ୟାଦିରେ ତାପମାତ୍ରା ୪୫ ଡିଗ୍ରୀକୁ ବୃଦ୍ଧି ପାଇବାର ପୂର୍ବାନୁମାନ କରାଯାଇଛି।

ଆସନ୍ତା ସପ୍ତାହରେ ଆରିଜୋନା ଏବଂ ନେଭାଡାର କେତେକ ଅଞ୍ଚଳରେ ତାପମାତ୍ରା ୫୪.୪ ଡିଗ୍ରୀ ସେଲସିୟସରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଫିନିକ୍ସ ଏବଂ ଲାସ ଭେଗାସରେ ଏପର୍ଯ୍ୟନ୍ତ ରେକର୍ଡ ହୋଇଥିବା ସମସ୍ତ ରେକର୍ଡ ଭାଙ୍ଗିଯିବ ବୋଲି ଆଶା କରାଯାଉଛି । ୟୁରୋପରେ ମଧ୍ୟ ଉତ୍ତାପ ସଙ୍କଟ ସୃଷ୍ଟି କରିଛି। ୟୁରୋପୀୟ ସ୍ପେସ ଏଜେନ୍ସି ଚେତାବନୀ ଦେଇଛି ଇଟାଲୀ, ଫ୍ରାନ୍ସ, ଜର୍ମାନୀ ଏବଂ ପୋଲାଣ୍ଡ ଆସନ୍ତା ସପ୍ତାହରେ ଅଧିକ ଉତ୍ତାପର ସମ୍ମୁଖୀନ ହୋଇପାରନ୍ତି। ୧୬ ଟି ସହର ପାଇଁ ଇଟାଲୀ ଏକ ସତର୍କ ସୂଚନା ଜାରି କରିଛି। ଗ୍ରୀସ ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରିଛି। ଗ୍ରୀସରେ କର୍ତ୍ତୃପକ୍ଷ ମଧ୍ୟ ଜଙ୍ଗଲରେ ନିଆଁ ଲାଗିବାର ସମ୍ଭାବନା ପ୍ରକାଶ କରିଛନ୍ତି। ଏହି ସମୟରେ ବ୍ରିଟେନରେ ପ୍ରବଳ ବର୍ଷା ଓ ପବନର ପୂର୍ବାନୁମାନ ଜାରି କରାଯାଇଛି। ଆସନ୍ତା ସପ୍ତାହରେ ଆମେରିକାର କିଛି ଅଞ୍ଚଳରେ ୫୪ ଡିଗ୍ରୀରୁ ଅଧିକ ତାପମାତ୍ରା ରହିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ବଦଳିଲା ଟୁଇଟରର ଡୋମେନ ନେମ, ଏବେ x.comରେ ଖୋଲିବ ସୋସିଆଲ ମିଡିଆ ପ୍ଲାଟଫର୍ମ

ଓ୍ବାଶିଂଟନ,୧୭।୫: ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଟୁଇଟର ଡଟ କମ ଖୋଲୁଥିଲା, କିନ୍ତୁ ଅପରାହ୍ନରେ ଏହା ସ୍ବୟଂଚାଳିତ ଭାବରେ x.com ହୋଇଗଲା। ଏହିପରି,୨୦୨୨ରେ ଏଲୋନ ମସ୍କଙ୍କ ଦ୍ୱାରା...

ନେପାଳ ସଂସଦରେ ହାତାହାତି ହେଲେ ଶାସକ-ବିରୋଧୀ

କାଠମାଣ୍ଡୁ,୧୭।୫: ସହଯୋଗୀ ଜାଲିଆତି ମାମଲାରେ ନେପାଳର ଗୃହମନ୍ତ୍ରୀ ରବି ଲାମିଚାନେଙ୍କ ବିରୋଧରେ ତଦନ୍ତ କମିଟି ଗଠନ ନେଇ ନେପାଳ ସଂସଦର ନିମ୍ନ ଗୃହରେ ବିରୋଧୀ ଏବଂ...

ଭାରତୀୟ ମସଲା ଉପରେ ପ୍ରତିବନ୍ଧକ ଲଗାଇଲା ନେପାଳ, ଯାଞ୍ଚ ଆରମ୍ଭ

କାଠମାଣ୍ଡୁ,୧୭।୫: ନେପାଳ ଦୁଇଟି ଭାରତୀୟ ବ୍ରାଣ୍ଡର ମସଲା – ଏମଡିଏଚ ଏବଂ ଏଭରେଷ୍ଟର ଆମଦାନୀ, ବ୍ୟବହାର ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ମସଲାରେ...

ରୁଷିଆ ଚାଇନା ସବୁବେଳେ ଏକାଠି ଅଛନ୍ତି, ବେଜିଂ ଗସ୍ତ ସମୟରେ ୭୫ ବର୍ଷ ପୁରୁଣା ଗୀତ ମନେପକାଇଲେ ପୁଟିନ

ବେଜିଂ,୧୭।୫: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚାଇନା ଗସ୍ତରେ ଅଛନ୍ତି। ଗାଜା ଏବଂ ୟୁକ୍ରେନକୁ ନେଇ ତିକ୍ତତା ମଧ୍ୟରେ ଏକ ବର୍ଷ ମଧ୍ୟରେ ରୁଷିଆର ରାଷ୍ଟ୍ରପତି...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ସିଙ୍ଗାପୁର:ସମ୍ପ୍ରତି ଯୁବପିଢ଼ି ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ପରିବାର ଆରମ୍ଭ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସିଙ୍ଗାପୁରର ଶିର୍ଲି...

୨୬ ବର୍ଷ ତଳେ ଅପହୃତ, ପଡ଼ୋଶୀଙ୍କ ଘରୁ ଉଦ୍ଧାର

ଜେଲ୍‌ଫା, ୧୭।୫:୧୯୯୮ରେ ଆଲଜେରିଆର ଜେଲ୍‌ଫା ସହର ବାସିନ୍ଦା ଓମାର ବିନ୍‌ ଓମରାନଙ୍କୁ ୧୯ ବର୍ଷ ହୋଇଥିଲା। ସେତେବେଳେ ସେ ହଠାତ୍‌ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ...

ବନ୍ୟା ପ୍ରଭାବିତ ଅଞ୍ଚଳରେ ବର୍ଷା ବନ୍ଦ କରିବାକୁ କରାଯାଉଛି କ୍ଲାଉଡ ସିଡିଂର ପ୍ରୟୋଗ

ଜାକର୍ତ୍ତା,୧୬।୫: ବର୍ଷା କରିବା ପାଇଁ ଆପଣ କ୍ଲାଉଡ ସିଡିଂ ବ୍ୟବହାର କରିବା ବିଷୟରେ ନିଶ୍ଚୟ ଶୁଣିଥିବେ । କିନ୍ତୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଅଧିକ ବର୍ଷା...

ସ୍ଲୋଭାକିଆର ପ୍ରଧାନମନ୍ତ୍ରୀଙ୍କ ଉପରକୁ ଗୁଳି ଚଳାଇବାର ପ୍ରଥମ ଭିଡିଓ ଆସିଲା ସାମ୍ନାକୁ

ବ୍ରେଟିସ୍ଲାଭା,୧୬ା୫:  ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋ  ଗୁଳି ବିନିମୟରେ ଗୁରୁତର ହୋଇଛନ୍ତି। ଫିକୋଙ୍କ ଉପରେ ହୋଇଥିବା ଗୁଳି ବିନିମୟକୁ ବିଶ୍ୱର ନେତାମାନେ ନିନ୍ଦା କରିଛନ୍ତି ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri