ଭାଜପାରେ ସାମିଲ ହେବେ ବିଧାୟକ ପ୍ରେମାନନ୍ଦ

କେନ୍ଦୁଝର ୪ା୩(ନରେଶ ଚନ୍ଦ୍ର ପଟ୍ଟନାୟକ):ନିକଟରେ ବିଜେଡି ଛାଡିଥିବା ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାଏକ ଭାଜପାରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗ୍ରସ୍ତର ଦିନକ ପୂର୍ବରୁ ସୋମବାର ସେ ଭାଜପାରେ ଯୋଗଦେବା ନେଇ ତେଲକୋଇରେ ରାଜନୀତି ସରଗରମ ହୋଇପଡ଼ିଛି।
ନିର୍ବାଚନମଣ୍ଡଳୀରୁ ୨୦୧୪ରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ଏବଂ ୨୦୧୯ରେ ଭାଜପାରୁ ପ୍ରାର୍ଥୀ ହୋଇ ତାଙ୍କଠାରୁ ହାରିଥିବା ଧନୁର୍ଜୟ ସିଦ୍ଧୁଙ୍କୁ ଦଳ ପ୍ରାଧାନ୍ୟ ଦେବା ଏବଂ ତାଙ୍କୁ ଦଳୀୟ ସଂଗଠନ ଗୁରୁତ୍ୱ ଦିଆ ନ ଯିବାରୁ ଏବଂ ପରବର୍ତ୍ତୀ ସମୟରେ ଧନୁର୍ଜୟ ବିଜେଡିରେ ଯୋଗଦେଇ ସମାନ୍ତରାଳ ସଂଗଠନ ଚଳାଇବା ଆଦି କାରଣରୁ ଦଳରୁ ଇସ୍ତଫା ଦେଇଥିବା ପ୍ରେମାନନ୍ଦ କହିଥିଲେ।
ବିଜେଡି ଟିକେଟରୁ ତେଲକୋଇରୁ ଜିତିଥିବା ପ୍ରେମାନନ୍ଦ ୨୦୧୪ ନିର୍ବାଚନରେ ଟିକେଟ ପାଇ ନ ଥିଲେ। ୨୦୧୯ରେ ପୁଣି ବିଜେଡିରୁ ଟିକେଟ ପାଇ ଜିତିବା ପରେ ମନ୍ତ୍ରୀ ପଦ ପାଇଥିଲେ। ୨୦୨୪ ନିର୍ବାଚନରେ ବିଜେଡି ଧନୁର୍ଜୟଙ୍କୁୁ ପ୍ରାର୍ଥୀ କରିବା ଚର୍ଚ୍ଚା ହେଉଥିବାବେଳେ ପ୍ରେମାନନ୍ଦ ପଦ୍ମ ଧରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାର କହିଛନ୍ତି, ତାଙ୍କୁ ଦଳ ୨ଥର ବିଧାୟକ ଏବଂ ଥରେ ମନ୍ତ୍ରୀ କରିଥିଲା ା ସବୁ ପାଇଲା ପରେ ଏବେ ଦଳ ଛାଡିବା ଏବଂ ଭାଜପାରେ ମିଶିବା କାୈଣସି ଫରକ ପଡ଼ିବନାହିଁ। ପୂର୍ବତନ ବିଧାୟକ ଧନୁର୍ଜୟ କହିଛନ୍ତି, ତାଙ୍କୁ ଯେଉଁଭଳି ସମ୍ମାନ ଦେବା କଥା ଦେଇ ଆସିଥିଲା। ତାଙ୍କର ଭାଜପାରେ ମିଶିବା କିଛି ଫରକ ପଡିବ ନାହିଁ, ବରଂ ଲୋକଙ୍କ ତାଙ୍କ ପ୍ରତି ବିତୃଷ୍ଣା ଭାବ ଥିଲା। ଅନ୍ୟପକ୍ଷରେ ପ୍ରେମାନନ୍ଦଙ୍କ ନିଷ୍ପତ୍ତିକୁ ନେଇ ଭାଜପାରୁ ଆଶାୟୀ ଥିବା ଅନେକ ନେତାଙ୍କ ମନରେ ଛନକା ପଶିଛି। ବର୍ତ୍ତମାନ ତେଲକୋଇରେ ଭାଜପାର ସ୍ଥିତି ଭଲ ଥିବାବେଳେ ଦଳ ଠିକ୍‌ ନିଷ୍ପତ୍ତି ନ ନେଲେ ପୁଣି ଦଳ ମଧ୍ୟରେ ବିବାଦ ଘନୀଭୂତ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରୁଛନ୍ତି। ଧନୁର୍ଜୟ ସିଦ୍ଧୁ ଭାଜପା ଦଳ ଛାଡିବା ପରେ ବହୁ ଆଗରୁ ଦଳ ପାଇଁ କାମ କରିଆସୁଥିବା ଆଶାୟୀମାନେ ଆଶ୍ୱସ୍ତ ହୋଇଥିଲେ। ପ୍ରେମାନନ୍ଦ ଲୋକଙ୍କ ସୁବିଧା ଅସୁବିଧା ବୁଝିନାହାନ୍ତି କିମ୍ବା ସାଂଗଠନିକ କାର୍ଯ୍ୟରେ ସାମିଲ ହୋଇ ନ ଥିବାରୁ ତାଙ୍କ ପ୍ରତି ଅସନ୍ତୋଷ ଲାଗିରହିଥିବା ବେଳେ ତେଲକୋଇ ନିର୍ବାଚନକୁ ଭାଜପା ତାଙ୍କ ଜରିଆରେ ବିଜେଡି ଗଡକୁ ହାତେଇବା ସେତେଟା ସୁବିଧା ଜନକ ହେବ ନାହିଁ ବୋଲି କୁହାଯାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

ଆଟଲାଣ୍ଟିକ ମହାସାଗର ଉପରେ ରହସ୍ୟଜନକ ଭାବେ ନିଖୋଜ ହେଲା ବିମାନ, ସାମ୍ନାକୁ ଆସିଲା ପାଇଲଟ୍‌ଙ୍କ ଶେଷ କଲ୍‌

ନୂଆଦିଲ୍‌ଲୀ,୪।୧୦: ଆଟଲାଣ୍ଟିକ ମହାସାଗର ଉପରେ ଉଡ଼ାଣ ଭରୁଥିବା ଏକ ବିମାନ ନିଖୋଜ ହୋଇଯାଇଛି, ଯାହା ଏକ ମେଡିକାଲ ଜେଟ ଅର୍ଥାତ ଏୟାର ଆମ୍ୱୁଲାନ୍ସ ଅଟେ। ଏଥିରେ ୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?