Posted inଜାତୀୟ

ତେଲଙ୍ଗାନା ଘୋଡ଼ା ବେପାର ଅଭିଯୋଗ: ସିବିଆଇ ତଦନ୍ତ ଦାବି

ନୂଆଦିଲ୍ଲୀ,୨୯ା୧୦(ପି.ଟି.): ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌)ର ୪ ବିଧାୟକଙ୍କୁ କିଣିବା ଲାଗି ଭାଜପା ଉଦ୍ୟମ ଚଳାଇଥିବା ଆଞ୍ଚଳିକ ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା। ଉକ୍ତ ବିଧାୟକମାନଙ୍କୁ ୧୦୦ କୋଟି ଟଙ୍କା ଲେଖାଏ ଯଚାଯାଇଥିବା କୁହାଯାଇଥିଲା। ମୁନୁଗୋଡ଼େ ଉପନିର୍ବାଚନକୁ ପ୍ରଭାବିତ କରିବା ଲାଗି ଟିଆର୍‌ଏସ୍‌ ଏଭଳି ମନଗଢ଼ା ଅଭିଯୋଗ ଆଣିଥିବା ଭାଜପା କହିବା ସହ ଏହାର ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ ଦେବାକୁ ଶୁକ୍ରବାର ନିର୍ବାଚନ କମିଶନ(ଇସି)ଙ୍କୁ ଅନୁରୋଧ କରିଛି। ଭାଜପା ପ୍ରତିନିଧି ଦଳରେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ଦଳର ସାଧାରଣ ସମ୍ପାଦକ ଅରୁଣ ସିଂ, ମୁଖ୍ୟ ମୁଖପାତ୍ର ଅନିଲ ବାଲୁନି ଏବଂ ଓମ୍‌ ପାଠକ୍‌ ନିର୍ବାଚନ କମିଶନଙ୍କୁ ଭେଟିଥିଲେ। ଉପନିର୍ବାଚନରେ ଟିଆର୍‌ଏସ୍‌ ପରାଜିତ ହେବା ଭୟରେ ବିଚଳିତ। ତେଣୁ ଭାଜପାକୁ ଟାର୍ଗେଟ କରିବା ଲାଗି ମିଥ୍ୟା ଅଭିଯୋଗର ଆଶ୍ରୟ ନେଇଛି। ତେଲଙ୍ଗାନା ପୋଲିସ ୩ ଜଣଙ୍କୁ ଅଟକ ରଖି ସେମାନଙ୍କ ବିରୋଧରେ ଏତଲା ଦାଏର କରିଛି।
ଇସିଙ୍କୁ ଭେଟିଥିବା ଭାଜପା ପ୍ରତିନିଧି ଦଳ ଓଡ଼ିଶାର ଶାସକ ଦଳ ବିଜେଡି ବିରୋଧରେ ଅଭିଯୋଗ ଆଣିଛି। ଧାମନଗର ବିଧାନସଭା ଉପନିର୍ବାଚନକୁ ପ୍ରଭାବିତ କରିବା ଲାଗି ମିଥ୍ୟା ଓ ଜାଲ୍‌ ଅଡିଓ କ୍ଲିପ୍‌ ଜରିଆରେ ସ୍ବର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବ୍ୟକ୍ତିଗତ ଭାବମୂର୍ତ୍ତି କ୍ଷୁଣ୍ଣ କରିବା ଲାଗି ବିଜେଡି ଉଦ୍ୟମ ଚଳାଇଥିବା ଭାଜପା ପ୍ରତିନିଧି ଅଭିଯୋଗ କରିଛନ୍ତି। ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଜାଲ୍‌ ଅଡିଓ କ୍ଲିପିଂ ପଛରେ ଥିବା ବିଜେଡି ସଦସ୍ୟଙ୍କ ବିରୋଧରେ ଏତଲା ଦାଏର ଲାଗି ଭାଜପା ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛି।
ନଭେମ୍ବର ୩ରେ ଉଭୟ ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଧାମନଗର ନିର୍ବାଚନ ମଣ୍ଡଳୀର ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ସହ ଅମିତ୍‌ ଶାହା ବୈଠକ କରିଥିବାର ଏକ ଜାଲ୍‌ ଭିଡିଓ କ୍ଲିପ୍‌ ବିଜେଡି କାର୍ଯ୍ୟକର୍ତ୍ତା ସାମାଜିକ ଗଣମାଧ୍ୟମରେ ପ୍ରସାର କରାଇଥିଲେ। ଏଭଳି କୌଣସି ବୈଠକ ହୋଇ ନ ଥିବା ଭାଜପା ପ୍ରତିନିଧି ଦଳ କହିଛନ୍ତି। ଦୁଇ ରାଜ୍ୟର ଉପନିର୍ବାଚନକୁ ପ୍ରଭାବିତ କରିବା ଲାଗି ଏଭଳି ଗୁରୁତର ଉଦ୍ୟମ ହୋଇଥିବା କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର କହିଛନ୍ତି। ଭାଜପାର ବର୍ଦ୍ଧିତ ଲୋକପ୍ରିୟତାରେ ଉଭୟ ରାଜ୍ୟ ସରକାର ବେଆଇନ ପଦ୍ଧତିରେ ଜନମତକୁ ପ୍ରଭାବିତ କରିବାକୁ ଉଦ୍ୟମ ଚଳାଇଥିବା ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri