ବଂଶୀ ବଜାଇଲେ ତେଜ ପ୍ରତାପ, ବିଦେଶୀଙ୍କ ସହ ନାଚିଲେ ରାଜନାଥ

ନୂଆଦିଲ୍ଲୀ,୮ା୩: ଆଜି ସାରା ଦେଶରେ ଜୋରଦାର ପାଳନ କରାଯାଇଛି ହୋଲି। ସମସ୍ତେ ହୋଲିର ରଙ୍ଗରେ ରଙ୍ଗେଇ ହୋଇଥିବା ବେଳେ ଏଥିରୁ ବାଦ୍‌ ପଡ଼ିନାହାନ୍ତି ଆମ ରାଜନେତାମାନେ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କ ଘରେ ହୋଲି ଉତ୍ସବର ଆୟୋଜନ କରିଥିଲେ। ଭାରତ ଗସ୍ତରେ ଆସିଥିବା ଆମେରିକାର ବାଣିଜ୍ୟ ମନ୍ତ୍ରୀ ଜିନା ରେମଣ୍ଡଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରିଛନ୍ତି। ତାଙ୍କର ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସେହିପରି ବିହାରର ପରିବେଶ ମନ୍ତ୍ରୀ ତେଜ ପ୍ରତାପ ଯାଦବ ପାଟନାରେ ଲାଥମାର ହୋଲି ଖେଳିଥିଲେ। ଏହି ସମୟରେ ସେ କୃଷ୍ଣଙ୍କ ରୂପରେ ଦେଖାଦେଇଥିଲେ। କେବଳ ଏତିକି ନୁହେଁ, ସେ ନିଜେ ବଂଶୀ ବଜାଉଥିବାର ନଜର ଆସିଛନ୍ତି। ସେ ଦିଲ୍ଲୀରେ ଥିବା ତାଙ୍କ ପିତା ଲାଲୁ ଯାଦବଙ୍କୁ ଭିଡିଓ କଲ୍‌ ମାଧ୍ୟମରେ ହୋଲିର ଅଭିନନ୍ଦନ ଜଣାଇଛନ୍ତି। ଲାଲୁ ମଧ୍ୟ ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାନ୍ତା ଭାଇରସ୍‌: ଅଙ୍ଗପ୍ରତ୍ୟଙ୍ଗକୁ ଶୀଘ୍ର ଅକାମୀ କରିଦିଏ

ନୂଆଦିଲ୍ଲୀ, ୧୦ା୫:‘ଏମ୍‌ଭି ହୋଣ୍ଡିଅସ୍‌’ ନାମକ ଏକ ବିଳାସପୂର୍ଣ୍ଣ ପର୍ଯ୍ୟଟନ ଜାହାଜରେ ହାନ୍ତା ଭାଇରସ୍‌ ସଂକ୍ରମଣର ଖବର ସାରା ବିଶ୍ୱରେ ଚିନ୍ତା ବଢ଼ାଇଛି। ଡାକ୍ତରମାନଙ୍କ କହିବା ଅନୁଯାୟୀ, ଏହି…

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ TVK ମୁଖ୍ୟ ବିଜୟ ଥାଲାପତି, ଯୋଗଦେବେ ରାହୁଲ ଗାନ୍ଧୀ

ଚେନ୍ନାଇ,୧୦।୫: ଅଭିନେତାରୁ ରାଜନେତା ହୋଇଥିବା ସି. ଜୋସେଫ ବିଜୟ ରବିବାର ସକାଳ ୧୦ଟାରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଲୋକ ସଭାରେ ବିରୋଧୀ ଦଳ…

୩ ଦିନିଆ ଅସ୍ତ୍ରବିରତି ପାଇଁ ରୁଷିଆ, ୟୁକ୍ରେନ୍‌ ରାଜି: ଟ୍ରମ୍ପ୍‌

ଓ୍ବାଶିଂଟନ,୧୦ା୫(ପି.ଟି.):ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ୩ ଦିନ ଅସ୍ତ୍ରବିରତି ଏବଂ ବନ୍ଦୀ ବିନିମୟ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦେଇଥିବା ପ୍ରସ୍ତାବରେ ରୁଷିଆ ଓ ୟୁକ୍ରେନ୍‌…

ପୂର୍ଣ୍ଣ କାର୍ଯ୍ୟକାରୀ ହେଲା ନୂଆ ଶ୍ରମ ଆଇନ

ନୂଆଦିଲ୍ଲୀ,୧୦ା୫(ପି.ଟି.): ଦୀର୍ଘ ୫ ବର୍ଷର ପ୍ରତୀକ୍ଷା ପରେ କେନ୍ଦ୍ର ସରକାର ନିୟମାବଳୀ ପ୍ରକାଶ କରି ୪ ଶ୍ରମ ସଂହିତାକୁ ପୂର୍ଣ୍ଣ କାର୍ଯ୍ୟକାରୀ କରିଛନ୍ତି। ଏହା ସମସ୍ତ ଶ୍ରମିକଙ୍କ…

ହତ୍ୟା ଅଭିଯୁକ୍ତ ମୃତବ୍ୟକ୍ତିଙ୍କ ସମ୍ପତ୍ତି ପାଇପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦ା୫(ପି.ଟି.): ଜଣେ ବ୍ୟକ୍ତି ଯଦି ଅନ୍ୟ ଜଣଙ୍କୁ ହତ୍ୟା କରିବା କିମ୍ବା ହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ଅଭିଯୁକ୍ତ ହୋଇଥାନ୍ତି, ତେବେ ସେ ଉତ୍ତରାଧିକାର ସୂତ୍ରରେ ମୃତ…

ବାଲିଅନ୍ତା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ, ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ…

ଭୁବନେଶ୍ୱର, ୯।୫(ସୁନିତ୍‌ ମିଶ୍ର):ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ଠିକ୍‌ ଓ ପୁଙ୍ଖାନୁପୁଙ୍ଖ ତଦନ୍ତ…

ବାକି ଟଙ୍କା ଆଦାୟ କରିବାକୁ ଯାଇ ଅପହରଣ: କେନ୍ଦୁଝରରୁ କଟକ ନେବା ବେଳେ ଶାଳପଡ଼ା ଠାରେ ଧରିଲା ପୋଲିସ, ୨ ଗିରଫ

ହାଟଡିହୀ/ଛେନାପଦୀ,୯।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା): ବାକି ଟଙ୍କା ଆଦାୟ କରିବାକୁ ଯାଇ ଜଣେ ବ୍ୟବସାୟୀ ଅପହରଣର ଶିକାର ହୋଇଛନ୍ତି। କେନ୍ଦୁଝରରୁ ଅପହରଣ କରି କଟକ ଅଭିମୁଖେ ନେଇ…

ସୁବ୍ରମଣିଙ୍କୁ ନୂତନ CDS ନିଯୁକ୍ତ, ସ୍ବାମୀନାଥନ୍‌ ନୌସେନା ମୁଖ୍ୟ ନିଯୁକ୍ତ

ନୂଆଦିଲ୍ଲୀ,୯।୫: ଭାରତ ସରକାର ସଶସ୍ତ୍ର ବାହିନୀରେ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଜେନେରାଲ ଏନ.ଏସ. ରାଜା ସୁବ୍ରମଣିଙ୍କୁ ନୂତନ ପ୍ରତିରକ୍ଷା ମୁଖ୍ୟ(CDS) ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri