କରୋନା ମୁକାବିଲା ଲାଗି ବୈଷୟିକ କମିଟି ଗଠିତ

ଭୁବନେଶ୍ୱର, ୨୦ା୮(ବ୍ୟୁରୋ): ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛି। ଯଦିଓ ଅଧିକ ନମୁନା ପରୀକ୍ଷା ହେଉଥିବାରୁ ସଂକ୍ରମିତ ଅଧିକ ଚିହ୍ନଟ ହେଉଛନ୍ତି, ତଥାପି କାହିଁକି ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା ବଢ଼ୁଛି ତାହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି। ତେଣୁ ସରକାର କରୋନା ମୁକାବିଲା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ମଲ୍ଟି ଡିସିପ୍ଲିନାରୀ ଟେକ୍ନିକାଲ କମିଟି ଗଠନ ହୋଇଛି। ୭ଟି ମେଡିକାଲ କଲେଜର ପ୍ରଫେସରଙ୍କୁ ନେଇ ଡାଇରେକ୍ଟୋରେଟ୍‌ ଅଫ୍‌ ମେଡିକାଲ ଏଜୁକେଶନ ଆଣ୍ଡ୍‌ ଟ୍ରେନିଂ ଦ୍ୱାରା ଏହି କମିଟି ଗଠନ କରାଯାଇଛି। କମିଟିରେ ଥିବା ପ୍ରଫେସରଙ୍କୁ ୩୦ ଜିଲାର ଦାୟିତ୍ୱ ଦିଆଯାଇଛି। ସେମାନେ ସମସ୍ତ ଜିଲା ପରିଦର୍ଶନ କରିବେ ଏବଂ କରୋନା ସ୍ଥିତି ତଦାରଖ କରିବେ। ଜିଲା ବୁଲିବା ସହିତ କରୋନା ଚିକିତ୍ସା ନେଇ ଡାକ୍ତରଙ୍କୁ ମାଗଦର୍ଶନ ଦେବେ। ଏହାପରେ ସ୍ବାସ୍ଥ୍ୟ ବିଭାଗକୁ ରିପୋର୍ଟ ଦେବେ। ଉକ୍ତ ରିପୋର୍ଟ ଆଧାରରେ କରୋନା ଲଢ଼େଇ ପାଇଁ ପରବର୍ତ୍ତୀ ନୂଆ ରଣନୀତି ସ୍ଥିର କରାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ପରେ ଏବେ ଇଡି ସ୍କାନରରେ ଅନାମ

ଭୁବନେଶ୍ୱର,୬।୩(ବ୍ୟୁରୋ): ପ୍ରଥମେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା କଳାହାଣ୍ଡି ଜିଲା ଭବାନୀପାଟଣା ପୂର୍ବତନ ବିଧାୟକ ଅନାମ ନାଏକ ଏବେ ଇଡି ସ୍କାନର୍‌ରେ। ଗତ ଜାନୁୟାରୀ ୨୩ରେ...

ପ୍ରବାସୀ ଶ୍ରମିକଙ୍କ ଫେରିବା ଚିନ୍ତା: ଖୋଲିବ କ୍ୱାରାଣ୍ଟାଇନ ସେଣ୍ଟର

ଭୁବନେଶ୍ୱର,୨୨।୪(ବ୍ୟୁରୋ): ସମଗ୍ର ଦେଶରେ କୋଭିଡ୍‌-୧୯ କାୟାବିସ୍ତାର କରିଚାଲିଛି। ଦିଲ୍ଲୀ, ମହାରାଷ୍ଟ୍ରରେ ଲକ୍‌ଡାଉନ ପରେ ପ୍ରବାସୀ ଶ୍ରମିକମାନେ ଘରମୁହାଁ ହୋଇଛନ୍ତି। ଅନ୍ୟ ରାଜ୍ୟରୁ ମଧ୍ୟ ଓଡ଼ିଶାକୁ ପ୍ରବାସୀ...

ସାଉଥ୍‌କୋ, ଓ୍ବେସକୋ ହାତେଇଲା ଟିପିସିଏଲ୍‌

ଭୁବନେଶ୍ୱର,୫ା୧୨(ବ୍ୟୁରୋ): ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀକୁ ଘରୋଇ ସଂସ୍ଥା ହାତକୁ ଟେକି ଦେଉଛନ୍ତି। ନିକଟରେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି)...

କରୋନା କାରଣରୁ ବାତିଲ ହେଲା କୈଳାସ ମାନସରୋବର ଯାତ୍ରା

ଗ୍ୟାଙ୍ଗଟକ୍‌,୨୩।୪: କରୋନା ଭାଇରସ୍‌ ମହାମାରୀ ଯୋଗୁ ସିକ୍କିମ ସରକାର ଚଳିତ ବର୍ଷ କୈଳାସ ମାନସରୋବର ଯାତ୍ରାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ସିକ୍କିମ ପର୍ଯ୍ୟଟନ...

ବାହୁଡ଼ିଲେ ଶ୍ରୀ ବଳଦେବଜୀଉ

କେନ୍ଦୁଝର,୯ା୭(ସ୍ବ.ପ୍ର.): ବିଶ୍ୱର ସର୍ବୋଚ୍ଚ ମାନ୍ୟତା ପାଇଥିବା କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ବାହୁଡ଼ା ଯାତ୍ରା ଶନିବାର ଶାନ୍ତିପୂର୍ଣ୍ଣ ଭାବରେ ସରିଛି। ଲକ୍ଷାଧିକ ଭକ୍ତ ଶ୍ରୀଜିଉଙ୍କ...

ଭାକ୍ସିନ୍‌ ଦ୍ୱାରା ହାରିବ କରୋନା: ୟୁନିସେଫ୍‌…

ଜେନେଭା/ନୂଆଦିଲ୍ଲୀ,୧୦।୫: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ୟୁନିସେଫ୍‌ ପକ୍ଷରୁ ଏକ ଭିଡ଼ିଓ ଜାରି ହୋଇଛି। ଭିଡ଼ିଓରେ କୁହାଯାଇଛି ଯେ,...

କାମ କରି ଅର୍ଥ ପାଇନାହାନ୍ତି ପୂର୍ବତନ ସରପଞ୍ଚ: ନ୍ୟାୟ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି,ଅଗଷ୍ଟ ୧୫ରେ ସିଂହଦ୍ୱାର ଆଗରେ ଆତ୍ମାହୁତି ଧମକ

ପୁରୀ ଅଫିସ, ୪ା୮: ଭିଏଲ୍‌ଡବ୍ଲ୍ୟୁଙ୍କ ନାମରେ ଓ୍ବାର୍କ ଅର୍ଡର। କାମ କଲେ ସରପଞ୍ଚ। ୧୫ଲକ୍ଷ ଟଙ୍କା ଅନୁଦାନ ମିଳିବା ପରେ ତାକୁ ହଡ଼ପ କରିନେଲେ ଭିଏଲ୍‌ଡବ୍ଲ୍ୟୁ।...

ଶ୍ରୀଲିଙ୍ଗରାଜ କ୍ଷେତ୍ର ପ୍ରତି ଚରମ ଅବହେଳା

ପୁରୁଣା ଭୁବନେଶ୍ୱର,୬ା୨ (ଡି.ଏନ.ଏ.): ଶ୍ରୀଲିଙ୍ଗରାଜ କ୍ଷେତ୍ରର ବିକାଶ ଓ ସୌନ୍ଦର୍ଯ୍ୟକରଣ ନେଇ ବିଭିନ୍ନ ସ୍ଥାନରେ ଉଚ୍ଛେଦ ଯୋଗୁ ମନ୍ଦିର ସମ୍ମୁଖ ରାସ୍ତା ବନ୍ଦ କରାଯାଇଛି। ଏହି...

Advertisement
Archives

Model This Week