୮.୪ ଲକ୍ଷ କୋଟିର ଋଣ ପୁନର୍ଗଠନ ହୋଇପାରେ

ନୂଆଦିଲ୍ଲୀ,୨୦।୮: କରୋନା ଯୋଗୁ ଘରୋଇ ବଜାରର କମ୍ପାନୀଗୁଡ଼ିକ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। କମ୍ପାନୀଗୁଡ଼ିକ ବର୍ତ୍ତମାନ ସଙ୍କଟ ଦେଇ ଗତି କରୁଥିବା ବେଳେ ବଜାରରେ ସୁଧାର ଆଣିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଥିଲେ। କମ୍ପାନୀଗୁଡିକର ଋଣ ରିଷ୍ଟ୍ରକ୍‌ଚର ବା ପୁନର୍ଗଠନ ନେଇ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ନିକଟରେ ମଞ୍ଜୁରୀ ପ୍ରଦାନ କରିଛି। ଏହି ଧାରା ଅନ୍ତର୍ଗତ ବ୍ୟାଙ୍କଗୁଡ଼ିକ ୮.୪ ଲକ୍ଷ କୋଟି ଟଙ୍କାର ଚାପଗ୍ରସ୍ତ ଋଣକୁ ପୁନର୍ଗଠନ କରିପାରନ୍ତି। ଏ ନେଇ ବ୍ୟାଙ୍କଗୁଡିକ ପ୍ରକ୍ରିୟା ଜାରି ରଖିଥିବା ଏକ ରିପୋର୍ଟ ପ୍ରକାଶ ପାଇଛି। ଏହା ବ୍ୟାଙ୍କଗୁଡିକ ପ୍ରଦାନ କରିଥିବା ମୋଟ ଋଣର ପ୍ରାୟ ୭.୭%।
ରେଟିଂ ଏଜେନ୍ସି ଇଣ୍ଡିଆ ରେଟିଂ ଆଣ୍ଡ ରିସର୍ଚ୍ଚ ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ, ୮.୪ ଲକ୍ଷ କୋଟି ଟଙ୍କାର ଚାପଗ୍ରସ୍ତ ଋଣ ମଧ୍ୟରୁ ପ୍ରାୟ ୬୦% ଏନ୍‌ପିଏ ହେବା ଆଶଙ୍କା ଉପୁଜିଛି। କରୋନା ଯୋଗୁ ଅର୍ଥ ବ୍ୟବସ୍ଥା ଉପରେ ସଙ୍କଟ ଆସିଥିବା ବେଳେ ଋଣ ପୁନର୍ଗଠନ ନ ହେଲେ ଏହା ସମସ୍ୟାକୁ ଆହୁରି ବଢାଇ ଦେବ। ଚଳିତ ମାସ ଆରମ୍ଭରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ପୁନର୍ଗଠନ ଯୋଜନା ଘୋଷଣା କରାଯାଇଥିଲା। ବିଶ୍ୱ ଆର୍ଥତ୍କ ମାନ୍ଦାବସ୍ଥା ସମୟରେ ପୁନର୍ଗଠନ ହୋଇଥିବା ଋଣ ପରିମାଣ ମଧ୍ୟରୁ କର୍ପୋରେଟ ଋଣର ଅଂଶ ୯୦% ରହିଥିଲା। ମାତ୍ର ବର୍ତ୍ତମାନ ସ୍ଥିତିରେ କର୍ପୋରେଟକୁ ଛାଡ଼ିଦେଲେ କ୍ଷୁଦ୍ର ବ୍ୟବସାୟ, କୃଷି ଏବଂ ରିଟେଲ ଋଣ ସାମିଲ ରହିବ। ଏହି ସବୁ କ୍ଷେତ୍ରଗୁଡିକରୁ ପ୍ରାୟ ୨.୧ ଲକ୍ଷ କୋଟି ଟଙ୍କାର ଋଣ ପୁନର୍ଗଠନ କରାଯାଇପାରେ।
ରିପୋର୍ଟରେ କୁହାଯାଇଛି ଯେ, ମହାମାରୀ ପୂର୍ବରୁ ଅଣ କର୍ପୋରେଟ ଋଣ କ୍ଷେତ୍ରରେ ବିଭିନ୍ନ ସମସ୍ୟା ରହିଥିଲା। ପ୍ରାୟ ୪ ଲକ୍ଷ କୋଟି ଟଙ୍କାର କର୍ପୋରେଟ ଋଣ ମଧ୍ୟ ଫସି ରହିଥିଲା। କରୋନା ଯୋଗୁ ଆଉ ୨.୫ ଲକ୍ଷ କୋଟିର ଋଣ ଚାପଗ୍ରସ୍ତ ହୋଇଛି। ଅଣ କର୍ପୋରେଟ କ୍ଷେତ୍ରଗୁଡିକରେ ଏହି ଋଣ ପରିମାଣରେ ମଧ୍ୟ ବୃଦ୍ଧି ଘଟିଛି। ପୂର୍ବରୁ ପ୍ରାୟ ୭୦ ହଜାର କୋଟି ଟଙ୍କା ଏହି କ୍ଷେତ୍ରଗୁଡିକରେ ଫସିଥିବା ବେଳେ ବର୍ତ୍ତମାନ ଏହା ୨.୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବା ନେଇ ଆଶଙ୍କା କରାଯାଇଛି। କେବଳ କର୍ପୋରେଟ କ୍ଷେତ୍ରର ୩.୩ ଲକ୍ଷ କୋଟି ଟଙ୍କାରୁ ୬.୩ ଲକ୍ଷ କୋଟି ଟଙ୍କାର ଋଣ ପୁନର୍ଗଠନ କରାଯାଇପାରେ। ବ୍ୟାଙ୍କଗୁଡିକ ଏ ଦିଗରେ କି ପ୍ରକାର କାର୍ଯ୍ୟପନ୍ଥା ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। ସେହିଭଳି ଏଥିରେ ହୋଟେଲ ଏବଂ ରିୟଲ ଇଷ୍ଟେଟ କ୍ଷେତ୍ରର ଋଣର ମଧ୍ୟ ବଡ଼ ଅଂଶ ରହିବ। ଏହାବାଦ୍‌ ବିଜୁଳି, ଭିତ୍ତିଭୂମି ଏବଂ ନିର୍ମାଣ କ୍ଷେତ୍ରର ଋଣ ସର୍ବାଧିକ ରହିପାରେ ବୋଲି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri