Posted inଖେଳ

ଘରେ ବି ସଂଘର୍ଷ କରୁଛି ଟିମ୍‌ ଇଣ୍ଡିଆ

ଜୟପୁର,୧୭।୧୧: ଟି୨୦ ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଟିମ୍‌ ଇଣ୍ଡିଆ ସ୍ବଦେଶ ଫେରିବା ପରେ ମଧ୍ୟ ସଂଘର୍ଷ କରୁଛି। ଅବଶ୍ୟ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୫ ଉଇକେଟରେ ହରାଇ ଦେଇଛି ଭାରତ। କିନ୍ତୁ ୧୬୫ ରନ୍‌ର ପିଛା କରୁଥିବା ଘରୋଇ ଦଳ ଏକଦା ସୁବିଧାଜନକ(୧୦୯/୧) ସ୍ଥିତିରେ ଥିଲା। ତଥାପି ମ୍ୟାଚ୍‌କୁ ଜିତିବା ପାଇଁ ଭାରତୀୟ ଦଳକୁ ୧୯.୪ ଓଭର ପର୍ଯ୍ୟନ୍ତ ଲଢ଼େଇ କରିବାକୁ ପଡ଼ିଥିଲା। ଏହି ବିଜୟ ସହ ଭାରତୀୟ କ୍ରିକେଟରେ ନୂଆ ଯୁଗ ଆରମ୍ଭ ହୋଇଛି।

ଟିମ୍‌ ଇଣ୍ଡିଆକୁ ଭଲ ଆରମ୍ଭ ଦେଇଥିଲେ ଅଧିନାୟକ ରୋହିତ ଶର୍ମା ୪୮ (୫ ଚୌକା ଓ ୨ ଛକା) ଓ ସୂର୍ଯ୍ୟକୁମାର ଯାଦବ ୬୨ (୬ ଚୌକା ଓ ୩ ଛକା)। ଦଳ ୧୩ ଓଭର ସୁଦ୍ଧା ୧ ଉଇକେଟ ୧୦୮ ରନ୍‌ କରିଥିଲା। ମ୍ୟାଚ୍‌ରେ ଶେଷ ଆଡ଼କୁ ଟ୍ରେଣ୍ଟ ବୋଲ୍ଟ (୨ ଉଇକେଟ), ଟିମ୍‌ ସୌଦି ଓ ଡାରଲି ମିଚେଲ ଗୋଟିଏ ପରେ ଗୋଟିଏ ଉଇକେଟ ନେଇ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ପାଇଁ ସମ୍ଭାବନା ସୃଷ୍ଟି କରିଥିଲେ। କିନ୍ତୁ ଚୌକା ମାରି ମ୍ୟାଚ୍‌ ଭାରତକୁ ଜିତାଇ ଦେଇଥିଲେ ରିଷଭ ପନ୍ତ।

ପୂର୍ବରୁ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡକୁ ପ୍ରଥମ ଓଭରରେ ବଡ଼ ଝଟକା ଦେଇଥିଲେ ଭୁବନେଶ୍ୱର କୁମାର। ଏହାପରେ ମାର୍ଟିନ ଗୁପଟିଲ ୭୦ (୩ ଚୌକା ଓ ୪ ଛକା) ଏବଂ ମାର୍କ ଚାପମ୍ୟାନ (୬୩ ରନ୍‌, ୬ ଚୌକା ଓ ୨ ଛକା) ଦର୍ଶନୀୟ ଅର୍ଦ୍ଧଶତୀୟ ଇନିଂସ ଖେଳିଥିଲେ। ଦୁହେଁ ଦ୍ୱିତୀୟ ଉଇକେଟ ପାଇଁ ଦଳୀୟ ସ୍କୋରରେ ଯୋଡ଼ିଥିଲେ ୧୦୯ ରନ୍‌। କିନ୍ତୁ ୧୪ ତମ ଓଭରରେ ଅଶ୍ୱିନ ଦୁଇ ଉଇକେଟ ନେବାରୁ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲା ଭାରତ। ବୋଲିଂରେ ଭୁବି ଓ ଅଶ୍ୱିନ ୨ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri