Posted inଖେଳ

ବାରବାଟୀରେ ଅଭ୍ୟାସ କଲା ଟିମ୍‌ ଇଣ୍ଡିଆ

କଟକ,୮।୨: ଜାରି ରହିଛି ଭାରତ-ଇଂଲଣ୍ଡ ଦିନିକିଆ ସିରିଜ। ସିରିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ହରାଇ ଭାରତ ୧-୦ରେ ଆଗୁଆ ରହିଛି। ଫେବୃଆରୀ ୯ରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଦ୍ବିତୀୟ ଦିନିକିଆ ମ୍ୟାଚ୍‌। ଏନେଇ ଶନିବାର ବାରବାଟୀ ଷ୍ଚାଡିୟମରେ ଟିମ୍‌ ଇଣ୍ଡିଆ ଅଭ୍ୟାସ ଆରମ୍ଭ କରିଛି। ଭୁବନେଶ୍ବରରୁ ଏକ ସ୍ବତନ୍ତ୍ର ବସ୍‌ ଯୋଗେ ଖେଳାଳି ବାହାରି ଷ୍ଚାଡିୟମରେ ପହଞ୍ଚି ଥିଲେ। ହେଲେ ନିଜ ପ୍ରିୟ ଖେଳାଳିଙ୍କ ଟିକିଏ ଝଲକ ପାଇଁ ରାସ୍ତାରେ ଦର୍ଶକଙ୍କ ଭିଡ ଜମିଥିଲା। ଟିମ୍‌ ଇଣ୍ଡିଆର ନେଟ୍‌ ଅଭ୍ୟାସ ଦେଖିବା ପାଇଁ ବାରବାଟୀରେ ଖଚାଖଚ ଭିଡ ଜମିଛି। ପ୍ରାକ୍ଟିସ ପୂର୍ବରୁ ବିରାଟ କୋହଲି ଓ ଅନ୍ୟ ଖେଳିମାନେ ୱାର୍ଣ୍ଣମ୍‌ପ୍‌ କରିଥିଲେ। ଅନ୍ୟପକ୍ଷେ ଖେଳାଳିଙ୍କ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ରୋହିତ ଶର୍ମାଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ । ସେହିଭଳି ଶୁଭମନ ଗିଲଙ୍କୁ ଉପଅଧିନାୟକ ଭାବେ ଦଳରେ ସାମିଲ କରାଯାଇଛି । କୋହଲିଙ୍କ ଉପରୁ ସସପେନ୍ସ ହଟିଛି । ଚର୍ଚ୍ଚା ହେଉଥିଲା କୋହଲିଙ୍କୁ ସୁଯୋଗ ମିଳିବନାହିଁ। କିନ୍ତୁ ବିସିସିଆଇ ପୁଣି କୋହଲିଙ୍କ ଉପରେ ଭରସା କରିଛି । ଶ୍ରେୟସ ଆୟରଙ୍କୁ ସୁଯୋଗ ମିଳିଥିବା ବେଳେ ମିଡିଲ ଅର୍ଡରରେ ପ୍ରମୁଖ ଭୂମିକା ତୁଲାଇବେ ସେ । ଉଭୟ କୋହଲି ଓ ଆୟରଙ୍କ ଉପରେ ଦଳ ବିଶେଷ ଭାବେ ନିର୍ଭର କରିବ । ସେହିଭଳି ଦଳରେ ଦୁଇ ଜଣ ଉଇକେଟ କିପରଙ୍କୁ ସାମିଲ କରାଯାଇଛି । ଲୋକେସ ରାହୁଲ ଏବଂ ଋଷଭ ପନ୍ତଙ୍କୁ ମିଳିଛି ସୁଯୋଗ । ତେବେ ରାହୁଲଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇପାରେ।

ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ୍‌ ଗିଲ (ଉପଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, ଲୋକେସ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ଜସପ୍ରୀତ ବୁମରାହ ଓ ମହମ୍ମଦ ଶାମି


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶ୍ରମିକଙ୍କ ଠାରୁ କମ୍‌ ଦରମା ପାଉଛନ୍ତି ପାକିସ୍ତାନୀ ଖେଳାଳି, ଚମକାଇଲା ରିପୋର୍ଟ

ଇସଲାମବାଦ,୧୮।୩: ଯେବେଠୁ ପାକିସ୍ତାନ କ୍ରିକେଟ ବୋର୍ଡ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିଛି, ସେବେଠାରୁ ଏହାର ଅବସ୍ଥା ଖରାପରୁ ଆହୁରି ଖରାପ ହୋଇଯାଇଛି। ଏଥିପାଇଁ ଖେଳାଳିଙ୍କ ଦରମା...

କୋହଲିଙ୍କ ଆଗରେ ନଇଁବ BCCI! ନୂଆ ଅପଡେଟ୍‌କୁ ନେଇ ହଇଚଇ

ନୂଆଦିଲ୍ଲୀ,୧୮।୩: ଯଦିଓ ବିସିସିଆଇ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ, ଏହାକୁ ମଧ୍ୟ ତାର ଖେଳାଳିଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇବାକୁ ପଡୁଛି। IPL 2025...

ଜଣେ କି ଦୁଇଜଣ ନୁହେଁ, ୧୩ ଖେଳାଳିଙ୍କୁ ବାହାର କରିଦେବ ପଞ୍ଜାବ କିଙ୍ଗ୍ସ; ଏଭଳି ହେବ…

ନୂଆଦିଲ୍ଲୀ,୧୮।୩: ଆଇପିଏଲ୍‌ ୨୦୨୫ ପାଇଁ ପଞ୍ଜାବ କିଙ୍ଗ୍ସ ଗୋଟିଏ ବି ଖେଳାଳିଙ୍କୁ ରିଟେନ କରି ନ ଥିଲା। ଦଳ ମେଗା ନିଲାମରେ ସମସ୍ତ ଖେଳାଳିଙ୍କୁ କିଣିଛନ୍ତି।...

ବିରାଟ କୋହଲି ହେବେ ବ୍ୟାଟିଂ ଅଧିନାୟକ? ବଡ଼ ନିଷ୍ପତ୍ତି ନେବ RCB!

ନୂଆଦିଲ୍ଲୀ,୧୮।୩: ଆର୍‌ସିବି ଏଯାବତ ଆଇପିଏଲ୍‌ ଟାଇଟଲ ଜିତିନାହିଁ। କିନ୍ତୁ ଖେଳାଳି ଏବଂ ପ୍ରଶଂସକମାନେ ଆଇପିଏଲ୍‌ ୧୮ରେ କିଛି ଚମତ୍କାର ହୋଇପାରେ ବୋଲି ଆଶା କରୁଛନ୍ତି। ଏହି...

ଷ୍ଟୁପିଡ! ଷ୍ଟୁପିଡ! ଷ୍ଟୁପିଡ!, ଗାଭାସ୍କରଙ୍କୁ କପି କଲେ ପନ୍ତ, ରାଗିଗଲେ ପ୍ରଶଂସକ

ନୂଆଦିଲ୍ଲୀ,୧୮।୩: କିଛି ସମୟ ପୂର୍ବରୁ, ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଥିଲା, ଯେଉଁଠାରେ ମ୍ୟାଚର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଭୁଲ ସଟ ଖେଳି...

କ’ଣ ଯେ କେହି ବି କିଣିପାରିବେ IPL ଟିମ୍‌, ଜାଣନ୍ତୁ କେତେ ଟଙ୍କା ନିବେଶ କରିବାକୁ ପଡେ

ନୂଆଦିଲ୍ଲୀ,୧୮।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL)ର 18ତମ ସିଜିନ 22 ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି। ଆଇପିଏଲର ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ...

ଧୋନୀଙ୍କ ଲମ୍ବା କେଶ ବାଲା ‘ଆନିମଲ’ଲୁକ ମନ କିଶୁଛି ଦର୍ଶକଙ୍କର, ୟୁଜର୍ସ କହିଲେ ଫେଲ ମାରିଲେ ରଣବୀର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୩: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ଲିଗର ୧୮ତମ ସିଜିନ ୨୨ ମାର୍ଚ୍ଚରୁ ଆରମ୍ଭ...

ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବେନି ହାର୍ଦ୍ଦିକ ପାଣ୍ଡ୍ୟା, ପ୍ଲେଇଂ ୧୧ରେ ବି ମିଳିବନି ସ୍ଥାନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସିଜିନର ବିଗୁଲ ବାଜିସାରିଛି। ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ (କେକେଆର) ଏବଂ ରୟାଲ ଚ୍ୟାଲେଞ୍ଜର୍ସ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri