Posted inଖେଳ

ସିରିଜ୍‌ ବିଜୟ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ରାୟପୁର,୨ା୧୨: ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଦ୍ୱିତୀୟ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌କୁ ୧୭ ରନ୍‌ ବ୍ୟବଧାନରେ ଜିତିଥିବା ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଏହି ମ୍ୟାଚ୍‌ ଜିତି ସିରିଜ୍‌ରେ ଆଗୁଆ ରହିବା ଲକ୍ଷ୍ୟରେ ରହିଛି। ଭାରତୀୟ ଦଳର ଡ୍ରେସିଂରୁମ୍‌ ପରିବେଶ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଦୁଇ ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଉଲ୍ଲେଖନୀୟ ଫର୍ମ ଉପରେ ସଭିଙ୍କ ନଜର ରହିବ।

୨୦୨୭ ଦିନିକିଆ ବିଶ୍ୱକପ୍‌ ଖେଳିବାକୁ ଲକ୍ଷ୍ୟ ରଖିଥିବା ଏହି ଦୁଇ ସିନିୟର ବ୍ୟାଟରଙ୍କ ଲାଗି ପ୍ରତ୍ୟେକ ମ୍ୟାଚ୍‌ ପରୀକ୍ଷା ସଦୃଶ ହେବ। ଭାରତୀୟ ଦଳ ଜିତିଥିବା ଗତ ଦୁଇ ଦିନିକିଆ ମ୍ୟାଚ୍‌ରେ ଉଭୟ କୋହଲି ଓ ରୋହିତ୍‌ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା। ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ଓ ମୁଖ୍ୟ ଚୟନକର୍ତ୍ତା ଅଜିତ୍‌ ଅଗରକର ସେମାନଙ୍କର ବିଶ୍ୱକପ୍‌ ଖେଳିବାର ସମ୍ଭାବନା ସମ୍ପର୍କରେ ଭିନ୍ନ ମତ ଦେଉଥିବା ବେଳେ ଦୁଇ ସିନିୟର ବ୍ୟାଟର ଯଥାସମ୍ଭବ ଭଲ ପ୍ରଦର୍ଶନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେପର ଲେସ୍‌ ହେଲା ଜିଲାପାଳଙ୍କ କାର୍ଯ୍ୟାଳୟ

ଛତ୍ରପୁର,୪ା୧୨(ଦିଲୀପ ସାମଲ): ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପେପର ଲେସ ହୋଇଛି। ଏବେ ଫାଇଲ ସିଷ୍ଟମରେ କାମ ହେଉଛି । ଆଗକୁ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ...

ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର: ଗାଡ଼ି ଭଙ୍ଗାରୁଜା, ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୪ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଗୋପାଳପୁର ଗ୍ରାମରେ ମହିଳା ଏଏସ୍‌ଆଇ ଝୁନୁ ମାଝୀ, ଏଏସ୍‌ଆଇ ମନୋଜ ସିଂ ଓ ଅନ୍ୟ...

୨୪ତାରିଖରୁ ବରଗଡ଼ ଧନୁଯାତ୍ରା: ଗୋପପୁର କଳାକାରଙ୍କ ଅଭ୍ୟାସ ଆରମ୍ଭ

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡ଼ିସେମ୍ବର ମାସ ୨୪ତାରିଖରୁ ଆରମ୍ଭ ହେବ । ମହୋତ୍ସବ ୨୦୨୬ ମସିହା ଜାନୁଆରୀ ମାସ ୩ତାରିଖ ପର୍ଯ୍ୟନ୍ତ...

ଜଲିଗଲା ଖରିଆର-ସମ୍ବଲପୁର ବସ୍‌

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିକଟ ବଲଣ୍ଡାରେ ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି)ର ଏକ ଯାତ୍ରୀବାହୀ ବସରେ ଆକସ୍ମିକ ନିଆଁ ଲାଗିଥିଲା।...

‘ବୃହତ୍ତର ଆଫଗାନିସ୍ତାନ’ ମାନଚିତ୍ର ପ୍ରଦର୍ଶନ କଲା ତାଲିବାନ: ରାଗରେ ନାଲି ହୋଇଗଲା ପାକିସ୍ତାନ

ଭୁବନେଶ୍ୱର,୪।୧୨: ଆଫଗାନିସ୍ତାନର ତାଲିବାନ ଶାସକମାନେ ନାଙ୍ଗରହାର ପ୍ରଦେଶରେ ଜଣେ ପ୍ରମୁଖ ପସ୍ତୋ କବି ମତିଉଲ୍ଲା ତୁରାବଙ୍କ କବର ଉପରେ ଏକ ବିବାଦୀୟ “ବୃହତ୍ତର ଆଫଗାନିସ୍ତାନ” ମାନଚିତ୍ର...

ହାର୍ଦ୍ଦିକଙ୍କ ପାଇଁ ବଦଳିଲା ଷ୍ଟାଡିୟମ

ହାଇଦ୍ରାବାଦ,୪ା୧୨: ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲୋକପ୍ରିୟତା ଯୋଗୁ ବରୋଦା ଓ ଗୁଜରାଟ ମଧ୍ୟରେ ଜିମଖାନା ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ସୟଦ ମୁସ୍ତାକ...

ଭାରତକୁ ଆସିଲେ ପୁଟିନ୍‌, ‘ବିଶ୍ୱରେ ସର୍ବାଧିକ ଟ୍ରାକ୍‌ ହେଲା ତାଙ୍କରି ଫ୍ଲାଇଟ୍‌; ବିମାନ ବନ୍ଦରରେ ଜଗିଥିଲେ ମୋଦି

ନୂଆଦିଲ୍ଲୀ,୪ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ ଗସ୍ତରେ ଆସିବା ସମୟରେ ତାଙ୍କ ବିମାନ ଗୁରୁବାର ସାରା ବିଶ୍ୱରେ ସର୍ବାଧିକ ଟ୍ରାକ୍ କରାଯାଇଥିବା...

ଭେଣ୍ଡିଂ ଜୋନ୍‌ରେ ବ୍ୟବସାୟ କରିବାକୁ ବେପାରୀଙ୍କୁ ନିର୍ଦ୍ଦେଶ

ହିଞ୍ଜିଳିକାଟୁ,୪।୧୧(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପରିବା ବଜାରରେ ରାସ୍ତାକଡ଼ ଓ ଡ୍ରେନ୍‌ ଉପରେ ବ୍ୟବସାୟ କରୁଥିବା ବେପାରୀଙ୍କୁ ନିକଟରେ ଥିବା ଭେଣ୍ଡିଂ ଜୋନରେ ବ୍ୟବସାୟ କରିବାକୁ ପୌର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri