ଶିକ୍ଷକରୁ ଶିକ୍ଷା ଉଦ୍ୟୋଗୀ

ପିଲାଟି ଦିନରୁ ମାତାପିତାଙ୍କୁ ହରାଇଥିବା ଜଣେ ମେଧାବୀ ଛାତ୍ର ଯେ କେବେ ଶହ ଶହ ପିଲାଙ୍କର ଦାୟିତ୍ୱ ବହନ ସହ ଅଭିଭାବକ ଓ ଗୁରୁଙ୍କ ଭୂମିକା ନିର୍ବାହ କରିବେ ଆଜି ମଧ୍ୟ ସେ ବିଶ୍ୱାସ କରିପାରୁନାହାନ୍ତି। ବହୁ ଘାତ ପ୍ରତିଘାତ ମଧ୍ୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନ ସ୍ନାତକରେ ପ୍ରଥମ ଶ୍ରେଣୀ ସହ ଶ୍ରେଷ୍ଠ ୩ୟ ସ୍ଥାନରେ ରହିଥିଲେ। ପରବର୍ତ୍ତୀ ସମୟରେ ସେ ଉକ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଏବଂ ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟର ସହାୟତାରେ ନ୍ୟୁକ୍ଲିୟର ଫିଜିକ୍ସରେ ଗବେଷଣାକରି ସଫଳତା ଅର୍ଜନ କରିଛନ୍ତି। ସମୟକ୍ରମେ ସେ ସମାଜ ପାଇଁ କିଛି କରିବା ସହ ଗରିବ ମେଧାବୀ ପିଲାଙ୍କୁ ଉତ୍ତମ ଶିକ୍ଷା ଦେବା ଉଦ୍ଦେଶ୍ୟ ନେଇ ସମ୍ବଲପୁରଠାରେ ଏକ ଭିନ୍ନ ଧରଣର ଘରୋଇ ଶିକ୍ଷାନୁଷ୍ଠାନ ‘ନ୍ୟୁଟନ୍‌ ଯୁକ୍ତ୨ ବିଜ୍ଞାନ କଲେଜ’ର ଆରମ୍ଭ କରିଥିଲେ। ସେହି ସଫଳ ଶିକ୍ଷାବିତ୍‌ ଡ. ତେଜରାଜ ପାତ୍ରଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଲୋଚନା।

ପ୍ର-୧: ନ୍ୟୁଟନ୍‌ କଲେଜର ଯାତ୍ରା କିଭଳି ରହିଛି?
ଉ- ଆଇ.ଏସ୍‌ସି. ପଢୁଥିବା ସମୟରେ ଘରୋଇ ଶିକ୍ଷାଦାନ (ଟ୍ୟୁଶନ)ରେ ସମୟ ଅତିବାହିତ ସହ ପାଠପଢ଼ା ଜାରି ରହିଥିଲା। ଏପରିକି ଶ୍ରେଣୀ ପରେ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇ ଚାଲିଥିବା ବେଳେ ଶିକ୍ଷାଦାନ ପ୍ରତି ଦୁର୍ବଳତା ବଢ଼ିଯାଇଥିଲା। ଦୀର୍ଘ ୩୦ବର୍ଷ ଶିକ୍ଷାଦାନ ଅଭିଜ୍ଞତା ଓ ଶିକ୍ଷା ପ୍ରତି ରହିଥିବା ଦୁର୍ବଳତାରୁ ଏକ ଭିନ୍ନ ଧରଣର ଶିକ୍ଷାନୁଷ୍ଠାନର ଅୟମାରମ୍ଭ ହୋଇଥିଲା। ୨୦୦୭ରେ ଆନୁଷ୍ଠାନିକ ଭାବେ ନ୍ୟୁଟନ୍‌ କଲେଜର ଶୁଭାରମ୍ଭ ସହ ଶିକ୍ଷାଦାନ ଜାରି ହୋଇଥିଲା। ଏହି ଅନୁଷ୍ଠାନ ଦୀର୍ଘ ୧୫ ବର୍ଷ ମଧ୍ୟରେ ବହୁ ମେଧାବୀ ଓ ପ୍ରତିଭାବାନ୍‌ ଛାତ୍ର ସୃଷ୍ଟି କରିବାରେ ଅତୁଳନୀୟ ଭୂମିକା ନିର୍ବାହ କରିଛି, ଯାହା କଲେଜର ପ୍ରତିଷ୍ଠାତା ଭାବେ ଗର୍ବ ଅନୁଭବ କରିପାରୁଛି।
ପ୍ର-୨: ଜାତୀୟ ଶିକ୍ଷାନୀତିକୁ କିଭଳି ଦେଖୁଛନ୍ତି ?
ଉ- ଜାତୀୟ ଶିକ୍ଷାନୀତି (ଏନ୍‌ଇପି)ରେ ଶିକ୍ଷାର ସବୁ ଦିଗକୁ ପରିପ୍ରକାଶ କରାଯାଇଛି। ଏପରିକି ଆଗାମୀ କାଲିର ଶିକ୍ଷାଦାନ ବେଶ୍‌ ଉଚ୍ଚକୋଟୀର ଓ ସୃଜନଶୀଳତାର ବିକାଶ ଦିଗରେ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି। ଏହାର ପ୍ରଣୟନ ସବୁ ସ୍ତର ପାଇଁ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ହେବ ବୋଲି ଆକଳନ କରାଯାଉଛି। ଜଣେ ଶିକ୍ଷାବିତ୍‌ ଭାବେ ଏନ୍‌ଇପିକୁ ସ୍ବାଗତ କରିବା ସହ ଏହାର ଶିକ୍ଷା ପଦ୍ଧତିକୁ ମଧ୍ୟ ଏକ ଆହ୍ବାନ ଭାବେ ଗ୍ରହଣ କରୁଛୁ।
ପ୍ର-୩: ପ୍ରତିଯୋଗିତାମୂଳକ ସମୟରେ ପ୍ରତିପକ୍ଷଙ୍କୁ କିଭଳି ଦେଖିଥାନ୍ତି ?
ଉ- ପ୍ରତିଯୋଗୀ ଓ ପ୍ରତିଯୋଗିତା ସବୁ ସ୍ତର ଓ କ୍ଷେତ୍ରରେ ରହିଥାଏ। ହେଲେ ପ୍ରତିପକ୍ଷଙ୍କୁ କିଭଳି ସାମ୍ନା କରିବ ତାହା ପ୍ରତିଷ୍ଠାନର ଦାୟିତ୍ୱ ହୋଇଥାଏ। ଆମେ କେବେହେଲେ କାହାକୁ ପ୍ରତିପକ୍ଷ ବୋଲି ଭାବି ନ ଥାଉ। ବିଶେଷକରି ପ୍ରତିପକ୍ଷଙ୍କଠାରୁ ଭିନ୍ନ କରିବା ଓ ପ୍ରତିଷ୍ଠାନର ଗୌରବ ବଢ଼ାଇବା ପାଇଁ ପ୍ରତିଦିନ କଠିନ ପରିଶ୍ରମ ଓ ଈଶ୍ୱରଙ୍କ ପାଖରେ ନିଜର କର୍ମମୟ ଜୀବନର ହିସାବ ଦେଇଥାଉ।
ପ୍ର-୪: ଅନ୍‌ଲାଇନ ଓ ଅଫ୍‌ଲାଇନ ଶିକ୍ଷାଦାନ ମଧ୍ୟରେ ଫରକ କ’ଣ ରହିଥାଏ ?
ଉ- ଶିକ୍ଷାଦାନ ଠିକ୍‌ ଭାବେ କରାଗଲେ ତା’ର କୌଣସି ଫରକ ଜଣାପଡ଼ି ନ ଥାଏ। ହେଲେ ଶିକ୍ଷାଦାନର ଦୂରତା ବୃଦ୍ଧି କେବଳ ବୃଦ୍ଧିପାଇଥାଏ। ଫଳରେ ପିଲାଙ୍କ ଧ୍ୟାନ ଠିକ୍‌ ଭାବେ ଶିକ୍ଷାରେ ନିବେଶ ହୋଇପାରି ନ ଥାଏ। ଅନ୍‌ଲାଇନରେ ଯେଉଁ ଶିକ୍ଷା ଓ ଶିକ୍ଷକ ଶିକ୍ଷାଦାନ କରିଥାନ୍ତି, ସେହି ଶିକ୍ଷା ଓ ଶିକ୍ଷକ ଅଫ୍‌ଲାଇନରେ ମଧ୍ୟ କରିଥାନ୍ତି। କିନ୍ତୁ ଶିକ୍ଷକଙ୍କ ନଜର ଓ କ୍ଲାସ୍‌ରୁମ୍‌ ଶିକ୍ଷାର ପ୍ରଭାବ ଛାତ୍ର ଉପରେ ଅଧିକ ପ୍ରଭାବ ପକାଇଥାଏ। ଏପରିକି ଛାତ୍ରର ଶିକ୍ଷାଦାନ ସହ ସଂସ୍କାରରେ ମଧ୍ୟ ପରିବର୍ତ୍ତନ ଆସିଥାଏ, ଯାହା ଅନ୍‌ଲାଇନରେ ହୋଇପାରେନାହିଁ।
ପ୍ର-୫: ଯୁକ୍ତ ୨ କଲେଜ ପ୍ରତି ଅଭିଭାବକ ଓ ଛାତ୍ରୀଛାତ୍ରଙ୍କର ଆଗ୍ରହ ବୃଦ୍ଧିର କାରଣ କ’ଣ?
ଉ- ଉଚ୍ଚ ପ୍ରାଥମିକ ପରେ +୨ ବିଜ୍ଞାନର ଫଳାଫଳ ଛାତ୍ରୀଛାତ୍ର ଜୀବନରେ ଅଧିକ ମହତ ରଖିଥାଏ। ଏପରିକି ଅଭିଭାବକଙ୍କ ସ୍ବପ୍ନ ପୂରଣ ପାଇଁ ଯୁକ୍ତ୨ର ଫଳାଫଳ ମଧ୍ୟ ଅନେକାଂଶରେ ବେଶ୍‌ ସହାୟକ ହୋଇଥାଏ। ବିଶେଷକରି ଘରୋଇ ଯୁକ୍ତ୨ ବିଜ୍ଞାନ କଲେଜରେ ସରକାରୀ କଲେଜ ଅପେକ୍ଷା ୨ଗୁଣ ଅଧିକ ସମୟ ସହ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ମଧ୍ୟରେ ଶିକ୍ଷାଦାନ ସହିତ ଆବଶ୍ୟକ ଶିକ୍ଷାର ଉପଯୁକ୍ତ ସମାଧାନ ପାଇଁ ସବୁ ସ୍ତରରେ ପ୍ରୟାସ କରାଯାଏ। ସେହିଭଳି ଶିକ୍ଷକମାନେ ଅତିରିକ୍ତ କ୍ଲାସ୍‌ ସହ ପିଲାଙ୍କ ସହିତ ୧୮ରୁ ୨୦ ଘଣ୍ଟା ଯୋଗାଯୋଗରେ ରହିଥାନ୍ତି; ଫଳରେ ବାର୍ଷିକ ପରୀକ୍ଷାରେ ଫଳାଫଳ ଭଲ ହୋଇଥାଏ। ଏହା ଉଭୟ ଅଭିଭାବକ ଓ ଅନୁଷ୍ଠାନକୁ ଗୌରବାନ୍ବିତ କରିଥାଏ।
ପ୍ର-୬: ଅବସର ସମୟରେ କ’ଣ କରିବାକୁ ଭଲପାଆନ୍ତି?
ଉ- ଅନୁଷ୍ଠାନର ଗୁରୁଦାୟିତ୍ୱ ସହ ଶହ ଶହ ପିଲାଙ୍କ ଭବିଷ୍ୟତ ଓ ଅଭିଭାବକଙ୍କର ଆଶା ଆମ ଉପରେ ରହିଥାଏ। ସେଥିପାଇଁ ଅଧିକ ସମୟ କଲେଜ କ୍ୟାମ୍ପସରେ ବିତିଯାଏ। ଏପରିକି ପିଲାଙ୍କ ପାଇଁ ଉଭୟ ଅଭିଭାବକ ଓ ଗୁରୁଙ୍କ ଦାୟିତ୍ୱ ମଧ୍ୟ ନିର୍ବାହ କରିବାକୁ ପଡ଼ିଥାଏ; ଫଳରେ ସମୟ ଅତିବାହିତ କରିବାକୁ ମିଳେନାହିଁ। କିନ୍ତୁ ସବୁ ପରେ କିଛି ସମୟ ମିଳିଲେ ଆବଶ୍ୟକ ଶିକ୍ଷା ଅର୍ଜନ ପାଇଁ ପାଠ୍ୟପୁସ୍ତକ ପଢ଼ା ସହ ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥା ଓ ନୂଆ ପାଠ୍ୟକ୍ରମ ଉପରେ ଅଧିକ ଗବେଷଣା କରିବାକୁ ପସନ୍ଦ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?