ଗାଡ଼ି ଚାଳକଙ୍କ ମହାନତା: ରାସ୍ତାରୁ ପାଇଥିବା ଟଙ୍କା ଭର୍ତ୍ତି ପର୍ସକୁ ଶିକ୍ଷକଙ୍କୁ ଫେରାଇଲେ,ସାଧାରଣରେ ପ୍ରଶଂସା

ଦିଗପହଣ୍ଡି,୩।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଆଠଗଡ଼ିଆ ସାହିର ସ୍ବର୍ଗତ ବିପ୍ର ସେଠୀଙ୍କ ପୁଅ ପିଙ୍କୁ ସେଠୀ ଗାଡ଼ି ଚାଳକ ଭାବେ କାର୍ଯ୍ୟକରନ୍ତି। ତାଙ୍କ ମହାନତା ଆଜି ଚର୍ଚ୍ଚାରବିଷୟ ପାଲଟିଛି। ତାଙ୍କୁ ରାସ୍ତାରୁ ଏକ ଟଙ୍କା ଭର୍ତ୍ତି ମନିପର୍ସ ମିଳିଥିଲା। ହେଲେ ସେ ଲୋଭ ନ କରି ଉକ୍ତ ପର୍ସକୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫେରାଇଛନ୍ତି। ତାଙ୍କର ଏଭଳି ମହତ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଛି।

ବ୍ରହ୍ମପୁର ଗୋବିନ୍ଦ ବିହାର – ୭ ରେ ରହୁଥିବା ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମର ସନ୍ତୋଷ କୁମାର ବିଷୋୟୀ ଚଷାନିମଖଣ୍ଡି ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି।ଗତ ସୋମବାର ଅସାବଧାନତା କାରଣରୁ ତାଙ୍କ ମନିପର୍ସଟି କେଉଁଠି ପଡିଯାଇଥିଲା । ବହୁ ଖୋଜାଖୋଜି ପରେ ମଧ୍ୟ ମିଳି ନ ଥିଲା। ଗାଡ଼ି ଚାଳକ  ପିଙ୍କୁ ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ରାସ୍ତାରୁ ମନିପର୍ସଟି ପାଇଥିଲେ । ସେଥିରେ ତାଙ୍କ  ଟଙ୍କା  ଥିବା ସହ ୨ ଟି ଏଟିଏମ୍ କାର୍ଡ , ଡ୍ରାଇଭିଂ ଲାଇସେନ୍ସ, ବାଇକ କାଗଜପତ୍ର , ଆଧାର କାର୍ଡ,ଭୋଟ କାର୍ଡ ଏବଂ ପାନ କାର୍ଡ ଭଳି ବହୁ ମୂଲ୍ୟବାନ କାଗଜପତ୍ର ରହିଥିଲା ।

ଏନେଇ ପିଙ୍କୁ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାବାର୍ତ୍ତା ହୋଇ ତାଙ୍କ ସହଯୋଗ ଲୋଡିଥିଲେ । ପରେ ଫାସିଗୁଡ଼ା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନଙ୍କ ସହ ଯୋଗାଯୋଗ କରାଯିବାରୁ  ଶିକ୍ଷକ ଜଣକ ବ୍ରହ୍ମପୁରରେ ରହୁଥିବା ଖବର ପାଇଥିଲେ । ମଙ୍ଗଳବାର ସକାଳୁ ପିଙ୍କୁ ଶିକ୍ଷକଙ୍କ ମୋବାଇଲ ଫୋନରେ କଥା ହୋଇ ତାଙ୍କ ବାସଭବନ ରେ ପହଞ୍ଚି ମିଳିଥିବା  ମନିପର୍ସଟି ତାଙ୍କୁ ଫେରାଇ ଦେଇଥିଲେ । ମନିପର୍ସ ହଜିବା ପରେ ମାନସିକ ଚାପରେ ଥିବା ଶିକ୍ଷକ ଜଣକ ଗାଡ଼ି ଚାଳକ ଙ୍କ ଏଭଳି ମହାନତା ଯୋଗୁଁ  ଖୁସି ହେବା ସହ ଧନ୍ୟବାଦ ଜଣାଇଥିଲେ । ପିଙ୍କୁ ଙ୍କ ଏଭଳି କାର୍ଯ୍ୟକୁ ଦିଗପହଣ୍ଡି ଅଞ୍ଚଳବାସୀ ପ୍ରଶଂସା କରିଥିବା ଜଣାପଡିଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସମାଜସେବୀ ଅଜିତଙ୍କ ଅକାଳ ବିୟୋଗ: ଅଞ୍ଚଳରେ ଗଭୀର ଶୋକ

ଗଞ୍ଜାମ,୨୦।୪(ଅନାଥ ତରାଇ): ଗଞ୍ଜାମ ସହର ଓଡ଼ିଆ ଢମଣାସାହି ଅଞ୍ଚଳରେ ଆଜି ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା ସମାଜସେବୀ ତଥା ବଜରଙ୍ଗ…

ସିଦ୍ଧେଶ୍ୱର କଲ୍ୟାଣ ମଣ୍ଡପ ବିବାଦ: ପୋଲିସ ଉପସ୍ଥିତିରେ ଦଖଲ କଲା ବ୍ଲକ ପ୍ରଶାସନ, ପଞ୍ଚାୟତକୁ ହସ୍ତାନ୍ତର କରାଗଲା ଚାବି

ଦିଗପହଣ୍ଡି,୨୦।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ଗ୍ରାମ ରଘୁନାଥ ମନ୍ଦିର ନିକଟରେ ନବ ନିର୍ମିତ କଲ୍ୟାଣ ମଣ୍ଡପ ଦଖଲକୁ ନେଇ ଦୀର୍ଘ ବର୍ଷ…

ନୈନାରାଣୀ ଓଏଭି ବ୍ଲକ ଟପ୍ପର: ଚାରିଆଡୁ ଶୁଭେଚ୍ଛା

କର୍ଲାମୁଣ୍ଡା,୨୦/୪(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା କର୍ଲାମୁଣ୍ଡା ବ୍ଲକ ରେଗଡାସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ଛାତ୍ରୀ ନୈନାରାଣୀ…

ପାଇନ ଜଙ୍ଗଲରେ ନିଆଁ: ନିଦରେ ଶୋଇଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୪ (ଅରୁଣ ସାହୁ):ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଗୁଳଗୁଳି ବୃଦ୍ଧି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ସମୟରେ ଜଙ୍ଗଲରେ ନିଆଁ ଲାଗିବାରୁ…

ସୁସଜ୍ଜିତ ଡଙ୍ଗାରେ ନୌକା ବିହାର କଲେ ମଦନ ମୋହନ, ଉଠୁଛି ପଡୁଛି ସହର

ଗଞ୍ଜାମ,୨୦।୪(ବିଦ୍ୟାଧର ସାହୁ ): ଦୀର୍ଘ ୨୧ ଦିନ ଧରି ଭକ୍ତି, ପରମ୍ପରା ଓ ଆନନ୍ଦର ରଙ୍ଗରେ ରଙ୍ଗିତ ହେବ ଗଞ୍ଜାମ ସହର । ସୋମବାର ଅକ୍ଷୟ ତୃତୀୟାରୁ…

ସିଜିମାଳିରେ କର୍ପୋରେଟ ପାଇଁ ସରକାରୀ ଦମନଲୀଳା: ଆଦିବାସୀଙ୍କ ଜଳ-ଜଙ୍ଗଲ ଜମି ହକ ପାଇଁ ଏକଜୁଟ ହେଲେ ଏମ୍‌ପି

ଥୁଆମୂଳ ରାମପୁର, ୨୦।୪ (ଦୁର୍ଗା କୀର୍ତ୍ତି ): କଳାହାଣ୍ଡି ଏବଂ ରାୟଗଡ଼ା ଜିଲା ସୀମାନ୍ତରେ ଥିବା ସିଜିମାଳି ପାହାଡ଼ ଏବେ ଅଶାନ୍ତ ହୋଇପଡ଼ିଛି। ବେଦାନ୍ତ କମ୍ପାନୀ ପାଇଁ…

ଯାହାକୁ ଭଲ ପାଇ ବାହା ହୋଇଥିଲେ ସେ ଜୀବନ ନେଇଗଲେ, ନବବଧୂଙ୍କୁ ହତ୍ୟା ପରେ ଖଟରେ ଶୁଆଇ ଦେଇ…

ଥୁଆମୂଳ ରାମପୁର, ୨୦ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଦୋବେଡ଼ା ଗ୍ରାମରେ ଘଟିଥିବା ନବବଧୂ ବନିତା ନାଏକ ହତ୍ୟାକାଣ୍ଡ ମାମଲାରେ ପୋଲିସକୁ…

ଭିବିଜି – ରାମ ଜି ଯୋଜନାରେ ଜାଲିଆତି ଅଭିଯୋଗ: କାରଣ ଦର୍ଶାଅ ନୋଟିସର ଜବାବ ରଖିଲେ ବିଡିଓ, କହିଲେ…

ଦିଗପହଣ୍ଡି,୨୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକରେ ସରକାରୀ ଯୋଜନାରେ ଜାଲିଆତି କରାଯାଇଥିବା ଅଭିଯୋଗ ହୋଇଛି। ଭିବିଜି – ରାମ ଜି ଯୋଜନାରେ ବ୍ୟାପକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri