ମାଂସ ଉପରେ ଟିକସ ଲଗାଅ

ମାନେକା ଗାନ୍ଧୀ

ଲୋକମାନଙ୍କୁ ଗରିବ ଓ ଅସୁସ୍ଥ କରିବା ପାଇଁ ସରକାର କାହିଁକି ଏଭଳି ନୀତିମାନ ପ୍ରସ୍ତୁତ କରନ୍ତି? ସ୍ବାସ୍ଥ୍ୟ ଓ ଅର୍ଥନୀତି ଉପରେ ଏହି ନୀତିଗୁଡ଼ିକ ସବୁଠୁ ଖରାପ ପ୍ରଭାବ ପକାଏ। ଏହି କାରଣରୁ ବାସ୍ତବ ଅଥର୍ର୍ନୀତି ସମ୍ପର୍କରେ ଏହା ଅଜ୍ଞ ବୋଲି ମୁଁ ମନେକରେ। ଏଭଳି ଏକ ନୀତି ଯୋଗୁ ଅର୍ଥନୀତି,ପରିବେଶ ଓ ସ୍ବାସ୍ଥ୍ୟକୁ ପ୍ରଭାବିତ କରୁଛି ମାଂସ। ଏହା କିଭଳି ପ୍ରଭାବ ପକାଉଛି ଓ ତାହାକୁ କାହିଁକି ଖାଇବା ଉଚିତ ନୁହେଁ ତା’ର କାରଣଗୁଡ଼ିକ ସଂକ୍ଷେପରେ ଜଣାଉଛି। ସବୁ ଜୀବଙ୍କ ପାଇଁ ଖାଦ୍ୟ ଓ ପାଣି ଆବଶ୍ୟକ। ପ୍ରାଣୀମାନଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିବା ଲାଗି ଆମକୁ ଅଧିକ ଜମି ଦରକାର, କିନ୍ତୁ ତାହା ଆମ ପାଖରେ ନାହିଁ। ଏଣୁ ଆମେ ସେମାନଙ୍କୁ ଚରିବା ଲାଗି ଜଙ୍ଗଲରେ ଛାଡ଼ି ଜଙ୍ଗଲ ନଷ୍ଟକରିବା ଦ୍ୱାରା ପରିବେଶ ପ୍ରଭାବିତ ହେବା ସହ ଭୂତଳ ଜଳସ୍ତର ହ୍ରାସ ପାଉଛି। ସେମାନଙ୍କୁ ପାଣି ପିଇବାକୁ ଦେଉଛେ, ହେଲେ ଆମ ପାଖରେ ପିଇବାକୁ ପାଣି ନାହିଁ। ଆମ ପାଇଁ ଖାଦ୍ୟ ଉପତ୍ାଦନ କରିବା ପରିବର୍ତ୍ତେ ପ୍ରାଣୀଙ୍କ ଲାଗି ତାହା କରୁଛେ। ୧କେ.ଜି.ମାଂସ ପାଇଁ ଗୋଟିଏ ପ୍ରାଣୀକୁ ୨୫ କେଜି ଖାଦ୍ୟଶସ୍ୟ ଖୁଆଇବାକୁ ପଡିଥାଏ,ପାଖାପାଖିତ୍ ୧୫,୦୦୦ ଲିଟର ପାଣି ଆବଶ୍ୟକ ହୋଇଥାଏ। ଘୁଷୁରି ଓ ଛେଳି ଏହି ପରମାଣର ପାଣି ଓ ଖାଦ୍ୟ ଆବଶ୍ୟକ କରୁଥିବାବେଳେ କୁକୁଡ଼ା ପାଇଁ ଏହା କମ୍‌ ଦରକାର। ସେମାନେ ତ୍ୟାଗ କରୁଥିବା ମଳ, ମୂତ୍ର ଓ ମିଥେନ ଗ୍ୟାସ ମାଟି ଏବଂ ପାଣିକୁ ଦୂଷିତ କରେ । ଜଳବାୟୁ ବି ଅଧିକ ଉତ୍ତପ୍ତ ହୋଇଥାଏ। ପ୍ରାଣୀମାନେ ଛାଡୁଥିତ୍ବା ମିଥେନ କାର୍ବନ ଡାଇଅକ୍ସାଇଡ୍‌ଠାରୁ ୨୪ଗୁଣ ଅଧିତ୍କ କ୍ଷତିକାରକ। ଗୋଟିଏ ଗାଈ ଦିନକୁ ୬୦୦ ଲିଟର ମିଥେନ ବାୟୁମଣ୍ଡଳକୁ ଛାଡ଼ିଥାଏ। ବିଶ୍ୱରେ ନିର୍ଗମନ ହେଉଥିବା ମୋଟ ଗ୍ରୀନ ହାଉସ୍‌ ଗ୍ୟାସର ୧୮% ପଶୁପାଳନରୁ ହିଁ ହୋଇଥାଏ। ଗମନାଗମନ ପାଇଁ ଉପଯୋଗ କରାଯାଉଥିବା ସବୁ ପ୍ରକାର ଯାନରୁ ଯେତିକି ଗ୍ୟାସ ନିର୍ଗମନ ହୋଇଥାଏ ତା’ଠାରୁ ଏହି ପରିମାଣ ମଧ୍ୟ ଅଧିକ। ଜଳବାୟୁ ଉତ୍ତପ୍ତ ହେବା ଯୋଗୁ ସମୁଦ୍ର ଜଳପତ୍ତନ ବଢି କେଉଁଠି ସ୍ଥଳଭାଗକୁ ବୁଡାଇଦେଉଛି ତ ଆଉ କେଉଁଠି ବର୍ଷାରେ ବନ୍ୟାପରିସ୍ଥିତି ସୃଷ୍ଟି ହେଉଛି। ହିମଉପତ୍ୟକା ତରଳି ଶେଷ ହୋଇଯିବା ଯୋଗୁ ମରୁଡ଼ି ପରିସ୍ଥିତି ଉପୁଜୁଛି। ମଶା ଓ ଅନ୍ୟ କୀଟ ବଂଶ ବୃଦ୍ଧିପାଇବା ଦ୍ୱାରା ରୋଗ ବି ବଢୁଛି। ମାଂସ ପାଇଁ ଆମେ ପ୍ରାଣୀମାନଙ୍କୁ ପ୍ରଚୁର ଖାଦ୍ୟଶସ୍ୟ ଖାଇବାକୁ ଦେବା ଯୋଗୁ ଏହାର ମୂଲ୍ୟ ବୃଦ୍ଧି ହେଉଛି। ଗରିବମାନଙ୍କ ପାଇଁ ଖାଦ୍ୟ ନିଅଣ୍ଟ ପଡୁଛିି। ଏବେ ପ୍ରାଣୀମାନଙ୍କୁ ଦିଆଯାଉଥିବା ଖାଦ୍ୟକୁ ଯଦି ମଣିଷଙ୍କୁ ଦିଆଯାଆନ୍ତା ତେବେ ଦୈନିକ ୩.୫ ବିଲିୟନ ଲୋକଙ୍କୁ ଆମେ ସିଧାସଳଖ ଖାଇବାକୁ ଦେଇପାରନ୍ତେ ଓ ଏହାଦ୍ୱାରା ସେମାନଙ୍କ ସ୍ବାସ୍ଥ୍ୟରକ୍ଷା ମଧ୍ୟ ହୋଇପାରନ୍ତା।
ପ୍ରାଣୀମାନଙ୍କୁ ଜୀବ ଭାବେ ବିବେଚନା କରା ନ ଯାଇ ‘ମିଟ୍‌ ମେଶିନ’ ରୂପେ ଦେଖାଯାଉଛି। ଅର୍ଥାତ ସେମାନଙ୍କୁ କେବଳ ମାଂସ ପାଇଁ ପାଳନ କରାଯାଉଛି। ପ୍ରଚୁର ଆଣ୍ଟିବାୟୋଟିକ୍ସ,ହର୍ମୋନ ଏବଂ କେମିକାଲ୍ସ ଦିଆଯାଇ ସେମାନଙ୍କ ଓଜନ ବଢାଯାଉଛି। । ଉଭୟ ଭାରତ ଓ ଆମେରିକାରେ ୮୦% ଆଣ୍ଟିବାୟୋଟିକ୍ସ ପ୍ରାଣୀମାନଙ୍କୁ ଖାଇବାକୁ ଦିଆଯାଏ। ସେମାନଙ୍କ ମାଂସ ଖାଇବା ଦ୍ୱାରା ମଣିଷ ରୋଗଗ୍ରସ୍ତ ହେବା ପରେ କୌଣସି ଓ୍ୟଷଧ କାମ କରୁନାହିଁ । ଏହାଦ୍ୱାରା ଦୈନିକ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟୁଛି। ମାଂସ ଖାଇବା ଯୋଗୁ ହୃଦ୍‌ରୋଗ, ମଧୁମେହ ଏବଂ କ୍ୟାନ୍‌ସର ହେଉଛି। ଦେଶରେ ଚିକିତ୍ସା ବାବଦୀୟ ଖର୍ଚ୍ଚ ଅତ୍ୟଧିକ ବୃଦ୍ଧିପାଉଛି। ଏଥିପାଇଁ ଟିକସ ଆକାରରେ ଆମେ ତାହା ବହନ କରୁଛେ। ମାଂସ ଛାଡି ଶାକାହାର ଖାଦ୍ୟ ଖାଇଲେ ଅନେକ ଜୀବନ ରକ୍ଷା କରିହୁଅନ୍ତା। ଚିକିତ୍ସା ବ୍ୟୟ ଭାର ହ୍ରାସ ହେବା ସହ ଜଳବାୟୁ ପରିବର୍ତ୍ତନ ଯୋଗୁ କ୍ଷତି ହେଉଥିବା ୧.୫ ଟ୍ରିଲିୟନ ଡଲାର ବୋଝରୁ ତ୍ରାହି ମିଳନ୍ତା। ମାଂସ ଛାଡିବା ଖୁବ୍‌ ସହଜ ଓ ଏହାଦ୍ୱାରା ଆମେ ମଧ୍ୟ ଭଲରେ ବଞ୍ଚିପାରିବା। କିନ୍ତୁ ସରକାର ଏକ ନୀତିଗତ ନିଷ୍ପତ୍ତି ନ ନେବାଯାଏ ଏହା ସମ୍ଭବ ହୋଇପାରିବ ନାହିଁ। ମାଂସ ରପ୍ତାନି ବଢ଼ାଇବା ଲାଗି ସରକାର ପ୍ରୋତ୍ସାହିତ କରିବା ଅର୍ଥ ଆମ ମାଟି , ପାଣି ଓ ପବନକୁ ଶୀଘ୍ର ନଷ୍ଟ କରିବା। ଯଦି ମାଂସ ରପ୍ତାନିରୁ ଅର୍ଥ ଆୟ ହେଉଛି ବୋଲି କୁହାଯାଉଛି, ତେବେ ଏହାକୁ ଜଳସମ୍ପଦ ଏବଂ ଜଙ୍ଗଲ ସଂରକ୍ଷଣ ପାଇଁ କିମ୍ବା କୃଷକଙ୍କୁ କ୍ଷତିପୂରଣ ଦେବାରେ ବ୍ୟୟ କରାଯାଉଛି କି? ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ ପ୍ରତିହତ କରିବାକୁ ଖର୍ଚ୍ଚ କରାଯାଉଛି କି? ମୋ ମତରେ ଏହା ଆଦୌ କରାଯାଉନାହିଁ।
ଦେଶରେ ସାମଗ୍ରୀ ଓ ସେବା ଟିକସ( ଜିଏସ୍‌ଟି) ଲାଗୁ କରାଯାଇଛି। ଏହାକୁ ସାମାଜିକ ତଥା ଅର୍ଥନୈତିକ ସ୍ତରରେ ଅଧିତ୍କ ସମ୍ବେଦନଶୀଳ ଓ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରାଯିବା ଉଚିତ। ଅର୍ଥାତ୍‌ ମାଂସରେ ମଧ୍ୟ ଜିଏସ୍‌ଟି ଲାଗୁ କରାଯିବା ଦରକାର। ମାଂସ ଲାଗି ପାଳନ କରାଯାଉଥିତ୍ବା ଗୋରୁ,କୁକୁଡ଼ା,ଘୁଷୁରି,ଛେଳି,ହଂସ,ବତକ,ପେରୁପକ୍ଷୀ ଓ ଗିନିକୁକୁଡ଼ା ଉପରେ ସରକାର କୌଣସି ଜିଏସ୍‌ଟି ଲାଗୁ କରିନାହାନ୍ତି। ସରକାର ଗୋରୁ, ଘୁଷୁରି, ମେଣ୍ଢା,ଛେଳି ଏବଂ କୁକୁଡ଼ାମାଂସକୁ ଜିଏସ୍‌ଟି ମୁକ୍ତ କରିଛନ୍ତି। ଏଫ୍‌ଏସ୍‌ଏସ୍‌ଏଆଇ ଦ୍ୱାରା ଘୋଡ଼ା, ଗଧ ଓ ଖଚ୍ଚର ମାରିବାକୁ ନିଷେଧ କରାଯାଇଥିଲେ ବି କିଛି କାରଣ ଲାଗି ଏମାନଙ୍କ ମାଂସ ଉପରେ ଜିଏସ୍‌ଟି ଲଗାଯାଇନାହିଁ। ଏମାନଙ୍କର ମଳଦ୍ୱାର, ଅନ୍ତମୁଣା,ଖୁରା ସମେତ ଘୁଷୁରି ଓ କୁକୁଡ଼ାର ଚର୍ବିକୁ ଏଥିତ୍ରୁ ମୁକ୍ତ କରାଯାଇଛି। ସବୁ ପ୍ରକାର ମାଛ,ଚିଙ୍ଗୁଡ଼ି,କଙ୍କଡା,ଶାମୁକା ଏବଂ ଅନ୍ୟ ପ୍ରତ୍ୟକଟି ଅମେରୁଦଣ୍ଡୀ ଜଳଚର ( ମୃତ ହେଉ ବା ଜୀବିତ)କୁ ଜିଏସ୍‌ଟି ମୁକ୍ତ କରାଯାଇଛି। ଏମାନଙ୍କ ମଧ୍ୟରୁ ସଂଖ୍ୟାଧିକଙ୍କୁ ଧରିବା କିମ୍ବା ଏମାନଙ୍କ ମାଂସ ଖାଇବା ବନ୍ୟପ୍ରାଣୀ ସୁରକ୍ଷା ଆଇନରେ ନିଷେଧ କରାଯାଇଥିଲେ ବି ତାହା ପାଳନ ନ କରାଯିବା ବିଚିତ୍ର ମନେହୁଏ। ଚିଙ୍ଗୁଡ଼ି ଚାଷ ସମ୍ଭବତଃ ସବୁଠୁ ଅଧିକ ପ୍ରଦୂଷିତ ଶିଳ୍ପ। ଏହା ସ୍ବାସ୍ଥ୍ୟ ପକ୍ଷେ ବେଶି କ୍ଷତିକାରକ,କାରଣ ଏଥିରେ ଟନ୍‌ ଟନ୍‌ ଆଣ୍ଟିବାୟୋଟିକ୍ସ ଉପଯୋଗ କରାଯାଉଛି। ପରେ ଆଣ୍ଟିବାୟୋଟିକ୍ସ ମିଶ୍ରିତ ପାଣିକୁ ଚାଷ ଜମିକୁ ଛାଡି ଦିଆଯାଉଛି। ଏଥିରେ ଫଳୁଥିବା ପରିବା ଓ ଶସ୍ୟ ମଧ୍ୟ ସ୍ବାସ୍ଥ୍ୟ ପାଇଁ ପାଇଁ ହାନିକାରକ । ହାଡ଼, ଶିଙ୍ଗ, ନଖ, ଥଣ୍ଟ, ଖୁରା ଓ ଏଥିରୁ ପ୍ରସ୍ତୁତ ସମସ୍ତ ସାମଗ୍ରୀକୁ ଜିଏସ୍‌ଟି ଛାଡ କରାଯାଇଛି। ଅନ୍ୟ ଆଇନରେ ହରିଣ ଶିକାର ନିଷେଧ କରାଯାଇଥିଲେ ମଧ୍ୟ ସେମାନଙ୍କ ଶିଙ୍ଗକୁ ଏଥିରେ ସାମିଲ କରାଯାଇଛି। ଅଣ୍ଡା,ଗାଈକ୍ଷୀର ଓ କ୍ଷୀରଜାତୀୟ ଖାଦ୍ୟକୁ ଜିଏସ୍‌ଟି ବାହାରେ ରଖାଯାଇଛି।
ଆମେରିକାର ଅନେକ ରାଜ୍ୟରେ ଗ୍ରସେରି ଉପରେ ବିକ୍ରୟକର ବା ଟିକସ ଲାଗୁ କରାଯାଇନାହିଁ। ଇଂଲଣ୍ଡ, ଆୟର୍ଲାଣ୍ଡ ଓ ମାଲଟାରେ ଖାଦ୍ୟ ସାମଗ୍ରୀ ଉପରେ ଭାଟ ନ ଥିବାବେଳେ ୟୁରୋପର ଅନ୍ୟ ଦେଶଗୁଡ଼ିକରେ ଏହା ଲାଗୁ ହୋଇଛି। କୌଣସି ଖାଦ୍ୟକୁ ଅଷ୍ଟ୍ରେଲିଆରେ ଜିଏସ୍‌ଟି ପରିସରଭୁକ୍ତ କରାଯାଇନାହିଁ। ସାଧାରଣତଃ ମାଂସ ଏବଂ ଫଳ ଓ ପରିବା ଭଳି ଅନ୍ୟ ଖାଦ୍ୟ ମଧ୍ୟରେ ଥିତ୍ବା ପ୍ରଭେଦ ଚିହ୍ନଟ କରିବାରେ ଟିକସ ବ୍ୟବସ୍ଥା ଆଖି ବୁଜିଦେଇଛି। ଯେଉଁ ଖାଦ୍ୟ ପୃଥିବୀ ଓ ମଣିଷର କ୍ଷତି କରୁଛି ସେହି ଖାଦ୍ୟ ଉପରେ ଯେଉଁ ପରିମାଣର ଟିକସ ଲାଗୁ କରାଯାଇଛି ତା’ଠାରୁ ଯଥେଷ୍ଟ ଅଧିକ ଟିକସ ଲଦାଯାଇଛି ଉପଯୋଗୀ ଖାଦ୍ୟ ଉପରେ। ପ୍ରଦୂଷଣ ବଢ଼ାଇବା ସହ ମାଟି, ପାଣି, ପବନ ଓ ସ୍ବାସ୍ଥ୍ୟକୁ କ୍ଷତି କରୁଥିବା ମାଂସକୁ କାହିଁକି ଫଳ ଏବଂ ପରିବା ସହ ସମାନ ଭାବେ ଦେଖାଯାଇଛି? ମାଂସ ଉତ୍ପାଦନ ଓ ବିକ୍ରି ଦ୍ୱାରା ସମାଜ ଉପରେ ପରିବେଶଗତ ଓ ସ୍ବାସ୍ଥ୍ୟଗତ ବୋଝ ପଡୁଛି। ଏଣୁ ମାଂସ ଉପରେ ଟିକସ ଲାଗୁ କରାଯିବା ଉଚିତ। କଂସେଇଖାନାର ମିଲିୟନେୟାର ମାଲିକମାନଙ୍କ ମଧ୍ୟରୁ ଅଧିକାଂଶ ଏନ୍‌ଆର୍‌ଆଇ। ଏମାନେ ବିଭିନ୍ନ ଦେଶକୁ ମାଂସ ରପ୍ତାନି କରୁଛନ୍ତି। ଯଦି ସରକାର ମାଂସ ଉପରେ ୧୦% ଜିଏସ୍‌ଟି ଲାଗୁ କରନ୍ତେ ତେବେ କୋଟି କୋଟି ଟଙ୍କା ରାଜସ୍ବ ଆଦାୟ ହୋଇପାରନ୍ତା। ପରିବେଶ ଓ ସ୍ବାସ୍ଥ୍ୟକୁ ଭିତ୍ତି କରି ଉପୁଜୁଥିବା କ୍ଷତିକୁ ବିଚାର କରି ଅନ୍ତଃରାଷ୍ଟ୍ରୀୟ ସ୍ତରରେ ମାଂସ ଉପରେ ଟିକସ ଲାଗୁ କରିବା ପାଇଁ ସ୍ବର ଉଠୁଥିବାବେଳେ ଭାରତ କାହିଁକି ଅନ୍ୟ ବାଟରେ ଯିବ?
ମାଂସ ଉପରେ ଟିକସ ଲାଗୁ କରାଗଲେ ମାଂସ ବିକ୍ରି ଓ ଖାଇବା କମିଯିବ। ଏହା ଉଭୟ ପରିବେଶ ଓ ସ୍ବାସ୍ଥ୍ୟ ପାଇଁ ଉପକାର ହେବ। ସରକାରଙ୍କ ପାଖରେ ଅଧିକ ଟଙ୍କା ରହିବ। ସ୍ବାସ୍ଥ୍ୟ ବାବଦରେ ଯାହା ଖର୍ଚ୍ଚ ହେଉଛି ତାହା କମିଯିବ। ମାଂସ ଉତ୍ପାଦନ ଓ ବିକ୍ରି ଉପରେ ସରକାର ଠିକ୍‌ ଭାବେ ଟିକସ ଲାଗୁ ନ କରି ପରିବେଶ ଓ ସାଧାରଣ ସ୍ବାସ୍ଥ୍ୟବ୍ୟବସ୍ଥାରେ ହେଉଥିବା କ୍ଷତି ଭରଣା କରିଚାଲିଛନ୍ତି। ପରିବେଶ ସୁରକ୍ଷା ଚୁକ୍ତି ପାଇଁ ଅନୁଷ୍ଠିତ ସମସ୍ତ ବୈଠକରେ ମାଂସ ଉପରେ ଟିକସ ଲାଗୁ କରିବା ଲାଗି ଯୁକ୍ତି ଉପସ୍ଥାପନ କରାଯିବା ଆବଶ୍ୟକ। ମାଂସରୁ ଆୟ ଟିକସକୁ କୃଷିକ୍ଷେତ୍ରର ବିକାଶ ଏବଂ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ସମସ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ସହଯୋଗ କରିବାରେ ଉପଯୋଗ କରାଯାଇପାରିବ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?