Posted inଖେଳ

ବାସନ୍ଦ କାରଣରୁ କୋଲମ୍ୟାନ ଟୋକିଓ ଅଲିମ୍ପିକ୍ସ ଖେଳିବେନି

ମୋନାକୋ,୨୯।୧୦(ଏପି): ପୁରୁଷ ୧୦୦ ମିଟର ବିଶ୍ୱ ଚାମ୍ପିୟନ ତଥା ଆମେରିକୀୟ ସ୍ପ୍ରିଣ୍ଟର ଖ୍ରୀଷ୍ଟିଆନ କୋଲମ୍ୟାନ ଡୋପିଂ କଣ୍ଟ୍ରୋଲ ନିୟମର ୩ଟି ଉଲ୍ଲଂଘନ କରି ଦୁଇ ବର୍ଷ ବାସନ୍ଦ ହୋଇଛନ୍ତି। ସେ ୨୦୨୨ ପର୍ଯ୍ୟନ୍ତ ବାସନ୍ଦ ହୋଇଛନ୍ତି ବୋଲି ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ ତରଫରୁ କୁହାଯାଇଛି। ଫଳରେ ସେ ଆସନ୍ତାବର୍ଷ ଆୟୋଜନ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ନ ଖେଳିବା ନିଶ୍ଚିତ ହୋଇଛି।
ଗତ ମେ’ରୁ ପ୍ରତିଯୋଗିତାରୁ ସାମୟିକ ଭାବେ ୨୪ ବର୍ଷୀୟ କୋଲମ୍ୟାନ ବାସନ୍ଦ ହୋଇଥିଲେ। ଏହାର କିଛି ସପ୍ତାହ ପରେ ତାଙ୍କ ତ୍ରୁଟି ସମ୍ପର୍କରେ ସାର୍ବଜନୀନ କରାଯାଇଥିଲା। ୨୦୧୯ରେ ସଂଗ୍ରହ କରାଯାଇଥିବା ନମୁନାରେ ତାଙ୍କର ଏକାଧିକ ତ୍ରୁଟିଥିବା ଜଣାଯାଇଥିଲା। ହୋୟାର ଏବାଉଟ୍‌ ନିୟମ ଉଲ୍ଲଂଘନ ୧୨ ମାସ ମଧ୍ୟରେ ୩ଥର କଲେ ଜଣେ ଆଥଲେଟ୍‌ ଦୁଇବର୍ଷ ବାସନ୍ଦ ହୋଇଥାନ୍ତି। ଏବେ ବାସନ୍ଦାଦେଶ ବିରୋଧରେ ସେ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର ସ୍ପୋଟର୍‌ସ (କାସ)ରେ ଅପିଲ କରିପାରିବେ। କାତାରର ଦୋହାରେ ଅନୁଷ୍ଠିତ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ସେ ୧୦୦ ଓ ୪X ୧୦୦ ମିଟର ରିଲେ ରେସ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ତେଣୁ ଟୋକିଓ ଅଲିମ୍ପିକ୍ସରେ ସେ ଟାଇଟଲ ହାସଲ କରିବେ ବୋଲି ଆଶା କରାଯାଉଥିଲା। ଲଣ୍ଡନରେ ଅନୁଷ୍ଠିତ ୨୦୧୭ ବିଶ୍ୱ ଚାମ୍ପିୟନଶିପ୍‌ରେ ସେ ଏହି ଦୁଇଟି ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ। ପୂର୍ବରୁ ସେ ଥରେ ହୋୟାର ଏବାଉଟ୍‌ ନିୟମ ଉଲ୍ଲଂଘନ କରିଥିଲେ ଓ ଏହାକୁ ବାଦ୍‌ ଦେବା ଫଳରେ ସେ ଦୌଡିବାକୁ ସକ୍ଷମ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri