ଟାଟା ଷ୍ଟିଲ୍‌ର ୨ୟ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୨।୧୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ‘ଟାଟା ଷ୍ଟିଲ୍‌’ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି। ବିଶେଷକରି ୨୦୨୩ ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ ହୋଇଥିବା କମ୍ପାନୀ କାରବାର ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ମଧ୍ୟରେ କମ୍ପାନୀର ରାଜସ୍ବ ୫୫,୬୮୨ କୋଟି ଟଙ୍କା ହୋଇଥିବା ବେଳେ ଭାରତୀୟ ବ୍ୟବସାୟର ମାର୍ଜିନ ୨୦% ଅଧିକ ରହିଛି ଏବଂ ଇବିଆଇଟିଡିଏ ୬,୮୪୧ କୋଟି ଟଙ୍କା ହୋଇଛି।

ସେହିଭଳି ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ କମ୍ପାନୀର ରାଜସ୍ବ ୧,୧୫,୧୭୨ କୋଟି ଟଙ୍କା ରହିଛି। ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ ଟି.ଭି. ନରେନ୍ଦ୍ରନ କହିଛନ୍ତି, ପ୍ରାୟ ୫ ନିୟୁତ ଟନ୍‌ ଅଶୋଧିତ ଇସ୍ପାତ ଉପତ୍ାଦନ ସହ କମ୍ପାନୀ (ଟାଟା ଷ୍ଟିଲ୍‌ ଇଣ୍ଡିଆ) ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ୨ୟ ତ୍ରୈମାସିକରେ ଅସ୍ଥିରତା ଓ ଋତୁଭିତ୍ତିକ ବିଷୟ ସତ୍ତ୍ୱେ ଘରୋଇ ଡେଲିଭରି ବର୍ଷକୁ ବର୍ଷ ଭିତ୍ତିରେ ୬% ବୃଦ୍ଧି ପାଇଥିଲାବେଳେ ୨ୟ ତ୍ରୈମାସିକରେ ଅଟୋ, ବ୍ରାଣ୍ଡେଡ୍‌ ଉପତ୍ାଦ ଓ ରିଟେଲ୍‌ ବିକ୍ରି ବହୁତ ଭଲ ରହିଛି।

ସେହିଭଳି କମ୍ପାନୀର କଳିଙ୍ଗନଗର ସିଆର୍‌ଏମ୍‌ କମ୍ପ୍ଲେକ୍ସରେ ଏଫ୍‌ଏଚ୍‌ସିଆର୍‌ କଏଲ୍‌ ଉପତ୍ାଦନ ଆରମ୍ଭ କରାଯାଇଥିବା ବେଳେ କମ୍ପାନୀ କୋଲ୍‌ଡ ରୋଲ୍‌ଡ ଷ୍ଟିଲ୍‌ ପାଇଁ ଅଟୋମେଟିଭ୍‌ ଓଇଏମ୍‌ଙ୍କଠାରୁ ଅନୁମୋଦନ ମିଳିବା ଆରମ୍ଭ ହୋଇଛି। ଏପରିକି ଆମର ଦୃଢ଼ ବଣ୍ଟନ ନେଟ୍‌ୱର୍କ ଜରିଆରେ ଗୃହ ନିର୍ମାତାଙ୍କ ରିଟେଲ୍‌ ବିକ୍ରି ବୃଦ୍ଧି ଜାରି ରହିଛି, ଇ-କମର୍ସ ପ୍ଲାଟ୍‌ଫର୍ମ ଟାଟା ଷ୍ଟିଲ୍‌ ଆସିଆନା ପ୍ରତି ମାସରେ ୧୦,୦୦୦ ସ୍ବତନ୍ତ୍ର ଗ୍ରାହକଙ୍କକୁ ସେବା ପ୍ରଦାନ କରୁଛି।

Community-verified icon

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?