ଆଇପିଏଲ୍‌ ଟାଇଟଲ୍‌ ପ୍ରୟୋଜକ ଦୌଡ଼ରେ ଟାଟା ସାମିଲ

ନୂଆଦିଲ୍ଲୀ, ୧୫।୮: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଆସନ୍ତା ମାସରୁ ୟୁଏଇରେ ଆରମ୍ଭ ହେବ। ଏଥିଲାଗି ଆଇପିଏଲ୍‌ର ଟାଇଟଲ୍‌ ପ୍ରାୟୋଜକ ଦୌଡ଼ରେ ଟାଟା ଗ୍ରୁପ୍‌ ସାମିଲ ହୋଇଛି। ବିଶ୍ୱର ଏହି ବ୍ୟୟବହୁଳ ଟି୨୦ ଲିଗ୍‌ର ଟାଇଟଲ୍‌ ପ୍ରାୟୋଜକ ହେବା ପାଇଁ ଟାଟା ଗ୍ରୁପ୍‌ ପକ୍ଷରୁ ‘ଏକ୍ସପ୍ରେସନ ଅଫ୍‌ ଇଣ୍ଟରେଷ୍ଟ’ (ଇଓଆଇ) ଦାଖଲ କରାଯାଇଛି। ପୂର୍ବରୁ ପ୍ରଯୁକ୍ତି ବିଦ୍ୟା କମ୍ପାନୀ ‘ଅନ୍‌ଏକାଡେମୀ’ ଓ ଫାଣ୍ଟାସି ସ୍ପୋଟର୍‌ସ ପ୍ଲାଟ୍‌ଫର୍ମ ‘ଡ୍ରିମ୍‌ ୧୧’ ମଧ୍ୟ ଟାଇଟଲ୍‌ ପ୍ରାୟୋଜକ ଦୌଡ଼ରେ ରହିଛନ୍ତି। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଇଓଆଇ ଦାଖଲ କରିବାର ଅନ୍ତିମ ତାରିଖ ଅଗଷ୍ଟ ୧୪ (ଶୁକ୍ରବାର) ଥିଲା। ଯୋଗ ଗୁରୁ ବାବା ରାମଦେବଙ୍କ ‘ପତଞ୍ଜଳ’ ଓ ଜିଓ କମୁନିକେଶନ ମଧ୍ୟ ଟାଇଟଲ୍‌ ପ୍ରାୟୋଜକ ଦୌଡ଼ରେ ରହିଥିଲେ ମଧ୍ୟ ବିସିସିଆଇ ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୧୮ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଆଇପିଏଲ୍‌ର ତ୍ରୟୋଦଲ ସଂସ୍କରଣ ୟୁଏଇରେ ଖେଳାଯିବ। ଭାରତ ଓ ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ଉତ୍ତେଜନା ଲାଗି ଚାଇନିଜ ମୋବାଇଲ୍‌ କମ୍ପାନୀ ଭିଭୋକୁ ଟାଇଟଲ୍‌ ପ୍ରାୟୋଜକ ଦୌଡ଼ରୁ ଗୋଟିଏ ବର୍ଷ ଲାଗି ବିସିସିଆଇ ବାଦ୍‌ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିତ୍‌ସିପାସ୍‌ଙ୍କୁ ମଣ୍ଟେ କାର୍ଲୋ ମାଷ୍ଟର୍ସ ଟାଇଟଲ

ମୋନାକୋ, ୧୯ା୪ (ଏପି)-ଗୋଟିଏ ହେଲେ ସେଟ୍‌ ଡ୍ରପ୍‌ ନ କରି ଗ୍ରୀସ୍‌ର ଷ୍ଟିଫାନସ ସିତ୍‌ସିପାସ ମଣ୍ଟେ କାର୍ଲୋ ମାଷ୍ଟର୍ସ ଟେନିସ ଟୁର୍ନାମେଣ୍ଟ ଚାମ୍ପିୟନ ହୋଇଛନ୍ତି। ରବିବାର...

ଏସିଆ କପ୍‌ ନେଇ ନିଷ୍ପତ୍ତି ହେଲାନି, ବୈଠକରେ ଯୋଗଦେଲେ ଗାଙ୍ଗୁଲି, ଶାହା

ନୂଆଦିଲ୍ଲ, ୯।୬(ପି.ଟି.): ଚଳିତ ବର୍ଷ ଆୟୋଜନ ହେବାକୁ ଥିବା ଏସିଆ କପ୍‌ ଟି୨୦ ନେଇ କୌଣସି ନିଷ୍ପତ୍ତି ନିଆଯାଇ ପାରିନାହିଁ। ଏସିଆନ କ୍ରିକେଟ କାଉନସିଲ (ଏସିସି)...

ପପୁଆ ନ୍ୟୁ ଗିନିକୁ ଟି୨୦ ବିଶ୍ୱକପ୍‌ ଯୋଗ୍ୟତା

ଦୁବାଇ,୨୮।୧୦- ଆଗାମୀ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ପୁରୁଷ ଟି୨୦ ବିଶ୍ୱକପ୍‌ ପାଇଁ ପପୁଆ ନ୍ୟୁ ଗିନି (ପିଏନ୍‌ଜି) ଯୋଗ୍ୟତା ଅର୍ଜନ କରିଛି। ରବିବାର ଖେଳାଯାଇଥିବା...

ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ବକ୍ସିଂ: ପଦକ ନିଶ୍ଚିତ କଲେ ଶିବ ଥାପ୍ପା

ଟୋକିଓ, ୨୯।୧୦ (ପି.ଟି.)- ଚାରିଥର ଏସୀୟ ପଦକ ବିଜେତା ଭାରତୀୟ ଷ୍ଟାର୍‌ ବକ୍ସର ଶିବ ଥାପ୍ପା (୬୩ କିଗ୍ରା) ଏଠାରେ ଚାଲିଥିବା ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ...

ଭାରତର ବାରବାଟୀ ବିଜୟ

କଟକ, ୨୨।୧୨ (ତପନ ସ୍ବାଇଁ)- ଐତିହାସିକ ବାରବାଟୀ ଷ୍ଟାଡିୟମ ଟିମ୍‌ ଇଣ୍ଡିଆ ପାଇଁ ପୁଣି ଶୁଭ ସାବ୍ୟସ୍ତ ହୋଇଛି। ଦର୍ଶକଭରା ଷ୍ଟାଡିୟମରେ ଉଡ଼ିଛି ଭାରତର ବିଜୟ...

ମୁମ୍ବାଇ ଇଣ୍ଡିଆନ୍ସର ଚତୁର୍ଥ ବିଜୟ

ମୁମ୍ବାଇ,୧୨ା୩: ମୁମ୍ବାଇରେ ରବିବାର ଖେଳାଯାଇଥିବା ମହିଳା ପ୍ରିମିୟର୍‌ ଲିଗ୍‌ର ୧୦ମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୮ ଉଇକେଟରେ ବିଜୟୀ ହୋଇଛି। ୟୁପି ୱାରିଅର୍ଜ ନିର୍ଦ୍ଧାରିତ ୨୦...

ପଣ୍ଟିଂ, କ୍ଲାର୍କଙ୍କୁ ପଛରେ ପକାଇଲେ ଟିମ୍‌ ପେନ

ମାଞ୍ଚେଷ୍ଟର,୯।୯: ବର୍ତ୍ତମାନ ଅଷ୍ଟ୍ରେଲିଆ ଟେଷ୍ଟ ଦଳର ଅଧିନାୟକ ଟିମ୍‌ ପେନଙ୍କୁ ଅପେକ୍ଷା କରିଛି ଏକ ବଡ଼ ସଫଳତା। ଯେଉଁ ସଫଳତାକୁ ପୂର୍ବତନ ଅଧିନାୟକ ରିକି ପଣ୍ଟିଂ...

ପାକିସ୍ତାନ ପାଇଁ କଡ଼ା ପରୀକ୍ଷା

ଟୁର୍ନାମେଣ୍ଟରୁ ଏଲିମିନେଟ୍‌ ହେବାର ଦ୍ୱାରଦେଶରୁ ଅପ୍ରତ୍ୟାଶିତ ଭାବେ ପ୍ରତ୍ୟାବର୍ତ୍ତନ କରିଥିଲା ପାକିସ୍ତାନ। ନେଦରଲାଣ୍ଡ୍ସ ନିକଟରୁ ଦକ୍ଷିଣ ଆଫ୍ରିକା ପରାଜିତ ହୋଇ ନ ଥିଲେ ଏବେ ସେମିଫାଇନାଲ...

Advertisement
Archives

Model This Week