Posted inଖେଳ

ଜୁନିୟର ଆଥଲେଟ୍‌ଙ୍କ ପାଇଁ ଟାର୍ଗେଟ ଅଲିମ୍ପିକ୍‌ ପୋଡିୟମ ସ୍କିମ୍‌

ନୂଆଦିଲ୍ଲୀ, ୪।୭(ପି.ଟି.)-ଜୁନିୟର ଆଥଲେଟ୍‌ଙ୍କ ପାଇଁ ଦେଶରେ ଟାର୍ଗେଟ ଅଲିମ୍ପିକ୍‌ ପୋଡିୟମ ସ୍କିମ୍‌ (ଟପ୍ସ) ଆରମ୍ଭ ହେବ। ୨୦୨୮ ସୁଦ୍ଧା ଅଲିମ୍ପିକ୍‌ ଚାମ୍ପିୟନ ସୃଷ୍ଟି କରିବା ମୁଖ୍ୟ ଲକ୍ଷ୍ୟ। ‘ଫିଟ୍‌ ହେ ତୋ ହିଟ୍‌ ହେ ଫିଟ୍‌ ଇଣ୍ଡିଆ’ ଓ୍ବେବିନାର ଅବସରରେ କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଏହା ଘୋଷଣା କରିଛନ୍ତି। ଏଥିରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖ୍ରିଆଲ, ଅଲିମ୍ପିକ୍‌ ମେଡାଲିଷ୍ଟ ବ୍ୟାଡ୍‌ମିଣ୍ଟନ ତାରକା ପି.ଭି. ସିନ୍ଧୁ ଏବଂ ଭାରତୀୟ ଫୁଟବଲ ଅଧିନାୟକ ସୁନୀଲ ଛେତ୍ରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ”ଅଲିମ୍ପିକ୍ସରେ ପଦକ ସମସ୍ତ ଭାରତୀୟଙ୍କ ସ୍ବପ୍ନ। ଅଲିମ୍ପିକ୍ସ ସବୁଠାରୁ ବଡ଼ କ୍ରୀଡ଼ା। ଏହାର ପଦକ ତାଲିକାରେ ଭାରତ ବହୁ ପଛରେ ରହିବା ସମସ୍ତଙ୍କୁ ଆଘାତ ପହଞ୍ଚାଉଛି। ଆମେ ଲକ୍ଷ୍ୟ ସ୍ଥଳରେ ପହଞ୍ଚତ୍ବା ପାଇଁ କଠିନ ପରିଶ୍ରମ କରୁଛୁ। ଅଲିମ୍ପିକ୍ସରେ ପଦକ ଜିତିବା ସମ୍ଭାବନା ଥିବା ସିନିୟର ଆଥଲେଟ୍‌ଙ୍କୁ ଟପ୍ସ ସ୍କିମ୍‌ରେ ସାମିଲ କରାଯାଇଛି। ଏବେ ଜୁନିୟର ଆଥଲେଟ୍‌ଙ୍କ ପାଇଁ ଏହା ଖୁବ୍‌ ଶୀଘ୍ର ଆରମ୍ଭ ହେବ“ ବୋଲି ରିଜିଜୁ କହିଛନ୍ତି। ସରକାର ୧୦ରୁ ୧୨ ବର୍ଷର ପ୍ରତିଭାଙ୍କୁ ଅନ୍ବେଷଣ କରି ଏହି ସ୍କିମ୍‌ରେ ସାମିଲ କରିବେ। ଆମେ ସେମାନଙ୍କର ସବୁ ପ୍ରକାର ଯନତ୍ ନେଇ ୨୦୨୮ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ କରିବୁ ବୋଲି ସେ କହିଛନ୍ତି। ୨୦୨୮ ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ଟପ୍‌-୧୦ ଫିନିଶ୍‌ କରିବା ଭାରତର ଲକ୍ଷ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଗିଯାଇ ପଡ଼ିଆରେ ଏମିତି କାମ କଲେ ହାର୍ଦ୍ଦିକ ପାଣ୍ଡ୍ୟା: BCCI ଦେଲା ଦଣ୍ଡ

ନୂଆଦିଲ୍ଲୀ,୨୧।୫: ଖେଳାଳି ଏବଂ ଦଳ ଅଧିକାରୀମାନଙ୍କ ପାଇଁ ପ୍ରଯୁଜ୍ୟ ଆଇପିଏଲ ଆଚରଣ ସଂହିତା (ସ୍ତର ୧) ଉଲ୍ଲଂଘନ କରି ଫସିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା।…

ICC ବିଶ୍ୱକପରୁ ବାଦ ପଡ଼ିବେ ରୋହିତ ଶର୍ମା ! ସାମ୍‌ନାକୁ ଆସିଲା ବଡ଼ ଖବର, ଚିନ୍ତାରେ BCCI

ନୂଆଦିଲ୍ଲୀ,୨୧।୫: ICC ODI ବିଶ୍ୱକପରେ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଂଶଗ୍ରହଣକୁ ନେଇ ପ୍ରଶ୍ନ ଉଠିଛି। ଚୟନକର୍ତ୍ତାମାନେ ଆସନ୍ତା ବର୍ଷ…

ଏହି ଗମ୍ଭୀର ରୋଗରେ ପୀଡିତ ଥିଲେ କୋହଲି, କ’ଣ ସେହି ରୋଗ, ଯେଉଁଥିରେ ୭୦% ଲୋକ ଶିକାର

ନୂଆଦିଲ୍ଲୀ,୨୦।୫: ବିଶ୍ୱର ସବୁଠାରୁ ସଫଳ ଖେଳାଳିମାନଙ୍କ ମଧ୍ୟରେ ଗଣାଯାଉଥିବା ବିରାଟ କୋହଲି ଅନେକ ସାକ୍ଷାତକାରରେ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, କ୍ୟାରିୟରର ଏକ…

ଭାରତୀୟ ଦଳରେ ୪ ନୂଆ ଖେଳାଳିଙ୍କ ଆଗମନ ପରେ ଏହି ବଡ଼ ଖେଳାଳିଙ୍କ କ୍ୟାରିଅର ହୋଇଯିବ ଶେଷ! ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୨୦।୫: ବିସିସିଆଇ ଆଫଗାନିସ୍ତାନ ବିପକ୍ଷରେ ଦିନିକିଆ ସିରିଜ ଏବଂ ଏକମାତ୍ର ଟେଷ୍ଟ ପାଇଁ ଦଳ ଘୋଷଣା କରିଛି। ଆଫଗାନିସ୍ତାନ ଭାରତ ଗସ୍ତରେ ଗୋଟିଏ ଟେଷ୍ଟ ଖେଳିବ, ଯାହା…

IPLରେ ପୁଳାପୁଳା ଟଙ୍କା ରୋଜଗାର କରୁଛନ୍ତି କୋହଲି, ଜାଣନ୍ତୁ କେତେ

ମୁମ୍ବାଇ, ୧୯ା୫ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୮ ବର୍ଷ ଇତିହାସରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ତରଫରୁ ଖେଳିଆସୁଥିବା ବିରାଟ କୋହଲିଙ୍କ ଆୟ ଅନ୍ୟ…

ଢୋଲପାସ ଜିଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ଏମ୍ ଇଲେଭେନ୍‌କୁ ହରାଇ ଗୁମାବାହାଲ…

ଥୁଆମୂଳ ରାମପୁର, ୧୯।୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଡ୍ରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଢୋଲପାସ ପଡ଼ିଆଠାରେ ଚାଲିଥିବା ପ୍ରତିଷ୍ଠିତ ଜିଲାସ୍ତରୀୟ ‘ରାଧାଗୋବିନ୍ଦ…

ନିର୍ଣ୍ଣାୟକ ମୋଡ୍‌ରେ ବାଂଲାଦେଶ-ପାକିସ୍ତାନ ଦ୍ୱିତୀୟ ଟେଷ୍ଟ

ଢାକା,୧୯ା୫: ଘରୋଇ ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ମଙ୍ଗଳବାର ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ପ୍ରଥମ ଇନିଂସରେ ବାଂଲାଦେଶ ୨୭୮ ରନ କରିଥିବା…

ସାଲିମା ମହିଳା ହକି ଦଳର ଅଧିନାୟିକା

ନୂଆଦିଲ୍ଲୀ,୧୮ା୫:ଆସନ୍ତା ଅଷ୍ଟ୍ରେଲିଆ ଟୁର୍‌ ପାଇଁ ପୁରୁଖା ମିଡ୍‌ଫିଲ୍ଡର ସାଲିମା ଟେଟେ ଭାରତୀୟ ମହିଳା ହକି ଦଳର ଅଧିନାୟିକା ମନୋନୀତ ହୋଇଛନ୍ତି। ଡିଫେଣ୍ଡର ଲାଲ୍‌ଥାଣ୍ଟଲୁଆଙ୍ଗିଙ୍କୁ ପ୍ରଥମ ଥର ଦଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri