Posted inଜାତୀୟ

ହିନ୍ଦୁ ଧାର୍ମିକ ନେତାଙ୍କ ଟାର୍ଗେଟ କିଲିଂ ନୁହେଁ ଆତଙ୍କବାଦୀ କାର୍ଯ୍ୟ: ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କଲେ ହାଇକୋର୍ଟ…

ଚେନ୍ନାଇ,୧୪।୧୨ : ୟୁଏପିଏ ଅନ୍ତର୍ଗତ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ମାଡ୍ରାସ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି ଏବଂ ତାଙ୍କ କାର୍ଯ୍ୟକୁ ଆତଙ୍କବାଦୀ କାର୍ଯ୍ୟ ବୋଲି ବିବେଚନା କରିବାକୁ ମନା କରି ଦେଇଛନ୍ତି। ଜାମିନ ପ୍ରଦାନ ବେଳେ କୋର୍ଟ ଜଣେ ଅଧିକାରୀଙ୍କୁ ପଚାରିଛନ୍ତି ଜଣେ ହିନ୍ଦୁ ଧାର୍ମିକ ନେତାଙ୍କ କିଲିଂ ଏବଂ ଏହାର ଷଡଯନ୍ତ୍ର ଆତଙ୍କବାଦୀ କାର୍ଯ୍ୟ ବୋଲି ବିବେଚନା କରାଯାଇପାରିବ କି? ଏହି ମାମଲାରେ ତାମିଲନାଡୁ ପୋଲିସ ଗତ ବର୍ଷ ଅଭିଯୁକ୍ତଙ୍କୁ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ (ୟୁଏପିଏ) ଆଧାରରେ ଗିରଫ କରିଥିଲା। ସେ ଷଡଯନ୍ତ୍ର କରି କିଛି ଧାର୍ମିକ ନେତାଙ୍କ ଉପରେ ଆକ୍ରମଣ କରିଥିଲେ।

ଜଷ୍ଟିସ ଏସ ସୁନ୍ଦର ଏବଂ ସୁନ୍ଦର ମୋହନଙ୍କ ଏକ ଡିଭିଜନ ବେଞ୍ଚ କହିଛନ୍ତି ୟୁଏପିଏର ଧାରା ୧୫ ଅନୁଯାୟୀ ବ୍ୟାଖ୍ୟା କଲେ ଏହା କିପରି ଆତଙ୍କବାଦୀ କାର୍ଯ୍ୟକଳାପ ହେବ ତାହା କର୍ତ୍ତୃପକ୍ଷ ସ୍ପଷ୍ଟ କରି ନାହାନ୍ତି।
ହାଇକୋର୍ଟ କହିଛନ୍ତି, ୟୁଏପିଏର ଧାରା ୧୫ ଅଧୀନରେ ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ, ଯେତେବେଳେ ଅପରାଧୀକ କାର୍ଯ୍ୟ ବିପଦପୂର୍ଣ୍ଣ ଉଦ୍ଦେଶ୍ୟରେ କରାଯାଇଥାଏ କିମ୍ବା ଭାରତର ଏକତା, ଅଖଣ୍ଡତା, ସୁରକ୍ଷା, ଅର୍ଥନୈତିକ ସୁରକ୍ଷା କିମ୍ବା ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରିଥାଏ। ଆତଙ୍କବାଦ ବିସ୍ତାର କରିବାର ଉଦ୍ଦେଶ୍ୟ କିମ୍ବା ଭାରତରେ କିମ୍ବା କୌଣସି ବିଦେଶୀ ମାଟିରେ ଯେକୌଣସି ବ୍ୟକ୍ତି କିମ୍ବା ବର୍ଗ ଉପରେ ଆକ୍ରମଣ ହେବାର ସମ୍ଭାବନା ରହିଛି ବୋଲି କୋର୍ଟ କହିଛନ୍ତି।

ଏହି ମାମଲାରେ ପ୍ର୍‌ତିପକ୍ଷ ଆଇନଜୀବୀ ଦାବି କରିଥିଲେ ଅଭିଯୁକ୍ତ ଅସୀଫ ମୁସ୍ତେନ କେତେକ ହିନ୍ଦୁ ଧାର୍ମିକ ନେତା ତଥା ରାଷ୍ଟ୍ରୀୟସ୍ବଂୟସେବକ ସଂଗଠନର ସଦସ୍ୟଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଛନ୍ତି, ତେଣୁ ୟୁଏପିଏର ଧାରା ୧୮ ଏବଂ ୩୮ (୨) ଅନୁଯାୟୀ ଏହା ଆତଙ୍କବାଦୀ କାର୍ଯ୍ୟ।

ଆସିଫଙ୍କୁ ଗତ ବର୍ଷ ୨୬ ଜୁଲାଇ ୨୦୨୨ରେ ୟୁଏପିଏ ଅନ୍ତର୍ଗତ ଜାତୀୟ ଅନୁସନ୍ଧାନ ଏଜେନ୍ସି ଦ୍ୱାରା ଗିରଫ କରାଯାଇଥିଲା । ହାଇକୋର୍ଟ କହିଛନ୍ତି କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ କିମ୍ବା ଏପରି ଷଡଯନ୍ତ୍ରର ଅସ୍ତିତ୍ୱକୁ ଶେଷ କରିବା ପାଇଁ ରେକର୍ଡରେ ଥିବା ତଥ୍ୟ ପର୍ଯ୍ୟାପ୍ତ ନୁହେଁ। ଏହା ପରେ ଅଭିଯୁକ୍ତ ଆସିଫଙ୍କୁ କୋର୍ଟ ଜାମିନ ପ୍ରଦାନ କରିଥିଲେ।

ଅଭିଯୁକ୍ତଙ୍କ ଦ୍ୱାରା ଦାଖଲ ହୋଇଥିବା ଜାମିନ ଆବେଦନକୁ ଟ୍ରାଏଲ କୋର୍ଟ, ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ଗତ ୧୭ ମାସ ଧରି ସେ ଜେଲରେ ଥିଲେ। ଓକିଲଙ୍କ କହିବାନୁସାରେ, ଅଭିଯୁକ୍ତ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ସଦସ୍ୟ ହେବାକୁ ଚାହୁଁଥିଲେ ଏବଂ ଦ୍ୱିତୀୟ ଅଭିଯୁକ୍ତ ଆତଙ୍କବାଦୀ ସଂଗଠନର ସଦସ୍ୟ ଥିଲେ। ଏଥିସହ ଅଭିଯୋଗ ହୋଇଛି ଉଭୟେ ଭାଜପା ଏବଂ ଆରଏସଏସ ସହ ଜଡିତ ଅନେକ ହିନ୍ଦୁ ଧାମିର୍ତ ନେତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?