ପୁଞ୍ଜି ବିନିଯୋଗରେ ୭୦% ମହିଳା ଭାଗୀଦାରି ଲକ୍ଷ୍ୟ:କୃଷି, ଏମ୍‌ଏସ୍‌ଏମ୍‌ଇ, ସ୍ବାସ୍ଥ୍ୟ, ଖାଦ୍ୟ ପ୍ରକ୍ରିୟାକରଣକୁ ଗୁରୁତ୍ୱ

ଦାରିଙ୍ଗିବାଡି, ୨୮/୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗିବାଡି ଇକୋ ରିଟ୍ରିଟରେ ଦୁଇ ଦିନିଆ ପୁଞ୍ଜି ବିନିଯୋଗ କର୍ମଶାଳା ଆରମ୍ଭ ହୋଇଛି। ମୁଖ୍ୟଅତିଥି ଭାବେ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଦୀର୍ଘ ୮ ମାସ ହେଲାଣି ଆମର ଏହି କାର୍ଯ୍ୟକ୍ରମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପୁଞ୍ଜି ନିବେଶକାରୀଙ୍କ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ସରିଛି। କେହି ପୁଞ୍ଜି ନିବେଶକାରୀ ଜମି ପାଇଁ ହଇରାଣ ହେବେ ନାହିଁ। ୨୦୩୬ରେ ସମୃଦ୍ଧ ଓଡ଼ିଶା ଆମର ଲକ୍ଷ୍ୟ। ରାଜ୍ୟରେ ଏହା ଆମ ଜିଲାରେ ପ୍ରଥମ କାର୍ଯ୍ୟକ୍ରମ। କନ୍ଧମାଳରେ ସବୁ କିଛି ଭରି ରହିଛି। ଆମେ କୃଷି, ଏମ୍‌ଏସ୍‌ଏମ୍‌ଇ, ସ୍ବାସ୍ଥ୍ୟ ଏବଂ ଖାଦ୍ୟ ପ୍ରକ୍ରିୟାକରଣକୁ ପ୍ରାଥମିକତା ଦେଉଛୁ। ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି ଶିଳ୍ପ ଗଢ଼ି ଉଠିବ, କିନ୍ତୁ ପରିବେଶକୁ ନଷ୍ଟ କରିବାକୁ ଦିଆଯିବ ନାହିଁ। ଏହି ଜିଲାରୁ ଦାଦନ ଖଟିବାକୁ ଯାଉଥିବା ଶିକ୍ଷିତ ଯୁବତୀ ଯୁବକଙ୍କୁ ତାଲିମ ଦିଆଯାଇ ଦକ୍ଷ କରାଯିବ। ସେମାନେ ନିଜ ଜିଲାରେ ରୋଜଗାର କ୍ଷମ ହେବେ। ଜଣେ ସାଧାରଣ ଲୋକ ଯେପରି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ହଇରାଣ ହେବ ନାହିଁ, ତାହା ଉପରେ ପ୍ରାଧାନ୍ୟ ଦିଆଯିବ। ବିଶେଷ କରି ୭୦ ପ୍ରତିଶତ ମହିଳା ଏଥିରେ ଭାଗ ନେବେ, ତାହା ଉପରେ ଗୁରୁତ୍ୱ ଦେବାକୁ ଉପସ୍ଥିତ ପୁଞ୍ଜି ନିବେଶକାରୀଙ୍କୁ ଏମ୍‌ପି ଅନୁରୋଧ କରିଥିଲେ। ଆଗ୍ରୋ ଟୁରିଜମ୍‌, ଆୟୂର୍ବେଦ ଟୁରିଜିମ୍‌, ପ୍ରାଣୀ ସମ୍ପଦର ବିକାଶକୁ ବିଶେଷ କରି ପ୍ରାଧାନ୍ୟ ଦିଆଯିବ। ସେହିପରି କନ୍ଧମାଳରେ ଉପତ୍ାଦନ ହେଉଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀର ଚାହିଦା ରହିଛି ା ଏହି ଖାଦ୍ୟ ପ୍ରକ୍ରିୟା କରଣ କ୍ଷେତ୍ରରେ ଅର୍ଥ ବିନିଯୋଗ କରି ଏଥିରେ ଗୁଣାତ୍ମକ ବିକାଶ(ଭ୍ୟାଲୁ ଆଡେଡ) କଲେ ଆମେ ଭଲ ମାର୍କେଟିଂ କରି ଜିଲାର ବିକାଶରେ ସହାୟକ ହୋଇପାରିବା ବୋଲି ଏମ୍‌ପି କହିଥିଲେ।
ଜିଲାପାଳ ଅମ୍ରତି ଋତୁରାଜ ଏଥିରେ ଅଧ୍ୟକ୍ଷତା କରି କେଉଁଠି କେତେ ଜମି ଅଧି ଗ୍ରହଣ କରି ପୁଞ୍ଜି ନିବେଶକାରୀଙ୍କୁ ଯୋଗାଇ ଦିଆଯିବ, ପୁଞ୍ଜି ନିବେଶ ଦ୍ୱାରା ଉଭୟ ନିବେଶକାରୀ, ଅଞ୍ଚଳବାସୀ ଏବଂ ଅଞ୍ଚଳର ବିକାଶ ହୋଇପାରିବ ତାହା ଉପରେ ସବିଶେଷ ତଥ୍ୟ ଭିଡିଓ ମାଧ୍ୟମରେ ଉପସ୍ଥାପନ କରିଥିଲେ। ପୁଞ୍ଜି ବିନିଯୋଗକାରୀଙ୍କୁ ଜିଲା ପ୍ରଶାସନ ସମସ୍ତ ପ୍ରକାର ସହଯୋଗ କରିବା ସହ ସେମାନଙ୍କ ସୁବିଧା ଅନୁସାରେ ଜମି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଜିଲାର ଦାରିଙ୍ଗିବାଡି, ଫୁଲବାଣୀ, ରାଇକିଆ, ଚକାପାଦ ସମେତ ଅନ୍ୟ ବ୍ଲକରେ ଜମି ଚିହ୍ନଟ କରାଯାଇଛି। ସେହିପରି ମୋବାଇଲ ନେଟୱାର୍କ, ହସ୍ପିଟାଲିଟି, ଶିକ୍ଷା ପାଇଁ ପୁି ନିବେଶ କରିବାକୁ ପ୍ରଶାସନ ପକ୍ଷରୁ ନିବେଶକାରୀଙ୍କୁ ଅନୁରୋଧ କରାଯାଇଛି। ଅପରାହ୍ନରେ କିଛି ପୁଞ୍ଜି ନିବେଶକାରୀଙ୍କୁ ଚିହ୍ନଟ ହୋଇଥିବା ଜମି ବୁଲାଇ ଦେଖାଇ ଦିଆଯାଇଛି ା କାର୍ଯ୍ୟକ୍ରମରେ ଜି.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଜିଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ଦାରିଙ୍ଗିବାଡି ବ୍ଲକ୍‌ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବାଲିଗୁଡା ଉପ ଜିଲାପାଳ ଡ.ରୀନା ପ୍ରଧାନ, ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସେମାନଙ୍କ ବକ୍ତବ୍ୟ ରଖିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଝାରଖଣ୍ଡର ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ: ଜନସାଧାରଣଙ୍କ ପାଇଁ ସୂଚନା ଜାରି କଲା ନନ୍ଦିପଦା ପୋଲିସ

ହାଟଡିହୀ, ୪।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲାରେ ଝାରଖଣ୍ଡର ଏକ ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ, ନନ୍ଦିପଦା ପୋଲିସ ପକ୍ଷରୁ ଜନସାଧାରଣଙ୍କ…

ସୁୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏମାନଙ୍କୁ ଆଉ ମିଳିବନି ପେଟ୍ରୋଲ…

ନୂଆଦିଲ୍ଲୀ,୪।୮: ବିନା ଥାର୍ଡ ପାର୍ଟି ବୀମାରେ ଚାଲୁଥିବା ଗାଡ଼ିକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ ପାର୍ଟି ବୀମା ନାହିଁ…

ଡୁଙ୍ଗୁରିପାଲିରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ: ଜବରଦଖଲମୁକ୍ତ ହେଲା ସମବାୟ ସମିତିର ଗୋଦାମ ଗୃହ

ଡୁଙ୍ଗୁରିପାଲି, ୪।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଆଞ୍ଚଳିକ ସମବାୟ ବାଣିଜ୍ୟ ସମିତି ଲିଃ ର ଏକ ପୁରାତନ ଗୋଦାମ ଗୃହକୁ ଦୀର୍ଘ ବର୍ଷ ଧରି ଜବରଦଖଲ…

ବିଜୟଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ଜୁନିୟର ଷ୍ଟାଲିନ୍‌, କହିଲେ ମୋ ସହ…

ନୂଆଦିଲ୍ଲୀ,୪।୮: ତାମିଲନାଡୁର ବିରୋଧୀ ଦଳ ନେତା ଏବଂ ଡିଏମକେ ନେତା ଉଦୟନିଧି ଷ୍ଟାଲିନ୍ ମଙ୍ଗଳବାର ଦିନ ଟିଭିକେ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏକ ଜନସଭାରେ…

ଉପନିର୍ବାଚନରେ ପରାଜୟ ପରେ ଭାଜପାର ବଡ଼ ଆକ୍ସନ, ଭାଙ୍ଗିଦେଲା ଦଳର…

ନୂଆଦିଲ୍ଲୀ,୪।୮: ଦତିଆ ବିଧାନସଭା ଉପନିର୍ବାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ଭାଜପା ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ସଂଗଠନରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ସମଗ୍ର ଜିଲ୍ଲା…

ନିୟମିତ ଭାବେ ରାସ୍ତା ଅବରୋଧକୁ କେନ୍ଦ୍ର କରି ମାରପିଟ୍, ଅଭିଯୁକ୍ତ ବାପା-ପୁଅ ଗିରଫ

ବଞ୍ଚୋ, ୪।୮(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ଶିବରାୟଣପୁର ଗ୍ରାମରେ ରାସ୍ତା ଅବରୋଧକୁ କେନ୍ଦ୍ର କରି ଘଟିଥିବା ମାରପିଟ୍ ଘଟଣାରେ ପୋଲିସ ବାପା ଓ ପୁଅଙ୍କୁ ଗିରଫ…

କଳାହାଣ୍ଡି-ନୂଆପଡ଼ା ଲାଇଫ୍ ଲାଇନ୍ ତୁର୍କେଲ ପୋଲ ଅଚଳ: ୧୧ ମାସ ହେଲା ଯୋଗାଯୋଗ ବିଚ୍ଛିନ୍ନ, କଂଗ୍ରେସର ବିଶାଳ ପଦଯାତ୍ରା

ଭବାନୀପାଟଣା, ୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଓ ନୂଆପଡ଼ା ଜିଲାର ‘ଲାଇଫ୍ ଲାଇନ୍’ କୁହାଯାଉଥିବା ଭବାନୀପାଟଣା ବ୍ଲକର ତୁର୍କେଲ ବ୍ରିଜ୍ ବିପଦସଂକୁଳ ହୋଇପଡ଼ିଥିବାରୁ ଗତ ୧୧ ମାସ…

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri