କାଠରେ ତାରାତାରିଣୀ ମନ୍ଦିରର କ୍ଷୁଦ୍ର କଳାକୃତି

ବ୍ରହ୍ମପୁର ଅଫିସ୍‌,୪ା୪: କାଠଶିଳ୍ପୀ ଦିଲୀପ ମହାରଣା ପୁଣିଥରେ ଏକ ନୂଆ କଳାକୃତି ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଚୈତ୍ର ମେଳା ପାଇଁ ପ୍ରସିଦ୍ଧି ଲାଭ କରିଥିବା ଗଞ୍ଜାମର ଶକ୍ତିପୀଠ ତାରାତାରିଣୀ ମନ୍ଦିରର ଏକ ଅବିକଳ କ୍ଷୁଦ୍ର କଳାକୃତି କାଠରେ ନିର୍ମାଣ କରିଛନ୍ତି। ଏଥିରେ ୪ ଇଞ୍ଚ ଉଚ୍ଚତା ବିଶିଷ୍ଟ ତାରାତାରିଣୀଙ୍କ ମୁଖ୍ୟ ମନ୍ଦିର ସମେତ ଜଗମୋହନ, ନାଟମଣ୍ଡପ, ପଞ୍ଚ ଦେବଦେବୀଙ୍କ ମନ୍ଦିର, ଯଜ୍ଞ ବେଦିକା, ମହାସ୍ନାନ ମଣ୍ଡପ, ପାଚେରି, ହସ୍ତୀ-ବେହରଣ ଦ୍ୱାର, ପାର୍ଶ୍ୱଦେବୀ ନାରଶିହିଁ ବରାହୀ, ଚାମୁଣ୍ଡା ମୁଖ୍ୟ ମନ୍ଦିର ଉପରେ ଅଁଳାବେଢ଼ା ଏବଂ ଦଧିନଉତି କଳସ ସହ ମନ୍ଦିରର ୪ ଦ୍ୱାରକୁ ନିର୍ମାଣ କରିଛନ୍ତି। ଏହା ନିର୍ମାଣ କରିବାକୁ ୭ ଦିନ ସମୟ ଲାଗିଥିବା ଦିଲୀପ କହିଛନ୍ତି। ଏହା ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ମନ୍ଦିର କଳାକୃତି ବୋଲି ସେ କହିଛନ୍ତି। ଏଥିପୂର୍ବରୁ ସେ ୧ ଇଞ୍ଚର ପୁରୀ ଶ୍ରୀମନ୍ଦିର, ରାମ ମନ୍ଦିର, ୧/୨ ଇଞ୍ଚର ଦୁର୍ଗାଙ୍କ ପ୍ରତିମୂର୍ତ୍ତି, ବ୍ରହ୍ମପୁର ବୁଢ଼ୀ ଠାକୁରାଣୀଙ୍କ କ୍ଷୁଦ୍ରତମ ମୁଖା, ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ନନ୍ଦିଘୋଷ ରଥ ନିର୍ମାଣ କରିଛନ୍ତି। ଯେଉଁଥିପାଇଁ ସେ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସ, ଏସିଆ ବୁକ୍‌ ଅଫ୍‌ ରେକଡର୍‌ସରେ ଗ୍ରାଣ୍ଡମାଷ୍ଟର ଓ ଏକ୍ସକ୍ଲୁସିଭ ୱାର୍ଲଡ ରେକଡର୍‌ସ ହାସଲ କରିଛନ୍ତି। ତାରାତାରିଣୀଙ୍କ ମନ୍ଦିର ପ୍ରତିକୃତି ନିର୍ମାଣ କରିବାରେ ପିତା ଭଗବାନ ମହାରଣା, ଭାଇ ମନୋଜ, ମାମୁ ସନ୍ନ୍ୟାସୀ ମହାରଣା ଓ ତାରାତାରିଣୀ ମନ୍ଦିରର ସେବକ ସଂଘ ସହଯୋଗ କରିଥିବା ଦିଲୀପ କହିଛନ୍ତି। ଏଭଳି ପ୍ରତିକୃତିକୁ ମୁଖ୍ୟମନ୍ତ୍ରୀଙ୍କୁ ଉପହାର ସଦୃଶ ପ୍ରଦାନ ପାଇଁ ସେ ଇଚ୍ଛା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କଠାରୁ ଆଦାୟ ୨୧ ଲକ୍ଷ ଟଙ୍କା ଚଳୁ: କମ୍ପାନୀର ଆସିଷ୍ଟାଣ୍ଟ ମ୍ୟାନେଜର ବିହାରରୁ ଗିରଫ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ଗ୍ରାହକଙ୍କଠାରୁ ବାକି ଥିବା ପ୍ରାୟ ୨୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ କରି ଅଫିସ୍‌ ଆକାଉଣ୍ଟରେ ଡିପୋଜିଟ୍‌ ନ କରି ହଡ଼ପ କରିବା ଅଭିଯୋଗରେ...

ସୂଚନାକର୍ମୀଙ୍କ ଉପରେ ବୋମାମାଡ଼ ଘଟଣା, ୩ ଗିରଫ

ଯାଜପୁର ଅଫିସ,୭।୪: ଯାଜପୁର ଜିଲା ଧର୍ମଶାଳା ବ୍ଲକର ସୂଚନାକର୍ମୀ ସର୍ବେଶ୍ବର ବେହୁରାଙ୍କ ଉପରେ ହୋଇଥିବା ବୋମାମାଡ଼ ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ...

ରାଜପଥରେ ବ୍ୟବସାୟୀଙ୍କୁ ଭୁଜାଲି ମାଡ଼: ଲୁଟି ନେଲେ ୧ ଲକ୍ଷ ୭୦ ହଜାର ଟଙ୍କା

ରୂପସା,୨୬।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥର ବସ୍ତା ଥାନା ଅଧୀନ ମଥାନୀ ବାଇପାସ୍‌ଠାରେ ମଙ୍ଗଳବାର ଜଣେ ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ଭୁଜାଲିରେ ମରଣାନ୍ତକ ଆକ୍ରମଣ...

ଗଞ୍ଜାମ ସ୍ଥିତି ସାଙ୍ଘାତିକ: ସୁରଟରୁ ସୁନାମି ଭଳି ଆସୁଛନ୍ତି କରୋନା ପଜିଟିଭ୍‌

ବ୍ରହ୍ମପୁର ଅଫିସ,୯।୫ – ବିଶ୍ୱରେ କରୋନା ଭୁତାଣୁ ଏବେ ଆତଙ୍କ ସୃଷ୍ଟି କରିଛି। ଏହାକୁ ନେଇ ରାଷ୍ଟ୍ର ସମୁଦାୟ ଭୟଭୀତ ହେବା ସହ ଆଶା ଆଶଙ୍କାରେ...

ଶିମିଳିପାଳରେ ବାଘ ଗଣନା ଆରମ୍ଭ

ବାରିପଦା ଅଫିସ,୨୭।୧୧: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଶୁକ୍ରବାରଠାରୁ ବାଘ ଗଣନା ଆରମ୍ଭ ହୋଇଛି। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଏମ୍‌ ଜଗଜୟାନନ୍ଦଙ୍କ ନେତୃତ୍ୱରେ...

ଗାଡ଼ି ଚୋରି ବେଳେ ମାଡ଼ିବସିଲେ

ଢେଙ୍କାନାଳ ଅଫିସ, ୨୪।୮: ଢେଙ୍କାନାଳ ସହର ୫ନଂ. ୱାର୍ଡ ବସ୍‌ଷ୍ଟାଣ୍ଡ ଅମଲାପଡ଼ା ଅଞ୍ଚଳରୁ ମଙ୍ଗଳବାର ରାତି ପ୍ରାୟ ୮ଟାରେ ବୋଲେରୋ ଚୋରି ଉଦ୍ୟମ କରୁଥିବା ଜଣେ...

ଡାହୁକା ନଦୀରେ ନାହିଁ ଗାର୍ଡଓ୍ବାଲ୍‌ : ୧୦୦ରୁ ଊର୍ଦ୍ଧ୍ୱ ଘର ଭାସିଯିବା ଆଶଙ୍କା

ନୂଆଗାଁ,୭।୮(ଡି.ଏନ.ଏ.)-ନୟାଗଡ଼ ଜିଲା ନୂଆଗାଁ ବ୍ଲକ ପାରାଢିପି ପଞ୍ଚାୟତସ୍ଥ ଏହି ଗ୍ରାମକୁ ଲାଗି ପ୍ରବାହିତ ହେଉଛି ଡାହୁକା ନଦୀ। ତେବେ ଏହି ନଦୀରେ ଗାର୍ଡଓ୍ବାଲ ନ ଥିବାରୁ...

ଟିକା ଦେବାକୁ କହି ନବଜାତକକୁ ନେଇଗଲେ ନର୍ସ, ଖୋଜିଖୋଜି ପରିବାର ଲୋକେ ନୟାନ୍ତ

ନୟାଗଡ଼ ଅଫିସ,୨ା୨: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌)ରୁ ପିଲା ଚୋରି ଅଭିଯୋଗ ହୋଇଛି। ଗତ ୨୮ ତାରିଖରେ ନୋତର ଗାଁର ରବୀନ୍ଦ୍ର ସ୍ବାଇଁଙ୍କ ସ୍ତ୍ରୀ ପ୍ରସବ...

Advertisement
Archives

Model This Week