Posted inଜାତୀୟ

ଆନ୍ଧ୍ରପ୍ରଦେଶ ଜିଲା ସଂଖ୍ୟା ଦୁଇଗୁଣା, ୧୩ ରୁ୨୬ କୁ ବୃଦ୍ଧି…

ହାଇଦ୍ରାବାଦ୍‌, ୪।୪ : ଆନ୍ଧ୍ରପ୍ରଦେଶର ଜିଲ୍ଲା ସଂଖ୍ୟା ସୋମବାରଠାରୁ ଦୁଇଗୁଣା ହୋଇ ୧୩ ରୁ ୨୬କୁ ବୃଦ୍ଧି ପାଇବ। ରାଜ୍ୟରେ ନୂତନ ଜିଲା ଗଠନ ପ୍ରକ୍ରିୟା ଶେଷ ହୋଇଛି। ସୋମବାର ଏହି ୧୩ ଟି ନୂଆ ଜିଲାକୁ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡୀ ଲୋକାର୍ପିତ କରିବେ। ଶନିବାର ରାତିରେ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଥିଲା ଯେ ଏପ୍ରିଲ ୪ (ସୋମବାର) ରୁ ସମସ୍ତ ନୂତନ ଜିଲା କାର୍ଯ୍ୟ କରିବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଲୋକଙ୍କ ପାଇଁ ଜିଲା ପୋର୍ଟାଲ ଏବଂ ହ୍ୟାଣ୍ଡବୁକ ଲଞ୍ଚ କରିବେ।
ରାଜ୍ୟର ୨୪ଟି ଲୋକସଭା ନିର୍ବାଚନମଣ୍ଡଳୀ ଆଧାରରେ ନୂତନ ଜିଲା ଗଠନ କରାଯାଉଛି। ବିଶାଖାପଟ୍ଟନମ ଆରାକୁ ଲୋକସଭା ନିର୍ବାଚନମଣ୍ଡଳୀରେ ଅନ୍ତର୍ଭୁକ୍ତ। ଏହାକୁ ଦୁଇଟି ଜିଲ୍ଲାରେ ବିଭକ୍ତ କରାଯାଇଛି। ନୂତନ ଜିଲାଗୁଡ଼ିକର ନାମ ହେଉଛି ମନିଆମ, ଅଲୁରି ସୀତାରାମ ରାଜୁ, ଅନାକାପଲ୍ଲୀ, କାକିନାଡା, କୋନା ସେମା, ଏଲୁରୁ, ଏନଟିଆର, ବାପାଟିଆ, ପାଲନାଡୁ, ନନ୍ଦିଆଲ, ଶ୍ରୀ ସାଥାଇସାଇ, ଅନାମାୟା, ଶ୍ରୀ ବାଲାଜୀ। ପ୍ରଶାସନିକ ପ୍ରକ୍ରିୟାକୁ ସରଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜଗନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଦର୍ଶାଇଛନ୍ତି ଯେ ଅଧିକାରୀମାନଙ୍କୁ ଏପ୍ରିଲ ୪ ରେ ଜିଲା କାର୍ଯ୍ୟାଳୟରେ ପହଞ୍ଚିବାକୁ ପଡିବ। ନୂତନ ଭାବେ ସୃଷ୍ଟି ହୋଇଥିବା ଜିଲାଗୁଡ଼ିକରେ ଜିଲାପାଳ ଏବଂ ପୋଲିସ ଅଧୀକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଜାନୁଆରୀରେ, ରାଜ୍ୟ ସରକାର ବିଦ୍ୟମାନ ୧୩ଟି ମଧ୍ୟରୁ ୨୬ଟି ଜିଲା ସୃଷ୍ଟି କରିବାକୁ ଏକ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରିଥିଲେ ଏବଂ ଏନେଇ ପରାମର୍ଶ ଓ ଆପତ୍ତି ମଧ୍ୟ ଲୋକଙ୍କଠାରୁ ଗ୍ରହଣ କରା ଯାଇଥିଲା।

ଏହାପୂର୍ବରୁ ୧୯୭୯ ରେ ଆନ୍ଧ୍ରପ୍ରଦେଶରେ ଏକ ନୂତନ ଜିଲା ବିଜୟନଗରମ୍‌ ଗଠନ କରାଯାଇଥିଲା।
ବର୍ତ୍ତମାନର ନୂଆ ଜିଲା ପାଇଁ ରାଜ୍ୟ ସରକାରଙ୍କ କ୍ୟାବିନେଟ ୨୫ ଜାନୁଆରୀରେ ନିଷ୍ପତ୍ତି ଗ୍ରହଣ କରିଥିଲେ। ଏହା ପରେ ଯୋଜନା ସଚିବ ଜିଏସଆରକେଆର ବିଜୟକୁମାର ମୁଖ୍ୟ ଶାସନ ସଚିବ ସମୀର ଶର୍ମାଙ୍କୁ ସୁପାରିଶ କରିଥିଲେ। ପରେ ସମସ୍ତ ଜିଲା ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାକ୍‌ଲିନ୍‌ଙ୍କୁ ତୃତୀୟ ସମନ

ନୂଆଦିଲ୍ଲୀ,୧୨।୯: କନ୍‌ମ୍ୟାନ ସୁକେଶ ଚନ୍ଦ୍ରଶେଖରଙ୍କ ସହ ୨୦୦କୋଟି ଟଙ୍କା ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ନାଣ୍ଡିଜ୍‌ଙ୍କୁ ଦିଲ୍ଲୀ ପୋଲିସର ଆର୍ଥତ୍କ ଅପରାଧ...

ଭୂତାଣୁ କବଳରେ ସ୍ବାସ୍ଥ୍ୟକର୍ମୀ

ଲକ୍ଷ୍ନୌ, ୨୦ା୪: କରୋନା ସହ ଲଢ଼େଇରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ପ୍ରମୁଖ ଯୋଦ୍ଧା ହୋଇଥିଲେ ହେଁ ସେମାନେ ମଧ୍ୟ ଭୂତାଣୁ କବଳରୁ ବାଦ୍‌ ପଡ଼ିନାହାନ୍ତି। ଆକ୍ରାନ୍ତଙ୍କୁ ଚିକିତ୍ସା...

ଚିହ୍ନଟ ହେଲେ ୯୭ ହଜାର ଆକ୍ରାନ୍ତ: ସୁସ୍ଥ ହେଲେ ୮୧ ହଜାରରୁ ଅଧିକ

ନୂଆଦିଲ୍ଲୀ, ୧୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ତାଣ୍ଡବ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ...

ଅମର୍ତ୍ତ୍ୟ ସେନ୍‌ଙ୍କୁ ଭାଜପାର ସମାଲୋଚନା

କୋଲକାତା,୭ା୭: ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍‌ ‘ଜୟ ଶ୍ରୀରାମ’ ପଶ୍ଚିମବଙ୍ଗର ସଂସ୍କୃତି ନୁହେଁ, ଏହା ଲୋକଙ୍କୁ ପିଟିବା ଲାଗି ଉଦ୍ଦିଷ୍ଟ...

ବିକାଶ ବିଜ୍ଞାପନ ଚିତ୍ର ନେଇ ଅଡୁଆରେ ମୁଖ୍ୟମନ୍ତ୍ରୀ..

ଲକ୍ଷ୍ନୌ,୧୨।୯: ବିକାଶର ଭୁଲ୍‌ ବିଜ୍ଞାପନ ଚିତ୍ର ନେଇ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଏବେ ଅଡୁଆରେ ପଡ଼ିଛନ୍ତି। ଏନେଇ ତୃଣମୂଳ କଂଗ୍ରେସ (ଟିଏମସି) ଏବଂ...

କର୍ତ୍ତବ୍ୟ ନିଷ୍ଠା ହିଁ ସର୍ବୋପରି, ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ…

ନୂଆଦିଲ୍ଲୀ, ୧୯।୧ : ଦେଶ ପାଇଁ ପ୍ରତି ନାଗରିକଙ୍କ କର୍ତ୍ତବ୍ୟ ନିଷ୍ଠା ହିଁ ସର୍ବୋପରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ଆଜାଦି...

ଖେଳ ପଡିଆରୁ କୌଣସି ଖେଳାଳି ଖାଲି ହାତରେ ଫେରନ୍ତି ନାହିଁ: ମୋଦି

ନୂଆଦିଲ୍ଲୀ,୫ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ‘ଜୟପୁର ମହାଖେଳ’ର ପ୍ରତିଯୋଗୀଙ୍କୁ ସମ୍ବୋଧିତ କରିଛନ୍ତି । ମୋଦି କହିଛନ୍ତି, ‘ଦେଶରେ ଆରମ୍ଭ ହୋଇଥିବା...

ବିଦାୟ ସମ୍ବର୍ଦ୍ଧନାରେ ଭାବବିହ୍ବଳ ହେଲେ ଜଷ୍ଟିସ୍‌ ଲଲିତ

ନୂଆଦିଲ୍ଲୀ,୭।୧୧: ଭାରତର ପ୍ରଧାନ ବିଚାରପତି(ସିଜେଆଇ) ଉଦୟ ଉମେଶ ଲଲିତଙ୍କୁ ସୋମବାର ସୁପ୍ରିମକୋର୍ଟ ପରିସରରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ସେ ସୁପ୍ରିମକୋର୍ଟରେ ବିତାଇଥିବା ୩୭...

Advertisement
Archives

Model This Week