ମାସ୍କ ସମ୍ପୂର୍ଣ୍ଣ ହଟାଇବା ଉଚିତ ନୁହେଁ: ସ୍ବାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର, ୪।୪(ବ୍ୟୁରୋ): ବ୍ରିଟେନରେ ଦେଖା ଦେଇଥିବା କରୋନାର ନୂଆ ଭାରିଆଣ୍ଟ ‘ଏକ୍ସଇ’ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିପାରେ। ଏହା ଓମିକ୍ରନର ସବ୍‌ ଭାରିଆଣ୍ଟ ଓ ଅତି ଶୀଘ୍ର ବ୍ୟାପିବାର ସମ୍ଭାବନା ରହିଛି। କିନ୍ତୁ ଡେଲ୍‌ଟା ପରି ଏହା ଏତେ ମାରାତ୍ମକ ହେବ ନାହିଁ। ‘ଏକ୍ସଇ’ ଲୋକଙ୍କ ମୃତ୍ୟୁର କାରଣ ହୋଇ ନ ପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ନିରୋଜ ମିଶ୍ର କହିଛନ୍ତି। ଏ ସମ୍ପର୍କର ସୂଚନା ଦେଇ ଡା. ମିଶ୍ର କହିଛନ୍ତି, ଏହି ନୂଆ ଭାରିିଆଣ୍ଟ ଉପରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ବି ନଜର ରଖିଛନ୍ତି। ଯେହେତୁ ନୂଆ ନୂଆ ଭାରିଆଣ୍ଟ ଆସୁଛି, ତେଣୁ ମାସ୍କ ପିନ୍ଧିବା ନେଇ ଲୋକଙ୍କୁ ଟିକିଏ ସଚେତନ କରିବା। ଏବେ ଧୀରେ ଧୀରେ ମାସ୍କ ପିନ୍ଧିବା କମିଛି। ଆଉ କିଛିଦିନ ପରେ ମାସ୍କ ପିନ୍ଧିବା ଆହୁରି କମିଯିବ। କିନ୍ତୁ ମାସ୍କ ସମ୍ପୂର୍ଣ୍ଣ ହଟାଇ ଦେବା ଉଚିତ ହେବ ନାହିଁ। କାରଣ ସଂକ୍ରମଣ ସରିନାହିଁ। ଯେଉଁଠି ଶତାଧିକ ଲୋକ ଏକାଠି ହୋଇଛନ୍ତି, ସେଠାରେ ମାସ୍କ ପିନ୍ଧିବା ଉଚିତ। ଏସବୁ ଦିଗକୁ ଧ୍ୟାନ ଦେବାକୁ ହେବ ବୋଲି ଡା. ମିଶ୍ର ଗୁରୁତ୍ୱାରୋପ କରିଛନ୍ତି।
ଅପରପକ୍ଷେ ରାଜ୍ୟରେ କରୋନା ସଂକ୍ରମଣ ଆହୁରି କମିଛି। ଦୈନିକ ୫୦ ତଳକୁ ସଂକ୍ରମିତଙ୍କ ସଂଖ୍ୟା ରହୁଛି। ରବିବାର ଆଉ ୩୬ଜଣ ଚିହ୍ନଟ ହୋଇଥିବାବେଳେ ୬ଜଣ ୧୮ବର୍ଷରୁ କମ୍‌ ବୟସ୍କ ରହିଛନ୍ତି। ଏହି ଆକ୍ରାନ୍ତମାନେ ୧୧ଟି ଜିଲାରୁ ଚିହ୍ନଟ ହୋଇଥିବାବେଳେ ୧୯ ଜିଲାରେ ଆଦୌ ସଂକ୍ରମଣ ହୋଇନାହିଁ। ସେପଟେ କୋରାପୁଟ, ନୟାଗଡ଼ ଓ କେନ୍ଦୁଝର ଜିଲା ଏବେ କରୋନାମୁକ୍ତ ହୋଇଥିବା ରାଜ୍ୟ କୋଭିଡ୍‌ ଡ୍ୟାସ୍‌ବୋର୍ଡର ତଥ୍ୟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ ଚାଷୀ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri