ଖାର୍ଗେଙ୍କୁ ଅଭିଯୋଗ ଜଣାଇଲେ ତାରା

ଭୁବନେଶ୍ବର, ୧୭।୬(ସୁନିତ୍‌ ମିଶ୍ର): କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଦିଲ୍ଲୀ ଯାଇ ଏଆଇସିସି(ଅଖିଳ ଭାରତ କଂଗ୍ରେସ କମିଟି)ର ବରିଷ୍ଠ ନେତାଙ୍କୁ ଭେଟି ଅଭିଯୋଗ କରିବାରେ ଲାଗିଛନ୍ତି। ତାରାଙ୍କ ସ୍ତ୍ରୀ ମୀନାକ୍ଷୀ ବାହିନୀପତିଙ୍କୁ କୋରାପୁଟ ଜିଲା କଂଗ୍ରେସ ସଭାପତି ପଦରୁ ବିଦା କରାଯିବା ପରେ ବିବାଦ ବଢ଼ିବାରେ ଲାଗିଛି। ତାରା ଗୁରୁବାର ଏଆଇସିସି ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳଙ୍କୁ ଭେଟିଥିବା ବେଳେ ଶୁକ୍ରବାର ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖାର୍ଗେଙ୍କୁ ଭେଟିଛନ୍ତି। ଖାର୍ଗେଙ୍କୁ ଭେଟିବା ସମୟରେ ତାରା ସବୁ କଥା ପୁଣି କହିବା ସହ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ଏଥିସହ ଖାର୍ଗେଙ୍କୁ ଓଡ଼ିଶା ଗସ୍ତରେ ଆସିବା ଲାଗି ମଧ୍ୟ ସେ ଅନୁରୋଧ କରିଥିବା ଜଣାପଡ଼ିଛି। ଏହି ଅବସରରେ ତାରାଙ୍କୁ ବୁଝାଶୁଝା କରାଯାଇଥିବା ଶୁଣିବାକୁ ମିଳିଛି। ଦିଲ୍ଲୀରେ ଥିବା ତାରାଙ୍କ ଜଣେ ସମର୍ଥକଙ୍କ କହିବାନୁଯାୟୀ, ମୀନାକ୍ଷୀଙ୍କୁ ଆଉ ଜିଲା ସଭାପତି କରାଯିବା ଭଳି ମନେ ହେଉନାହିଁ। କାରଣ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ କଂଗ୍ରେସ ଏବେ କାମ କରୁଛି। ତେଣୁ ତାଙ୍କ ସୁପାରିସ ବିରୋଧରେ ପୁଣି ମୀନାକ୍ଷୀଙ୍କୁ ଜିଲା ସଭାପତି କରିବା ସହଜ ନୁହେଁ। ଏପରି ହେଲେ ବିବାଦ ଆହୁରି ବଢ଼ିବ ବୋଲି ଜାତୀୟ ନେତାମାନେ କହିଥିଲେ। ତେଣୁ ଦିଲ୍ଲୀରେ ତାରା କରିଥିବା ଲବି ବିଫଳ ହେଲେ ଏହାର ଏକ ଖରାପ ପ୍ରଭାବ କୋରାପୁଟ ଜିଲା ରାଜନୀତି ଉପରେ ପଡିବ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି।
ଅନ୍ୟପଟେ ତାରା ଶୁକ୍ରବାର ସକାଳୁ ଓଡ଼ିଶା ପ୍ରଭାରୀ ଏ. ଚେଲ୍ଲାକୁମାରଙ୍କୁ ମଧ୍ୟ ଭେଟିଥିଲେ। ତାଙ୍କୁ ସମସ୍ତ ଘଟଣା ସମ୍ପର୍କରେ ଅବଗତ କରାଇବା ସହ ଏହା ଉପରେ ତୁରନ୍ତ ବିଚାରକରି ନିଷ୍ପତ୍ତି ପରିବର୍ତ୍ତନ ପାଇଁ କହିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, କିଛିଦିନ ତଳେ ତାରା ଏବଂ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ସମର୍ଥକମାନେ ପୃଥକ୍‌ ପୃଥକ୍‌ ଭାବେ ଭୁବନେଶ୍ୱର ଆସି ରାଜ୍ୟ କଂଗ୍ରେସ ମୁଖ୍ୟାଳୟରେ ଶକ୍ତି ପ୍ରଦର୍ଶନ କରିଥିଲେ। ପିସିସି ସଭାପତି ଉଭୟ ପକ୍ଷଙ୍କୁ ଡାକି ଆଲୋଚନା କରିଥିଲେ। ଏବେ ଏହି କଳି ଯାଇ ଦିଲ୍ଲୀରେ ପହଞ୍ଚି ସାରିଛି। ତାରା ତାଙ୍କ ସମର୍ଥକଙ୍କ ସହ ଯାଇ ନୂଆଦିଲ୍ଲୀରେ ଡେରା ପକାଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ତାରା ଗୁରୁବାର କହିଥିଲେ, ଏହା ଏକ ଔପଚାରିକ ସାକ୍ଷାତ ଥିଲା। କାହା ବିରୋଧରେ କିଛି କହିନାହୁଁ। କଂଗ୍ରେସ କିଭଳି କ୍ଷମତାକୁ ଆସିବ, ସେନେଇ ଆଲୋଚନା କରାଯାଇଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri