ସୁମିତଙ୍କ ବେଡ୍‌ରୁମ୍‌ରେ ରହିବାକୁ ଅଡ଼ି ବସିଲେ ତପସ୍ବିନୀ

ବ୍ରହ୍ମପୁର ଅଫିସ,୫।୧: ଗଞ୍ଜାମ ଜିଲା ଜଜ କୋର୍ଟ ତପସ୍ବିନୀଙ୍କୁ ଶାଶୁଘର ବ୍ରହ୍ମପୁର ବ୍ରହ୍ମାନଗରର ଗଣେଶ ନିବାସରେ ରହିବାକୁ ମଙ୍ଗଳବାର ରାୟ ଶୁଣାଇଥିଲେ। କୋର୍ଟଙ୍କ ରାୟ ପରେ ବି ମଙ୍ଗଳବାର ରାତିରେ ତପସ୍ବିନୀ ସୁମିତଙ୍କ ଘରର ଗ୍ୟାରେଜରେ ରାତି କାଟିଛନ୍ତି । ସୁମିତଙ୍କ ପରିବାର ପକ୍ଷରୁ ତାଙ୍କୁ ରହିବାକୁ ଯେଉଁ ଘର ଦିଆ ଯାଇଥିଲା, ତାହା ଜଣେ ମହିଳା ପାଇଁ ରହିବାକୁ ଅଯୋଗ୍ୟ ଥିଲା ବୋଲି ତପସ୍ବିନୀ ଅଭିଯୋଗ କରିଛନ୍ତି। ତା’ ବଦଳରେ ସେ ସୁମିତଙ୍କ ବେଡରୁମରେ ରହିବାକୁ ଜିଦ୍‌ ଧରିଥିଲେ। ହେଲେ ସୁମିତଙ୍କ ପରିବାର ଲୋକେ ବେଡରୁମ୍‌ ଦେବା ସମ୍ଭବ ନୁହେଁ ବୋଲି ଦର୍ଶାଇଥିଲେ। ପରିବାରରେ ସଦସ୍ୟଙ୍କ ସଂଖ୍ୟା ଅଧିକ ଓ ସେ ରୁମ୍‌ରେ ଜଣେ ହାର୍ଟ ପେସେଣ୍ଟ ରହୁଥିବାରୁ ଉପର ଘର ତପସ୍ବିନୀଙ୍କୁ ଦିଆଯାଇଥିଲା ବୋଲି ସୁମିତଙ୍କ ଓକିଲ କହିଛନ୍ତି।
ସୁମିତଙ୍କ ଓକିଲ ସ୍ପଷ୍ଟ କରିଛନ୍ତି ଯେ, କୋର୍ଟ କହିଥିଲେ ବ୍ରହ୍ମପୁର ବ୍ରହ୍ମାନଗରର ଗଣେଶ ନିବାସରେ ତପସ୍ବିନୀଙ୍କୁ ରହିବାକୁ ଦିଆଯାଉ। ସେହି ଅନୁସାରେ ତପସ୍ବିନୀଙ୍କୁ ରହିବା ପାଇଁ ଉପର ଘର ଦିଆଯାଇଥିଲା। ଅନ୍ୟପକ୍ଷରେତପସ୍ବିନୀ କହିଛନ୍ତି, ସୁମିତଙ୍କୁ ବାହା ହୋଇ ଆସିବା ପରେ ଯେଉଁ ରୁମ୍‌ରେ ରହୁଥିଲି, ମୋତେ ସେହି ରୁମ୍‌ରେ ରହିବାକୁ ଅନୁମତି ଦିଆଯାଉ। ମୁଁ ଆଉ କେଉଁଠି ରହିବି ନାହିଁ। ଉପର ଘର ମୋ ପାଇଁ ଉପଯୁକ୍ତ ନୁହଁ କି, ସୁରକ୍ଷିତ ନୁହଁ, ମୁଁ ସେଠାରେ ରହିବି ନାହିଁ। ଉପର ଘରେ କୁକୁର ରହିବା ସମ୍ଭବ ନୁହେଁ , ସେଠି ମଣିଷ ରହିବା କିପରି ସମ୍ଭବ ବୋଲି ତପସ୍ବିନୀ ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ୪୪ ଦିନ ଧରି ସୁମିତଙ୍କ ଘର ଆଗରେ ତପସ୍ବିନୀ ବସିବା ପରେ ମଙ୍ଗଳବାର ସୁମିତଙ୍କ ଓକିଲଙ୍କ ଆବେଦନକୁ ଖାରଜ କରି କୋର୍ଟ ତାଙ୍କ ରାୟ ଶୁଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri