ଟାଙ୍ଗିଆରେ ବୃଦ୍ଧଙ୍କୁ ହାଣି ହତ୍ୟା

କୋରାପୁଟ,୨।୪(ସ୍ବ.ପ୍ର.): କୋରାପୁଟ ସହରର ସୁନାରି ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ପଡ଼ୋଶୀ ସ୍ବାମୀ-ସ୍ତ୍ରୀଙ୍କ କଳହ ମଧ୍ୟରେ ମଧ୍ୟସ୍ଥ ହୋଇ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ବୃଦ୍ଧ। ଅଭିଯୁକ୍ତଙ୍କ ଟାଙ୍ଗିଆ ଚୋଟରେ ୭୦ ବର୍ଷୀୟ ବୃଦ୍ଧ ରାମ ପ୍ରସାଦଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।
ଖବର ପାଇ କୋରାପୁଟ ଟାଉନ ପୋଲିସ ପହଞ୍ଚି ଅଭିଯୁକ୍ତ ଡମ୍ବୁ ସାକିଆ(୩୨)ଙ୍କୁ ଗିରଫ କରିଛି। ଏପରିକି ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୋଲିସ ସାଇଣ୍ଟିଫିକ ଟିମ୍‌ ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୋରାପୁଟ ଟାଉନ ଥାନା ଆଇଆଇସି ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମୃତ ବୃଦ୍ଧ ଜଣକ କୋରାପୁଟ ବସ୍‌ ଷ୍ଟାଣ୍ଡରେ ଚଣା ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶମ୍ବର ଶିକାର କରି କରୁଥିଲେ ମାଂସ ଚାଲାଣ: ମାଡ଼ି ବସିଲେ ରେଞ୍ଜ କର୍ମଚାରୀ

ନାକଟୀଦେଉଳ, ୧୭ା୬(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ଖଳାଶୁଣୀ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଅବାଧରେ ଚାଲିଛି ବନ୍ୟପ୍ରାଣୀ ଶିକାର। ଶିକାରୀମାନେ ଯୋଜନାବଦ୍ଧଭାବେ ତାର ଓ ବାରୁଦ ଗୁଳା ବିଛାଇ...

ସିକିମ୍‌ରେ ଫସିଛନ୍ତି ଓଡ଼ିଆ ପର୍ଯ୍ୟଟକ: ଉଦ୍ଧାର ପାଇଁ ଲୋଡ଼ିଲେ ସରକାରଙ୍କ ସହାୟତା

ସୋନପୁର,୧୭।୬(ମୃତ୍ୟୁଞ୍ଜୟ ଶତପଥୀ): ଉତ୍ତର-ପୂର୍ବ ସିକିମ୍‌ ରାଜ୍ୟକୁ ପରିବାର ସହିତ ଖରାଛୁଟିରେ ବୁଲିବାକୁ ଯାଇଥିବା ସୁବର୍ଣ୍ଣପୁର ଜିଲାର ୪ ଜଣଙ୍କ ସମେତ ମୟୂରଭଞ୍ଜ ଜିଲାର ଅନ୍ୟ ପର୍ଯ୍ୟଟକ...

ସମ୍ବଲପୁର: ୨୧ରେ ଖୋଲିବ ସ୍କୁଲ

ସମ୍ବଲପୁର,୧୭।୬ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଆସନ୍ତା ୨୧ ତାରିଖରେ ସ୍କୁଲ ଖୋଲିବା ନେଇ ଭାରପ୍ରାପ୍ତ ଜିଲାପାଳ ସୁଚାରୁ ବଳ ସୂଚନା ଦେଇଛନ୍ତି ।...

ସରିଲା ଖରା ଛୁଟି: କଳାହାଣ୍ଡିରେ ଖୋଲିବ ସ୍କୁଲ

ଭବାନୀପାଟଣା,୧୭।୬(ଉତ୍ତମ କୁମାର ଦାଶ): ସରିଲା ଖରା ଛୁଟି। ମଙ୍ଗଳବାରଠାରୁ କଳାହାଣ୍ଡି ଜିଲାରେ ଖୋଲିବ ସ୍କୁଲ। ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଚାଲୁ ରହିବ ପାଠ ପଢା।...

ପାରମ୍ପରିକ ବାଦ୍ୟ, ନୃତ୍ୟରେ ନବ ନିର୍ବାଚିତ ଏମ୍‌ପିଙ୍କୁ ପାଛୋଟିନେଲେ

ରାଇକିଆ,୧୭।୬(ପ୍ରଦୀପ ବେହେରା): କନ୍ଧମାଳ ନବ ନିର୍ବାଚିତ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ କନ୍ଧମାଳ ଗସ୍ତ ଅବସରରେ ରାଇକିଆଠାରେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ବେରେଡାକିଆ ଛକଠାରୁ ପାରମ୍ପରିକ ବାଦ୍ୟ...

କେନ୍ଦୁଝରରେ ସକାଳୁଆ ସ୍କୁଲ: ଜିଲାପାଳ

କେନ୍ଦୁଝର,୧୭।୬(ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର କେନ୍ଦୁଝର ଜିଲାରେ ସମସ୍ତ ସ୍କୁଲ ଖୋଲିବ। ଖରା ଦିନ ଛୁଟି ପରେ ସ୍କୁଲ ଖୋଲୁ ଥିବାରୁ ପିଲାଙ୍କ ମଧ୍ୟରେ ଉତ୍ସାହ...

ବରଗଡ଼ରେ ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି

ବରଗଡ଼,୧୭।୬(ପ୍ରେମାନନ୍ଦ ଖମାରୀ)): ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି ଜାରି ରହିଥିବା ଯୋଗୁ ବରଗଡ ଜିଲା ସ୍କୁଲଗୁଡ଼ିକରେ ଖରାଛୁଟିକୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି।...

ମୁଖ୍ୟମନ୍ତ୍ରୀଙ୍କୁ ଫଟୋଚିତ୍ର ପ୍ରଦାନ କଲେ ଛାତ୍ର

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ା ପାଇକ ସାହିର ଭଗବାନ ସାହୁଙ୍କ ପୁଅ ତଥା ସୋରଡ଼ା ଶଶୀଭୂଷଣ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଶୁଭମ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri