ଭାଇରାଲ ହେଲା ରାଣୀ ପ୍ରିୟଦର୍ଶିନୀଙ୍କ ଡମ୍ବରୁ ଧରି ତାଣ୍ଡବ ନାଚ: କହିଲେ ଏଥର ଖଣ୍ଡଗିରିରେ ମୁଁ କରିବି…

ଭୁବନେଶ୍ୱର,୬ା୨: ଖଣ୍ଡଗିରି ମେଳାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି। ଗୁରୁବାର ତୃତୀୟ ଦିନରେ ସାଧୁସନ୍ଥଙ୍କ ମନ୍ତ୍ରଧ୍ୱନି ସହ ପୂଜାର୍ଚ୍ଚନାରେ ପୂରା ଅଞ୍ଚଳ ପ୍ରକମ୍ପିତ ହୋଇଉଠିବା ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। ଏପରିକି ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ସାଧୁସନ୍ଥମାନେ ମେଳାରେ ଯୋଗ ଦେଉଛନ୍ତି। ଅନ୍ୟପକ୍ଷେ ଆଜିଠାରୁ ଖଣ୍ଡଗିରି ଯାତ୍ରା ଆରମ୍ଭ ହୋଇଯିବ। ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟକୁ ନେଇ ବିଏମ୍‌ସି କମିଶନର ଚେତାବନୀ ଦେଇଛନ୍ତି। ପରମ୍ପରା ଓ ମର୍ଯ୍ୟାଦା ଭିତରେ ଯାତ୍ରା ପରିବେଷଣ ପାଇଁ ସେ କହିଛନ୍ତି। ସବୁ ଯାତ୍ରା କମିଟି ଏନେଇ ଅବଗତ କରାଯାଇଛି। ଗାଇଡଲାଇନ ଅନୁସାରେ ଯାତ୍ରା ହେବ ବୋଲି ବିଏମ୍‌ସି କମିଶନର କହିଛନ୍ତି।

ଏଭଳିସ୍ଥିତିରେ ଆଇଟମ୍‌ ଗର୍ଲ ତଥା ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ ଗୁରୁବାର ଡମ୍ବରୁ ବଜାଇ ଦୟା ନଦୀରେ ପହଞ୍ଚି ତାଣ୍ଡବ କରିଥିଲେ। ପରେ ନଦୀ ଘାଟରେ ପୂଜାର୍ଚ୍ଚନା କରି ବୁଡ଼ ପକାଇଥିଲେ। ବୁଡ ପକାଇବା ବେଳେ ହରହର ମହାଦେବ ନାରା ଦେଇଥିଲେ। ଏପରକି ଖଣ୍ଡଗିରିରେ ପ୍ରବେଶ ପାଇଁ ଗୁରୁଙ୍କ ଆଶୀର୍ବାଦ ନେବାକୁ ଦୟା ନଦୀରେ ବୁଡ଼ ପକାଇବା ପାଇ ଆସିଥିବା ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଏପରିକି ସେମାନେ ଠେଙ୍ଗା ଧରିଲେ ମୁଁ ଡମ୍ବରୁ ଧରି ପେଣ୍ଡାଲରେ ବୁଲିବି ବୋଲି କହିଛନ୍ତି।

ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ଓ ଦ୍ବିଅର୍ଥ ବୋଧକ କମେଡିକୁ ପ୍ରଶ୍ରୟ ଦିଆଯିବ ନାହିଁ। ଅଶ୍ଲୀଳତାକୁ ସମ୍ପୂର୍ଣ୍ଣ ବିରୋଧ କରାଯିବ। ଅଶ୍ଲୀଳ ପ୍ରଦର୍ଶନ ନେଇ ଯେଉଁମାନେ ଖୋଲା ଚ୍ୟାଲେଞ୍ଜ କରୁଛନ୍ତି ସେମାନଙ୍କୁ ସଠିକ ଜବାବ ଦିଆଯିବ। ଏଥିପାଇଁ ମା’ ବାରଭୁଜାଙ୍କ ପାଖରେ ଏକାମ୍ର ବିଧାୟକଙ୍କ ନେତୃତ୍ୱରେ ଶହେ ଠେଙ୍ଗା ପୂଜା କରାଯାଇଛି। କେବଳ ଖଣ୍ଡଗିରି ନୁହେଁ ସାରା ଓଡ଼ିଶାରେ ଯୁବତୀଯୁବକଙ୍କ ନେତୃତ୍ୱରେ ଏଭଳି ପଦକ୍ଷେପ ନିଆଯିବ।

ଅଶ୍ଲୀଳ ପ୍ରଦର୍ଶନକାରୀଙ୍କୁ ଖଣ୍ଡଗିରିରେ ପଶିବାକୁ ଦିଆଯିବ ନାହିଁ। ସେମାନଙ୍କ ସମେତ ଅନ୍ୟ ଯେଉଁମାନେ ଏଭଳି ଚେଷ୍ଟା କରିବେ ସଠିକ ଉତ୍ତର ପାଇବେ ବୋଲି ବିଧାୟକ ବାବୁ ସିଂ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ସାର କାରଖାନା ଇଫ୍‌କୋରେ ଉତ୍ପାଦନ ବନ୍ଦ

ପାରାଦୀପ,୨୨।୫(ଶରତ ରାଉତ):ଏସିଆ ମହାଦେଶର ସର୍ବବୃହତ୍‌ ସାର କାରଖାନା ପାରାଦୀପ ଇଫ୍‌କୋରେ ବୁଧବାରଠାରୁ ଉତ୍ପାଦନ ବନ୍ଦ ରହିଛି। କାରଣ ଉକ୍ତ କାରଖାନାରେ ଆବଶ୍ୟକ କଞ୍ଚାମାଲ ଅଭାବ ଦେଖାଦେଇଛି। ଏହାର…

ଅକାମୀ ହୋଇପଡିଛି ୨୬ ଲକ୍ଷର ପ୍ରୋଜେକ୍ଟ: ଚାଷୀ ହନ୍ତସନ୍ତ

କେସିଙ୍ଗା,୨୨।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଭମରମାଲ ଗ୍ରାମ ନିକଟରେ ଜଳସେଚନ ପାଇଁ ଗତ ୨୦୨୦-୨୧ରେ ୨୬ ଲକ୍ଷ ୮୨…

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ବର୍ଷାରେ ଧୋଇଗଲା ମିନି ଷ୍ଟାଡିୟମ ମାଟି: ସ୍ଥାୟିତ୍ୱକୁ ନେଇ ଆଶଙ୍କା

ଲାଠୋର,୨୨ା୫(ଭୁବନେଶ୍ୱର ବାରିକ):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପଞ୍ଚାୟତ ସଦର ଗ୍ରାମରେ ଏକ ମିନି ଷ୍ଟାଡିୟମ ନିର୍ମାଣ ହୋଇ ନିକଟରେ ଉଦ୍‌ଘାଟିତ ହୋଇଛି l ତେବେ ଏହି…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ଏଣିକି କୃଷକଙ୍କ କାର୍ଯ୍ୟ ହେବ ସହଜ: ଶୁଭାରମ୍ଭ ହେଲା…

ମହାକାଳପଡ଼ା, ୨୨ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କିଆର ବାଙ୍କସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରଠାରେ ଖରିଫ୍‌ ଫସଲ ସମ୍ବନ୍ଧୀୟ କୃଷକ ପଞ୍ଜୀକରଣ, ସଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri