Posted inଫୁରସତ

ତନାଘନା

ଭଶ୍ରୀ ଫେସ୍‌ବୁକ୍‌ରେ ଲେଖିଥିଲା ଯେ, ଆଜି ମତେ ଗୋଟିଏ ମଶା କାମୁଡ଼ିଦେଲା। ତା’ର ପାଞ୍ଚଶହ ପଇଁତିରିଶଟି କମେଣ୍ଟ୍‌ସ ଆସିଲା। ପ୍ରତି କମେଣ୍ଟ୍‌ସରେ ଥିଲା ଉଦ୍‌ବେଗ ଓ ପରାମର୍ଶ। ତମେ ଏବେ କେମିତି ଅଛ? ଦେହ ଭଲ ଅଛି ତ? ଡାକ୍ତର ପାଖକୁ ଯାଇ ଥିଲ ନା ନାହିଁ? ମଶାର କେଡେ ଦୁଃସାହସ, ସେ ତମକୁ କାମୁଡ଼ିଲା। ମଶାରି ଟାଣି ଶୁଅ। ମଶାବତି ଜଳାଅ। ଜଗିରଖି ଚଳ। ଆମେ ଭଗବାନ୍‌ଙ୍କୁ ପ୍ରାର୍ଥନା କରୁଛୁ ଯେ, ତୁମ ଘର ଆଖପାଖରେ ଯେମିତି ମଶାଟିଏ ବି ନ ବୁଲେ। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କମେଣ୍ଟ୍‌ସ ଥିଲା ଏହିପରି। ଜଣେ ଲେଖିଥିଲେ- ମୋର ଏବେ ଇଚ୍ଛା ହେଉଛି, ତୁମ ଘରକୁ ଛୁଟିଯିବି ଓ ସେ ମଶାକୁ ତଣ୍ଟିଚିପି ବଧ କରିବି। ତା’ର ରକ୍ତକୁ ମଥାରେ ତିଳକ କରି ଘେନିବି।
ଉତ୍ସାହିତ ହୋଇ ସନାତନ ଫେସ୍‌ବୁକ୍‌ରେ ଗୋଟିଏ ମନ୍ତବ୍ୟ ଲେଖିଲା, ମୋତେ ଆଜି ଗୋଟିଏ ସାପ କାମୁଡ଼ିଦେଲା। କେହି ଜଣେହେଲେ ବି କୌଣସି ମନ୍ତବ୍ୟ ଦେଲେ ନାହିଁ।
ଶୁଭଶ୍ରୀ ଫେସ୍‌ବୁକ୍‌ରେ ଲେଖିଲା ଯେ, ଅମ୍ଫନ୍‌ ବାତ୍ୟାରେ ଆମ ବାରିରେ ଗୋଟିଏ ଅମୃତଭଣ୍ଡା ଗଛ ଭାଙ୍ଗିପଡ଼ିଛି। ଏହି ମତ ଉପରେ ଚାରିଶହ ତେଷଠିଟି ମନ୍ତବ୍ୟ ଆସିଥିଲା। ତୁମର ଏ ଦୁର୍ଭାଗ୍ୟକାଳରେ ଆମେ ଦୁଃଖ ପ୍ରକାଶ କରୁଛୁ ! ଆହା କ’ଣ ହେଲା? କେମିତି ଘଟିଲା ଏ ଅଘଟଣ? ତୁମେ ସେହି ଅମୃତଭଣ୍ଡା ଗଛମୂଳକୁ ଯାଅନି, ଭଙ୍ଗାଡାଳ ପଡ଼ି ତୁମକୁ ଆଘାତ ଆସିପାରେ। ୟା’ ଭିତରୁ ସବୁଠୁ ଆକର୍ଷଣୀୟ କମେଣ୍ଟ୍‌ସ ଥିଲା ଏହିପରି- ଆହା! ମୋର କ’ଣ ସେ ଭାଗ୍ୟ ହେବ, ପ୍ରିୟ ଅମୃତଭଣ୍ଡା ଗଛ ଭାଙ୍ଗିପଡ଼ିବାର ଦୁଃଖରେ ଯେଉଁ ଲୁହ ଦୁଇଟୋପା ତୁମ ଆଖିରୁ ଝରିପଡ଼ିଛି, ତାକୁ ପୋଛିଦେବାକୁ ଏ ହାତ ଟିକେ ବଢ଼ାଇପାରିବି!
ଉତ୍ସାହିତ ହୋଇ ସନାତନ ଫେସ୍‌ବୁକ୍‌ରେ ପୋଷ୍ଟ କରିଦେଲା ଯେ, ଅମ୍ଫନ୍‌ ବାତ୍ୟାରେ ଆମ ବାରିରେ ଗୋଟିଏ ଶାଗୁଆନ ଗଛ ଭାଙ୍ଗିପଡ଼ିଛି। ଏହି ମନ୍ତବ୍ୟ ଉପରେ କୌଣସି ସମବେଦନା ବା ପରାମର୍ଶ ଆସି ନ ଥିଲା। ଗୋଟିଏ ମାତ୍ର କମେଣ୍ଟ୍‌ସ ଆସିଥିଲା, ତାହା ଥିଲା ବନବିଭାଗର ଜଣେ ପଦାଧିକାରୀଙ୍କର। ଲେଖିଥିଲେ, ସାବଧାନ! ଭାଙ୍ଗିପଡ଼ିଥିବା ଶାଗୁଆନ ଗଛରେ ହାତ ମାରନ୍ତୁ ନାହିଁ। ବନ ବିଭାଗକୁ ଯୋଗାଯୋଗ କରନ୍ତୁ ଓ ନିର୍ଦ୍ଧାରିତ ଜୋରିମାନା ରାଶି ପଇଠ କରନ୍ତୁ।
ଶୁଭଶ୍ରୀ ଫେସ୍‌ବୁକ୍‌ରେ ପୋଷ୍ଟ କଲା ଯେ, ଆଜି ଚିକେନ୍‌ରେ ତେନ୍ତୁଳି ଦେଇ ଖଟା କଲି। ଏହାର ମଧ୍ୟ ତିନିଶହ ସତୁରି କମେଣ୍ଟ୍‌ସ ଆସିଲା। ସବୁଗୁଡ଼ିକ ଥିଲା ଚମତ୍କାର, ଅପୂର୍ବ, ଅତ୍ୟନ୍ତ ରୁଚିପୂର୍ଣ୍ଣ, ଦେହ ପକ୍ଷରେ ହିତକର, ସ୍ବାଦିଷ୍ଠ, ରାଜା ମହାରାଜାଙ୍କ ଯୋଗ୍ୟ ଖାଦ୍ୟ। ଜଣେ ମନ୍ତବ୍ୟ ଦେଇଥିଲେ, ଏହି ରେସିପିକୁ ନେଇ ସର୍ବଭାରତୀୟ ପ୍ରତିଯୋଗିତାରେ ଏହା ନିଶ୍ଚୟ ପ୍ରଥମ ସ୍ଥାନ ଅଧିକାର କରିବ। ସବୁଠୁ ଉଲ୍ଲେଖନୀୟ ମନ୍ତବ୍ୟ ଥିଲା ଏହିପରି- ଏହି ଅଭିନବ ରେସିପି ପ୍ରସ୍ତୁତ କରିଥିବାରୁ ଏହାର ପେଟେଣ୍ଟ ଆପଣଙ୍କ ହାତରେ ରହିବ ଓ ଜଗତରେ ଏହା ଶୁଭଶ୍ରୀ ମାଂସ ଖଟା ନାମରେ ଖ୍ୟାତ ହେବ।
ଉତ୍ସାହିତ ସନାତନ ଫେସ୍‌ବୁକରେ ଡାଲମାର ଚିତ୍ର ପୋଷ୍ଟ କରିଥିଲା ଓ ଲେଖିଲା, ଆଜି ଜଗନ୍ନାଥ ମନ୍ଦିର ଷ୍ଟାଇଲରେ ହେଙ୍ଗୁ ମାରି ଡାଲମାଟେ ବନେଇଲି। ଏହାର ମାତ୍ର ଗୋଟିଏ କମେଣ୍ଟ୍‌ସ ଆସିଥିଲା, ତାହା ପୁଣି ଝିଂଗାସପୂର୍ଣ୍ଣ। ମନ୍ତବ୍ୟକାରୀ ଲେଖିଲେ- ପାପୀ! ତୁ ଘରେ ଡାଲମା କରି ପ୍ରଭୁ ଜଗନ୍ନାଥଙ୍କ ନାମ ନେଉଛୁ। ଏହା ଶହ ଶହ ଭକ୍ତଙ୍କ ଭାବାବେଗକୁ ଆଘାତ। ତୋତେ ନରକରେ ମଧ୍ୟ ସ୍ଥାନ ମିଳିବ ନାହିଁ।
ଶୁଭଶ୍ରୀ ଫେସ୍‌ବୁକ୍‌ରେ ଲେଖିଲା ଯେ, କରୋନା ପାଇଁ ମୁହଁରେ ମୁଖା, ଲିପଷ୍ଟିକରେ ଅଳନ୍ଧୁ ଲାଗିଲାଣି। ଏହାର ସାତଶହ କମେଣ୍ଟ୍‌ସ ଆସିଲା। ଲିପ୍‌ଷ୍ଟିକ୍‌ ହେଉଛି ନାରୀର ଅଳଙ୍କାର, ଲିପ୍‌ଷ୍ଟିକ ତୁମକୁ ଭାରି ମାନେ। ତୁମେ ମାସ୍କ ପିିନ୍ଧନା, ଲିପ୍‌ଷ୍ଟିକ ଲଗାଅ। ସବୁଠୁ ଅଭିନବ କମେଣ୍ଟ୍‌ସ ଥିଲା- ନାରୀମାନେ ମାସ୍କ ନ ପିନ୍ଧିବା ପାଇଁ ସରକାରଙ୍କ ନିକଟରେ ଦାବି କରାଯିବ। ମାସ୍କ ପିନ୍ଧିଲେ ନାରୀର ସୌନ୍ଦର୍ଯ୍ୟ ହାନି ହେଉଛି ଓ ଏହା ମାନବାଧିକାରର ଉଲ୍ଲଂଘନ।
ସନାତନ ଫେସ୍‌ବୁକ୍‌ରେ ପୋଷ୍ଟ କଲା ଯେ, କରୋନା ପାଇଁ ସେଲୁନ୍‌ ବନ୍ଦ ଅଛି ଓ ମୁଁ ବାଧ୍ୟହୋଇ ଦାଢ଼ି ବଢ଼ାଇଛି। ଏହାର ମଧ୍ୟ ଗୋଟିଏ ମାତ୍ର କମେଣ୍ଟ୍‌ସ ଆସିଲା। କମେଣ୍ଟ୍‌ସଟା ଲେଖିଥିଲା ଜଣେ ନାପିତ। ଲେଖିଥିଲା- ଆମେ ଘରକୁ ଯାଇ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ମଧ୍ୟରେ ଦାଢ଼ି କାଟୁଛୁ। ନିମ୍ନ ଫୋନ୍‌ ନମ୍ବରରେ ଯୋଗାଯୋଗ କରନ୍ତୁ।
ଏବେ ଶୁଭଶ୍ରୀ ଓ ସନାତନ ସାମ୍ନାସାମ୍ନି ବସିଥିଲେ।
ସନାତନ କହିଲା: ମତେ ଅସହ୍ୟ ଲାଗିଲାଣି ! ତମର ପୋଷ୍ଟରେ ଶହ ଶହ କମେଣ୍ଟସ ଆଉ ମୋ ବେଳକୁ ଜମା ଗୋଟିଏ। ମୋର ସାଙ୍ଗଗୁଡ଼ାକ ବି ତୁମ ପୋଷ୍ଟ ଉପରେ କମେଣ୍ଟ୍‌ସ ଲେଖୁଛନ୍ତି, ଆଉ ମୋ ବେଳକୁ ତାଙ୍କ ହାତରେ ଘା’ ହେଇଯାଉଛି।
ଶୁଭଶ୍ରୀ କହିଲା: ଏଇଥିରୁ ଅନୁମାନ କର, ସାମାଜିକ ଗଣମାଧ୍ୟମରେ ମୋର ରେଟିଂ କୋଉଠି, ଆଉ ତୁମର ସ୍ଥାନ କୋଉଠି?
ସନାତମ କହିଲା- ସ୍ଥାନ ନା ଚୋପା? ପୃଥିବୀରେ ଯେ ଯୌନପାଗଳମାନଙ୍କର ସଂଖ୍ୟା ବଢ଼ିଛି, ଏଟା ହେଉଛି ତା’ର ପ୍ରମାଣ।
ଶୁଭଶ୍ରୀ କହିଲା- ତମେ ଅସହିଷ୍ଣୁ ହୋଇ ପଡୁଛ ଦେଖୁଛି। ସତ୍ୟକୁ ସ୍ବୀକାର କର। ନାରୀ ହେଉଛି ପ୍ରଶଂସାର ହକ୍‌ଦାର। ଯୁଗଯୁଗ ଧରି ନାରୀ ପ୍ରଶଂସା ପାଇଆସୁଛି। ତୁମେ ପୁରୁଷ, ପ୍ରଶଂସା ଦେବା ଲୋକ। ଦେବ। ନେବା କଥା ଭାବିଲେ କେବଳ ଜଳିବା ହିଁ ସାରହେବ!
ଶୁଭଶ୍ରୀ ଫେସ୍‌ବୁକରେ ଲେଖିଲା- ଆଜି ସନ୍ଧ୍ୟାରେ ଦୁଇଥର ଛିଙ୍କ ହେଲା!
କମେଣ୍ଟ୍‌ସ ଗଦେଇ ହୋଇପଡ଼ିଲା। ଦେହର ଯତ୍ନ ନିଅ। ଔଷଧ ଖାଅ। ତମେ ସିଆଡେ ଛିଙ୍କିଲ, ଇଆଡେ ଆମର ହୃତ୍‌ସ୍ପନ୍ଦନ ବଢ଼ିଗଲାଣି। ଆମେ ଚିନ୍ତିତ। ତୁମର ଆଶୁ ଆରୋଗ୍ୟ କାମନା କରୁଛୁ। ମନ୍ତବ୍ୟକାରୀମାନେ ଦେଶୀ ଚିକିତ୍ସାର ଲମ୍ବା ତାଲିକା ଲେଖିବାରେ ଲାଗିଲେ। ସବୁଠୁ ମଜାଦାର କମେଣ୍ଟ୍‌ସ ହେଲା- ରାନୀ ମୁଖାର୍ଜୀ ହେକୁଟି ମାରିଲା ବୋଲି ‘ହିକୋ’ ବୋଲି ସିନେମା ତିଆରି ହେଲା। କାଲି ସକାଳେ ଛିଙ୍କ ବୋଲି ସିନେମା ତିଆରି ହୋଇପାରେ ତୁମକୁ ନେଇ।
ଉତ୍ସାହିତ ସନାତନ ଫେସ୍‌ବୁକ୍‌ରେ ଲେଖିଲା- ମୋତେ କରୋନା ହୋଇଛି।
ଏବେ କମେଣ୍ଟ୍‌ସ ଗଦେଇ ହେଲା। ଫେସ୍‌ବୁକ୍‌ରେ ଏପରି ପୋଷ୍ଟ କରିବା ଅପରାଧ। ଫେସ୍‌ବୁକ୍‌ଟା ଜୋକ୍‌ସ କରିବା ଜାଗା ନୁହେଁ। ତୁରନ୍ତ ଡାକ୍ତରଖାନା, କୋଭିଡ୍‌ ହେଲ୍‌ପଲାଇନରେ ଯୋଗାଯୋଗ ନ କରି ଫେସ୍‌ବୁକ୍‌ରେ ଦେବା ମୂର୍ଖାମି। ଏହିସବୁ ଭର୍ତ୍ସନା ପରେ କମେଣ୍ଟ୍‌ସ ଆସିଲା, ମ୍ୟାଡାମଙ୍କ ଦେହ କିପରି ଅଛି। ତାଙ୍କଠୁ ଦୂରରେ ରୁହନ୍ତୁ। ମ୍ୟାଡାମଙ୍କୁ ସଂକ୍ରମଣରୁ ରକ୍ଷା କରନ୍ତୁ।
ଏହାପରେ ମନ୍ତବ୍ୟକାରୀମାନେ ସନାତନକୁ ଉପେକ୍ଷାକରି ଶୁଭଶ୍ରୀ ପାଇଁ ବାର୍ତ୍ତାମାନ ସେହି ପୋଷ୍ଟରେ ଲେଖିବାକୁ ଲାଗିଲେ, ମ୍ୟାଡାମ! ସୁସ୍ଥ ରୁଅନ୍ତୁ! ସ୍ବାମୀଙ୍କୁ ଶୀଘ୍ର କ୍ୱାରାଣ୍ଟାଇନକୁ ପଠାନ୍ତୁ। ତାଙ୍କୁ କଦାଚ ଛୁଇଁବେ ନାହିଁ। ଆମେ ଆପଣଙ୍କ ସ୍ବାସ୍ଥ୍ୟାବସ୍ଥା ଜାଣିବାକୁ ଉଦ୍‌ବିଗ୍ନ। ଭଗବାନ୍‌ ଆପଣଙ୍କୁ ନିଶ୍ଚୟ ସୁସ୍ଥ ରଖିବେ। ସ୍ବାମୀଙ୍କର ସେବା ଶୁଶ୍ରୂଷା କରିବା ଦରକାର ନାହିଁ। ସେ ସବୁ କୋଭିଡ୍‌ ହସ୍ପିଟାଲବାଲା କରିବେ। ଆପଣ କେବଳ ଦୂରେଇ ରୁହନ୍ତୁ। ସୁସ୍ଥ ରୁହନ୍ତୁ।
କୋଭିଡ୍‌ କର୍ତ୍ତୃପକ୍ଷଙ୍କର ମଧ୍ୟ ଏକ ବାର୍ତ୍ତା ଆସିଥିଲା। ଆପଣଙ୍କ ଲୋକେଶନ ଦିଅନ୍ତୁ! ଆମେ ଆପଣଙ୍କୁ ଆଣିବା ପାଇଁ ଯାଉଛୁ।

 

ପରେଶ କୁମାର ପଟ୍ଟନାୟକ

ମୋ- ୯୪୩୭୦୦୦୩୪୫


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ କମାଲ୍‌ କଲେ ଦେବଗଡର ପିୟୁଷ: ଦ୍ୱିତୀୟ ପ୍ରଚେଷ୍ଟାରେ ହାସଲ କଲେ ସଫଳତା

ଦେବଗଡ଼, ୨୭।୫(ଶଶାଙ୍କ ଶେଖର ଝାଙ୍କର): ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓସିଏସ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି । ଦେବଗଡ ସହରର ପିୟୁଷ ସାହୁ ୪୦…

ଜୁନ୍‌ ୧ରୁ ଅଗ୍ନିପଥ ଯୋଜନା:ଜାଣନ୍ତୁ କେମିତି କରିବେ ଆବେଦନ

କଟକ,୨୭।୫(କାର୍ତ୍ତିକ ସାହୁ):ଭାରତୀୟ ସେନାରେ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡ୍‌ର ଅନ୍‌ଲାଇନ ସାଧାରଣ ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ ୧ରୁ ୧୨ ତାରିଖ ପର୍ଯ୍ୟନ୍ତ…

ଏପିଆର କନଷ୍ଟେବଳଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ

ହାଟଡିହୀ/ଛେନାପଦୀ,୨୭l୫(ଶୁଭକାନ୍ତ ନାୟକ/ନିରାକାର ପରିଡା): ଗତ ମାର୍ଚ୍ଚ ମାସ ୩୦ ତାରିଖ ବିଳମ୍ବିତ ରାତିରେ କେନ୍ଦୁଝର ଜିଲା ନନ୍ଦିପଦା ଥାନାର ଜଣେ କାର୍ଯ୍ୟରତ ଏପିଆର କନଷ୍ଟେବଳଙ୍କୁ ଆକ୍ରମଣ ଅଭିଯୋଗରେ…

କନ୍ୟା ଆସିଲେନି, ଫେରିଲେ ୪୨ ବର, ପୂରା ଘଟଣା ଜାଣିଲେ…

ଭୋପାଳ,୨୭ା୫: ବିବାହର ସ୍ବପ୍ନ ଦେଖାଇ ୪୨ଜଣ ଯୁବକଙ୍କଠାରୁ ଟଙ୍କା ଆଦାୟ କଲେ। ଏପରି କି ବିବାହ ପାଇଁ ଦିନ ଏବଂ ସ୍ଥାନ ଧାର୍ଯ୍ୟ କରି ଡକାଇଲେ। ସେହି…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri