Posted inଫୁରସତ

ସବୁଦିନ ପାଇଁ ବିଦାୟ ନେଲେ ବିଶ୍ୱର ସବୁଠୁ ଡେଙ୍ଗା ବ୍ୟକ୍ତି, ଏମିତି ଥିଲା ତାଙ୍କ ଜୀବନଶୈଳୀ

ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ ସୃଷ୍ଟି କରିଥିବା ଆମେରିକାର ସବୁଠୁ ଉଚ୍ଚ ବ୍ୟକ୍ତି ଇଗୋର ଭୋଭ୍‌କୋଭିନ୍‌ସ୍କି ମାତ୍ର ୩୮ ବର୍ଷ ବୟସରେ ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି। ୧୯୮୨ ମସିହା ସେପ୍ଟେମ୍ବର ୧୮ରେ ଇଗୋର ୟୁକ୍ରେନ୍‌ରେ ଜନ୍ମ ହୋଇଥିଲେ। ତେବେ ଚଳିତମାସ ୨୦ ତାରିଖରେ ତାଙ୍କର ମୃତ୍ୟୁ ଘଟିଛି। ଇଗୋର ତାଙ୍କ ଉଚ୍ଚତା ପାଇଁ ବିଶ୍ୱପ୍ରସିଦ୍ଧ ଥିଲେ। ତାଙ୍କର ଉଚ୍ଚତା ୭ ଫୁଟ ୮ ଇଞ୍ଚ ଥିଲା। ୟୁକ୍ରେନ୍‌ର ମୂଳବାସିନ୍ଦା ଇଗୋର ୭ ବର୍ଷ ବୟସରେ ରୋଗ ଭଲ କରିବାକୁ ଆମେରିକା ଆସିଥିଲେ। ଇଗୋରଙ୍କ ମା’ ସୋସିଆଲ ମିଡିଆରେ ତାଙ୍କ ଫଟୋ ଶେୟାର କରି ଏହି ଦୁଃଖଦ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।

ଇଗୋର ନ୍ୟୁୟର୍କର ରୋଚେଷ୍ଟର ମେୟୋ ହସ୍ପିଟାଲରେ ପ୍ରାଣତ୍ୟାଗ କରିଛନ୍ତି। ତାଙ୍କ ମା’ ଫେସ୍‌ବୁକ୍‌ରେ ଫଟୋ ଶେୟାର କରିଛନ୍ତି। ଏଥିରେ ସେ ଶେଷଥର ପାଇଁ ତାଙ୍କ ପୁଅକୁ ଆଲିଙ୍ଗନ କରିଥିବାର ନଜର ଆସିଛନ୍ତି।

ଇଗୋରଙ୍କ ପିଟ୍ୟୁଟାରୀ ଗ୍ଲାଡରେ ଟ୍ୟୁମର ଯୋଗୁ ତାଙ୍କ ଦେହ ଖରାପ ହୋଇପଡ଼ିଥିଲା। ଇଗୋରଙ୍କ ମା’ ଶ୍ୱେତଲଓ୍ବାନା କହିଛନ୍ତି, ମୃତ୍ୟୁ ପୂର୍ବରୁ ଇଗୋର ପ୍ରଥମେ ତାଙ୍କ ବଡ଼ ଭାଇ, ଭାଉଜ ଏବଂ ଅନ୍ୟ ସମ୍ପର୍କୀୟଙ୍କ ସହ କଥା ହୋଇଥିଲେ। ଇଗୋର ଏମାନଙ୍କୁ ଦେଖି ବହୁତ ଖୁସି ହୋଇଥିଲେ। କିନ୍ତୁ କଥା କହିବାରେ ତାଙ୍କୁ ବହୁତ କଷ୍ଟ ହେଉଥିଲା। କିନ୍ତୁ ସେ ତାଙ୍କ ଭଣଜାଙ୍କ ସହ ଥଟ୍ଟାମଜା କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ପାରି ନ ଥିଲେ। ଯାହା ତାଙ୍କ ଚେହେରାରୁ ସ୍ପଷ୍ଟ ବାରି ହୋଇପଡୁଥିଲା।

୨୦୧୦ରେ ଇଗୋର ପ୍ରଥମଥର ସବୁଠୁ ଲମ୍ବା ବ୍ୟକ୍ତି ଭାବରେ ପରିଚୟ ପାଇଥିଲେ। ତାଙ୍କୁ ଏନେଇ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡର ପ୍ରମାଣପତ୍ର ମଧ୍ୟ ମିଳିଛି। ଏହା ପରେ ସେ ବହୁତ ଖୁସି ହୋଇଥିଲେ। ଇଗୋର ସାଧାରଣ ବ୍ୟକ୍ତିଙ୍କ ପରି ଜୀବନ ଜିଉଁଥିଲେ। କିଛି ମାସ ଧରି ତାଙ୍କ ସ୍ବାସ୍ଥ୍ୟ ଖରାପ ରହୁଥିଲା। ୩୮ ବର୍ଷ ବୟସରେ ସେ ପୂରା ପରିବାରକୁ ଛାଡ଼ି ଚାଲିଗଲେ। ଯାହାକି ତାଙ୍କ ପରିବାର ପାଇଁ ବହୁତ ବଡ଼ ଦୁଃଖ ବୋଲି ମା’ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

CJP ନେତାଙ୍କୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ବଡ଼ ଦାବି, ସେମାନେ ସାଧୁ…

ନୂଆଦିଲ୍ଲୀ,୩୦।୮: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘କକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତାମାନଙ୍କୁ ନେଇ ବଡ଼ ମତ ରଖିଛନ୍ତି । ତାଙ୍କ ମତରେ CJPର ପ୍ରତିଷ୍ଠାତା ଅଭିଜିତ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri