Posted inଜାତୀୟ

ଶିନ୍ଦେଙ୍କ କ୍ୟାବିନେଟର ସମ୍ପ୍ରସାରଣ ନେଇ ଚର୍ଚ୍ଚା: ଆଶାୟୀଙ୍କ ସଂଖ୍ୟା ବଢ଼ିଚାଲିଛି…

ମୁମ୍ବାଇ,୨୪।୫ : ସୁପ୍ରିମକୋର୍ଟଙ୍କ ରାୟ ପରେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ସରକାରଙ୍କ କ୍ୟାବିନେଟର ସମ୍ପ୍ରସାରଣ ନେଇ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ପଟେ ଶିନ୍ଦେ ପୂର୍ବପରି ସମ୍ପ୍ରସାରଣ ଖବରକୁ ନିଶ୍ଚିତ କରିଛନ୍ତି। ଅନ୍ୟପକ୍ଷରେ, ଆଶାୟୀମାନେ ମଧ୍ୟ କ୍ୟାବିନେଟର ସମ୍ପ୍ରସାରଣ ଉପରେ ମନ୍ତବ୍ୟ ଦେବା ଆରମ୍ଭ କରିଛନ୍ତି। ସେମାନେ ମଧ୍ୟ କ୍ୟାବିନେଟରେ ଅନ୍ତର୍ଭୁକ୍ତ ହେବେ ବୋଲି ଦାବି କରିଛନ୍ତି।

ରାଜ୍ୟରେ ଥିବା ଶିନ୍ଦେ ଫଡନାଭିସ ସରକାର ପ୍ରାୟ ୧୧ ମାସ ପୂରଣ କରିଛନ୍ତି। ତେବେ ସରକାରଙ୍କର କ୍ୟାବିନେଟ ସମ୍ପ୍ରସାରଣ ଏପର୍ଯ୍ୟନ୍ତ ହୋଇନାହିଁ। ଫ୍ଲୋର ଟେଷ୍ଟର ଫଳାଫଳ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ଏହି ସମ୍ପ୍ରସାରଣ ସ୍ଥଗିତ ଥିବା କୁହାଯାଉଛି। ତେବେ ଏହି ମାମଲାରେ ରାୟ ପ୍ରଦାନ କରୁଥିବାବେଳେ କୋର୍ଟ ବର୍ତ୍ତମାନ ବିଧାୟକଙ୍କ ଅଯୋଗ୍ୟତା ପ୍ରସଙ୍ଗର ନିଷ୍ପତ୍ତି ବିଧାନସଭା ବାଚସ୍ପତିଙ୍କୁ ପ୍ରଦାନ କରିଛନ୍ତି। ଫଳରେ ଏବେ କ୍ୟାବିନେଟ ସମ୍ପ୍ରସାରଣ ପାଇଁ ବାଟ ସଫା ହୋଇଯାଇଛି ।

କୁହାଯାଉଛି, ସମ୍ପ୍ରସାରଣ ଖବର ସମ୍ପର୍କରେ ପ୍ରଥମେ ଶିନ୍ଦେ ସୂଚନା ଦେଇଥିଲେ। ସେ କହିଥିଲେ ଖୁବ ଶୀଘ୍ର କ୍ୟାବିନେଟ ସମ୍ପ୍ରସାରିତ ହେବ। ତେବେ ଏହାପରେ ସରକାରଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଆଶାୟୀମାନେ ସମ୍ପ୍ରସାରଣରେ ସେମାନଙ୍କୁ କିପରି କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯିବ ସେନେଇ ଦାବି କରିବା ଆରମ୍ଭ କରି ଦେଇଛନ୍ତି। ଶିବସେନା ନେତା ଭରତ ଗୋଗୱାଲେ କହିଛନ୍ତି କ୍ୟାବିନେଟ ସମ୍ପ୍ରସାରଣର ଅସୁବିଧା ସମାଧାନ ହୋଇଛି। ଯିଏ ମନ୍ତ୍ରୀ ପଦ ପାଇବ ତାଙ୍କୁ ସମ୍ପୂର୍ଣ୍ଣ ନ୍ୟାୟ ଦିଆଯିବ। ଶିବସେନା ମୁଖପାତ୍ର ସଞ୍ଜୟ ଶିରାସଥ କହିଛନ୍ତି ମୋ ନାମ ପ୍ରତ୍ୟେକ ଥର ଆଲୋଚନା ହେଉଛି।

ଚଳିତ ମାସ ଶେଷ ସୁଦ୍ଧା କିମ୍ବା ଜୁନ ପ୍ରଥମ ସପ୍ତାହରେ କ୍ୟାବିନେଟ ସମ୍ପ୍ରସାରିତ ହେବା ନେଇ ଚର୍ଚ୍ଚା ହେଉଛି। କ୍ୟାବିନେଟର ସମ୍ପ୍ରସାରଣ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସେପଟେ ଭାଜପାରୁ ସବୁଜ ସଙ୍କେତ ଆସିବା ମାତ୍ରେ କ୍ୟାବିନେଟର ସମ୍ପ୍ରସାରଣ କରାଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri