ଦୁଇଟି ବିବାହର କଥା

ଭାରତରେ ଆମେ ଦୁଇ ପ୍ରକାର ବିବାହ ଦେଖିବାକୁ ପାଉ। ଗୋଟିଏ ବହୁ ଆଡ଼ମ୍ବରରେ ଓ ଅଧିକ ଖର୍ଚ୍ଚରେ କରାଯାଉଥିବାବେଳେ ଅନ୍ୟଟି ସରଳରେ ହୋଇଥାଏ। ବ୍ୟୟବହୁଳ ବିବାହ ବିଶେଷକରି ଶୈବ କିମ୍ବା ବୈଷ୍ଣବ ପନ୍ଥୀ ପରିବାରଗୁଡ଼ିକରେ କରାଯାଉଥିବା ଦେଖାଯାଏ। ଅନ୍ୟପକ୍ଷରେ ସରଳ ବିବାହ ମୁଖ୍ୟତଃ ବୌଦ୍ଧ କିମ୍ବା ଜୈନ ସନ୍ନ୍ୟାସୀଙ୍କ ପଥ ଅନୁସରଣ କରୁଥିବା ଲୋକମାନେ ହିଁ କରିଥାନ୍ତି। ବ୍ୟୟବହୁଳ ତଥା ଭବ୍ୟ ବିବାହ ଆକର୍ଷଣୀୟ ହୋଇଥାଏ। ଏଥିରେ ଶୋଭାଯାତ୍ରା ଓ ପାର୍ଟିର ଆୟୋଜନ କରାଯାଏ। ତାହାପୁଣି ଅନେକ ମାସ ଧରି ଚାଲେ। ସେଥିରେ ନୂଆକରି ସାମ୍ନାକୁ ଆସିଥିବା କିଛି ରୀତିନୀତିକୁ ସାମିଲ କରାଯାଏ। ଏହା ବ୍ୟତୀତ ଏଥିରେ ସେଲିବ୍ରିଟି, ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର, ହଲିଉଡ୍‌ ଷ୍ଟାର, ପ୍ରତିଷ୍ଠିତ ଖେଳାଳି, ପ୍ରଖ୍ୟାତ ସଙ୍ଗୀତଜ୍ଞ ତଥା ଡ୍ୟନ୍ସରମାନେ ଯୋଗଦିଅନ୍ତି। ଏହାସହ ଏଭଳି ବିବାହରେ ଅନ୍ତର୍ଜାତୀୟ ପ୍ରତିଷ୍ଠିତ ବ୍ୟବସାୟୀ ଓ ଶକ୍ତିଶାଳୀ ନେତା ଏପରିକି ଆଧ୍ୟାତ୍ମିକ ଗୁରୁମାନେ ଆକର୍ଷଣର କେନ୍ଦ୍ର ପାଲଟିଥାନ୍ତି। ବ୍ୟୟବହୁଳ ବିବାହରେ ପରିବାର ସହ ବନ୍ଧୁ ଓ କର୍ମଚାରୀମାନେ ସମସ୍ତେ ରତ୍ନଖଚିତ ପୋଷାକ ପିନ୍ଧନ୍ତି। ଏମିତିକି ବିବାହରେ ପୁରୁଣା କାର୍‌, ରଥ, ବିଦେଶୀ ପୋଷାଜୀବ, ପ୍ରାଇଭେଟ୍‌ ଜେଟ୍‌ ଦେଖିବାକୁ ମିଳେ। ଏମିତିକା ଭବ୍ୟ ବିବାହର ଉଦ୍ଦେଶ୍ୟ ହେଉଛି ନିଜର ଧନ ଓ ସ୍ଥିତିକୁ ବାହାରକୁ ଦେଖାଇବା ଏବଂ ଅନ୍ୟମାନଙ୍କୁ ନୂ୍ୟନ ମନେକରିବା। ଏଭଳି ବିବାହ ବିଶ୍ୱର ଦୃଷ୍ଟି ଆକର୍ଷଣ କରେ ଏବଂ ଭାରତ ଚମକୁଛି ବୋଲି ସେମାନେ ସ୍ବୀକାର କରିବାକୁ ବାଧ୍ୟ ହୋଇଥାନ୍ତି।
ବ୍ୟୟବହୁଳ ବିବାହ କରୁଥିବା ଧନୀବ୍ୟକ୍ତିଙ୍କ ସହ ପାଖାପାଖି ସମାନ ଧନଶାଳୀମାନେ ଅନେକ ସମୟରେ ସେମାନଙ୍କ ପରିବାର ଓ ବନ୍ଧୁଙ୍କ ଗହଣରେ ବିବାହକୁ ଅପେକ୍ଷାକୃତ ସରଳରେ, ଶାନ୍ତ, ସୁରୁଚିପୂର୍ଣ୍ଣ ତଥା ଆତ୍ମୀୟତାର ସହ କରିଥାନ୍ତି। କିନ୍ତୁ ଏହି ବିବାହରେ ବଡ଼ଭୋଜିରେ ଅତ୍ୟଧିକ ବ୍ୟୟ କରାଯାଇଥାଏ। ଏହାସହ ଧର୍ମୀୟ କାର୍ଯ୍ୟକ୍ରମ ଆୟୋଜନକରି ବହୁତ ଲୋକଙ୍କୁ ମଧ୍ୟ ଖାଇବାକୁ ଦିଆଯାଏ। ଏଭଳି ବିବାହ ସରଳରେ ହେଲେ ମଧ୍ୟ ଏହା ପଛରେ ଉଦ୍ଦେଶ୍ୟ ରହିଛି। ଉଦାରତା ପ୍ରଦର୍ଶନ କରିବା ସକାଶେ କରାଯାଉଥିବା ଅଧିକ ବ୍ୟୟ ସମାଜରେ ଜଣଙ୍କର ବିଶେଷ ସ୍ଥିତିକୁ ଜଣାଇବାକୁ କରାଯାଇଥାଏ। ବଦାନ୍ୟତା ପ୍ରଦର୍ଶନ ପାଇଁ କରାଯାଉଥିବା ଏଭଳି ବିବାହ ପଛର ଉଦ୍ଦେଶ୍ୟ ହେଉଛି ସେମାନଙ୍କ ପିଲାମାନଙ୍କ ଭବିଷ୍ୟତ ପାଇଁ ଦୟାଭାବ ହାସଲ କରିବା। ବିବାହରେ ଧନ ଦାନଦେବା ହେଉଛି କେବଳ ଧନର ପୁନଃବଣ୍ଟନ ପଦ୍ଧତି। ଭାରତୀୟମାନେ କର୍ମରେ ବିଶ୍ୱାସ କରନ୍ତି । ସେମାନେ ଭୌତ୍ତିକ କର୍ମର ଆଧ୍ୟାତ୍ମିକ ଫଳ ଉପରେ ମଧ୍ୟ ବିଶ୍ୱାସ ରଖନ୍ତି। କିନ୍ତୁ ମନେରଖିବାକୁ ହେବ ଯେ, ବିବାହରେ ବିପୁଳ ଅର୍ଥ ନଷ୍ଟକରିବା ଏକପ୍ରକାର କ୍ଷତିକାରକ କର୍ମ। ଏଣୁ ଏହା ପାପ। ଏହି ପାପରୁ ମୁକ୍ତି ପାଇଁ ଅନ୍ୟମାନଙ୍କୁ ଖାଇବାକୁ ଦେବାକୁ ହେବ। ଅନ୍ୟମାନଙ୍କ ପାଇଁ ଖର୍ଚ୍ଚ କରିବାକୁ ହୁଏ ଓ ଅନ୍ୟମାନଙ୍କୁ ଦାନ ଦେଇ ପୁଣ୍ୟ ଅର୍ଜନ କରିବାକୁ ପଡ଼େ।
ଭାରତୀୟ ପୁରାଣରେ ସ୍ବର୍ଗ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅବଧାରଣା। ଏହା ହେଉଛି ସବୁଠୁ ଆକର୍ଷଣୀୟ ଓ ବିଳାସମୟ ସ୍ଥାନ। ଏଠାରେ ଅପ୍‌ସରାମାନେ ନୃତ୍ୟ କରନ୍ତି, ଗନ୍ଧର୍ବମାନେ ଗାଆନ୍ତି ଏବଂ ସୁରାର ବନ୍ୟା ସୃଷ୍ଟିହୁଏ। ଏହି ସ୍ବର୍ଗ ହେଉଛି ଇନ୍ଦ୍ରସଭା ଓ ଏଭଳି ଉଚ୍ଚତମ ଭୌତ୍ତିକ ସ୍ଥିତିକୁ ମଧ୍ୟ ଜଣେ ପାଇପାରିବ। ଋଗ୍‌ବେଦରେ ଇନ୍ଦ୍ରଙ୍କର ପ୍ରଶଂସା କରାଯାଇଛି, ଯିଏ କି ହିଂସା ଓ ଯୁଦ୍ଧ ଦ୍ୱାରା ଏହି ମହତ୍ତ୍ୱପୂର୍ଣ୍ଣ ସ୍ଥିତି ହାସଲ କରିଛନ୍ତି। ହେଲେ ଏବକାର ବିଶ୍ୱର ଧନୀମାନେ ଧନ କେବଳ ନୂତନତ୍ୱ ଓ ଉଦ୍ୟୋଗ ଦ୍ୱାରା ପାଇନାହାନ୍ତି, ବରଂ ଶାସକଙ୍କ ସହଯୋଗରୁ ତାହା ହାସଲ କରିଛନ୍ତି। ଶାସକମାନେ ସେମାନଙ୍କ ଓପଚାରିକ ଭାବେ ଜମି, ପାଣି, ବନ୍ଦର, ବିମାନବନ୍ଦର, ପ୍ରସାରଣ କ୍ଷେତ୍ର, ବ୍ୟାଙ୍କିଙ୍ଗ୍‌, ଇଣ୍ଟରନେଟ୍‌, ଭିତ୍ତିଭୂମି ଭଳି ସଂସାଧନକୁ ଲୁଟ୍‌ କରିବାକୁ ଅନୁମତି ଦେଇଛନ୍ତି। ଏହିଭଳି ଭାବେ ଅର୍ଥବ୍ୟବସ୍ଥା ଗଢିଉଠିଛି ଓ ନିର୍ବାଚନ ପାଣ୍ଠି ଯୋଗାଡ଼ କରାଯାଉଛି। ଆଶ୍ଚର୍ଯ୍ୟର କଥା ଯେ, ଭାରତର ପଶ୍ଚିମଭାଗ ତୁଳନାରେ ପୂର୍ବଭାଗରେ ଅଧିକ ଅତି ଧନୀ ରହିଛନ୍ତି।
କେହି ଇନ୍ଦ୍ରଙ୍କୁ ପୂଜା କରନ୍ତି ନାହିଁ। ବୌଦ୍ଧକଳାରେ ବୁଦ୍ଧଙ୍କ ସମ୍ମୁଖରେ ସ୍ବର୍ଗର ଅଧିପତି ମୁଣ୍ଡ ନୁଆଁଇଥିବା ଦେଖାଯାଏ। ଏଥିରୁ ଅନୁଭବ କରାଯାଏ, କାମନା ହିଁ ଦୁଃଖର କାରଣ। ଜୈନ ଇତିହାସରେ ବର୍ଣ୍ଣନା ରହିଛି ଯେ, ନେମି ବିବାହ କରିବାକୁ ମନା କରିଦେଇଥିଲେ। ସେ ଏକ ବିବାହ ଭୋଜି ପାଇଁ ହତ୍ୟା କରାଯାଉଥିବା ପ୍ରାଣୀଙ୍କ ଆକୁଳ କ୍ରନ୍ଦନ ଶୁଣିବା ପରେ ସନ୍ନ୍ୟାସୀ ହୋଇ ଯାଇଥିଲେ। ଏହା ବ୍ୟତୀତ ରିଷଭ ଦେବଙ୍କ କାହାଣୀ ମଧ୍ୟ ରହିଛି। ଥରେ ରିଷଭ ଦେବ ସ୍ବର୍ଗର ନିମନ୍ତ୍ରଣ ପାଇ ସେଠାକୁ ଯାଇଥିଲେ। ସେଠାରେ ସେ ଅପ୍‌ସରା ନିରଞ୍ଜନାଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ ଏବଂ ଇନ୍ଦ୍ର ଅଲୌକିକ ଶକ୍ତି ପ୍ରୟୋଗକରି ତାଙ୍କ ମୃତଦେହ ସ୍ଥାନରେ ଏକ ଅବିକଳ ମୂର୍ତ୍ତି ସୃଷ୍ଟି କରିଥିଲେ। ଏହା ଦେଖି ରିଷଭ ଅନୁଭବ କରିଥିଲେ ଯେ, ସ୍ବର୍ଗରେ ବି ମୃତ୍ୟୁ ହୁଏ। କିଛି ସ୍ଥାୟୀ ନୁହେଁ, କେହି ବି ଚିରଦିନ ବଞ୍ଚନ୍ତିନି। ଏପରିକି ଯେଉଁମାନଙ୍କର ସବୁକିଛି ଅଛି ସେମାନେ ମଧ୍ୟ ଅମର ନୁହନ୍ତି। ଏଣୁ ମାନବଜାତିକୁ କୌଶଳ, କଳା ଓ ହସ୍ତକଳାର ଶିକ୍ଷା ଦେଇ ରିଷଭ ଦେବ କାନକୁ ଜୟ କରିବାକୁ ସଂଘର୍ଷ କରୁଥିବା ସନ୍ନ୍ୟାସୀମାନଙ୍କ ଦିବ୍ୟପଥରେ ଯାତ୍ରୀ ହେବାକୁ ନିଷ୍ପତ୍ତି ନେଇଥିଲେ। ଦେଖିବାକୁ ଗଲେ ବୈଦିକ ଯୁଗରେ ଗୃହସ୍ଥ ଭୌତ୍ତିକ ବା ସାଂସାରିକ ଜଗତର ସୁଖରୁ ଦୂରେଇ ରହି ନ ଥିଲେ। ଶକ୍ତିଙ୍କ ଦ୍ୱାରା ଶିବ ପରିଚାଳିତ ହେବା ଏବଂ ଲକ୍ଷ୍ମୀଙ୍କ ପ୍ରତି ଅଧିକ ଧ୍ୟାନ ଦେଉଥିବା ବିଷ୍ଣୁଙ୍କ ଭଳି ଇନ୍ଦ୍ର ବିଷୟାସକ୍ତ ଥିଲେ। ଜଣେ ଗୃହସ୍ଥ ଅର୍ଜନ କରିଥିବା ଧନସମ୍ପତ୍ତିରୁ ବଳକା ଅନ୍ୟମାନଙ୍କୁ ଉଧାର ଦେବା ଓ ସେମାନଙ୍କ ପାଇଁ ଖର୍ଚ୍ଚ କରିବା ଉପରେ ବିଶ୍ୱାସ ରହିଥିଲା ଏବଂ ତାହା ଅନ୍ୟମାନଙ୍କୁ ସେଭଳି କରିବା ଲାଗି ଉତ୍ସାହିତ କରିଆସୁଛି।
ଭାରତରେ ଗରିବ ପରିବାରଗୁଡ଼ିକ ବିବାହ ଓ ଯୌତୁକରେ ଅଧିକ ଖର୍ଚ୍ଚକରି ଋଣଗ୍ରସ୍ତ ହୋଇ ଦେବାଳିଆ ହୋଇଯାଉଛନ୍ତି। ସେମାନଙ୍କ ସମ୍ପର୍କୀୟ, ପଡ଼ୋଶୀ ଓ ପ୍ରତିପକ୍ଷମାନେ କରିଥିବା ବିବାହ ତୁଳନାରେ ଅଧିକ ଭଲ କରିବାକୁ ସେମାନେ ଏଭଳି ବିବାହ ଆୟୋଜନ କରିଥାନ୍ତି। ଏହି ସାମାଜିକ ପ୍ରତିଦ୍ୱନ୍ଦ୍ୱିତା ହିଁ ଋଣର ମୁଖ୍ୟ କାରଣ ଏବଂ ଏହା ପରିବାକୁ କ୍ଷତି ପହଞ୍ଚାଇଥାଏ। ବିବାହ ଜୀବନ ସଂସ୍କାର ମହତ୍ତ୍ୱର ସୂଚକ ବୋଲି ଧନୀମାନେ ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି। କିନ୍ତୁ ଭବ୍ୟ ହେଉ କିମ୍ବା ସରଳ, କୌଣସି ବିବାହ ଉତ୍ସବ କୌଣସି ବୈବାହିକ ସମ୍ପର୍କର ଗୁଣବତ୍ତାର ମାନଦଣ୍ଡ ନୁହେଁ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?