ପର୍ଯ୍ୟଟନ ବିଭାଗ ସୂଚନା ଫଳକକୁ ନେଇ ଚର୍ଚ୍ଚା

ସୋନପୁର,୧।୪(ନି.ପ୍ର.): ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ପର୍ଯ୍ୟଟନସ୍ଥଳ ଓ ମନ୍ଦିର ସମ୍ପର୍କରେ ବାହାରୁ ଆସୁଥିବା ଜନସାଧାରଣଙ୍କ ଅବଗତି ପାଇଁ ସୂଚନା ଫଳକ ଲଗାଯାଉଛି। ଏଥିରେ ଓଡିଶା ପର୍ଯ୍ୟଟନର ଲୋଗୋ ସହ ପ୍ରମୁଖ ଛକ ସ୍ଥାନରୁ ପର୍ଯ୍ୟଟନ ସ୍ଥଳୀ ଓ ମନ୍ଦିରର ଦୂରତା ସମ୍ପର୍କରେ ଉଲ୍ଲେଖ ରହୁଛି। ସୂଚନା ଫଳକରେ ପର୍ଯ୍ୟଟନସ୍ଥଳୀର ଫଟୋ ମଧ୍ୟ ରହୁଛି। ତେବେ ଶୁକ୍ରବାର ପର୍ଯ୍ୟଟନ ବିଭାଗ ପକ୍ଷରୁ ସୁବର୍ଣ୍ଣପୁର ଜିଲାରେ ଲାଗିଥିବା ସୂଚନା ଫଳକ କୁ ନେଇ ବିବାଦ ସୃଷ୍ଟି ହୋଇଛି। ସହରର ପ୍ରସିଦ୍ଧ ଶୈବ ପୀଠ ସୁବର୍ଣ୍ଣମେରୁ, ରାମେଶ୍ୱର ଓ ପଞ୍ଚରଥଙ୍କୁ ମା’ଙ୍କ ପୀଠ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ଦର୍ଶାଯାଇଛି। ସେହିପରି ଜିଲାର ଇଷ୍ଟ ଦେବତା ସୁବର୍ଣ୍ଣମେରୁ ମନ୍ଦିରକୁ ସୁବର୍ଣ୍ଣପୁର ମନ୍ଦିର ଲେଖାଯାଇଛି। ବୁଦ୍ଧିଜୀବୀ ମହଲରେ ଏଥି ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ତ୍ରୁଟିପୂର୍ଣ୍ଣ ଲେଖାକୁ ନେଇ ପର୍ଯ୍ୟଟନ ବିଭାଗ ଲୋକହସା ହୋଇଛି।
ସୁବର୍ଣ୍ଣପୁର ଜିଲାରେ ୭ଟି ପର୍ଯ୍ୟଟନସ୍ଥଳୀ ରହିଛି। ସେହିଭଳି ଅନେକ ମନ୍ଦିର ଓ ଦର୍ଶନୀୟ ସ୍ଥାନ ଅଛି। ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଅବଗତି ପାଇଁ ପର୍ଯ୍ୟଟନ ବିଭାଗ ରାସ୍ତାରେ ଓ ମନ୍ଦିର ସମ୍ମୁଖରେ ସୂଚନା ଫଳକ ଲଗାଇବା ପାଇଁ ନିଷ୍ପତ୍ତି ନେଇଛି। ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଏଥିପାଇଁ ଟେଣ୍ଡର ଆହ୍ବାନ କରିଥିଲା। ସୁବର୍ଣ୍ଣପୁର ଜିଲାର ୨୮ଟି ସ୍ଥାନରେ ସୂଚନା ଫଳକ ଲଗାଇବା ପାଇଁ ଭୁବନେଶ୍ୱରର କ୍ରିପା ନାମକ ସଂସ୍ଥା ଟେଣ୍ଡର ପାଇଛି। ଉକ୍ତ ସଂସ୍ଥା ଜିଲା ପର୍ଯ୍ୟଟନ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ସୂଚନା ଫଳକରେ ନିର୍ଭୁଲ ତଥ୍ୟ ଦେବା କଥା। ମାତ୍ର ଏଥିରେ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଛ୍ରି। ସୁବର୍ଣ୍ଣପୁର ଜିଲାର ଇଷ୍ଟଦେବତା ସୁବର୍ଣ୍ଣମେରୁଙ୍କ ମନ୍ଦିର ସମ୍ମୁଖରେ ଓଡିଆରେ ଶ୍ରୀ ସୁବର୍ଣ୍ଣମେରୁ ମନ୍ଦିର ଓ ଇଂଲିଶରେ ମା’ ସୁବର୍ଣ୍ଣମେରୁ ଟେମ୍ପୁଲ ଲେଖାଯାଇଛି। ଜିଲା ନିୟୋଜନ କାର୍ଯ୍ୟାଳୟ ଛକରେ ଓଡିଆରେ ସୁବର୍ଣ୍ଣମେରୁ ମନ୍ଦିର ଓ ଇଂରାଜୀରେ ଶ୍ରୀ ସୁବର୍ଣ୍ଣପୁର ଟେମ୍ପୁଲ ଲେଖାଯାଇଛି। ରାମେଶ୍ୱର ଶୈବ୍ରପୀଠ ସମ୍ମୁଖରେ ଓଡିଆରେ ଶ୍ରୀ ରାମେଶ୍ୱର ମନ୍ଦିର ଓ ଇଂଲିଶରେ ମା’ରାମେଶ୍ୱର ଟେମ୍ପୁଲ ଲେଖାଯାଇଛି। ସହର ମଧ୍ୟ ଭାଗରେ ଥିବା ପଞ୍ଚରଥ ଶୈବପୀଠ ସମ୍ମୁଖରେ ଓଡିଆରେ ଶ୍ରୀପଞ୍ଚରଥ ମନ୍ଦିର ଓ ଇଂଲିଶରେ ମା’ ପଞ୍ଚରଥ ଟେମ୍ପୁଲ ଲେଖାଯାଇଛି। ଶିବଙ୍କୁ ମା’ ବୋଲି ଲେଖା ଯାଇଥିବାରୁ ବିଭାଗୀୟ ଅଧିକାରୀଙ୍କ ଜ୍ଞାନକୁ ନେଇ ପ୍ରଶ୍ନ ଉଠିଛି। ଶ୍ରଦ୍ଧାଳୁ ଓ ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ବିବାଦକୁ ଦେଖି ତୃଟି ସଂଶୋଧନ କରିବାକୁ ଜିଲାପାଳ ଅବୋଲି ସୁନିଲ ନରଓ୍ବଣେ ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଭାରପ୍ରାପ୍ତ ଜିଲା ପର୍ଯ୍ୟଟନ ଅଧିକାରୀ ରବିନ୍ଦ୍ର ଦଳେଇଙ୍କୁ ପଚାରିବାରୁ ସୂଚନା ଫଳକରେ ନିର୍ଭୁଲ ତଥ୍ୟ ଦେବା ପାଇଁ କୁହାଯାଇଥିଲା। ମାତ୍ର ଉକ୍ତ ସଂସ୍ଥା କାହାକୁ ନ ଜଣାଇ ତ୍ରୁଟିପୂର୍ଣ୍ଣ ସୂଚନା ଫଳକ ଲଗାଇଥିବା ଅଭିଯୋଗ ହୋଇଛି। ଯଥାଶୀଘ୍ର ତ୍ରୁଟି ସୁଧାରିବାକୁ ପରାମର୍ଶ ଦିଆଯାଇଛି । ତେବେ ଜିଲାରେ ଗତ ୬ ବର୍ଷ ଧରି ପର୍ଯ୍ୟଟନ ଅଧିକାରୀ ନାହାନ୍ତି । ବଲାଙ୍ଗୀର ଜିଲା ପର୍ଯ୍ୟଟନ ଅଧିକାରୀ ଏଠାରେ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି । ତେଣୁ ଏଭଳି ତୃଟି ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri