ସମୀକରଣକୁ ନେଇ ଚର୍ଚ୍ଚା

ଭଦ୍ରକ ଅଫିସ, ୨୧।୧୦:ଉପନିର୍ବାଚନ ପାଇଁ ଦଳୀୟ ନିଷ୍ପତ୍ତି ବିରୋଧରେ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସ (ରାଜୁ)ଙ୍କୁ ବିଜେଡିରୁ ବହିଷ୍କାର ପରେ ଧାମନଗର ରାଜନୀତିରେ ଉଷ୍ମତା ବଢ଼ିଯାଇଛି। ଦଳୀୟ ନିର୍ଦ୍ଦେଶାନାମା ଘୋଷଣା ପରେ ରାଜେନ୍ଦ୍ର ଏଥିରେ ବିଚଳିତ ନ ହୋଇ ନିଜ ପ୍ରଚାରକୁ ଆହୁରି ତ୍ୱରାନ୍ବିତ କରିଛନ୍ତି। ଦଳ ତାଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛି ସେଥିପ୍ରତି ଗୁରୁତ୍ୱ ନ ଦେଇ ନିର୍ବାଚନ କିପରି ଜିତିବେ ତାହା ତାଙ୍କ ପାଇଁ ବେଶୀ ଗୁରୁତ୍ୱ ବହନ କରୁଛି ବୋଲି ସେ କହିଛନ୍ତି। ଅପରପକ୍ଷେ ଦଳର କାର୍ଯ୍ୟାନୁଷ୍ଠାନ ପରେ ତାଙ୍କୁ ଖୋଲାଖୋଲି ସମର୍ଥନ କରୁଥିବା ବିଜେଡି ସମର୍ଥକମାନେ ଏବେ ପୂର୍ବ ଭଳି ରାଜୁଙ୍କ ସହ ସମର୍ଥନ ଜାହିର କରିବେ ନା ଦଳୀୟ ନିଷ୍ପତ୍ତି ପରେ ତାଙ୍କ ହାତ ଛାଡ଼ିଦେବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦଳପ୍ରେମୀ ଭୋଟର ଓ ସମର୍ଥକ ଆଗାମୀ ଦିନରେ ରାଜୁଙ୍କୁ କେତେଦୂର ସମର୍ଥନ କରିବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋଟିଏ ପଟେ ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତି ଅନୁକମ୍ପା ଭୋଟ ଓ ଅନ୍ୟପଟେ ବିଦ୍ରୋହୀ ରାଜେନ୍ଦ୍ରଙ୍କ ପ୍ରତି ଥିବା ସମର୍ଥନ ବିଜେଡିର ମୁଣ୍ଡବିନ୍ଧା ବଢ଼ାଇ ଦେଇଛି। ଏସବୁକୁ ପ୍ରତିହତ କରିବା ପାଇଁ ତୃଣମୂଳ ସଙ୍ଗଠନକୁ ଅଧିକ ସଶକ୍ତ କରିବାକୁ ଗୁରୁତ୍ୱ ଦେଉଛନ୍ତି ଦଳୀୟ ନେତୃବୃନ୍ଦ।
ଭାଜପା ପକ୍ଷରୁ ସୂର୍ଯ୍ୟବଂଶୀଙ୍କ ସହ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବରିଷ୍ଠ ନେତା ମନମୋହନ ସାମଲ, ସାରସକଣା ବିଧାୟକ ଡା. ବୁଢ଼ାନ ମୁର୍ମୁଙ୍କ ସମେତ ନେତାମାନେ ଘର ଘର ବୁଲି ପ୍ରଚାର କରୁଛନ୍ତି। ସେହିପରି ରୋଡ୍‌ ଶୋ, କର୍ମୀ ସମ୍ମିଳନୀ କରି ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାରେ ଲାଗିଛି ବିଜେଡି। ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ, ବିଜେଡି ଜିଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ, ଏମ୍‌ପି ମଞ୍ଜୁଲତା ମଣ୍ଡଳ, ବିଧାୟକ ପ୍ରଫୁଲ୍ଲ ସାମଲ, ସଞ୍ଜୀବ ମଲ୍ଲିକ, ଅମର ଶତପଥୀ, ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସମେତ ବହୁ ହେବିୱେଟ୍‌ ନେତା ପ୍ରାର୍ଥତ୍ନୀ ଅବନ୍ତୀଙ୍କ ପାଇଁ ରୋଡ୍‌ଶୋ ଓ କର୍ମୀ ସମ୍ମିଳନୀରେ ସାମିଲ ହେଉଛନ୍ତି। ଅନ୍ୟପକ୍ଷେ ପଛରେ ପଡ଼ିଯାଇଛି କଂଗ୍ରେସ। ପ୍ରାର୍ଥୀ ହରେକୃଷ୍ଣ ସେଠୀ ତାଙ୍କ ସମର୍ଥକଙ୍କ ସହ ଘର ଘର ବୁଲି ଭୋଟ ମାଗୁଥିବା ବେଳେ ଦଳର କୌଣସି ନେତା ତାଙ୍କ ସହ ଏପର୍ଯ୍ୟନ୍ତ ପ୍ରଚାର ମଇଦାନକୁ ଆସି ନ ଥିବା ଦେଖାଯାଇଛି। ସୂର୍ଯ୍ୟବଂଶୀଙ୍କ ପ୍ରତି ଥିବା ଅନୁକମ୍ପା ଓ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ରଙ୍କ ବିଦ୍ରୋହକୁ ବିଜେଡିର ରଣନୀତି କେତେଦୂର ମାତ୍‌ ଦେଇପାରିବ ନିର୍ବାଚନ ଫଳାଫଳ ପରେ ଜଣାପଡ଼ିବ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ହାଜର ହେଲେ ଓଏଏସ୍‌ ଅଫିସର

ବାଲିଚନ୍ଦ୍ରପୁର,୧୦।୧୧(ସ୍ବ.ପ୍ର.): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ଓଏଏସ୍‌ ଅଫିସର ପ୍ରମୋଦ ପୃଷ୍ଟି ରବିବାର ବିଳମ୍ବିତ ରାତିରେ ଥାନାରେ...

ବିଜୁ ଯୁବ ବାହିନୀ ସଦସ୍ୟଙ୍କୁ ଆକ୍ରମଣ ଅଭିଯୋଗ

ଦିଗପହଣ୍ଡି,୬।୧(ଡି.ଏନ୍‌.ଏ.)-ଦିଗପହଣ୍ଡି ସହରର ବିଜୁ ଯୁବ ବାହିନୀ ସଦସ୍ୟ କାହ୍ନୁ ନାହାକଙ୍କୁ ସୋମବାର କେତେକ ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସନ୍ଧ୍ୟାରେ କାହ୍ନୁ ଦିଗପହଣ୍ଡି ବସଷ୍ଟାଣ୍ଡରେ...

ଚାଷଜମିରେ ଢେଉ ମାରୁଛି ବନ୍ୟାଜଳ

ବାହାନଗା,୧୨ା୮(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକରେ ୬ଦିନ ଧରି ହେଉଥିବା ଲଘୁଚାପଜନିତ ଲଗାଣ ବର୍ଷା ଫଳରେ କେତେକ ପଞ୍ଚାୟତରେ ଥିବା ହଜାର ହଜାର ଚାଷ ଜମିରେ...

ଘର ବାରଣ୍ଡାରେ ଛିଡ଼ା ହୋଇଥିବା ବେଳେ ମହିଳାଙ୍କଠାରୁ ଚେନ୍‌ ଝାମ୍ପିନେଲେ ଦୁର୍ବୃତ୍ତ

ରାୟଗଡ଼ା ଅଫିସ,୧୧।୧୨: ରାୟଗଡ଼ା ଜିଲାରେ ଚେନ୍‌ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଟାଉନ ଥାନା ଅଧୀନ ଜଗନ୍ନାଥ ମନ୍ଦିର ନିକଟରେ ଥିବା ଇଡ଼ୁ ସାହିର ଇପିଲି...

୨ ମଧୁମେହ ରିପୋର୍ଟକୁ ନେଇ ଚିନ୍ତା

ନୟାଗଡ଼ ଅଫିସ,୩।୧୧: ନୟାଗଡ଼ ଜିଲା ସଦର ମହକୁମାର ଦୁଇଟି ପ୍ରମୁଖ ପାଥୋଲୋଜିର ଫାଷ୍ଟିଂ ରିପୋର୍ଟକୁ ଅନୁଧ୍ୟାନ କଲେ ରୋଗୀଙ୍କ ଜୀବନ ସହ ଖେଳ ଖେଳା ଯାଉଥିବା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ ପାଇଁ ପରାମର୍ଶ ଦେଲେ ପିଡି

ଦାରିଙ୍ଗବାଡ଼ି,୧୩ା୬(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଏବଂ କନ୍ଧମାଳ ଡିଆରଡିଏର ପ୍ରକଳ୍ପ ପ୍ରଶାସକ ବିଶ୍ୱନାଥ...

ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇଲେ ଦୁର୍ବୃତ୍ତ: ବାରଣ୍ଡାରେ ପାଠ ପଢ଼ିଲେ ଛାତ୍ରୀଛାତ୍ର

ପଦ୍ମପୁର, ୧୪।୧୧ (ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପ୍ରସାଦ ପଞ୍ଚାୟତ ଦଧିବାମନପୁର ଅଙ୍ଗନୱାଡି କେନ୍ଦ୍ରରେ ଶନିବାର ରାତିରେ କେହି ଦୃର୍ବୃତ୍ତ ତାଲା ପକାଇ...

କ୍ଲିନିକ୍‌, ଡାଇଗ୍ନୋଷ୍ଟିକ ସେଣ୍ଟରରେ ଚଢ଼ାଉ

ନୟାଗଡ଼ ଅଫିସ,୨୬ା୧୦: ନୟାଗଡ଼ ସହରରେ ଥିବା ବିଭିନ୍ନ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଅନିୟମିତତା ହେଉଥିବା ଅଭିଯୋଗ ହେବା ପରେ ଶୁକ୍ରବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତରଫରୁ ସହରରେ...

Advertisement
Archives

Model This Week