ନିଆଁ ସହ ଖେଳୁଛି ତାଲିବାନ: ହାସଲ କରିବାକୁ ଚାହୁଁଛି ଆଣବିକ ବୋମା !…

କାବୁଲ,୨୭।୧୨ : ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଆତଙ୍କବାଦୀମାନେ ବର୍ତ୍ତମାନ ଛୋଟ ଆଣବିକ ବୋମା ହାସଲ କରିବାକୁ ଚାହୁଁଥିବା ପ୍ରଶ୍ନ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନାର ବିଷୟ ପାଲଟିଛି। ବାସ୍ତବରେ ଆଫଗାନିସ୍ତାନର ଜଣାଶୁଣା ଖବରଦାତା ସାମି ୟୁସୁଫଜାଇ ଏକ ଟୁଇଟରେ ଦାବି କରିଛନ୍ତି ତାଲିବାନର ଏକ ପ୍ରତିନିଧି ଦଳ ଏକ ଗୁପ୍ତ ଭ୍ରମଣରେ ଉତ୍ତର କୋରିଆ ଯାଇଥିଲେ। ଏଥିରେ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀ ତଥା କାନ୍ଦାହାରର ପୋଲିସ ମୁଖ୍ୟ ମଧ୍ୟ ସାମିଲ ହୋଇଥିଲେ। ସେ କହିଛନ୍ତି ଏହା ଅତ୍ୟନ୍ତ ଗୁପ୍ତ ପରିଦର୍ଶନ ଥିଲା। ଏହା ବିଷୟରେ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ। ବର୍ତ୍ତମାନ ପାଶ୍ଚାତ୍ୟ ଦେଶର ଗୁପ୍ତଚର ଏଜେନ୍ସି ତାଲିବାନ ଆତଙ୍କବାଦୀମାନେ ପ୍ରକୃତରେ ଉତ୍ତର କୋରିଆ ଯାଇଛନ୍ତି କି ନାହିଁ ଏବଂ ସେମାନଙ୍କର ଉଦ୍ଦେଶ୍ୟ ଛୋଟ ରଣନୈତିକ ପରମାଣୁ ବୋମା ହାସଲ କରିବା କି ନୁହେଁ ସେନେଇ ତଦନ୍ତ ଜାରି ରଖିଛନ୍ତି।

ସାମି ୟୁସୁଫଜାଇ କହିଛନ୍ତି ତାଲିବାନ ଏହି ଯାତ୍ରାକୁ ଖଣ୍ଡନ କରୁଛି। ଏହି ଯାତ୍ରା ବିଷୟରେ ସେମାନଙ୍କର ପାଖରେ କୌଣସି ସୂଚନା ନାହିଁ ବୋଲି କହୁଛି। ଉତ୍ତର କୋରିଆ ଏବଂ ତାଲିବାନ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଅସାଧାରଣ ଏବଂ ଏହା ପାଶ୍ଚାତ୍ୟ ଦେଶଗୁଡ଼ିକର ଚିନ୍ତା ବଢ଼ାଇଛି। ସେ କହିଛନ୍ତପୂର୍ବ ତାଲିବାନ ଶାସନ ସମୟରେ ଆଫଗାନିସ୍ତାନ ଆତଙ୍କବାଦୀଙ୍କ ଗଡ଼ରେ ପରିଣତ ହୋଇଥିଲା ଏବଂ ଓସାମା ବିନ ଲାଦେନ ପରି ଆତଙ୍କବାଦୀମାନେ ଅଧିକ ଶକ୍ତିଶାଳୀ ହୋଇଥିଲେ। ସାମି ବିଶ୍ୱକୁ ଚେତାବନୀ ଦେଇଛନ୍ତି ବର୍ତ୍ତମାନର ତାଲିବାନ ଶାସନକୁ ଅଣଦେଖା କରାଯିବା ଉଚିତ ନୁହେଁ।

ଉତ୍ତର କୋରିଆର କ୍ଷେପଣାସ୍ତ୍ର ଏବଂ ଆଣବିକ ପ୍ରଯୁକ୍ତିବିଦ୍ୟା କାରବାରର ଏକ ଦୀର୍ଘ ଇତିହାସ ରହିଛି। ଏହି ଦୁଇଟି ପ୍ରସଙ୍ଗରେ ଉତ୍ତର କୋରିଆ ପାକିସ୍ତାନକୁ ସାହାଯ୍ୟ କରିଛି। ତାଲିବାନ ଆତଙ୍କବାଦୀଙ୍କ ଗସ୍ତ ଦାବି ପାଶ୍ଚାତ୍ୟ ଦେଶମାନଙ୍କୁ ଭୟଭୀତ କରିଛି। ଏହି ସମଗ୍ର ବିଷୟକୁ ଅତି ଗମ୍ଭୀରତାର ସହିତ ନିଆଯାଉଛି ଯାହା ସମଗ୍ର ବିଶ୍ୱ ଉପରେ ବିପଦଜନକ ପ୍ରଭାବ ପକାଇପାରେ । ଆଫଗାନିସ୍ତାନର ପଡୋଶୀ ଦେଶ ପାକିସ୍ତାନ ପାଖରେ ପରମାଣୁ ଅସ୍ତ୍ରଶସ୍ତ୍ର ଅଛି ଏବଂ ଅନେକ ଥର ଧମକ ଦିଆଯାଇଛି ତାଲିବାନ ପାକିସ୍ତାନକୁ ଟିଟିପି ଆତଙ୍କବାଦୀଙ୍କ ଜରିଆରେ ଦଖଲ କରିବାକୁ ଚେଷ୍ଟା କରିପାରେ।

ଏହାପୂର୍ବରୁ ଆଫଗାନିସ୍ତାନର ଆଶରଫ ଘାନି ସରକାରର ଗୁପ୍ତଚର ସଂସ୍ଥାର ମୁଖ୍ୟ ରହମୁତୁଲ୍ଲା ନାବିଲ ଦାବି କରିଥିଲେ ଯେ ତାଲିବାନ ଆତଙ୍କବାଦୀମାନେ ରଣନୈତିକ ଦୃଷ୍ଟିକୋଣରୁ ଆଣବିକ ବୋମା ହାସଲ କରିବାକୁ ଚାହୁଁଛନ୍ତି। ସେ କହିଥିଲେ ଆଫଗାନିସ୍ତାନ ଉପରେ ନିଜର କ୍ଷମତା ଜାହିତ କରିବା ପାଇଁ ତାଲିବାନ ଆତଙ୍କବାଦୀମାନେ ଆଣବିକ ବୋମା ହାସଲ କରିବାର ଉପାୟ ଖୋଜୁଛନ୍ତି। ଆଫଗାନିସ୍ତାନର ଜାତୀୟ ସୁରକ୍ଷା ସେବାର ପୂର୍ବତନ ମୁଖ୍ୟ ନାବିଲ ଦାବି କରିଛନ୍ତି ତାଲିବାନ ଉତ୍ତର କୋରିଆ, ଇରାନ, ଚାଇନା ଏବଂ ରୁଷିଆର ପଥ ଅନୁସରଣ କରିବାକୁ ଚାହୁଁଛି ଯାହା ଦ୍ୱାରା ସେମାନେ ଆଣବିକ ବୋମା ହାସଲ କରି ଏକ ଆଧୁନିକ ସାମରିକ ଶକ୍ତି ହୋଇପାରିବେ।

ତାଲିବାନ ପାକିସ୍ତାନରୁ କିମ୍ବା ଇଞ୍ଜିନିୟରମାନଙ୍କୁ ଟଙ୍କାର ଲୋଭ ଦେଖାଇ ଏହା ହାସଲ କରିବାକୁ ଚାହୁଁଥିବା କୁହାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri