ଆମଠୁ ଛଡ଼ାଇ ନେଉଛନ୍ତି

ରବିବାର ୨୮ ଜୁନ୍‌ ୨୦୨୦ରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରାଯାଇ ନାହିଁ। ଏହା ଫଳରେ ଅନେକଙ୍କ ମନରେ ଧାରଣା ସୃଷ୍ଟି ହେଉଥିବ ଯେ ଇନ୍ଧନ ଦର ହ୍ରାସ ପାଇଲା। ଆମେ ଭାରତୀୟ ଆଶ୍ଚର୍ଯ୍ୟ ଚରିତ୍ରର ନାଗରିକ। ଲାଗ୍‌ ଲାଗ୍‌ ୨୧ ଦିନ ଧରି ବୃଦ୍ଧି ପାଇଆସୁଥିବା ତୈଳଦରକୁ ଆମେ ମୋଟା ଚମଡ଼ା ହୋଇ ପ୍ରତିବାଦ କରିବା ପରିବର୍ତ୍ତେ ସମ୍ପୂର୍ଣ୍ଣ ଭାବେ ସ୍ବୀକାର କରିଯାଉଛୁ। କାଁ ଭାଁ କେହି ପ୍ରତିବାଦ କଲେ ଉତ୍ତର ମିଳୁଛି ବିରୋଧୀ ଦଳ କାହାନ୍ତି ? ବାସ୍ତବରେ ଯେମିତି ବିରୋଧୀ ଦଳ ରହିଲେ ହିଁ ଏହି ଦେଶରେ ଅନ୍ୟାୟ, ଅବିଚାର ଏବଂ ଲୁଣ୍ଠନକୁ ରୋକାଯାଇ ପାରିବ। ଅନ୍ୟପଟେ ଆମେ ହେଉଛୁ ସେହିପରି ଭୋଟର ଯେଉଁମାନେ ଗଣତନ୍ତ୍ରରେ ସବୁବେଳେ ‘ହାଓ୍ବା’ ଦେଖିବାକୁ ଅନାଇ ବସିଥାଉ। ସ୍ରୋତ କେଉଁଆଡ଼େ ଯାଉଛି ତାହାକୁ ଦେଖି ଭୋଟ୍‌ ଦେବା ହେଉଛି ଆମର ଚରିତ୍ର। ୫ ବର୍ଷରେ ଥରେ ସରପଞ୍ଚଙ୍କଠାରୁ ଆରମ୍ଭ କରି ସାଂସଦଙ୍କୁ ଭୋଟ ଦେବାର ସୁଯୋଗ ମିଳେ। ଗାଁମୁଣ୍ଡରେ ଛେଳି ବାନ୍ଧି ମଦ ଟିଣ ରଖୁଥିବା ପ୍ରାର୍ଥୀ ଯେମିତି ସରପଞ୍ଚ ଭାବେ ଜିଣେ, ସେହିଭଳି ଅର୍ଥ ଏବଂ ହାଓ୍ବା ବଳରେ ବିଧାୟକ କିମ୍ବା ଏମ୍‌ପି ଜିତିଥାନ୍ତି। ଯିଏ ଦେଲା ସିଏ ନେଲା। ତିନି ଟଙ୍କା ଦେଇ ପାନ ଦୋକାନୀଠାରୁ ଗୁଣ୍ଡିପାନ କିଣି ତତ୍‌କ୍ଷଣାତ୍‌ କଳରେ ଜାକିଦେଉ। ଏହାପରେ ଯଦି ପାନ ଦୋକାନୀ ଅଧିକ ଅର୍ଥ ମାଗେ ତେବେ ଯୁକ୍ତିତର୍କ ଓ ଝଗଡ଼ା ଆରମ୍ଭ ହୋଇଯାଏ। ଅନୁରୂପ ଭାବେ ଯେଉଁ ପ୍ରାର୍ଥୀ ତତ୍‌କ୍ଷଣାତ୍‌ ଅର୍ଥ, ମଦ ବା ଅନ୍ୟ ଆକର୍ଷଣ ଯୋଗାଇ ଭୋଟ୍‌ ନେଇଯାଏ, ପରବର୍ତ୍ତୀ ସମୟରେ ତାହାଠାରୁ ସାମୂହିକ ବା ବ୍ୟକ୍ତିଗତ ସାହାଯ୍ୟ ମାଗିବା ସାଧାରଣରେ ସମ୍ଭବପର ହୋଇ ନ ଥାଏ।
ଏବକାର ପରିସ୍ଥିତିକୁ ଦେଖିଲେ ସମସ୍ତେ ତୈଳ ଦର ବୃଦ୍ଧି ଯୋଗୁ ହନ୍ତସନ୍ତ ହେଉଛନ୍ତି। ବିଶେଷକରି ଡିଜେଲ ଦର ବଢ଼ିଲେ ପନିପରିବାଠାରୁ ଆରମ୍ଭ କରି ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆହୁରି ବଢ଼ିବ। କରୋନାଜନିତ ଲକ୍‌ଡାଉନ୍‌ ବେଳେ ପ୍ରାୟ ସମସ୍ତଙ୍କ ରୋଜଗାରକୁ ଚୋଟ ବାଜିଛି। ଅବଶ୍ୟ ଦୁର୍ନୀତିଗ୍ରସ୍ତ କିମ୍ବା କଳାବେପାରୀଙ୍କୁ ଏହି ସାମାନ୍ୟ ଦରବୃଦ୍ଧି କୌଣସି ଭାବେ ପ୍ରଭାବିତ କରିବ ନାହିଁ। ସେମାନଙ୍କ ବିଷୟରେ ଏଠାରେ ଚିନ୍ତା କରିବା ଅଯଥା। ସାଧାରଣ ଭାରତୀୟ ଗ୍ୟାସ୍‌, ଡିଜେଲ୍‌ ଓ ପେଟ୍ରୋଲ ଉପରେ ପୃଥିବୀର ଅନ୍ୟ ଦେଶଗୁଡ଼ିକ ତୁଳନାରେ ସର୍ବାଧିକ ଟିକସ ଦେଇଆସୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଭାରତୀୟମାନେ ଇନ୍ଧନ ଉପରେ ପ୍ରାୟ ୭୦ ପ୍ରତିଶତ ଟିକସ ଦେଉଛନ୍ତି। ଇନ୍ଧନ ଚାହିଦା ପୃଥିବୀବ୍ୟାପୀ ହ୍ରାସ ଘଟୁଥିବାରୁ ତାହାର ବ୍ୟାରେଲ୍‌ ପିଛା ଦର କମିଛି। ୨୮ ଜୁନ୍‌ରେ ତାହା ୪୧.୦୨ ଡଲାର ଅଛି। ପୂର୍ବରୁ ଏହି ବ୍ୟାରେଲ୍‌ ଦର ୧୦୦ ଡଲାରରେ ପହଞ୍ଚିଥିବା ସତ୍ତ୍ୱେ ଭାରତରେ ଇନ୍ଧନ ଦର ଆଜିର ଆକାଶଛୁଆଁ ମୂଲ୍ୟରେ ପହଞ୍ଚି ନ ଥିଲା। ଜଣାନାହିଁ ପୁନର୍ବାର ଦର କେବେ ପୁଣି ବଢ଼ିବ। ଲୋକଙ୍କୁ ଭକୁଆ କରିବା ପାଇଁ ଲାଗ୍‌ ଲାଗ୍‌ ଥରେ, ଦୁଇଥର ୫ କିମ୍ବା ୧୦ ପଇସା ହ୍ରାସ କରିଦିଆଯାଇଥାଏ। ଏଥିରେ କୃତକୃତ୍ୟ ହୋଇ ସମର୍ଥକମାନେ କହିବୁଲିବେ ଯେ ଇନ୍ଧନ ଦର ଖସିଲା। ଆମେ ସମସ୍ତେ ଏତେ ବୋକା ଯେ ସେହି କଥାରେ ଲଗାତର ଦରବୃଦ୍ଧିକୁ ଭୁଲିଯିବା।
ଦୋକାନବଜାର ଏବଂ ସବୁ ବ୍ୟବସାୟ ବନ୍ଦ ହୋଇଯାଇ ଥିବାରୁ ସରକାରଙ୍କ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆଦାୟ ହ୍ରାସ ପାଇଛି। ଆସନ୍ତା ଦିନଗୁଡ଼ିକରେ ଆହୁରି କମିବ। ରୋଜଗାର କମିବାରୁ ଆୟକର ଦେବାରେ ଅନେକ ନାଗରିକ ଅସମର୍ଥ ହେବେ। ରପ୍ତାନି କମିଥିବାରୁ ସୀମା ଶୁଳ୍କ ଓ ଉତ୍ପାଦ ଶୁଳ୍କ ଭଳି ଟିକସ ହ୍ରାସ ପାଉଛି। ଅର୍ଥାତ୍‌ ସବୁଆଡୁ ସରକାରଙ୍କ ଆୟ କମୁଥିବାରୁ ଏବେ ସାଧାରଣ ନାଗରିକର ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ଚାଞ୍ଛିନେବା ହେଉଛି ମୂଳ ଲକ୍ଷ୍ୟ। ଯେତେସବୁ ଲକ୍ଷ କୋଟି ଟଙ୍କାର ଯୋଜନା ପ୍ରବାସୀ ଶ୍ରମିକ ଏବଂ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)କୁ ପୁନର୍ଜୀବିତ କରିବା ଭଳି ପ୍ରୋତ୍ସାହନମୂଳକ ଘୋଷଣା କରାଯାଉଛି ତାହାର ଅର୍ଥ ମୁଁ ଓ ଆପଣ, ହଁ ଆପଣ, ଦେବାକୁ ବାଧ୍ୟ ହେଉଛୁ। ‘ଆମରିଠାରୁ ଛଡ଼ାଇନେଇ ଆମ ମୁହଁରେ ଫିଙ୍ଗିବେ’ ହେଉଛି ଏକମାତ୍ର ଯୋଜନା।
ସରକାର ସବୁବେଳେ କହୁଛନ୍ତି ଜିଡିପି ବୃଦ୍ଧି ପାଇବ। ଏହା ସତ୍ୟ ବୋଲି ପ୍ରମାଣିତ ହେଉଛି। ଜିଡିପିର ପୂର୍ବ ଅର୍ଥ ଥିଲା ମୋଟ୍‌ ଘରୋଇ ଉତ୍ପାଦ। ଏବେ ତାହାର ଅର୍ଥ ବଦଳି ଗ୍ୟାସ୍‌, ଡିଜେଲ, ପେଟ୍ରୋଲ ହୋଇଯାଇଛି। ଏହି ଜିଡିପି ନିଶ୍ଚିତ ଭାବେ ବୃଦ୍ଧି ପାଉଛି।

ତଥାଗତ ସତପଥୀ


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri