ଗଜା ହେଉନି ଅଦା ବିହନ

ନୂଆପଡା ଅଫିସ,୨୯ା୬:  ନୂଆପଡା ଜିଲାର ଜଳବାୟୁକୁ ଦୃଷ୍ଟିରେ ରଖି ଅଦା ଭଳି ଅର୍ଥକରୀ ଫସଲକୁ ପ୍ରୋତ୍ସାହିତ କରିବାକୁ ଜିଲା କୃଷି ବିଭାଗ ଅଣ୍ଟା ଭିଡିଛି। ତେବେ ଚାଷୀଙ୍କୁ ଯୋଗାଣ ହୋଇଥିବା ଅଦା ବିହନରୁ ୨୦ପ୍ରତିଶତ ଗଜା ହୋଇ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ଏହାକୁ ଗୁରୁତ୍ୱର ସହ ବିଚାର କରି କୃଷି ବିଭାଗର ବରିଷ୍ଠ ଅଧିକାରୀମାନେ ଘର ଘର ବୁଲି ଅଦାଚାଷର ବର୍ତ୍ତମାନ ସ୍ଥିତି ନିରୀକ୍ଷଣ କରିଛନ୍ତି ।
ପ୍ରକାଶ ଯେ, ନୂଆପଡା ଜିଲାପାଳ ମଧୁସ୍ମିତା ସାହୁଙ୍କ ନିର୍ଦ୍ଦେଶକ୍ରମେ ଜିଲାରେ ପ୍ରଥମଥର ଅଦା ଚାଷ ପାଇଁ ପଦକ୍ଷେପ ନିଆଯାଇଛି। ଜିଲା କୃଷି ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ର ମିଳିତ ଭାବେ ଏହାର କାର୍ଯ୍ୟାନ୍ବୟନ କରୁଛନ୍ତି । ଏହି କ୍ରମରେ ଆତ୍ମା ତରଫରୁ ଭେରା, ସାଲିହା, କୋଦୋମେରୀ, ଜେଞ୍ଜେରା, କୋଟେନଚୁଆଁର ୪୫ଜଣ ଚାଷୀଙ୍କୁ ୫୦ କିଗ୍ରା ଲେଖାଏଁ ଅଦା ବିହନ ଦିଆଯାଇଥିଲା। ସେହିପରି ଏମ୍‌ଏଏଫ୍‌ସିସି ତରଫରୁ ପଲସାଭଦର ଗାଁର ୨୨ଜଣ ଚାଷୀଙ୍କୁ ବିହନ ଦିଆଯାଇଥିଲା। ଏହି ସୁଭଦ୍ରା ନାମକ ଅଦା ବିହନ କୋରାପୁଟରୁ ଅଣାଯାଇଥିଲା। ପ୍ରଥମେ ତାଲିମ ପ୍ରଦାନ କରାଯିବା ପରେ ଚାଷୀମାନେ ବାଲି କିଆରି ପ୍ରସ୍ତୁତ କରି ଗଜା ପାଇଁ ଅଦା ପୋତିଥିଲେ। ହେଲେ ଆଜିକୁ ୨୦/୨୨ଦିନ ବିତିଯାଇଥିଲେ ମଧ୍ୟ ୨୦ରୁ ୩୦ପ୍ରତିଶତ ବିହନ ଗଜା ହୋଇ ନ ଥିବା ଦେଖାଯାଇଛି। ଏହାକୁ ନେଇ ଚାଷୀମାନେ ଅଭିଯୋଗ କରିଥିବାବେଳେ ରବିବାର ଜିଲା କୃଷକ ସଂଘ ସଭାପତି ଘାସିରାମ ମାଝୀ ଭେରା ଗାଁକୁ ଯାଇ ପରିଦର୍ଶନ କରିଥିଲେ। ପରବର୍ତ୍ତୀ ସମୟରେ ଏହାକୁ ଗୁରୁତ୍ୱ ଦେଇ ଜିଲା ମୁଖ୍ୟ କୃଷି ଅଧିକାରୀ ଜାଭେଦ ମହମ୍ମଦ, ସହକାରୀ କୃଷି ଅଧିକାରୀ ହିମାଂଶୁ କୁମାର ମହାପାତ୍ର, ନରେନ୍ଦ୍ର ମିଶ୍ର, କୃଷି ବିଜ୍ଞାନୀ ଲଖନଲାଲ ମୀନା ପ୍ରମୁଖ ଗାଁକୁ ଯାଇ ଚାଷୀଙ୍କ ଘର ଘର ବୁଲି ଅଦା କିଆରି ଦେଖିଥିଲେ । ବର୍ତ୍ତମାନ ପ୍ରକ୍ରିୟା ଚାଲିଛି । ଆଗକୁ ଆଉ ୮/୧୦ଦିନ ପରେ ସବୁ ଜଣାପଡିବ । କେତେକ ଚାଷୀ ଠିକ୍‌ ପ୍ରକ୍ରିୟାରେ କରି ନ ଥିବାରୁ ଗଜା ହୋଇ ନ ଥିବା ଦେଖାଯାଇଥିଲା । ଗଜା ନ ହେଲେ ଆହୁରି ବିହନ ଦେବା ବ୍ୟବସ୍ଥା କରାଯିବ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଚାଷୀଙ୍କୁ ଠିକ ଭାବେ ତାଲିମ ପ୍ରଦାନ ପୂର୍ବକ ଉନ୍ନତମାନର ବିହନ ଯୋଗାଇବାକୁ ଜିଲା କୃଷକ ସଂଘ ସଭାପତି ମାଝୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆଖି ବୁଜିଛନ୍ତି ଗୁରୁ, ହେଲେ ଆଦର୍ଶକୁ ଭୁଲିନାହାନ୍ତି ଶିଷ୍ୟ: ପ୍ରତିମୂର୍ତ୍ତୀ ଗଢ଼ି ଗୁରୁଦିବସ ପାଳିଲା…

ପୁରୁଷୋତ୍ତମପୁର,୫।୯ (ସବିତା ମିଶ୍ର): ଗୁରୁଙ୍କ ଶରୀର ନ ଥାଇପାରେ, କିନ୍ତୁ ତାଙ୍କ ଆଦର୍ଶ ଆଜି ବି ଜୀବନ୍ତ। ଏହି ବାକ୍ୟକୁ ସତ୍ୟରେ ପରିଣତ କରିଛନ୍ତି ଗଞ୍ଜାମ ଜିଲା…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri