Posted inଫୁରସତ

ଏଥର ବୁଲିଯାଆନ୍ତୁ: କଓ୍ବେଲାଦେଓ ଜାତୀୟ ଉଦ୍ୟାନ

ରାଜସ୍ଥାନର ଭରତପୁରରେ ଥିବା ଏହି ଅଭୟାରଣ୍ୟଟି ହେଉଛି ପକ୍ଷୀପ୍ରେମୀଙ୍କ ପାଇଁ ଏକ ସ୍ବର୍ଗୀୟ ସ୍ଥାନ। କାରଣ ଏଠାରେ ପ୍ରାୟତଃ ୨୩୦ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥାନ୍ତି…

କଓ୍ବେଲାଦେଓ ଜାତୀୟ ଉଦ୍ୟାନ ବା କଓ୍ବେଲାଦେଓ ଘାନା ଜାତୀୟ ଉଦ୍ୟାନ ରାଜସ୍ଥାନର ଭରତପୁରସ୍ଥିତ ଏକ ଲୋକପ୍ରିୟ ପକ୍ଷୀ ଅଭୟାରଣ୍ୟ ଭାବେ ଜଣାଶୁଣା। ପୂର୍ବରୁ ଏହା ଭରତପୁର ପକ୍ଷୀ ବିହାର ନାମରେ ପରିଚିତ ଥିଲା। କ୍ରମେ ସ୍ଥାନୀୟ ଏକ ଶୈବପୀଠର ନାମାନୁସାରେ ଏହି ଅଭୟାରଣ୍ୟର ନାମ କଓ୍ବେଲାଦେଓ ହେଲା। କୁହାଯାଏ, ଏଠାରେ ପ୍ରାୟ ୨୩୦ ପ୍ରଜାତିର ପକ୍ଷୀ ଦେଖାଯାଇଥାନ୍ତି। ଖାସ୍‌କରି ଶୀତଦିନେ ବହୁ ସଂଖ୍ୟାରେ ଭ୍ରମଣକାରୀ ପକ୍ଷୀ ଏଠାକୁ ଉଡ଼ି ଆସିଥାନ୍ତି। ସେଥିପାଇଁ ଉକ୍ତ ସ୍ଥାନଟିକୁ ଏକ ବଡ଼ ପର୍ଯ୍ୟଟନସ୍ଥଳୀ ଭାବେ ଗଣନା କରାଯାଇଥାଏ।

ଇତିହାସ
ଆଜକୁ ପ୍ରାୟ ୨୫୦ ବର୍ଷ ପୂର୍ବେ ଏହି ସ୍ଥାନକୁ ଠାବ କରାଯାଇଥିବା ସୂଚନା ରହିଛି। ଏଠାରେ ବହୁ ସଂଖ୍ୟାରେ ପକ୍ଷୀ ଦେଖାଯାଉଥିବା ଯୋଗୁ ଏହାକୁ ଏକ ପକ୍ଷୀ ଅଭୟାରଣ୍ୟର ମାନ୍ୟତା ଦେବା ପାଇଁ ପ୍ରଥମେ ଯୋଜନା ହୋଇଥିଲା। ତେବେ ୧୯୭୧ରେ ଏହି ସ୍ଥାନକୁ ଏକ ସୁରକ୍ଷିତ ଅଭୟାରଣ୍ୟ ଭାବେ ଘୋଷଣା କରାଯିବା ସହ ୧୯୮୨ ମସିହାରେ ଏହାକୁ ଜାତୀୟ ଉଦ୍ୟାନର ମାନ୍ୟତା ମିଳିଥିଲା। ସେହିପରି ୧୯୮୫ରେ ଏହି ଅଭୟାରଣ୍ୟକୁ ଓ୍ବାଲର୍‌ଡ ହେରିଟେଜ୍‌ ସାଇଟ୍‌ ଭାବେ ଘୋଷଣା କରାଯାଇଥିଲା।

କ’ଣ ଦେଖିବେ:
ପକ୍ଷୀଙ୍କ ସ୍ବର୍ଗ କୁହାଯାଉଥିବା କଓ୍ବେଲାଦେଓରେ ବର୍ଷକ ବାରମାସ ପ୍ରାୟ ୨୩୦ ପ୍ରଜାତିର ପକ୍ଷୀ ଦେଖାଯାଇଥାନ୍ତି। ଆଉ ଶୀତଦିନ ହେଲେ ଦେଶବିଦେଶରୁ ଆହୁରି ଅନେକ ପକ୍ଷୀ ଏଠାକୁ ଉଡ଼ିଆସିଥାନ୍ତି। ସେତେବେଳେ ଏଠାରେ ପ୍ରାୟ ୩୭୦ ପ୍ରଜାତିର ପକ୍ଷୀ ଦେଖାଯାଇଥାନ୍ତି। ମୁଖ୍ୟତଃ ଏଠାରେ ଦେଖିବାକୁ ମିଳୁଥିବା ପକ୍ଷୀଙ୍କ ଭିତରେ ବଗ ଜାତୀୟ ବିଭିନ୍ନ ପକ୍ଷୀ, ପାଣିକୁଆ ତଥା ବତକଜାତୀୟ ପକ୍ଷୀ ଇତ୍ୟାଦି ଅନ୍ୟତମ। ତା’ଛଡ଼ା ଗଡ଼ଓ୍ବାଲ୍‌, ସୋଭେଲର୍‌, କମନ୍‌ ଟେଲ୍‌, କଟନ୍‌ ଟେଲ୍‌, ଟଫ୍ଡ ଡକ୍‌, ନବ୍‌-ବିଲ୍ଡ ଡକ୍‌, ଲିଟିଲ୍‌ କର୍ମୋରାଣ୍ଟ, ଗ୍ରେଟ୍‌ କର୍ମୋରାଣ୍ଟ, ଇଣ୍ଡିଆନ୍‌ ସାଗ୍‌, ରଫ୍‌, ପେଣ୍ଟେଡ୍‌ ଷ୍ଟର୍କ୍‌, ହ୍ବାଇଟ୍‌ ସ୍ପୁନ୍‌ବିଲ୍‌, ଏସିଆନ୍‌ ଓପେନ୍‌-ବିଲ୍ଡ ଷ୍ଟର୍କ, ଓରିଏଣ୍ଟାଲ୍‌ ଇବିସ୍‌, ଡାର୍ଟର୍‌, କମନ୍‌ ସ୍ୟାଣ୍ଡପାଇପର୍‌, ଉଡ୍‌ ସ୍ୟାଣ୍ଡପାଇପର୍‌, ଗ୍ରୀନ୍‌ ସ୍ୟାଣ୍ଡପାଇପର୍‌, ଓ୍ବାର୍ବଲର୍‌, ବବ୍‌ଲର୍‌, ବି-ଇଟର୍‌, ବୁଲ୍‌ବୁଲ୍‌, ବଣ୍ଟିଙ୍ଗ ବାର୍ଡ, ଚାଟ୍‌ ବାର୍ଡ, ପେଣ୍ଟେଡ୍‌ ଫ୍ରାଙ୍କୋଲିନ୍ସ, କ୍ୱାଇଲ୍ସ, ଓସ୍‌ପ୍ରେ, ପେରେଗ୍ରାଇନ୍‌ ତଥା ଛଞ୍ଚାଣଜାତୀୟ ଅନେକ ପକ୍ଷୀ ଏଠାରେ ଦେଖିବାକୁ ମିଳିଥାନ୍ତି। ସେହିପରି ସାରସ୍‌ କ୍ରେନ୍‌କୁ ଦେଖିବା ଏଠାକାର ଅନ୍ୟତମ ଆକର୍ଷଣ।

ତେବେ ଏହି ଅଭୟାରଣ୍ୟରେ ଯେ କେବଳ ପକ୍ଷୀ ଦେଖାଯାଇଥାନ୍ତି ତାହା ନୁହେଁ, ଅନ୍ୟାନ୍ୟ ଜୀବଜନ୍ତୁ ବି ଏଠାରେ ଅଛନ୍ତି। ଯେମିତି କି ନୀଳଗାଈ, ଜଙ୍ଗଲୀ ଗାଈ, ହରିଣ, ଶମ୍ବର, ବାର୍‌ହା, ନେଉଳ, ଝିଙ୍କ, ବିଲୁଆ, ହେଟାବାଘ, ଜଙ୍ଗଲୀ ମୂଷା ଇତ୍ୟାଦି। ଏତଦ୍‌ବ୍ୟତୀତ ଏଠାରେ ଥିବା ସାତ ପ୍ରଜାତିର କଇଁଛ, ପାଞ୍ଚ ପ୍ରଜାତିର ଝିଟିପିଟି, ତେର ପ୍ରଜାତିର ସାପ ତଥା ସାତ ପ୍ରଜାତିର ବିଭିନ୍ନ ଉଭୟଚର ପ୍ରାଣୀ ବି ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ।

କେବେ ଓ କେମିତି ଯିବେ
ବର୍ଷର ଯେ କୌଣସି ସମୟରେ ଏଠାକୁ ଯିବାର ସୁବିଧା ଥିଲେ ହେଁ, ଶୀତଦିନ ହେଉଛି ଏଠାକୁ ଆସିବା ପାଇଁ ସବୁଠୁ ଉପଯୁକ୍ତ ସମୟ। କାରଣ ଏହି ସମୟରେ ଏଠାକାର ପାଣିପାଗ ବୁଲାବୁଲି କରିବା ପାଇଁ ଅନୁକୂଳ ଥାଏ। ତା’ଛଡ଼ା ପର୍ଯ୍ୟଟକଙ୍କୁ ଏହିଦିନେ ଅନେକ ଭ୍ରମଣକାରୀ ପକ୍ଷୀଙ୍କୁ ଦେଖିବା ପାଇଁ ସୁଯୋଗ ମିଳିଥାଏ। ସେହିପରି ଏଠାକୁ ଯିବାପାଇଁ ଗମନାଗମନର ମଧ୍ୟ ବେଶ୍‌ ସୁବିଧା ରହିଛି। ଉକ୍ତ ଅଭୟାରଣ୍ୟଠାରୁ ମାତ୍ର ୫ କି.ମି. ଦୂରରେ ରହିଛି ଭରତପୁର ଜଙ୍କଶନ ରେଳଷ୍ଟେଶନ। ନୂଆଦିଲ୍ଲୀ, ବମ୍ବେ, ଆଗ୍ରାରୁ ନିୟମିତ ବ୍ୟବଧାନରେ ଏଠାକୁ ଟ୍ରେନ୍‌ ଚଳାଚଳ କରିଥାଏ। ତା’ଛଡ଼ା ଦିଲ୍ଲୀ, ଆଗ୍ରା, ମଥୁରା, ଜୟପୁର, ଅଲଓ୍ବାର୍‌ ଆଦି ସ୍ଥାନରୁ ଏଠାକୁ ନିୟମିତ ବସ୍‌ ମଧ୍ୟ ଯା’ଆସ କରିଥାଏ। ତେଣୁ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଯାଇ ଏଠାରେ ଆରାମରେ ପହଞ୍ଚତ୍ପାରିବେ।

କିଛି ସୂଚନା
ପର୍ଯ୍ୟଟକଙ୍କ ନିମନ୍ତେ ଏହି ଅଭୟାରଣ୍ୟଟି ବର୍ଷସାରା ସୂର୍ଯ୍ୟୋଦୟ ସମୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଖୋଲା ରହିଥାଏ। ବର୍ଷକୁ ପ୍ରାୟ ଏକ ଲକ୍ଷ ପାଖାପାଖି ଭାରତୀୟ ପର୍ଯ୍ୟଟକ ଏଠାକୁ ବୁଲି ଆସୁଥିବା ସୂଚନା ରହିଛି। ସେହିପରି ବର୍ଷକୁ ୪୦ରୁ ୪୫ ହଜାର ପର୍ଯ୍ୟନ୍ତ ବିଦେଶୀ ପର୍ଯ୍ୟଟକ ଏଠାକୁ ଆସୁଥିବା ଅନୁମାନ ମଧ୍ୟ କରାଯାଏ। ତା’ଛଡ଼ା ଉକ୍ତ ଅଭୟାରଣ୍ୟ ମଧ୍ୟରେ ଖାଇବା, ପିଇବା ଓ ରହିବା ପାଇଁ ବି ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଉପଲବ୍ଧ ହେବ କରୋନା ଟିକା, ଦାମ୍‌ ରହିଛି…

ନୂଆଦିଲ୍ଲୀ,୮ା୮ : ଭାରତରେ କରୋନା ମହାମାରୀ ବର୍ତ୍ତମାନ ଦ୍ରୁତ ଗତିରେ ମାଡ଼ିଚାଲିଛି। ସଂକ୍ରମିତଙ୍କ ସଂଖ୍ୟାରେ ଭାରତ ପ୍ରଥମ ସ୍ଥାନରେ ପହଞ୍ଚିଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଲୋକେ...

ସ୍କୁଲ ଖୋଲିଲା: ପ୍ଲାଷ୍ଟିକ୍‌ ଘରେ ପାଠ ପଢ଼ିଲେ ପିଲା

ବ୍ୟାଙ୍କକ୍‌, ୨୬।୮: କରୋନା ମହାମାରୀ ସଂକ୍ରମଣ ଯୋଗୁ ବହୁ ଦେଶରେ ସୁରକ୍ଷା ଦୃଷ୍ଟିରୁ ଲକ୍‌ଡାଉନ୍‌ ଜାରି ରହିଛି। ତେବେ ଇତିମଧ୍ୟରେ ଥାଇଲାଣ୍ଡରେ ସ୍କୁଲ ଖୋଲିଛି। ପିଲାମାନେ...

ଏହି ମନ୍ଦିରରେ ମହିଳା କରନ୍ତି ଭଗବାନଙ୍କ ଶୃଙ୍ଗାର…

ଭାରତରେ ଥିବା ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ଉତ୍ତରାଖଣ୍ଡ ଗଡଓ୍ବାଲରେ ଥିବା ମ୍ଫ୍ୟୁଲାନାରାୟଣ ମନ୍ଦିରରେ ପ୍ରଭୁ ନାରାୟଣଙ୍କ ଶୃଙ୍ଗାର ସ୍ଥାନୀୟ ମହିଳାମାନେ କରନ୍ତି।...

୨ ଲକ୍ଷ ୧୦ ହଜାର ବର୍ଷର ପୁରୁଣା ମାନବ ଜୀବାଶ୍ମ

ଓ୍ବାଶିଂଟନ: ଦକ୍ଷିଣ ଗ୍ରୀସ୍‌ର ଏପିଡିମା ନାମକ ଏକ ଗୁମ୍ଫାରୁ ୧୯୭୮ ମସିହାରେ ଗବେଷକମାନେ ଦୁଇଟି ମଣିଷ ଖପୁରିର ଅଂଶବିଶେଷ ପାଇଥିଲେ। ୟୁନିଭର୍ସିଟି ଅଫ୍‌ ଏଥେନ୍ସ ସ୍କୁଲ୍‌...

ଗୋଟିଏ ରାତିରେ ନିର୍ମାଣ କରାଯାଇଥିଲା ଏହି ମନ୍ଦିର: ଜାଗରରେ ହୋଇଥାଏ ଲକ୍ଷାଧିକ ଭକ୍ତଙ୍କ ସମାଗମ

ମହାଶିବରାତ୍ରି ଅବସରରେ ମଧ୍ୟପ୍ରଦେଶର ବିଦିଶା ଜିଲାରେ ଥିବା ଏକ ଶିବ ମନ୍ଦିରରେ ବିଶାଳ ମେଳାର ଆୟୋଜନ କରାଯାଇଥାଏ। ଜାଗରରେ ଏଠାକୁ ୧ ଲକ୍ଷରୁ ଅଧିକ ଭକ୍ତ...

ବଦଳୁଛି ଭୂଭାଗ, ବଢୁଛି ମରୁଭୂମି

ପରିବେଶ ସମ୍ପର୍କିତ ଆଲୋଚନାବେଳେ ସର୍ବଦା ଚର୍ଚ୍ଚାର ପରିସର ଭିତରେ ରହିଥାଏ ବିଶ୍ୱତାପନ, ବାୟୁ ପ୍ରଦୂଷଣ। ଏହାକୁ ବାଦ୍‌ ଦେଲେ ହିମବାହ ତରଳିବା, ମହାସାଗର ଜଳସ୍ତର ବଢ଼ିବା...

ରାଜ୍ୟର ୬୧ ପ୍ରତିଶତ ଅଞ୍ଚଳରେ ନାହାଁନ୍ତି ପୋଲିସ: ରାଜସ୍ବ ବିଭାଗ କର୍ମଚାରୀଙ୍କ ହାତରେ ସୁରକ୍ଷା ଦାୟିତ୍ୱ

ଡେରାଡୁନ୍‌, ୨୭।୭: ସୁରକ୍ଷା ଦାୟିତ୍ୱ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି କାର୍ଯ୍ୟ ପୋଲିସ ବିଭାଗ ଉପରେ ନ୍ୟସ୍ତ ରହିଥାଏ। ତେବେ ଭାରତରେ ଏଭଳି ଏକ ରାଜ୍ୟ...

ପତ୍ରରେ କାରିଗରି

ସନ୍ଦେଶ ଏନ୍‌ ରଙ୍ଗନେକର୍‌ ଜଣେ ଚିତ୍ରକର। ଯେଉଁଠି ଚିତ୍ରକରମାନେ ବଡ ବଡ କାନ୍‌ଭାସ୍‌ରେ ନିଜ ହାତର ଯାଦୁକରି ଦେଖାନ୍ତି, ରଙ୍ଗନେକର୍‌ କିନ୍ତୁ ଚିତ୍ର କରିବା ପାଇଁ...

Advertisement
Archives

Model This Week