ଦୃଷ୍ଟିପଡ଼ୁ

କୋଭିଡ୍‌-୧୯ ମହାମାରୀ ଦେଶରେ ଅନେକ ପିଲାଙ୍କୁ ଅନାଥ କରିଛି। ଏହି ସଂଖ୍ୟା ପ୍ରତ୍ୟେକ ଦିନ ବଢ଼ିବାରେ ଲାଗିଛି। ଜୁନ୍‌ ପ୍ରଥମ ସପ୍ତାହରେ ସୁପ୍ରିମକୋର୍ଟଙ୍କୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ (ଏନ୍‌ସିପିସିଆର୍‌)ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ ବାପା, ମା’ କିମ୍ବା ଉଭୟଙ୍କୁ କୋଭିଡ୍‌ ଓ ଅଣ କୋଭିଡ୍‌ ରୋଗରେ ହରାଇ ଅନାଥ ହୋଇଥିତ୍ତ୍ବା ଶିଶୁଙ୍କ ସଂଖ୍ୟା ୩୦,୦୭୧। ମହାରାଷ୍ଟ୍ରରେ ସର୍ବାଧିକ ୭,୦୮୪ ପିଲା ଅନାଥ ହୋଇଥିବା ବେଳେ ତେଲଙ୍ଗାନା, ତାମିଲନାଡୁ, କେରଳ, କର୍ନାଟକ, ଗୁଜରାଟ, ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଆଦି ରାଜ୍ୟରେ ଏମାନଙ୍କ ସଂଖ୍ୟା ମଧ୍ୟ ଅଧିକ। ତେବେ ବିଭିନ୍ନ ରାଜ୍ୟରେ କୋଭିଡ୍‌ଜନିତ ମୃତକଙ୍କ ସଂଖ୍ୟାର ପୁନଃ ଆକଳନ କରାଯାଉଥିବା ହେତୁ ଅନାଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏହି ପିଲାଙ୍କ ପାଇଁ କେନ୍ଦ୍ର କେଉଁ ପ୍ରକାର କଲ୍ୟାଣକାରୀ ଯୋଜନା କରିଛି ସେ ସମ୍ପର୍କରେ ଜାଣିବା ପାଇଁ ସୁପ୍ରିମକୋର୍ଟ ଇଚ୍ଛାପ୍ରକାଶ କରିଥିଲେ। ଏହାପରେ ଓଡ଼ିଶା ସମେତ କେତେକ ରାଜ୍ୟ ସରକାର ସ୍ବାଧୀନ ଭାବେ, ଏହି ପିଲାଙ୍କ ପାଇଁ ନିଜସ୍ବ ଯୋଜନା ଘୋଷଣା କଲେଣି। ୨୦୧୮ରେ ୟୁନିସେଫ୍‌ ତଥ୍ୟରେ ବିଭିନ୍ନ କାରଣରୁ ଅନାଥଙ୍କ ସଂଖ୍ୟା ପାଖାପାଖି ୩ କୋଟି ରହିଥିତ୍ଲା। କୋଭିଡ୍‌ ମହାମାରୀ ଏହାକୁ ବଢ଼ାଇ ଦେଇଛି। ମହାମାରୀରେ ଅନାଥଙ୍କ ପାଇଁ ଏବେ ଯେଉଁ କଲ୍ୟାଣକାରୀ ଯୋଜନା କରାଯାଇଛିି ତାହା ସ୍ବାଗତଯୋଗ୍ୟ, କିନ୍ତୁ ଏମାନଙ୍କ ବ୍ୟତୀତ ଜମ୍ମୁ-କଶ୍ମୀର, ଆସାମ, ନାଗାଲାଣ୍ଡ, ମଣିିପୁର ଆଦି ରାଜ୍ୟରେ ଅସ୍ବାଭାବିକ ପରିସ୍ଥିତି ଉପୁଜୁଥିବା ଯୋଗୁ ଅନେକ ପିଲା ଅନାଥ ହେବା ଶୁଣାଯାଉଛି। ୧୮ ବର୍ଷରୁ କମ୍‌ ଅନାଥ ପିଲାଙ୍କର ଏକ ସ୍ବତନ୍ତ୍ର ଗଣନା କରାଯିବା ସହ ସରକାରୀ ଏବଂ ସାମାଜିକ ଦୃଷ୍ଟି ପଡ଼ିବାର ଆବଶ୍ୟକତା ରହିଛି। କାରଣ ୩ କୋଟିରୁ ଊର୍ଦ୍ଧ୍ୱ ପିଲାଙ୍କୁ ଯଦି ଭାରତର ସମାଜ ସମ୍ପୂର୍ଣ୍ଣ ଭୁଲିଯାଏ, ତେବେ ସେମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହେବା ସହିତ ଦେଶରେ ସାମାଜିକ ବିଶୃଙ୍ଖଳା ବୃଦ୍ଧି ପାଇବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଃଖବନ୍ଧୁଙ୍କ ଦୁଃଖ

ଚିତ୍ର ଚରିତ୍ର ନିରଞ୍ଜନ ପାଢ଼ୀ: ଦୁଃଖ ବାଣ୍ଟିଲେ ସରେ’ ବୋଲି ଯେଉଁ ଆପ୍ତବାକ୍ୟଟି କେଉଁକାଳରୁ ଗଡ଼ି ଗଡ଼ି ଆସୁଛି, ତହିଁରେ ବୋଧହୁଏ ବେଶିମାତ୍ରାରେ ବିଶ୍ୱାସୀ ହୋଇପଡ଼ିଥିଲେ...

ପୃଥିବୀ ମା’ର ଚିଠି

ଡ. ଅମରେନ୍ଦ୍ର ଦାସ   ମୋ ପିଲାମାନେ ମୋ ସାଙ୍ଗରେ ଘଡ଼ିଏ ବସିବ କି? ତୁମ ସହ ଦୁଇ ପଦ କଥା ହେବାର ଥିଲା। ବହୁତ...

ଏଇ ଭାରତରେ

ପ୍ଲାଷ୍ଟିକ ବର୍ଜ୍ୟ ବହୁ ସମୟରେ ଆମମାନଙ୍କର ଚିନ୍ତା ବଢ଼ାଇ ଦେଉଥିବାବେଳେ ଏହାର ରିସାଇକ୍ଲିଂ ପ୍ରୋସେସର ଅଭିନବ ପଦ୍ଧତି ଆମକୁ କିଛିଟା ସାନ୍ତ୍ୱନା ଦେଉଛି। ଏଭଳି ଏକ...

ସନ୍ଥ ଓ ମହାମୂର୍ଖ

ଶ୍ରୀ ସନ୍ନ୍ୟାସୀ ସନ୍ଥଙ୍କ ଆଶ୍ରମରେ ସକାଳେ ପହଞ୍ଚତ୍ବା ବେଳକୁ ମହାରାଜ ମୋବାଇଲ ଧରି ସେଥିରୁ କ’ଣ କିଛି ଦେଖିବାରେ ଗଭୀର ମଗ୍ନ ଥିଲେ। ଓଳଗିି ହୋଇ...

ଏଇ ଭାରତରେ

ପ୍ଲାଷ୍ଟିକ ବର୍ଜ୍ୟ କବଳରୁ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଯେଉଁ କେତେଜଣ ପ୍ଲାଷ୍ଟିକ ବର୍ଜ୍ୟର ଅପ୍‌ସାଇକିଲିଂ କରୁଛନ୍ତି ସେମାନଙ୍କ ମଧ୍ୟରେ ଦିଲ୍ଲୀର କନିକା ଆହୁଜା ଅନ୍ୟତମ।...

ରାସାୟନିକ ରଙ୍ଗ ଓ କୁକୁଡ଼ା ଅଣ୍ଡା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ବହୁ ବର୍ଷ ଧରି ଆମେ କେତେକ ଜିନିଷକୁ ପସନ୍ଦ କରିବା ଓ ଅନ୍ୟଗୁଡିକୁ ନାପସନ୍ଦ କରିବାରେ ଅଭ୍ୟସ୍ତ ହୋଇଆସିଛୁ। ବେଳେବେଳେ...

ବିକାଶ ଆକଳନର ନୂଆ ମାନଦଣ୍ଡ

ମ୍ୟାକ୍ସଓ୍ବେଲ ଗୋମେରା ବିଶ୍ୱର ପ୍ରାୟ ୧୫ କୋଟିରୁ ଊର୍ଦ୍ଧ୍ୱ ଲୋକ କରୋନା ମହାମାରୀରେ ପୀଡ଼ିତ। ଏହି ସଂଖ୍ୟା କାନାଡା, ଫ୍ରାନ୍ସ ଓ ଇଂଲଣ୍ଡର ମୋଟ ଜନସଂଖ୍ୟା...

ମୂଳ ଭାରତୀୟଙ୍କୁ ସମ୍ବିଧାନରେ ଉପେକ୍ଷା

ସହଦେବ ସାହୁ ଆମ ସମ୍ବିଧାନର ପ୍ରଣେତାମାନଙ୍କ ଜନ୍ମ ସିନା ଭାରତରେ, ସମ୍ବିଧାନ ପ୍ରଣୟନ ବେଳେ ସେମାନଙ୍କ ମନ ଥିଲା ବିଲାତି (ଗୋରା) ସାହେବଙ୍କ ପରି! ଏମିତି...

Advertisement
Archives

Model This Week